ବେଜିଂ, ୨ା୬: ଗଲଓ୍ବାନ ଘାଟିରେ ଗତବର୍ଷ ଜୁନ୍ରେ ଭାରତ ଓ ଚାଇନା ସୈନ୍ୟଙ୍କ ମଧ୍ୟରେ ସଂଘର୍ଷକୁ ନେଇ ନିଜ ବ୍ଲଗ୍ରେ ପୋଷ୍ଟ କରିଥିବା ଚାଇନିଜ୍ ବ୍ଲଗର କ୍ୟୁ ଜିମିଙ୍ଗ୍ଙ୍କୁ ସୋମବାର ୮ ମାସ ଜେଲ ଦଣ୍ଡାଦେଶ ହୋଇଛି। ‘ଶହୀଦଙ୍କୁ ବଦନାମ’ କରିବା ଅପରାଧରେ ଚାଇନା କୋର୍ଟ ତାଙ୍କୁ ଏହି ଦଣ୍ଡ ଦେଇଥିବା ‘ଗ୍ଲୋବାଲ ଟାଇମ୍ସ’ରେ ରିପୋର୍ଟ ପ୍ରକାଶ ପାଇଛି। ଇଣ୍ଟରନେଟ୍ ସେଲିବ୍ରିଟି ୩୮ ବର୍ଷୀୟ ଜିମିଙ୍ଗ୍ଙ୍କ ପ୍ରାୟ ୨୫ ଲକ୍ଷରୁ ଊର୍ଦ୍ଧ୍ୱ ଫଲୋଅର୍ସ ରହିଛନ୍ତି।
ଲଦାଖ ସୀମାନ୍ତ ଗଲଓ୍ବାନ ଉପତ୍ୟାକାରେ ସଂଘର୍ଷବେଳେ ୪୫ ପିଏଲ୍ଏ ସୈନିକଙ୍କ ମୃତ୍ୟୁ ଘଟିଥିବା ରୁଷିଆର ନ୍ୟୁଜ୍ ଏଜେନ୍ସି ଟିଏଏସ୍ଏସ୍ ପକ୍ଷରୁ ରିପୋର୍ଟ ପ୍ରକାଶ ପାଇଥିଲା। କିନ୍ତୁ ଏହି ସଂଘର୍ଷରେ ନିଜର ମାତ୍ର ୪ ସୈନ୍ୟ ନିହତ ହୋଇଥିବା ନେଇ ଚାଇନା କହିଥିଲା। ଚାଇନା ସରକାର ସେମାନଙ୍କ ପ୍ରକୃତ ସଂଖ୍ୟା ଲୁଚାଇଛନ୍ତି ବୋଲି ଜିମିଙ୍ଗ୍ ବ୍ଲଗରେ ପୋଷ୍ଟ କରିଥିଲେ। ସଂଘର୍ଷବେଳେ ଅଧିକ ସଂଖ୍ୟାରେ ପିଏଲ୍ଏ ସୈନ୍ୟ ନିହତ ହୋଇଥିବା ଜିମିଙ୍ଗ୍ କହିଥିଲେ। ଶାସକ କମ୍ୟୁନିଷ୍ଟ ପାର୍ଟି ସମେତ ଚାଇନା ସୈନ୍ୟଙ୍କ ବୀରତ୍ୱ ଉପରେ ସେ ପ୍ରଶ୍ନ ଉଠାଇଥିଲେ। ଭାରତୀୟ ଯବାନଙ୍କ ସାମ୍ନାରେ ଚାଇନା ସୈନ୍ୟ ଡରିଯିବା ସହ ସେମାନଙ୍କ ସହ ମୁକାବିଲା କରିପାରି ନ ଥିଲେ ବୋଲି ଜିମିଙ୍ଗ୍ କହିଥିଲେ। ଜିମିଙ୍ଗ୍ ନିଜ ଭୁଲ ସ୍ବୀକାର କରିବା ସହ ଭବିଷ୍ୟତରେ ଏଭଳି ଅପରାଧ କରିବେ ନାହିଁ ବୋଲି କହିବା ପରେ ତାଙ୍କୁ ଅଳ୍ପ ଦିନର ଜେଲ ଦଣ୍ଡ ନିର୍ଦ୍ଦେଶ ଦିଆଯାଇଥିବା କୋର୍ଟ କହିଛନ୍ତି।
Posted inଅନ୍ତର୍ଜାତୀୟ View All
୧୨ରୁ ୧୫ ବର୍ଷର ପିଲାଙ୍କୁ ଦିଆଯିବ ଟିକା
ଲଣ୍ଡନ,୪।୬: କରୋନା ମହାମାରୀ ସାରା ବିଶ୍ୱରେ ତାଣ୍ଡବ ରଚିଛି। ଏହି ସଙ୍କଟରୁ ଶୀଘ୍ର ମୁକୁଳିବା ପାଇଁ ସମଗ୍ର ଦେଶ ଟିକାକରଣକୁ ଗୁରୁତ୍ୱ ଦେଇ ଏହି ଅଭିଯାନକୁ...
୫ମ ମହାସାଗର ହେଲା ସଦର୍ନ ଓସେନ୍
ଦକ୍ଷିଣ ମହାସାଗର ବା ସଦର୍ନ ଓସେନ୍କୁ ପୃଥିବୀର ୫ମ ମହାସାଗର ମାନ୍ୟତା ପ୍ରଦାନ କରାଯାଇଛି। ୧୯୧୫ ମସିହାରୁ ଓସେନ୍ ମାନଚିତ୍ର ପ୍ରସ୍ତୁତ କରୁଥିବା ନ୍ୟାଶନାଲ ଜିଓଗ୍ରାଫି...
ବେଜୋସ୍ଙ୍କ ସହ ମହାକାଶ ଯାତ୍ରା: ପାଖ ସିଟ୍ ପାଇଁ ୨୦୫ କୋଟି
ୱାଶିଂଟନ,୧୪।୬: ବ୍ଲ୍ୟୁ ଓରିଜିନ ପ୍ରତିଷ୍ଠାତା ତଥା ଆମାଜନର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ(ସିଇଓ) ଜେଫ୍ ବେଜୋସ୍ ବିଶ୍ୱର ସବୁଠୁ ଧନୀ ବ୍ୟକ୍ତିଙ୍କ ମଧ୍ୟରେ ଅନ୍ୟତମ। ମହାକାଶ ଯାତ୍ରା...
ଟିକା ନେଇଥିବା ସେକ୍ସପିୟରଙ୍କ ମୃତ୍ୟୁ
କୋଭିଡ୍ ଟିକା ନେଇଥିବା ପ୍ରଥମ ପୁରୁଷ ତଥା ବିଶ୍ୱର ଦ୍ୱିତୀୟ ବ୍ୟକ୍ତି ବ୍ରିଟେନ ବାସିନ୍ଦା ବିଲ୍ ସେକ୍ସପିୟର(୮୧)ଙ୍କ ମୃତ୍ୟୁ ଘଟିଛି। ଗତ ବର୍ଷ ଡିସେମ୍ବର ୮ରେ...
ଡେଭିଡ୍ଙ୍କୁ ଅନ୍ତର୍ଜାତୀୟ ବୁକର ପୁରସ୍କାର
ଲଣ୍ଡନ,୪ା୬:ଏକ ଦୁଃଖଦ କିନ୍ତୁ ଉପନିବେଶବାଦ ଓ ଯୁଦ୍ଧଭୟର କାବି୍ୟକ କାହାଣୀକୁ ନେଇ ଗତିଶୀଳ ହୋଇଥିବା ‘ଆଟ୍ ନାଇଟ୍ ଅଲ୍ ବ୍ଲଡ୍ ଇଜ୍ ବ୍ଲାକ୍’କୁ ମିଳିଛି ଚଳିତ...
ଭାକ୍ସିନ୍ ମାଗିଲା ଡବ୍ଲ୍ୟୁଏଚ୍ଓ, ଡେଲ୍ଟା ଭାରିଆଣ୍ଟ୍ ନେଇ ଦେଲା ଚେତାବନୀ…
ଜେନେଭା,୨୬।୬: ପୃଥିବୀର ୮୫ ଦେଶରେ ବ୍ୟାପିଥିବା କରୋନା ମହାମାରୀ ଭୂତାଣୁର ନୂଆ ରୂପକୁ ବିଶ୍ୱସ୍ବାସ୍ଥ୍ୟ ସଂଗଠନ(ଡବ୍ଲ୍ୟୁଏଚ୍ଓ) ପକ୍ଷରୁ ଅତି ସଂକ୍ରାମକ ବୋଲି କୁହାଯାଇଛି। ଏହା ବିରୋଧରେ...
ଝିଅଙ୍କୁ ମା’ ଦେଲେ ଏମିତି ଇଞ୍ଜେକ୍ସନ, କାରଣ ଜାଣିଲେ…
ଲଣ୍ଡନ,୧୮ା୬: ବ୍ରିଟେନର ଏକ ରିୟାଲିଟି ଟିଭି ଶୋ’ ବର୍ତ୍ତମାନ ଚର୍ଚ୍ଚାରେ ରହିଛି। ଅସମଡାଡ୍ ନାମକ ଏହି ଶୋ’ର ତୃତୀୟ ସିଜନ ଆରମ୍ଭ ହୋଇଛି। ତେବେ ଏହାର...
ଆଇଜାକ୍ ହର୍ଜୋଗ୍ ଇସ୍ରାଏଲ ରାଷ୍ଟ୍ରପତି
ଜେରୁଜେଲମ, ୩ା୬: ଇସ୍ରାଏଲରେ ବୁଧବାର ଅନୁଷ୍ଠିତ ରାଷ୍ଟ୍ରପତି ନିର୍ବାଚନରେ ଅଭିଜ୍ଞ ରାଜନେତା ଆଇଜାକ୍ ହର୍ଜୋଗ୍ ବିଜୟୀ ହୋଇଛନ୍ତି। ଇସ୍ରାଏଲ ପାର୍ଲାମେଣ୍ଟ ‘ନେସେଟ୍’ରେ ୧୨୦ ଜଣ ସଦସ୍ୟ...


