ନୂଆଦିଲ୍ଲୀ,୩।୬: କରୋନାର ଦ୍ୱିତୀୟ ଲହର ସମଗ୍ର ଦେଶକୁ ପ୍ରଭାବିତ କରିଛି। ମହାମାରୀ ଦ୍ୱାରା ପିଲାମାନେ ଅଧିକ ପ୍ରଭାବିତ ହୋଇଛନ୍ତି। ଏକ ଆକଳନରୁ ଜଣାପଡିଛି ଯେ, ସମଗ୍ର ଦେଶରେ ଏପର୍ଯ୍ୟନ୍ତ ୯୩୪୬ ପିଲା ଅନାଥ କିମ୍ବା ବେସାହାରା ହୋଇଯାଇଛନ୍ତି। ସେମାନଙ୍କ ମଧ୍ୟରୁ ଅଧିକାଂଶ ଉଭୟ ମାତାପିତାଙ୍କୁ ହରାଇଥିବାବେଳେ ଅନେକ ପିଲାଙ୍କ ମୁଣ୍ଡ ଉପରୁ ନିଜ ଅଭିଭାବକଙ୍କ ଛାୟା ଉଠିଯାଇଛି। ଜାତୀୟ ଶିଶୁ ସୁରକ୍ଷା ଅଧିକାର ଆୟୋଗ ଦ୍ୱାରା ଏହି ସୂଚନା ସୁପ୍ରିମକୋର୍ଟରେ ଉପସ୍ଥାପିତ କରାଯାଇଛି। ମହାରାଷ୍ଟ୍ର ସରକାର ଜଷ୍ଟିସ ଏଲ.ଏନ ରାଓ ଏବଂ ଅନିରୁଦ୍ଧ ବୋଷଙ୍କ ଏକ ବେଞ୍ଚ ସମ୍ମୁଖରେ ଏହି ତଥ୍ୟ ଉପସ୍ଥାପନ କରିଛନ୍ତି। ପ୍ରକାଶ ଯେ, ମେ ୩୦ ସୁଦ୍ଧା ୪,୪୫୧ ପିଲା ରାଜ୍ୟର ବିଭିନ୍ନ ଅଞ୍ଚଳରେ ସେମାନଙ୍କ ମାତାପିତାଙ୍କ ମଧ୍ୟରୁ ଜଣଙ୍କୁ ହରାଇଛନ୍ତି। ଏହି ସମୟରେ, ୧୪୧ ପିଲା ଅଛନ୍ତି, ଯାହାର ମାତାପିତା ଉଭୟଙ୍କର ମୃତ୍ୟୁ ହୋଇଛି । ଏନ୍ପିସିଆର୍ର ଓକିଲ ନୀରୁପମା ଚତୁଃର୍ବେଦୀ କହିଛନ୍ତି ଯେ, ସମଗ୍ର ଦେଶରେ ସର୍ବାଧିକ ଉତ୍ତର ପ୍ରଦେଶରରେ ୨୧୧୦ ଜଣ ପିଲା ବେସାହାରା ହୋଇଛନ୍ତି। ଦ୍ୱିତୀୟ ସ୍ଥାନରେ ରହିଛି ବିହାର (୧୩୨୭), ତୃତୀୟ ସ୍ଥାନରେ କେରଳ(୯୫୨) ଏବଂ ଚତୁର୍ଥ ସ୍ଥାନରେ ମଧ୍ୟପ୍ରଦେଶ(୭୧୨) ରହିଛି।
ଶ୍ରମିକଙ୍କ ପୁଅ ହେଲେ ଇସ୍ରୋ ବୈଜ୍ଞାନିକ
ମୁମ୍ବାଇ,୧୮ା୬: ଦୃଢ଼ ଇଚ୍ଛାଶକ୍ତି ଥିଲେ ମଣିଷ ସବୁ ଅସାଧ୍ୟ କାମକୁ ସାଧନ କରିପାରେ। ସେମିତି କରି ଦେଖାଇଛନ୍ତି ଜଣେ ଶ୍ରମିକଙ୍କ ପୁଅ। କଠିନ ଅଧ୍ୟବସାୟ ବଳରେ...
ସାଢ଼େ ୧୮ କୋଟିରେ କାହିଁକି କିଣାଗଲା ରାମମନ୍ଦିର ଜମି: କେନ୍ଦ୍ର-ଆରଏସ୍ଏସ୍କୁ ରିପୋର୍ଟ ପଠାଇଲା ଟ୍ରଷ୍ଟ୍…
ଅଯୋଧ୍ୟା,୧୫।୬: ରାମମନ୍ଦିର ପାଇଁ ଜମି କାହିଁକି ସାଢ଼େ ୧୮ କୋଟି ଟଙ୍କାରେ କିଣାଗଲା ସେ ନେଇ ଶ୍ରୀରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟ୍ ପକ୍ଷରୁ ରିପୋର୍ଟ...
ଭାକ୍ସିନକୁ ନେଇ ଲୋକଙ୍କ ମନରେ ରହିଛି ଅନ୍ଧବିଶ୍ୱାସ
ନୂଆଦିଲ୍ଲୀ,୨।୬: କରୋନା ସଙ୍କଟ ମଧ୍ୟରେ ଗୋଟିଏ ପଟେ ଟିକାକରଣ ଅଭିଯାନ ଯୁଦ୍ଧକାଳୀନ ସ୍ତରରେ ଜାରି ରହିଥିବା ବେଳେ ଅନ୍ୟପଟେ ଗ୍ରାମାଞ୍ଚଳରେ ଭାକ୍ସିନକୁ ନେଇ ଭୟ, ଅନ୍ଧବିଶ୍ୱାସ...
ଅମ୍ରିତସରରେ ‘ସିଦ୍ଧୁଙ୍କ ନିଖୋଜ’ ପୋଷ୍ଟର
ଅମ୍ରିତସର,୨।୬ : କଂଗ୍ରେସ ବିଧାୟକ ନବଜୋତ ସିଂ ସିଦ୍ଧୁ ନିଖୋଜ ଥିବା ପୋଷ୍ଟର ଅମ୍ରିତସରର ପୂର୍ବ ବିଧାନସଭା ନିର୍ବାଚନ ମଣ୍ଡଳୀର ବିଭିନ୍ନ ସ୍ଥାନରେ ଲଗାଯାଇଛି। ଏକ...
ପୁଣି ରାଜ୍ୟ ହେବ ଜମ୍ମୁ-କଶ୍ମୀର
ନୂଆଦିଲ୍ଲୀ,୨୪।୬: ଜମ୍ମୁ-କଶ୍ମୀର ପୁଣି ଥରେ ରାଜ୍ୟ ଭାବେ ପରିଗଣିତ ହେବ। ଏ ନେଇ ଉଚିତ ସମୟକୁ ଅପେକ୍ଷା କରିବାକୁ ପଡ଼ିବ। ବର୍ତ୍ତମାନ ଦୁଇ କେନ୍ଦ୍ର ଶାସିତ...
ସ୍ତ୍ରୀ-ସ୍ବାମୀ ଏକାଠି ମିଶି ପିଉଥିଲେ ମଦ, ଆସିଲା ଫୋନ୍ କଲ୍; ଆଉ ତା’ପରେ ସବୁ ବଦଳି ଗଲା
ମିରୁଟ୍,୧୧।୬: ଉତ୍ତରପ୍ରଦେଶର ମିରୁଟ୍ରେ ଏକ ଅଭାବନୀୟ ଘଟଣା ଘଟିଛି। ଜଣେ ମଦ୍ୟପ ସ୍ବାମୀ ତୀକ୍ଷ୍ଣ ଅସ୍ତ୍ରରେ ନିଜ ସ୍ତ୍ରୀଙ୍କ ବେକକୁ କାଟି ଦେଇଛନ୍ତି। ଆକ୍ରମଣ ସମୟରେ...
କରୋନାର ତୃତୀୟ ଲହରରେ କେମିତି ରହିବେ ସୁରକ୍ଷିତ: ଏମ୍ସ ପ୍ରଫେସର୍ ଦେଲେ ଟିପ୍ସ
ନୂଆଦିଲ୍ଲୀ,୨୧।୬: ଦେଶରେ କରୋନା ସଂକ୍ରମଣର ଦ୍ୱିତୀୟ ଲହରର ଗତି ବହୁତ ମନ୍ଥର ହୋଇଛି। ଗତ ଏକ ସପ୍ତାହ ହେବ ଦୈନିକ ସଂକ୍ରମଣ ସଂଖ୍ୟା ୧ ଲକ୍ଷରୁ...
ସ୍ବତନ୍ତ୍ର ଟେନ୍ରେ କାନପୁର ଗସ୍ତରେ ରାଷ୍ଟ୍ରପତି
ନୂଆଦିଲ୍ଲୀ,୨୫।୬: ରାଷ୍ଟ୍ରପତି ରାମନାଥ କୋବିନ୍ଦ ଦିଲ୍ଲୀ ସଫଦରଗଞ୍ଜ ଷ୍ଟେସନରୁ ଏକ ସ୍ବତନ୍ତ୍ର ଟ୍ରେନ୍ରେ କାନପୁରରେ ଥିବା ନିଜ ଜନ୍ମସ୍ଥାନକୁ ଗସ୍ତ କରିଛନ୍ତି। ଏହି ଯାତ୍ରାରେ ରାମନାଥ...


