ଭୁବନେଶ୍ୱର,୨।୬(ବ୍ୟୁରୋ):ରାଜ୍ୟରେ ଅନ୍ଲାଇନ କାରବାର ବୃଦ୍ଧି ପାଇଛି। ଏହାର ସୁଯୋଗ ନେଇ ସାଇବର ଠକମାନେ ଗତ ମେ ମାସରେ ରାଜ୍ୟରେ ୧କୋଟି ୪୦ ଲକ୍ଷ ଟଙ୍କା ଠକି ନେଇଛନ୍ତି। ଏଥିମଧ୍ୟରୁ ୧୨ ଲକ୍ଷ ଟଙ୍କା ଫେରସ୍ତ ଆଣିବାରେ ପୋଲିସ ସଫଳ ହୋଇଛି। ମଙ୍ଗଳବାର କମିଶନରେଟ୍ ପୋଲିସର ସାଇବର ସେଲ୍ ପକ୍ଷରୁ ଏ ସଂକ୍ରାନ୍ତ ରିପୋର୍ଟ ପ୍ରକାଶ ପାଇଛି। ଏଥିରେ ଉଲ୍ଲେଖ ହୋଇଛି ଯେ, ଲକଡାଉନ୍ ଓ ଶଟଡାଉନ୍ ଭିତରେ ମେ ମାସରେ ରାଜ୍ୟରୁ ୧ କୋଟି ୪୦ଲକ୍ଷ ୯ହଜାର ୪୬୯ ଟଙ୍କା ସାଇବର ଠକ ଠକିନେଇଛନ୍ତି। କେବଳ ଭୁବନେଶ୍ୱରରୁ ୭୦ଲକ୍ଷ ୭୮ ହଜାର ୭୧୪ ଟଙ୍କା ଠକି ନିଆଯାଇଛି। ତେବେ ଅଭିଯୋଗ କ୍ରମେ ୧୨ ଲକ୍ଷ ୫ହଜାର ୩୦୬ ଟଙ୍କା ଫେରାଇ ଆଣିବାରେ ପୋଲିସ ସଫଳ ହୋଇଛି। ମେ’ ମାସରେ ୧୭ ଟି ମାମଲା ବିଭିନ୍ନ ଥାନାରେ ରୁଜୁ ହୋଇଛି। ସାଇବର ଡେସ୍କକୁ ୫୨୯ଟି କଲ୍ ଆସିଥିଲା। ଏଥିରୁ ଭୁବନେଶ୍ୱରରୁ ୨୫୬ କଲ୍ ରହିଛି । ୧୬୦ଟି ୟୁପିଆଇରେ ଠକେଇ ମଧ୍ୟରୁ ଭୁବନେଶ୍ୱରରୁ ୬୩ଟି , କ୍ରେଡିଟ୍ ଓ ଡେବିଟ୍ କାର୍ଡ ମାଧ୍ୟମରେ ୧୦୦ଟି ଠକେଇରୁ ରାଜଧାନୀରୁ ୪୮ଟି ରହିଛି। କଲ୍ ମାଧ୍ୟମରେ ୨୬୯ ଠକେଇ ମଧ୍ୟରୁ ୮୫ଟି ଭୁବନେଶ୍ୱରର ବୋଲି ଜଣାପଡ଼ିଛି। ଅଭିଯୋଗ କ୍ରମେ ୫୬ଟି ନମ୍ବରକୁ ବ୍ଲକ କରାଯାଇଛି। ବାରମ୍ବାର ଜନସଚେତନତା ସତ୍ତ୍ୱେ ଇ-ପେମେଣ୍ଟ ବ୍ୟବସ୍ଥା ଯୋଗୁ ଠକେଇ ଅଧିକ ହେଉଛି। ଏ ନେଇ ଅଭିଯୋଗ ପାଇଁ ସାଇବର ସେଲ୍ ପକ୍ଷରୁ ହେଲ୍ପ ଡେସ୍କ ନମ୍ବର ୭୪୪୦୦୦୬୭୦୯ ଜାରି କରାଯାଇଛି।
ଏକାକି ବୁଲି ବାହାରିଥିଲେ ଡଙ୍ଗାରେ, ଘଟିଲା ଏମିତି
ଚିତ୍ରକୋଣ୍ଡା,୨୦ା୬: ବାଲିମେଳା ଜଳଭଣ୍ଡାରରେ ଏକ ଦେଶୀ ଡଙ୍ଗା ବୁଡ଼ିଯାଇ ଜଣେ ଯୁବକ ନିଖୋଜ ହୋଇଯାଇଛନ୍ତି। ସେ ଚିତ୍ରକୋଣ୍ଡା ଟି.କଲୋନୀ ନିବାସୀ ଦିଲୀପ କୁମାର ମିଶ୍ରଙ୍କ ପୁଅ...
ସଂକ୍ରମଣ କମ୍ ଦେଖାଇବାକୁ ଷଡ଼ଯନ୍ତ୍ର
ବଇଣ୍ଡା,୧ା୬ କରୋନାକୁ କାବୁ କରିବାକୁ ହେଲେ ଅଧିକରୁ ଅଧିକ ଟେଷ୍ଟିଂ ଓ କଣ୍ଟାକ୍ଟ ଟ୍ରେସିଂ ନିମନ୍ତେ ବିଶେଷଜ୍ଞମାନେ ପରାମର୍ଶ ଦେଉଛନ୍ତି। ସରକାରଙ୍କ କୋଭିଡ୍ ଗାଇଡ୍ଲାଇନ୍ରେ ମଧ୍ୟ...
ରାଜ୍ୟରେ ଆଜି ୬,୦୧୯ ସଂକ୍ରମିତ ଚିହ୍ନଟ: ଖୋର୍ଦ୍ଧାରୁ ସର୍ବାଧିକ
ଭୁବନେଶ୍ୱର,୯।୬(ବ୍ୟୁରୋ): ରାଜ୍ୟରେ କରୋନା ମହାମାରୀ ପ୍ରତିଦିନ ରେକର୍ଡ ଭାଙ୍ଗୁ ଥିବାବେଳେ କିଛିଦିନ ହେବ ସଂକ୍ରମଣ ମାତ୍ରା କିଛିଟା କମିଛି। ବୁଧବାର ରାଜ୍ୟରେ ୬,୦୧୯ କରୋନା ଆକ୍ରାନ୍ତ...
ରାଜ୍ୟରେ ୭ହଜାରରୁ ଊର୍ଦ୍ଧ୍ୱ ଆକ୍ରାନ୍ତ ଚିହ୍ନଟ: ଖୋର୍ଦ୍ଧାରୁ ସର୍ବାଧିକ
ଭୁବନେଶ୍ୱର,୫।୬(ବ୍ୟୁରୋ): ଗତ କିଛି ଦିନ ହେଲା ରାଜ୍ୟରେ କରୋନା ମିଟର ତଳମୁହାଁ ହୋଇଛି। ଗତ ୨ଦିନ ହେଲା ରାଜ୍ୟରେ ୭ହଜାରରୁ ଊର୍ଦ୍ଧ୍ୱ ରହିଛି ଆକ୍ରାନ୍ତଙ୍କ ସଂଖ୍ୟା।...
୨ ନାବାଳିକାଙ୍କୁ ବଳାତ୍କାର
ଉମରକୋଟ, ୫।୬: ନବରଙ୍ଗପୁର ଜିଲା ଉମରକୋଟ ଥାନା ଅଞ୍ଚଳରେ ୨ଜଣ ନାବାଳିକାଙ୍କୁ ବଳାତ୍କାର କରାଯାଇଥିବା ଅଭିଯୋଗ ହୋଇଛି। ପୋଲିସ ଘଟଣାରେ ସମ୍ପୃକ୍ତ ୨ ଜଣ ନାବାଳକଙ୍କୁ...
ଥମୁନି ମୃତ୍ୟୁ ସଂଖ୍ୟା: ଦିନକରେ କରୋନା ନେଲା ୪୩ ଜୀବନ
ଭୁବନେଶ୍ୱର,୯।୬(ବ୍ୟୁରୋ): ରାଜ୍ୟରେ ବୁଧବାର କରୋନାରେ ୪୩ ଜଣ ଆଖି ବୁଜିଛନ୍ତି। ଏହା ସହିତ ରାଜ୍ୟରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୩୦୧୨୩ରେ ପହଞ୍ଚିଯାଇଛି। ସ୍ବାସ୍ଥ୍ୟ ଓ ପରିବାର...
ଆଇପିଏସ୍ ସ୍ତରରେ ବଡ଼ ଧରଣର ଅଦଳବଦଳ
ଭୁବନେଶ୍ୱର,୨୪।୬: ରାଜ୍ୟ ସରକାର ଆଇପିଏସ୍ ସ୍ତରରେ ଗୁରୁବାର ଅଦଳବଦଳ କରିଛନ୍ତି। ଗୃହ ବିଭାଗ ପକ୍ଷରୁ ଏନେଇ ବିଜ୍ଞପ୍ତି ଜାରି କରାଯାଇଛି। ବରିଷ୍ଠ ଆଇପିଏଏସ୍ ଅଧିକାରୀ ସୁଧାଂଶୁ...
ଗେମ୍ ଖେଳିବାକୁ ମନା କରିବାରୁ ଏଭଳି ନିଷ୍ପତ୍ତି ନେଲେ ସ୍କୁଲ ଛାତ୍ର
ବାହାନଗା,୧୯ା୬: ମୋବାଇଲରେ ଗେମ୍ ଖେଳିବାକୁ ପରିବାର ଲୋକେ ବିରୋଧ କରିବାରୁ ଜଣେ ନାବାଳକ ଛାତ୍ର ଆତ୍ମହତ୍ୟା କରିବା ଘଟଣା ବାଲେଶ୍ୱର ଜିଲା ବାହାନଗା ବ୍ଲକ କୁରୁଡା...


