E-Paper
  • logo
  • Saturday 28th March 2026 | Today's Paper | Archives
  • Dharitri Logo
  • Thursday, March 28, 2019 | Archives
  • .
  • ରାଜ୍ୟ
  • ଜାତୀୟ
  • ମେଟ୍ରୋ
  • ଅନ୍ତର୍ଜାତୀୟ
  • ଖେଳ
  • ଫୁରସତ
  • ବାଣିଜ୍ୟ
  • ସମ୍ପାଦକୀୟ
  • ଜୀବନଚର୍ଯ୍ୟା
  • ଅପରାଧ
  • ମନୋରଞ୍ଜନ
  • ଆମ ଜିଲା ଖବର
    • ମୟୂରଭଞ୍ଜ
    • ବାଲେଶ୍ୱର
    • ଭଦ୍ରକ
    • କେନ୍ଦୁଝର
    • ଢେଙ୍କାନାଳ
    • ଅନୁଗୋଳ
    • ଯାଜପୁର
    • କେନ୍ଦ୍ରାପଡ଼ା
    • ଜଗତ୍‌ସିଂହପୁର
    • କଟକ
    • ପୁରୀ
    • ଖୋର୍ଦ୍ଧା
    • ନୟାଗଡ଼
    • ଗଞ୍ଜାମ
    • ଗଜପତି
    • କନ୍ଧମାଳ
    • କୋରାପୁଟ
    • ମାଲକାନଗିରି
    • ରାୟଗଡା
    • ନବରଙ୍ଗପୁର
    • କଳାହାଣ୍ଡି
    • ନୂଆପଡ଼ା
    • ବୌଦ୍ଧ
    • ସୁବର୍ଣ୍ଣପୁର
    • ବଲାଙ୍ଗୀର
    • ସମ୍ବଲପୁର
    • ବରଗଡ଼
    • ଝାରସୁଗୁଡ଼ା
    • ଦେବଗଡ଼
    • ସୁନ୍ଦରଗଡ଼
  • ଅନ୍ୟାନ୍ୟ
    • କରୋନା ଭାଇରସ୍‌
    • ଶ୍ରେଷ୍ଠ ପାଞ୍ଚ
    • ଆଜିର ଫଟୋ
  • ଖେଳନ୍ତୁ ଗେମ୍ସ
Posted inଅନୁଗୋଳ, ଆମ ଜିଲା ଖବର

ବର୍ଷକଠାରୁ ବଳିଗଲା ମାସକ ମୃତ୍ୟୁ
9:00 amJune 2, 2021

ଅନୁଗୋଳ ଅଫିସ, ୨ା୬ – କୋଭିଡ୍‌-୧୯ର ଦ୍ୱିତୀୟ ଲହର କେତେ ଭୟଙ୍କର ତାହାର ଚିତ୍ର ମିଳିଛି ଅନୁଗୋଳ ଜିଲାରୁ। ବର୍ଷକ ମଧ୍ୟରେ ଜିଲାରେ ଯେତିକି ସଂଖ୍ୟକ ଲୋକ କରୋନାରେ ପ୍ରାଣ ହରାଇ ନ ଥିଲେ, ଗତ ମେ’ ମାସରେ ତାହାଠାରୁ ଅଧିକ ଲୋକଙ୍କ ଜୀବନ ଯାଇଛି ଏହି ମହାମାରୀରେ। କେବଳ ମୃତ୍ୟୁ ନୁହେଁ, ମାସକରେ ସଂକ୍ରମିତଙ୍କ ସଂଖ୍ୟା ମଧ୍ୟ ବର୍ଷକଠାରୁ ବଳି ଯାଇଛି। ତେବେ ସରକାରୀ ଭାବେ ଦର୍ଶାଯାଉଥିବା ସଂଖ୍ୟାଠାରୁ ଜିଲାରେ କରୋନାରେ ମୃତ୍ୟୁ ସଂଖ୍ୟା ବହୁ ଅଧିକ ହୋଇଥିବା ଆଲୋଚନା ହେଉଛି।
ଗତବର୍ଷ ସାମାନ୍ୟ ବିଳମ୍ବରେ ଅର୍ଥାତ୍‌ ୨୦୨୦ ମେ’ ୧୦ ତାରିଖରେ ଅନୁଗୋଳ ଜିଲାକୁ ଛୁଇଁଥିଲା କରୋନା। ପ୍ରଥମ କରି ଜିଲାରେ ୧୫ ଜଣ ସଂକ୍ରମିତ ଚିହ୍ନଟ ହୋଇଥିଲେ। ତେବେ ୨୦୨୧ ଏପ୍ରିଲ ୩୦ ମଧ୍ୟରେ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇ ୧୫ ହଜାର ୬୯୨ ହୋଇଥିଲା। ଏହି ସମୟ ମଧ୍ୟରେ ଜିଲାରେ କରୋନାରେ ୪୩ ଜଣଙ୍କ ମୃତ୍ୟୁ ଘଟିଥିଲା। ତେବେ ଦ୍ୱିତୀୟ ଲହର ଆରମ୍ଭରୁ ଅନୁଗୋଳ ଜିଲାରେ ସଂକ୍ରମଣ ଅତି ଦ୍ରୁତଗତିରେ ବଢ଼ିଚାଲିଥିଲା। ଏପରି କି କେବଳ ମେ’ ମାସରେ ଜିଲାରୁ ୧୮ ହଜାର ୪୯୫ଜଣ ନୂଆ ସଂକ୍ରମିତ ଚିହ୍ନଟ ହେବା ସହ ମୋଟ୍‌ ପଜିଟିଭ୍‌ ସଂଖ୍ୟା ୩୪ ହଜାର ୧୫୧ରେ ପହଞ୍ଚି ଯାଇଥିଲା। ସେହିପରି ମାସକରେ କୋଭିଡ୍‌ କାରଣରୁ ଜିଲାରେ ୬୬ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ମୋଟ୍‌ ମୃତକଙ୍କ ସଂଖ୍ୟା ୧୦୯ରେ ପହଞ୍ଚିଥିବା ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି। କିନ୍ତୁ ବେସରକାରୀ ଭାବେ ଏହି ସଂଖ୍ୟା ଢେର ଅଧିକ ହେବ ବୋଲି କୁହାଯାଉଛି। କାରଣ କୋଭିଡ୍‌ ସଂକ୍ରମିତଙ୍କ ମୃତଦେହ ଦାହ କରାଯାଉଥିବା କରଡ଼ାଗାଡ଼ିଆ ଶ୍ମଶାନରେ ମେ’ ମାସରେ ୧୫୦ରୁ ଊର୍ଦ୍ଧ୍ୱ ଲୋକଙ୍କ ଶେଷକୃତ୍ୟ ହୋଇଥିବା ଜଣାପଡ଼ିଛି। ଏହାଛଡ଼ା ଗତ ସପ୍ତାହେ ହେଲା ରାଜ୍ୟର ଅଧିକ କୋଭିଡ୍‌ ମୃତ୍ୟୁ ଅନୁଗୋଳ ଜିଲାରେ ହିଁ ହେଉଛି। ଅନ୍ୟପକ୍ଷରେ କୋଭିଡ୍‌ କଟକଣା ଉଲ୍ଲଂଘନ ଅଭିଯୋଗରେ ପ୍ରଶାସନ ଓ ପୋଲିସ ପକ୍ଷରୁ ଆଦାୟ କରାଯାଉଥିବା ଜରିମାନା ଇତିମଧ୍ୟରେ କୋଟିଏ ଟଙ୍କା ଅତିକ୍ରମ କରିଛି। ଅମାନିଆ ବ୍ୟକ୍ତି, ବ୍ୟବସାୟୀଙ୍କଠାରୁ ମୋଟ୍‌ ୧ କୋଟି ୧ ଲକ୍ଷ ୯ ହଜାର ୭୫୦ ଟଙ୍କା ଜରିମାନା ବାବଦକୁ ଆଦାୟ କରାଯାଇଥିବା ସୂଚନା ମିଳିଛି। ତେବେ ଜିଲାରେ କୋଭିଡ୍‌ ଟେଷ୍ଟ ଅଧିକ କରାଯାଉଥିବାରୁ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ଏବଂ ମୃତକଙ୍କ ସମ୍ପର୍କରେ ଠିକ୍‌ ସୂଚନା ଦିଆଯାଉଥିବା ପ୍ରଶାସନ ପକ୍ଷରୁ ସଫେଇ ଦିଆଯାଇଛି।

ଲୋକଙ୍କୁ ତୁରନ୍ତ ଚିକିତ୍ସା ପ୍ରଶାସନର ଲକ୍ଷ୍ୟ
ଜିଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ପୂର୍ବବର୍ଷ ଅପେକ୍ଷା ବଢ଼ିଛି। ଦ୍ୱିତୀୟ ଲହରକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ଆଗୁଆ ପ୍ରସ୍ତୁତି ସହ ଅଧିକ ଟେଷ୍ଟ କରାଯାଉଥିବାରୁ ସଂକ୍ରମଣ ଶୀଘ୍ର ଧରାପଡ଼ିଯାଉଛି। ବିପତ୍ତି ସମୟରେ ଧନ ଜୀବନ କ୍ଷୟକ୍ଷତି ହେଉଥିବାରୁ ଚିକିତ୍ସା ଦ୍ୱାରା କିପରି ଅଧିକରୁ ଅଧିକ ଲୋକଙ୍କୁ ସୁସ୍ଥ କରାଯିବ, ତାହା ଉପରେ ପ୍ରଶାସନ ଗୁରୁତ୍ୱ ଦେଉଛି।
-ସିଦ୍ଧାର୍ଥ ଶଙ୍କର ସ୍ବାଇଁ, ଜିଲାପାଳ, ଅନୁଗୋଳ
ସଙ୍କଟ ଟଳି ନ ଥିବାରୁ ସଚେତନ ରୁହ
କରୋନା ବିପତ୍ତି ଏଯାଏ ଟଳିନାହିଁ। ତେଣୁ ଜିଲାବାସୀ ସତର୍କ, ସଚେତନ ଓ ସୁସ୍ଥ ରହୁନ୍ତୁ। ବହୁ ଲୋକ ଅଯଥାରେ ବାହାରେ ବୁଲାବୁଲି କରୁଥିବାରୁ ପୋଲିସ ଜରିମାନା ଆଦାୟ କରୁଛି। ସମସ୍ତେ ସଚେତନ ରହିଲେ ଜିଲାରେ ସ୍ଥିତି ସୁଧୁରିବା ସହ ଜରିମାନା ଦେବାକୁ ପଡ଼ିବ ନାହିଁ। ନିହାତି ଆବଶ୍ୟକ ହେଲେ ବାହାରକୁ ଆସନ୍ତୁ, ନଚେତ୍‌ ଘରେ ରହିବା ସହ ଅନ୍ୟମାନଙ୍କୁ ସଚେତନ କରନ୍ତୁ।
-ଜଗମୋହନ ମୀନା, ଏସ୍‌ପି, ଅନୁଗୋଳ
ନିଜ ସୁରକ୍ଷା ନିଜ ହାତରେ
ଦେଢ଼ବର୍ଷ ହେଲା ଅଦୃଶ୍ୟ କରୋନା ଭୂତାଣୁ ଜନଜୀବନକୁ ଅସ୍ତବ୍ୟସ୍ତ କରିଦେଇଛି। ଲୋକମାନେ କୋଭିଡ୍‌ ନିୟମ ମାନୁ ନ ଥିବାରୁ ସମସ୍ୟା ନିୟନ୍ତ୍ରଣ ବାହାରକୁ ଚାଲିଯାଉଛି। ବଜାରରେ ସାମାଜିକ ଦୂରତ୍ୱ ରକ୍ଷା କରାଯାଉ ନାହିଁ। ବିନା ମାସ୍କରେ ବହୁ ଲୋକ ଚଳପ୍ରଚଳ କରୁଛନ୍ତି। ନିଜ ସୁରକ୍ଷା ନିଜ ହାତରେ ଥିବା ଲୋକେ ଯେପରି ଭୁଲିଯାଇଛନ୍ତି। ସଚେତନ ହେଲେ ସମସ୍ୟା ଦୂର ହେବ।
-ସାଗର ମିଶ୍ର, ଅନୁଗୋଳ
କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବା ଆବଶ୍ୟକ
କରୋନାର ପ୍ରଥମ ଲହରରେ ଲୋକେ ଭୟଭୀତ ଥିଲେ। କିନ୍ତୁ ଦ୍ୱିତୀୟ ଲହରକୁ ଅନେକେ ଖାତିର କରୁନାହାନ୍ତି। ସେଥିପାଇଁ ଗୋଷ୍ଠୀ ସଂକ୍ରମଣ ବୃଦ୍ଧି ପାଉଛି। ପ୍ରଶାସନ ଓ ପୋଲିସ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ ନ ଥିବାରୁ ଲୋକମାନେ ଅମାନିଆ ହେଉଛନ୍ତି। ଜିଲାର ଅନେକ ଗାଁରେ ଭୂତାଣୁ ପ୍ରବେଶ କରିସାରିଥିବାରୁ ଆଗକୁ ବିପଜ୍ଜନକ ପରିସ୍ଥିତି ସୃଷ୍ଟି ହେବା ଆଶଙ୍କା ରହିଛି।
-ଶିଶିର କୁମାର ପ୍ରଧାନ, ଅବସରପ୍ରାପ୍ତ ସେନା ଅଧିକାରୀ


[mc4wp_form id="252536"] All Right Reserved By Dharitri.Com

Posted inଅନୁଗୋଳ, ଆମ ଜିଲା ଖବର View All

ନକଲି ଡାକ୍ତରଙ୍କ ଚିକିତ୍ସାରେ ୨ ମୃତ୍ୟୁ ଅଭିଯୋଗ

ମହାକାଳପଡ଼ା,୪।୬(ଡି.ଏନ୍‌.ଏ.): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅଧୀନ ଉପକୂଳ ଅଞ୍ଚଳରେ ନକଲି ଡାକ୍ତରଙ୍କ ପ୍ରାଦୁର୍ଭାବ ବଢ଼ି ଚାଲିଛି। ସୁନୀତି ପଞ୍ଚାୟତ ଓ କେବୀ ଦାଣ୍ଡୁଆ ପଞ୍ଚାୟତ...

ଗୋପନୀୟତା କ୍ଷୁଣ୍ଣ ଦର୍ଶାଇ ଆବେଦନ ରଦ୍ଦ କଲେ ହାଇକୋର୍ଟ

କଟକ ଅଫିସ, ୧୫।୬: କରୋନାରେ ସଂକ୍ରମିତ ରୋଗୀଙ୍କ ସମ୍ପର୍କରେ ଅଧିକ ତଥ୍ୟ ଜାଣିବା ପାଇଁ କୋଭିଡ୍‌ ହସ୍ପିଟାଲରେ ସିସିଟିଭି କ୍ୟାମେରା ସହ ହସ୍ପିଟାଲ ପରିସରରେ ଡିସ୍‌ପ୍ଲେ...

ଭଙ୍ଗାଗଲା ମନ୍ଦିର, ପାଚେରି

କଟକ ଅଫିସ,୫।୬: କଟକ ଖାନ୍‌ନଗରଠାରେ ପ୍ରସ୍ତାବିତ ନେତାଜୀ ବସ୍‌ ଟର୍ମିନାଲ ପାଇଁ ଉଚ୍ଛେଦ କାର୍ଯ୍ୟ ଆରମ୍ଭ ହୋଇଛି। ଶୁକ୍ରବାର ଛତ୍ରଗଡା ରାସ୍ତା ପାର୍ଶ୍ୱରେ ଥିବା ମନ୍ଦିର...

୮ ବାତ୍ୟା ଆଶ୍ରୟସ୍ଥଳୀ ନିର୍ମାଣରେ ବିଳମ୍ବ

ଯାଜପୁର ଅଫିସ,୧୮।୬: ସରକାରୀ ରିପୋର୍ଟ ଅନୁଯାୟୀ ୧୯୯୯ ଅକ୍ଟୋବର ୨୯ ମହାବାତ୍ୟାରେ ୧୦ ହଜାରରୁ ଊର୍ଦ୍ଧ୍ୱ ଲୋକଙ୍କ ମୃତ୍ୟୁ ଘଟିଥିଲା। ଏହାପରେ ରାଜ୍ୟ ସରକାର ବାତ୍ୟା...

ଆଇନକୁ ହାତକୁ ନେଲେ ମାଜିଷ୍ଟ୍ରେଟ: ବୃଦ୍ଧ ବ୍ୟବସାୟୀଙ୍କୁ ମାଡ଼ ମାରିଲେ

ଝାରସୁଗୁଡ଼ା ଅଫିସ୍‌,୩।୬: ରାଜ୍ୟରେ କରୋନା ସଂକ୍ରମଣକୁ ରୋକିବା ପାଇଁ ଅନ୍ୟ ଜିଲା ଭଳି ଝାରସୁଗୁଡ଼ାରେ ମଧ୍ୟ ଲକ୍‌ଡାଉନ୍‌ ଓ ଶଟ୍‌ଡାଉନ୍‌ ଜାରି ରହିଛି। ଏହାକୁ ତଦାରଖ...

୫୫ ଏକର ଚିଙ୍ଗୁଡ଼ି ଘେରି ଉଚ୍ଛେଦ

ବାଲୁଗାଁ,୬।୬(ଡି.ଏନ୍‌.ଏ.): ଖୋର୍ଦ୍ଧା ଜିଲା ଅଧୀନ ହାଟବରଡ଼ି ମୌଜାର ନିମୁନା ଠାରୁ ହାଟବରଡ଼ି ମଧ୍ୟରେ ଚିଲିକାରେ ବେଆଇନ ଭାବେ ଗଢ଼ି ଉଠିଥିବା ୫୫ ଏକର ପରିବ୍ୟାପ୍ତ ୧୦ଟି...

ବାପା-ପୁଅଙ୍କୁ ଛୁରାମାଡ଼, ନାବାଳକଙ୍କ ସମେତ ୩ ଅଟକ

ପୁରୁଷୋତ୍ତମପୁର,୧୧ା୬(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ଶିକୁଳା ଗ୍ରାମରେ ପାରିବାରିକ ସମ୍ପତ୍ତିକୁ ନେଇ ଭାଇ ଭାଇଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇ ଛୁରାମାଡ଼ ହୋଇଥିଲା। ଏଥରେ...

ନୂଆ ରୂପ ନେବ କୋଇଲା ନଗରୀ

ଅନୁଗୋଳ ଅଫିସ, ୯ା୬ ଅମିତ କୁମାର ସାମଲ  – କଳାହୀରାର ସହର ତାଳଚେରର ହେବ ନବକଳେବର। ନୂଆରୂପ ପାଇବ କୋଇଲା ନଗରୀ। ଆଖି ଝଲସାଇଦେଲା ଭଳି...

Archives

Model This Week

Pilanka Dharitri
Metro Mijaj
Why Dharitri

ଛତ୍ରପୁର,୨୮।୬(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଛତ୍ରପୁର ଉପକଣ୍ଠ ଗଞ୍ଜାମ ଥାନା ଅଧୀନ କରପଡା ଗ୍ରାମର ବୃନ୍ଦାବନ ଚର୍ତିଙ୍କ ଘରୁ ବିଳମ୍ବିତ...

 
[mc4wp_form id="252536"]

Post navigation

Previous Post Previous post:
ୟୁକେ ଟୁର୍‌ ପାଇଁ ଖେଳାଳିଙ୍କ ପରିବାରକୁ ଅନୁମତି
Next Post Next post:
କରୋନା କୁଟିର

 

Logo
  • ରାଜ୍ୟ
  • ଜାତୀୟ
  • ମେଟ୍ରୋ
  • ଅନ୍ତର୍ଜାତୀୟ
  • ଖେଳ
  • ଫୁରସତ
  • ବାଣିଜ୍ୟ
  • ସମ୍ପାଦକୀୟ
  • ଜୀବନଚର୍ଯ୍ୟା
  • ଅପରାଧ
  • ମନୋରଞ୍ଜନ
  • About us
  • Contacts
  • Advertise with us

Copyright © Dharitri.com 2016-2026 - All rights reserved

Developed By Ratna Technology

  • Home
  • ରାଜ୍ୟ
  • ଜାତୀୟ
  • ଅନ୍ତର୍ଜାତୀୟ
  • ମେଟ୍ରୋ
  • ଖେଳ
  • ଫୁରସତ
  • ବାଣିଜ୍ୟ
  • ସମ୍ପାଦକୀୟ
  • ଜୀବନଚର୍ଯ୍ୟା
  • ଅପରାଧ
  • ମନୋରଞ୍ଜନ
  • ଆମ ଜିଲା ଖବର
    ▼
    • କଟକ
    • ଅନୁଗୋଳ
    • କେନ୍ଦୁଝର
    • କେନ୍ଦ୍ରାପଡ଼ା
    • ଗଞ୍ଜାମ
    • ସୁନ୍ଦରଗଡ଼
    • କୋରାପୁଟ
    • ଢେଙ୍କାନାଳ
    • କଳାହାଣ୍ଡି
    • ବାଲେଶ୍ୱର
    • କନ୍ଧମାଳ
    • ସୁବର୍ଣ୍ଣପୁର
    • ଜଗତ୍‌ସିଂହପୁର
    • ନୟାଗଡ଼
    • ପୁରୀ
    • ଖୋର୍ଦ୍ଧା
    • ଗଜପତି
    • ଭଦ୍ରକ
    • ଝାରସୁଗୁଡ଼ା
    • ମୟୂରଭଞ୍ଜ
    • ଯାଜପୁର
    • ଦେବଗଡ଼
    • ନବରଙ୍ଗପୁର
    • ନୂଆପଡ଼ା
    • ବରଗଡ଼
    • ବଲାଙ୍ଗୀର
    • ବୌଦ୍ଧ
    • ରାୟଗଡା
    • ମାଲକାନଗିରି
  • କରୋନା ଭାଇରସ୍‌
  • କାର୍ଟୁନ
  • ରାଶିଫଳ
  • ଶ୍ରେଷ୍ଠ ପାଞ୍ଚ
  • ଆଜିର ଫଟୋ
  • ଖେଳନ୍ତୁ ଗେମ୍ସ
  • Model This Week
  • About us
  • Contacts