ଭୁବନେଶ୍ୱର, ୧ା୬(ବ୍ୟୁରୋ): ପୌରସଂସ୍ଥା ଏବଂ ଗ୍ରାମପଞ୍ଚାୟତ ମଧ୍ୟରେ ଉତ୍ତମ ସମନ୍ବୟ ରକ୍ଷା ସହିତ ପୌରସଂସ୍ଥାଗୁଡିକରେ ବର୍ଜ୍ୟବସ୍ତୁ ପରିଚାଳନା ନିମନ୍ତେ ଥିବା ଆବଶ୍ୟକ ଭିତ୍ତିଭୂମି ବ୍ୟବହାର କରି ଗାଁଗୁଡିକର ଠିକ୍ ମଳ ପରିଚାଳନା ଏବଂ ପ୍ଲାଷ୍ଟିକ ବର୍ଜ୍ୟବସ୍ତୁ ପରିଚାଳନା ନିମନ୍ତେ ରାଜ୍ୟ ସରକାର ନିଷ୍ପତ୍ତି ଗ୍ରହଣ କରିଛନ୍ତି ା ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ଏବଂ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ମିଳିତ ଭାବେ ସୋମବାର ଏକ ନିର୍ଦ୍ଦେଶାବଳୀ ଜାରି କରାଯାଇଛି। ସମସ୍ତ ଜିଲାପାଳ, ଜିଲାଗ୍ରାମ୍ୟ ଉନ୍ନୟନ ସଂସ୍ଥାଗୁଡିକର ପ୍ରକଳ୍ପ ନିର୍ଦ୍ଦେଶକ, ମ୍ୟୁନିସିପାଲ କର୍ପୋରେଶନ କମିଶନର, ସମସ୍ତ ମ୍ୟୁନିସିପାଲିଟି ଏବଂ ବିଜ୍ଞାପିତ ଅଞ୍ଚଳ ପରିଷଦ ନିର୍ବାହୀ ଅଧିକାରୀ ଏବଂ ସମସ୍ତ ବ୍ଲକର ବିଡିଓଙ୍କୁ ସୋମବାର ଏ ନେଇ ଜଣାଇ ଦିଆଯାଇଛି ା ପରିବେଶ ସୁରକ୍ଷା ଏବଂ ବୈଧାନିକ ବିଧି ବ୍ୟବସ୍ଥାର ଆବଶ୍ୟକତାକୁ ପୂରଣ କରିବା ଦିଗରେ ଏପରି ଉଦ୍ୟମର ଗୁରୁତ୍ୱ ସମ୍ପର୍କରେ ଜିଲାପାଳମାନଙ୍କୁ ଅବଗତ କରାଯାଇଛି।
ବାଲେଶ୍ୱର ମ୍ୟୁନିସିପାଲିଟି ନିକଟସ୍ଥ ୯୦ ପଞ୍ଚାୟତରେ ଏହାର ପାଇଲଟ୍ ପ୍ରକଳ୍ପ କରାଯାଇଥିଲା। ଏହି ଉଦ୍ୟମ ଉପଯୋଗୀ ହେବା ପରେ ସମଗ୍ର ରାଜ୍ୟରେ ଏହାକୁ କାର୍ଯ୍ୟକାରୀ କରିବାକୁ ନିଷ୍ପତ୍ତି ହୋଇଛି। ସେହିପରି ସହରଗୁଡିକଠାରୁ ୨୦ କି.ମି. ଭିତରେ ଅବସ୍ଥିତ ରାଜ୍ୟର ସମସ୍ତ ପଞ୍ଚାୟତର ମଳ ପରିଚାଳନା ନିମନ୍ତେ ସହର ସହିତ ସଂଲଗ୍ନ କରିବାକୁ ମଧ୍ୟ ଜିଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ା
୪୫ ପୌରସଂସ୍ଥାରେ ମଳ ବିଶୋଧନାଗାର କାର୍ଯ୍ୟକ୍ଷମ ହୋଇଥିବାବେଳେ ଅନ୍ୟାନ୍ୟ ପୌରସଂସ୍ଥାଗୁଡିକରେ ଏହାର ନିର୍ମାଣ ଜାରି ରହିଛି। ସେହିପରି ପ୍ଲାଷ୍ଟିକ ବର୍ଜ୍ୟବସ୍ତୁ ପରିଚାଳନା ନିମନ୍ତେ ୧୧୪ ପୌରସଂସ୍ଥାରେ ମ୍ୟାଟେରିଆଲ ରିକଭରି ବ୍ୟବସ୍ଥା କରାଯାଇଛି ା ପ୍ଲାଷ୍ଟିକ ବର୍ଜ୍ୟବସ୍ତୁ ପରିଚାଳନା ନିମନ୍ତେ ପଞ୍ଚାୟତଗୁଡ଼ିକରୁ ୧୦୦% ଶୁଖିଲା ବର୍ଜ୍ୟବସ୍ତୁ କିପରି ନିର୍ଦ୍ଧାରିତ ପୌରସଂସ୍ଥା ଅଧୀନରେ ଥିବା ମ୍ୟାଟେରିଆଲ ରିକଭରି ଫାସିଲିଟିକୁ ଆସିପାରିବ ତାହା ପଞ୍ଚାୟତ ଉପରେ ନ୍ୟସ୍ତ କରାଯାଇଛି ା କେତେ ପରିମାଣର ଏବଂ କେତେଥର ଶୁଖିଲା ବର୍ଜ୍ୟବସ୍ତୁ ପଞ୍ଚାୟତଗୁଡିକରୁ ପୌରସଂସ୍ଥା ଅଧୀନରେ ଥିବା ମ୍ୟାଟେରିଆଲ ରିକଭରି ଫାସିଲିଟି ଆସିବ ତାହା ଗ୍ରାମପଞ୍ଚାୟତ ସ୍ଥିର କରିବ ା
୧୭ ଜିଲାରେ ଆରମ୍ଭ ହେବ ଡିଏଲ୍ ଟେଷ୍ଟ୍
ଭୁବନେଶ୍ୱର,୧୮ା୬(ବ୍ୟୁରୋ): କରୋନା ସଂକ୍ରମଣ ହାର କମିଥିବାରୁ ରାଜ୍ୟ ସରକାର ୧୭ ଜିଲାରେ ଲକ୍ଡାଉନ୍ କଟକଣା କୋହଳ କରିଛନ୍ତି। ତେଣୁ ଏହିସବୁ ଜିଲାରେ ଥିବା ଆର୍ଟିଓ ପକ୍ଷରୁ...
ବିଳମ୍ବ ହୋଇପାରେ ପଞ୍ଚାୟତ ନିର୍ବାଚନ
ଭୁବନେଶ୍ୱର,୨୩ା୬(ବ୍ୟୁରୋ): ୨୦୨୨ ମାର୍ଚ୍ଚ ୧୦ରେ ପଞ୍ଚାୟତ ପ୍ରତିନିଧିଙ୍କ କାର୍ଯ୍ୟକାଳ ଶେଷ ହେବାକୁ ଯାଉଛି। ମାତ୍ର ଏ ପର୍ଯ୍ୟନ୍ତ ରାଜ୍ୟ ସରକାର ଓ୍ବାର୍ଡ ପୁନର୍ଗଠନ ଓ ସ୍ଥାନ...
ମହାନଦୀକୁ ଡେଇଁପଡ଼ିଲେ ଦମ୍ପତି
କଟକ ଅଫିସ,୫।୬: କଟକ ଯୋବ୍ରା ଆନିକଟ୍ ବ୍ରିଜରୁ ମହାନଦୀକୁ ଡେଇଁ ଶୁକ୍ରବାର ଜଣେ ମହିଳା ଆତ୍ମହତ୍ୟା ଉଦ୍ୟମ କରିଥିଲେ। ତାଙ୍କୁ ବଞ୍ଚାଇବାକୁ ଯାଇ ସ୍ବାମୀ ମଧ୍ୟ...
ଆଜିଠୁ ୩ ଜିଲାରେ ଗାଡ଼ି ବିକ୍ରି, ପଞ୍ଜୀକରଣ
ଭୁବନେଶ୍ୱର,୧ା୬(ବ୍ୟୁରୋ): ରାଜ୍ୟର ୩ ଜିଲା ସୁନ୍ଦରଗଡ଼, ନୂଆପଡ଼ା ଓ ଗଜପତିରେ ମଙ୍ଗଳବାରଠାରୁ ନୂଆ ଗାଡ଼ି ପଞ୍ଜୀକରଣ ଆରମ୍ଭ ହେବ। ଏସବୁ ଜିଲାରେ କରୋନା ସଂକ୍ରମଣ ନିୟନ୍ତ୍ରଣକୁ...
ଭିଡ଼ିଓ ଭାଇରାଲ ହେବାପରେ ଧରାପଡିଲେ ଇତିହାସ ଅଧ୍ୟାପକ
ବାଲେଶ୍ୱର ଅଫିସ,୨୬।୬: ବାଲେଶ୍ୱର ସହର ଆଇଟିଆଇସ୍ଥିତ ଆର୍ଟ କଲେଜର ଜଣେ ଯୁକ୍ତ ୨ ଛାତ୍ରୀଙ୍କୁ ଅଧ୍ୟାପକ ଅସଦାଚରଣ କରିଥିବା ନେଇ ସୋସିଆଲ ମିଡ଼ିଆରେ ଭିଡ଼ିଓ ଭାଇରାଲ...
ନବରଙ୍ଗପୁର, କୋରାପୁଟରେ ୩ ଅକ୍ସିଜେନ ପ୍ଲାଣ୍ଟ୍
ଭୁବନେଶ୍ୱର(ବ୍ୟୁରୋ)/ନବରଙ୍ଗପୁର/ ଜୟପୁର, ୧ା୬ (ବି.ପ୍ର./ନି.ପ୍ର.): ରାଜ୍ୟର କୋଭିଡ୍ ମୁକାବିଲା କ୍ଷେତ୍ରରେ ନବରଙ୍ଗପୁର ଓ କୋରାପୁଟ ଜିଲା ପ୍ରମୁଖ ଭୂମିକା ନେବ। ଏଥିପାଇଁ ରାଜ୍ୟ ସରକାର ଗୁରୁତ୍ୱ...
ଭୁଶୁଡ଼ିଲା ନିର୍ମାଣାଧୀନ ବ୍ରିଜ୍
ଯାଜପୁର ଅଫିସ, ୧ା୬: ଯାଜପୁର ଜିଲା ପାଣିକୋଇଲି ଥାନା ଅଧୀନ ବ୍ରଜନଗର ପାଖରେ ୧୬ ନମ୍ବର ଜାତୀୟ ରାଜପଥରେ ନିର୍ମାଣାଧୀନ ବ୍ରିଜ୍ ସୋମବାର ଅପରାହ୍ନ ପ୍ରାୟ...
୧୬ରୁ ଖୋଲିବ ଐତିହ୍ୟସ୍ଥଳୀ
ଭୁବନେଶ୍ୱର,୧୪ା୬(ବ୍ୟୁରୋ): ଆସନ୍ତା ୧୬ ତାରିଖରୁ ରାଜ୍ୟର ଐତିହ୍ୟସ୍ଥଳୀ ଖୋଲିବ। ପ୍ରତ୍ନତତ୍ତ୍ୱ ବିଭାଗ ଦ୍ୱାରା ସଂରକ୍ଷିତ ଐତିହ୍ୟସ୍ଥଳୀ ଖୋଲିବ। ଏନେଇ ଏଏସ୍ଆଇ ପକ୍ଷରୁ ବିଜ୍ଞାପ୍ତି ପ୍ରକାଶ ପାଇଛି।...


