ପୁରୀ ଅଫିସ,୧ା୬: କିସ୍ତି ଟଙ୍କା ଦେବା ପାଇଁ ଋଣ ଗ୍ରହୀତାମାନେ ଚାପରେ ପଡ଼ି ନୟାନ୍ତ ହେଲେଣି। ଋଣ ଆଦାୟ ପାଇଁ କ୍ଷୁଦ୍ର ଅର୍ଥଲଗାଣକାରୀ ସଂସ୍ଥା ଓ ବ୍ୟାଙ୍କଗୁଡ଼ିକ ଜୁଲମ କରୁଛନ୍ତି। ଋଣ ଅର୍ଥ ଆଦାୟ ପାଇଁ ଏଜେଣ୍ଟମାନଙ୍କୁ ଟାର୍ଗେଟ ଦିଆଯାଉଥିବାରୁ ସେମାନେ ବାଧ୍ୟ ହୋଇ ଲୋକଙ୍କ ଉପରେ ଚାପ ପକାଉଛନ୍ତି। ସାଧାରଣତଃ ଗ୍ରାମାଞ୍ଚଳରେ କ୍ଷୁଦ୍ର ଅର୍ଥଲଗାଣକାରୀ ସଂସ୍ଥାଗୁଡ଼ିକ ଲୋକଙ୍କୁ ଋଣ ଦେଇଥାନ୍ତି। ସାପ୍ତାହିକ, ମାସିକ ଓ ତ୍ରୈମାସିକ ହିସାବରେ ଲୋକେ ଋଣ ପରିଶୋଧ କରନ୍ତି। ତେବେ ଏଭଳି ଶ୍ରେଣୀର ଅଧିକାଂଶ ଋଣଦାତା ଛୋଟ ବେପାର ଓ ଦିନମଜୁରି ଉପରେ ନିର୍ଭରଶୀଳ ହୋଇଥାନ୍ତି। ସମ୍ପ୍ରତି କରୋନାଜନିତ ଲକଡାଉନ୍ ଓ ଶଟଡାଉନ ପ୍ରଭାବ କାରଣରୁ ଋଣଦାତାଙ୍କ ପାଖରେ ଟଙ୍କା ନାହିଁ। ସରକାର ପୂର୍ବବର୍ଷ ମୋରାଟୋରିୟମ୍ ଲାଗୁକରି ଋଣଗ୍ରହୀତାଙ୍କୁ ଆଶ୍ୱସ୍ତି ଦେଇଥିବାବେଳେ କୋଭିଡ୍ର ଦ୍ୱିତୀୟ ଲହର ପାଇଁ ସେଭଳି କିଛି ବ୍ୟବସ୍ଥା ଲାଗୁ କରିନାହାନ୍ତି। ଫଳରେ କ୍ଷୁଦ୍ର ଅର୍ଥଲଗାଣକାରୀ ସଂସ୍ଥାମାନେ ଜୁଲମ କରିବା ଆରମ୍ଭ କଲେଣି। ଋଣରେ ଦୁଇଚକିଆ ଓ ଚାରିଚକିଆ ଯାନ ଆଣିଥିବା ଲୋକଙ୍କ ଅବସ୍ଥା ମଧ୍ୟ ସମାନ। ମାସିକ କିସ୍ତି ଦେବାକୁ ପାଖରେ ଟଙ୍କା ନାହିଁ। ଅନ୍ୟପକ୍ଷରେ ୨ରୁ ୩ମାସର ଋଣ ଅର୍ଥ ପଇଠ ନ ହେଲେ ଗାଡ଼ି ଜବତ କରିବାକୁ ବ୍ୟାଙ୍କ କର୍ତ୍ତୃପକ୍ଷ ଏଜେଣ୍ଟମାନଙ୍କୁ କଡ଼ା ନିର୍ଦ୍ଦେଶ ଦେଇଛନ୍ତି। ଏଭଳି ସ୍ଥିତିରେ ଋଣଗ୍ରହୀତାମାନେ କ’ଣ କରିବେ ସେ ନେଇ ଚିନ୍ତାରେ ପଡ଼ିଛନ୍ତି। ପିପିଲି ବ୍ଲକ୍ର ଜ୍ୟୋତିରାଣୀ ବରାଳ କହିଛନ୍ତି, କ୍ଷୁଦ୍ର ଅର୍ଥଲଗାଣକାରୀ ସଂସ୍ଥାଠାରୁ ଋଣ ଆଣି ମାସିକ କିସ୍ତିରେ ଶୁଝିଥାଉ। ଦୋକାନରୁ ଯାହା ଆୟ ହୁଏ, ସୁରୁଖୁରୁରେ କିସ୍ତି ଶୁଝି ହୋଇଯାଏ। ମାତ୍ର ଏବେ କିସ୍ତି ଦେବା ଭଳି ସାମର୍ଥ୍ୟ ନାହିଁ। ଋଣଆଦାୟକାରୀଙ୍କ ପାଖରେ ନେହୁରା ହେଲେ ବି ସେମାନେ ଆମକୁ ଟଙ୍କା ଦେବାକୁ ବାଧ୍ୟ କରୁଛନ୍ତି। ସରକାର ଏ ନେଇ କିଛି ନିଷ୍ପତ୍ତି ନିଅନ୍ତୁ। ଅତିକମ୍ରେ ଲକଡାଉନ୍ ପରିସ୍ଥିତିରେ କିସ୍ତି ଛାଡ଼ ସୁବିଧା ମିଳିଲେ ବଞ୍ଚିବା ସହଜ ହେବ। ଅନ୍ୟପକ୍ଷରେ ଋଣ ଆଦାୟ ଦାୟିତ୍ୱରେ ଥିବା ବିକାଶ ସାହୁ ନାମକ ଜଣେ କର୍ମଚାରୀ କହିଛନ୍ତି, ଲୋକଙ୍କ ବିବଶତା ଦେଖୁଛୁ। ଲୋକେ କାକୁତିମିନତି ହେବା ସତ୍ତ୍ବେ ବି ଆମେ ସେମାନଙ୍କୁ ଋଣ ଅର୍ଥ ପାଇଁ ବାଧ୍ୟ କରୁଛୁ। ସାମ୍ପ୍ରତିକ ସ୍ଥିତିରେ ଟଙ୍କା ଆଦାୟ କରିବା କଷ୍ଟକର ହୋଇପଡ଼ିଛି। ତେଣୁ ଏ ସଂକ୍ରାନ୍ତରେ ସରକାର ତୁରନ୍ତ ପଦକ୍ଷେପ ନେବା ଉଚିତ।
Posted inଆମ ଜିଲା ଖବର, ପୁରୀ View All
ସରକାର ଲୁଚାଉଛନ୍ତି କୋଭିଡ୍ ମୃତ୍ୟୁ ସଂଖ୍ୟା
କଟକ ଅଫିସ, ୧୯।୬: ରାଜ୍ୟରେ ବାସ୍ତବ ପକ୍ଷେ ଯେତିକି କୋଭିଡ୍ଜନିତ ମୃତ୍ୟୁ ଘଟୁଛି ସରକାର ତାହାକୁ ଦର୍ଶାଉ ନାହାନ୍ତି। ଏହି ମୃତ୍ୟୁସଂଖ୍ୟାକୁ ରାଜ୍ୟ ସରକାର ଲୁଚାଉଛନ୍ତି।...
ଟିକାକରଣରୁ ବଞ୍ଚିତ ହେଉଛନ୍ତି ଲୋକେ
କଟକ ଅଫିସ, ୧୨ା୬: ରାଜ୍ୟରେ କୋଭିଡ୍ ସଂକ୍ରମିତଙ୍କ ଚିକିତ୍ସା ପାଇଁ ପର୍ଯ୍ୟାପ୍ତ ବ୍ୟବସ୍ଥା ନାହିଁ। ସମସ୍ତଙ୍କୁ ମାଗଣାରେ ଟିକା ଦିଆଯିବା ପାଇଁ ଘୋଷଣା କରାଯାଇଛି। ମାତ୍ର...
ଛତ୍ରପୁରରେ ୧୮-୪୪ ବର୍ଷୀୟଙ୍କ ପାଇଁ ଟିକାକରଣ ଆରମ୍ଭ
ଛତ୍ରପୁର,୭।୬(ଡି.ଏନ୍.ଏ.): ଗଞ୍ଜାମ ଜିଲା ସଦର ମହକୁମା ଛତ୍ରପୁରଠାରେ ୩ଟି ସ୍ଥାନରେ ୧୮ରୁ ୪୪ ବର୍ଷୀୟଙ୍କ ପାଇଁ ଟିକାକରଣ ସୋମବାରଠାରୁ ଆରମ୍ଭ ହୋଇଛି। ଟିକାକରଣକୁ ଗଞ୍ଜାମ ଜିଲାପାଳ...
ଜୁଲାଇ ୨୫ ପର୍ଯ୍ୟନ୍ତ ମିଳିବ ନାହିଁ ମହାପ୍ରଭୁଙ୍କ ଦର୍ଶନ
ପୁରୀ,୧୬।୬: ପୁରୀ ମନ୍ଦିର ମୁଖ୍ୟ ପ୍ରଶାସକଙ୍କ ଅଧ୍ୟକ୍ଷତାରେ ବୁଧବାର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଥିଲା। କରୋନା କଟକଣା ପାଇଁ ଶ୍ରୀମନ୍ଦିରକୁ ଜୁନ ୧୭ ପର୍ଯ୍ୟନ୍ତ...
ଲୁଗା ଗୋଦାମ ଖୋଲି କେବଳ କ୍ଷତି ସହିଲେନି ବ୍ୟବସାୟୀ, ଗ୍ରାହକଙ୍କୁ ଗଣିବାକୁ ପଡ଼ିଲା ତଣ୍ଡ
ଯାଜପୁର ଅଫିସ,୨।୬: ଲକ୍ଡାଉନ୍ରେ ଲୁଗା ଗୋଦାମ ଖୋଲିବା ପଡ଼ିଲା ମହଙ୍ଗା। ପରେ ଗୋଦାମ ସିଲ ହେବା ସହିତ ଲୁଗା କିଣିବାକୁ ଭିଡ଼ ଲଗାଇଥିବା ଗ୍ରାହକଙ୍କୁ ତଣ୍ଡଗଣିବାକୁ...
ଦିଆସିଲି କାଠିରେ ସାଇକେଲ ପ୍ରତିକୃତି
ପୁରୀ ଅଫିସ,୩।୬: ଜୁନ ୩ ତାରିଖକୁ ସାରା ବିଶ୍ୱରେ ୱାର୍ଲଡ ସାଇକେଲ ଦିବସ ଭାବେ ପାଳନ କରାଯାଏ। ସାଇକେଲ ଚଳାଇବା ଦ୍ୱାରା ସ୍ବାସ୍ଥ୍ୟ ଠିକ ରହିବା...
ପର କଳିରେ ମୁଣ୍ଡ ପୁରାଇ ଗଲା ଜୀବନ
ହାଟଡିହୀ,୨୬l୬: କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ନନ୍ଦିପଦା ଥାନା ଅଧୀନ ସାଳକଣିଆ ଗାଁରେ ଘଟିଛି ଅଭାବନୀୟ ଘଟଣା । ସମାଧାନ କରିବାକୁ ଯାଇ ପ୍ରାଣ ହରାଇଛନ୍ତି...
ଆଇସିୟୁ, ଭେଣ୍ଟିଲେଟର ନାହିଁ
ସୋନପୁର,୧୯।୫(ନି.ପ୍ର.) – କରୋନାର ଦ୍ୱିତୀୟ ଲହର ସୁବର୍ଣ୍ଣପୁର ଜିଲାର ଜନସାଧାରଣଙ୍କୁ ହନ୍ତସନ୍ତ କରୁଛି। ପ୍ରତିଦିନ ଶତାଧିକ ଲୋକ ସଂକ୍ରମିତ ହେଉଛନ୍ତି। ଅସୁସ୍ଥଙ୍କ ସଂଖ୍ୟା ବୃଦ୍ଧି ପାଇବାରେ...


