ନୂଆଦିଲ୍ଲୀ,୨ା୬: ପଳାତକ ହୀରା ବ୍ୟବସାୟୀ ମେହୁଲ ଚୋକ୍ସିଙ୍କୁ ସ୍ବଦେଶକୁ ଆଣିବା ପାଇଁ ବିଭିନ୍ନ ଭାରତୀୟ ସଂସ୍ଥାର ଏକ ୮ ଜଣିଆ ଟିମ୍ ଦ୍ୱୀପ ରାଷ୍ଟ୍ର ଡୋମିନିକାରେ ପହଞ୍ଚତ୍ଛି। ‘ମିଶନ ଚୋକ୍ସି’ରେ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ), ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ଏବଂ କେନ୍ଦ୍ରୀୟ ରିଜର୍ଭ ପୋଲିସ ବଳ (ସିଆର୍ପିଏଫ୍)ର ଦୁଇଜଣ ଲେଖାଏ ଅଧିକାରୀ ସାମିଲ ଅଛନ୍ତି। ବୁଧବାର ଚୋକ୍ସିଙ୍କୁ କୋର୍ଟରେ ହାଜର କରାଯିବାବେଳେ ଉକ୍ତ ଟିମ୍ ଡୋମିନିକାର ସରକାରୀ ଓକିଲମାନଙ୍କୁ ସହାୟତା ଦେବେ। ଇତିମଧ୍ୟରେ କାରିବିଆନ୍ ଦ୍ୱୀପ ରାଷ୍ଟ୍ର ଚୋକ୍ସିଙ୍କ ସମ୍ପର୍କରେ ଅନେକ ରୋଚକ ତଥ୍ୟ ଆସିବାରେ ଲାଗିଛି। ଚୋକ୍ସିଙ୍କୁ ଖସାଇ ଆଣିବା ଲାଗି ତାଙ୍କ ଭାଇ ଚେତନ ଚୋକ୍ସି ଡେମିନିକାର ବିରୋଧୀ ଦଳ ନେତାଙ୍କୁ ଲାଞ୍ଚ ଦେଇଥିଲେ ବୋଲି ସ୍ଥାନୀୟ ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଇଛି। ଏହି ମାମଲା ସେଠାରେ ରାଜନୈତିକ ପ୍ରସଙ୍ଗ ପାଲଟିଛି।
୨୦୧୮ରେ ପିଏନ୍ବିର ୧୩,୫୦୦ କୋଟି ଟଙ୍କା ଋଣ ଜାଲିଆତି ମାମଲା ପଦାକୁ ଆସିବା ପରେ ୬୨ ବର୍ଷୀୟ ହୀରା ବ୍ୟବସାୟୀ ଚୋକ୍ସି ଆଣ୍ଟିଗୁଆ ଯାଇ ସେଠାକାର ନାଗରିକତ୍ୱ ଗ୍ରହଣ କରିଥିଲେ। ନିକଟରେ ଡୋମିନିକାରେ ପୋଲିସ ତାଙ୍କୁ ଠାବ କରି ହାଜତରେ ରଖିଛି। ତାଙ୍କ ପ୍ରତ୍ୟର୍ପଣ ମାମଲାର ଶୁଣାଣି ବୁଧବାର ଏକ ସ୍ଥାନୀୟ କୋର୍ଟରେ ହେବ। ଚୋକ୍ସିଙ୍କୁ ହାଜର କରାଯିବାବେଳେ ୮ ଜଣିଆ ଭାରତୀୟ ଟିମ୍ ଅଦାଲତରେ ଉପସ୍ଥିତ ରହିବ। ଡୋମିନିକାର ସରକାରୀ ଓକିଲଙ୍କୁ ଟିମ୍ ସଦସ୍ୟମାନେ ସହାୟତା ଦେବ। ଏଥିପାଇଁ ଉକ୍ତ ଟିମ୍ ଶୁକ୍ରବାରଠାରୁ ସେଠାରେ ପହଞ୍ଚତ୍ ପ୍ରସ୍ତୁତି ଚଳାଇଛି। କାରିବିଆନ୍ ମିଡିଆ ଆଉଟ୍ଲେଟ୍ ଆସୋସିଏଟ୍ସ ଟାଇମ୍ସରେ ପ୍ରକାଶିତ ରିପୋର୍ଟ ଅନୁସାରେ ପଳାତକ ବ୍ୟବସାୟୀ ଚୋକ୍ସିଙ୍କ ବଡ଼ଭାଇ ଚେତନ ଚିନୁଭାଇ ଚୋକ୍ସି ଗତ ୨୯ ତାରିଖରେ ଡୋମିନିକା ବିରୋଧୀ ଦଳ ନେତା ଲେନୋକ୍ସ ଲିଣ୍ଟୋନଙ୍କୁ ଭେଟିଥିଲେ। ୩୦ରେ ଚେତନଙ୍କ ଘରେ ଉଭୟଙ୍କ ମଧ୍ୟରେ ୨ ଘଣ୍ଟା ଧରି ଆଲୋଚନା ହୋଇଥିଲା। ଭାଇଙ୍କ ମୁକ୍ତି ପାଇଁ ପାର୍ଲାମେଣ୍ଟରେ ଏହି ପ୍ରସଙ୍ଗ ଉଠାଇଲେ ଆସନ୍ତା ନିର୍ବାଚନ ପାଇଁ ପାଣ୍ଠି ଯୋଗାଇବାକୁ ସେ ବିରୋଧୀ ଦଳ ନେତାଙ୍କୁ ପ୍ରତିଶ୍ରୁତି ଦେଇଥିଲେ।
ଚାଷୀ ଆନ୍ଦୋଳନରେ ସାମିଲ ହେବେ ମମତା
କୋଲକାତା, ୧୦।୬: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କେନ୍ଦ୍ର ସରକାରଙ୍କ ନୂଆ କୃଷି ଆଇନ ବିରୋଧରେ ଚାଲିଥିବା ଆନ୍ଦୋଳନକୁ ସମର୍ଥନ କରିବେ। ଏନେଇ ସେ ରାକେଶ...
ୟୁପି କ୍ୟାବିନେଟରେ ହେବନାହିଁ ପରିବର୍ତ୍ତନ
ନୂଆଦିଲ୍ଲୀ,୬।୬: ଉତ୍ତରପ୍ରଦେଶ ଭାଜପା ପ୍ରଭାରୀ ରାଧାମୋହନ ସିଂ ରବିବାର ରାଜ୍ୟପାଳ ଆନନ୍ଦୀ ବେନ୍ ପଟେଲଙ୍କୁ ଭେଟିବା ପରେ ଯୋଗୀ ଆଦିତ୍ୟନାଥଙ୍କ କ୍ୟାବିନେଟରେ ଅଦଳବଦଳ ହେବା କଳ୍ପନାଜଳ୍ପନାକୁ...
ଭାରତ ଫେରିବେନି କେରଳର ୪ ମହିଳା ଆଇଏସ୍ ଆତଙ୍କବାଦୀ…
ନୂଆଦିଲ୍ଲୀ,୧୨।୬: ଆଫଗାନିସ୍ତାନର ଜେଲ୍ରେ ଥିବା କେରଳର ୪ ମହିଳା ଇସଲାମିକ୍ ଷ୍ଟେଟ୍(ଆଇଏସ୍) ଆତଙ୍କବାଦୀଙ୍କୁ ଭାରତ ଫେରାଇ ଆଣାଯିବ ନାହିଁ। ଏହି ମହିଳା ଆତଙ୍କବାଦୀମାନେ ଆଫଗାନିସ୍ତାନର ଜେଲରେ...
ଭାଜପାକୁ ଝଟ୍କା: ଟିଏମ୍ସିକୁ ଫେରିପାରନ୍ତି ମୁକୁଲ ରାୟ
କୋଲକତା,୧୧।୬: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ହାରିବା ପରେ ଭାଜପାକୁ ଆଉ ଏକ ଝଟକା ଲାଗିଛି। ଭାଜପା ବଡ ନେତା ମୁକୁଲ ରାୟ ନିଜ ପୁଅ ଶୁଭ୍ରାଂଶୁଙ୍କ...
୭୭.୮ ପ୍ରତିଶତ ପ୍ରଭାବଶାଳୀ କୋଭାକ୍ସିନ୍
ନୂଆଦିଲ୍ଲୀ,୨୨।୬: ଭାରତୀୟ ସ୍ବଦେଶୀ ଟିକା କୋଭାକ୍ସିନ୍ର ତୃତୀୟ ପର୍ଯ୍ୟାୟ ପରୀକ୍ଷଣ ସମୀକ୍ଷା ବୈଠକର ତଥ୍ୟ ସାମ୍ନାକୁ ଆସିଛି। ଏହି ସମୀକ୍ଷା ବୈଠକରେ ପ୍ରକାଶ ପାଇଛି ଯେ,...
ଡେଲ୍ଟା ପ୍ଲସ୍ ଭାରିଆଣ୍ଟରେ ଦେଶର ଦ୍ୱିତୀୟ ମୃତ୍ୟୁ
ମୁମ୍ବାଇ,୨୫।୬: ଭାରତରେ କରୋନାର ଡେଲ୍ଟା ପ୍ଲସ୍ ଭାରିଆଣ୍ଟ ଏବେ ସମସ୍ତଙ୍କ ପାଇଁ ଚିନ୍ତା ବଢ଼ାଇଦେଇଛି। ମହାରାଷ୍ଟ୍ରରେ ଡେଲ୍ଟା ପ୍ଲସ୍ ଭାରିଆଣ୍ଟ ସଂକ୍ରମଣ ଦ୍ରୁତ ଗତିରେ ବ୍ୟାପୁଥିବା...
ବଲିଉଡ୍ ଅଭିନେତ୍ରୀଙ୍କୁ ମହଙ୍ଗା ପଡ଼ିଲା ଅନଲାଇନ୍ରେ ମଦ କିଣିବା
ମୁମ୍ବାଇ,୨୪।୬: ବଲିଉଡର ଭେଟେରାନ ଅଭିନେତ୍ରୀ ଶାବାନା ଆଜମି ଗୁରୁବାର ଏକ ମଦ ଯୋଗାଉଥିବା ଅନଲାଇନ୍ ପ୍ଲାଟଫର୍ମ ନାମରେ ଠକାମି ଅଭିଯୋଗ ଆଣିଛନ୍ତି। ହୋମ ଡେଲିଭରି କରୁଥିବା...
ବୋହୂଙ୍କୁ ଜାଣିଶୁଣି ମାଡ଼ି ବସିଲେ କରୋନା ଆକ୍ରାନ୍ତ ଶାଶୁ
ହାଇଦ୍ରାବାଦ,୬।୬ : କୋଭିଡ୍-୧୯ରେ ଆକ୍ରାନ୍ତ ହେବା ପରେ ଜଣେ ବୃଦ୍ଧା ଘରେ ଆଇସୋଲେଶନରେ ରହି ରହି ବିରକ୍ତ ହୋଇଯାଇଥିଲେ। ନିୟମ ଅନୁସାରେ ସମାଜିକ ଦୂରତା ପାଳନ...


