ଖୋର୍ଦ୍ଧା ଅଫିସ,୨ା୬: ରାଜ୍ୟରେ କରୋନା ସଂକ୍ରମଣ ନିୟନ୍ତ୍ରଣ ଲାଗି ଲକ୍ଡାଉନ ଓ ଶଟ୍ଡାଉନ ଜାରି ରହିଛି। ଏହି ସମୟରେ ପଥର ମାଫିଆମାନେ ସକ୍ରିୟ ହୋଇ ଉଠିଛନ୍ତି। ଦୈନନ୍ଦିନ ଖୋର୍ଦ୍ଧା, ଟାଙ୍ଗୀ ଓ ବେଗୁନିଆ ତହସିଲ ଅଞ୍ଚଳରୁ ବିଳମ୍ବିତ ରାତିରେ ବେଆଇନ ଭାବେ ମାଙ୍କଡ଼ା ଓ ବଉଳମାଳା ପଥର ଭୁବନେଶ୍ୱର ସମେତ ବିଭିନ୍ନ ଜିଲାକୁ ଚାଲାଣ ହେଉଛି। ପାଓ୍ବାର ଟିଲରରେ ଏକର ଏକର ଜମିରୁ ମାଙ୍କଡା ପଥର କଟାଚାଲିଛି। ଫଳରେ କୃତ୍ରିମ ହ୍ରଦ ସୃଷ୍ଟି ହେବା ସହ ଜଙ୍ଗଲ ପଦା ହେବାରେ ଲାଗିଛି। ପୋଲିସ ଏବଂ ରାଜସ୍ବ ବିଭାଗ ଜାଣତରେ ଚୋରା ଚାଲାଣ ଚାଲିଥିବା ବେଳେ କେବଳ କାଁ ଭାଁ ଗାଡିକୁ ଜବତ କରିବା ସହ ଜରିମାନା ଆଦାୟ କରି ପ୍ରଶାସନ ଚୁପ ବସିଛି।
ଜିଲାର ଖୋର୍ଦ୍ଧା, ଟାଙ୍ଗୀ, ବେଗୁନିଆ ତହସିଲ ଅଞ୍ଚଳରୁ ବେଆଇନ ଭାବେ ପଥର ଖଣିରୁ ଚୋରା ଚାଲାଣ ଚାଲିଛି। ଭୁବନେଶ୍ୱର-ଚେନ୍ନାଇ ୧୬ନଂ. ଜାତୀୟ ରାଜପଥ ସମ୍ପ୍ରସାରଣ ଆଳରେ ଜାତୀୟ ରାଜପଥ ପାର୍ଶ୍ୱରେ ରହିଥିବା ପାହାଡ କଟାଚାଲିଛି। ଆଗାମୀ ଦିନରେ ପାହାଡ଼ ସମ୍ପୂର୍ଣ୍ଣ ଲଣ୍ଡା ହୋଇଯିବା ଆଶଙ୍କା ସୃଷ୍ଟି ହୋଇଛି। ମାଫିଆଙ୍କ ଦୌରାତ୍ମ୍ୟ ଯୋଗୁ ସରକାରୀ ଜାଗା, ଜଙ୍ଗଲ ଜମି ବାଦ ପଡୁନି। ଗତବର୍ଷ ଶରଧାପୁର ନିକଟରେ କାଜୁ ଜଙ୍ଗଲରୁ ବେଆଇନ ଭାବେ ଏକାଧିକ ଏକର ଜମିରୁ ପଥର ଚାଲାଣ କରାଯାଇ କୃତ୍ରିମ ହ୍ରଦ ସୃଷ୍ଟି କରାଯାଇଥିବା ନେଇ ଗ୍ରାମବାସୀ ଜିଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ସେହିପରି ଜଟଣୀ ଏବଂ ଭୁବନେଶ୍ୱର ତହସିଲ ଅନ୍ତର୍ଗତ ରାଜଧାନୀ ଉପକଣ୍ଠ ଗାଁ ଗୁଡିକରୁ ଶହ ଶହ ଟ୍ରକରେ ମୋରମ ଏବଂ ମାଙ୍କଡା ଚାଲାଣ ହେଉଥିବା ନେଇ ଗ୍ରାମବାସୀ ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଛନ୍ତି। ମାଫିଆଙ୍କ ଲୋଲୁପ ଦୃଷ୍ଟିରୁ ଶ୍ରୀଜଗନ୍ନାଥଙ୍କ ଜମି ବି ବାଦ୍ ପଡିନି। ଜଟଣୀ ତହସିଲ ମହୁଲ ଗ୍ରାମରୁ ଏକାଧିକ ଏକର କାଜୁ ଜଙ୍ଗଲ ଏବଂ ସରକାରୀ ଜାଗା, ଗୋଚର ଜମିରୁ ମାଙ୍କଡାପଥର ଚାଲାଣ ନେଇ ଗ୍ରାମବାସୀ ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଥିଲେ। ଜଟଣୀ ତହସିଲ ପଦନପୁରରୁ ଅନୁରୂପ ଭାବେ ସରକାରୀ ଜମିରୁ ମୋରମ ଏବଂ ମାଙ୍କଡା ପଥର ଚାଲାଣ ନେଇ ଅଭିଯୋଗ ପରେ ଏହା ବନ୍ଦ ହୋଇଥିଲା। ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି। ଏନେଇ ଟାଉନ ଥାନାଧିକାରୀ ସଞ୍ଜୟ ପଟ୍ଟନାୟକ କହିଛନ୍ତି, ଜାତୀୟ ରାଜପଥ ଦେଇ ବେଆଇନ ଭାବେ ଚାଲାଣ ହେଉଥିବା ପଥର ଗାଡିକୁ ଜବତ କରାଯାଉଛି। ନିକଟରେ କୁମାରବସ୍ତରୁ ୨ଟି ପଥର ଗାଡି ଚାଲାଣ ହେଉଥିବା ବେଳେ ଶିଳ୍ପାଞ୍ଚଳ ଫାଣ୍ଡି ଧରିଥିଲା। ସେହିପରି ଜଙ୍କିଆ ଥାନାଧିକାରୀ ଭବାନୀ ଖଣ୍ଟିିଆ କହିଛନ୍ତି, ନରଣଗଡରୁ ବେଆଇନ ଭାବେ ଦୁଇଟି ୪୦୭ ବୋଝେଇ ବଉଳମାଳା ପଥର ଜବତ କରାଯାଇଛି। ଖୋର୍ଦ୍ଧା ତହସିଲଦାର ପଦ୍ମଚରଣ ସାହୁ କହିଛନ୍ତି, ଖୋର୍ଦ୍ଧା ତହସିଲ ଅନ୍ତର୍ଗତ ବିଭିନ୍ନ ପଥର ଖଣିରେ ଲକଡାଉନ ସମୟରେ ଚଢ଼ାଉ କରାଯାଇ ପାଓ୍ବାର ଟିଲର, ଟ୍ରାକ୍ଟର, ଟ୍ରକ ଜବତ କରିବା ସହ ଏକାଧିକ ପଥର ବୋଝେଇ ଗାଡିକୁ ଜବତ କରାଯାଇଛି।
Posted inଆମ ଜିଲା ଖବର, ଖୋର୍ଦ୍ଧା View All
୧ରୁ କାର୍ଯ୍ୟକ୍ଷମ ହେବ ବ୍ରହ୍ମପୁରର ଦ୍ୱିତୀୟ ପୋକ୍ସୋ କୋର୍ଟ
ବ୍ରହ୍ମପୁର ଅଫିସ,୨୫।୬: ବ୍ରହ୍ମପୁରରେ ଦ୍ୱିତୀୟ ପୋକ୍ସୋ କୋର୍ଟ ଆରମ୍ଭ ହେବ। ଜୁଲାଇ ୧ ତାରିଖରେ ଏହି କୋର୍ଟ ଉଦ୍ଘାଟିତ ହେବ। ପୂର୍ବରୁ ଗଞ୍ଜାମ ଜିଲାରେ ସ୍ବତନ୍ତ୍ର...
କୋଭିଡ ନିୟମ କଡାକଡି ପାଳନ ନିର୍ଦ୍ଦେଶ: ଚାଲିଚାଲି ଯାଇ ସ୍ଥିତି ପରଖିଲେ ଜିଲାପାଳ
ଛତ୍ରପୁର,୧୭।୬(ଡି.ଏନ୍.ଏ.): କରୋନା ମହାମାରୀ ନେଇ ଲକ୍ଡାଉନ୍ ଉଠି ନ ଥିବା ବେଳେ କଟକଣା କୋହଳ ହୋଇଛି। ଏଣୁ ସମସ୍ତେ କୋଭିଡ ନିୟମ ମାନିବାକୁ ବାଧ୍ୟତାମୂଳକ ଏହାକୁ...
କରୋନା ଜନିତ ମୃତ୍ୟୁରେ ଲାଗୁନି ବ୍ରେକ୍: ପୁଣି ୩ ଜଣଙ୍କ ନେଲା ଜୀବନ
ଛତ୍ରପୁର,୨୬।୬(ଡି.ଏନ୍.ଏ.): ଗଞ୍ଜାମ ଜିଲାରେ କରୋନା ଜନିତ ମୃତ୍ୟୁରେ ଲାଗୁନି ବ୍ରେକ । ପୁଣି ଜିଲାରେ ଆଉ ୩ ଜଣଙ୍କ କରୋନାରେ ମୃତ୍ୟୁ ଘଟିଛି। ଏହାକୁ ମିଶାଇ...
ଗେମ୍ ଖେଳିବାକୁ ମନା କରିବାରୁ ଏଭଳି ନିଷ୍ପତ୍ତି ନେଲେ ସ୍କୁଲ ଛାତ୍ର
ବାହାନଗା,୧୯ା୬: ମୋବାଇଲରେ ଗେମ୍ ଖେଳିବାକୁ ପରିବାର ଲୋକେ ବିରୋଧ କରିବାରୁ ଜଣେ ନାବାଳକ ଛାତ୍ର ଆତ୍ମହତ୍ୟା କରିବା ଘଟଣା ବାଲେଶ୍ୱର ଜିଲା ବାହାନଗା ବ୍ଲକ କୁରୁଡା...
ପ୍ରେମ ନିବେଦନରେ ବିଫଳ ହେବା ପରେ ଯୁବକଙ୍କ ଉନ୍ମତ୍ତକାଣ୍ଡ: ନାବାଳିକାଙ୍କୁ ଛୁରିରେ ମରଣାନ୍ତକ ଆକ୍ରମଣ
ଖଇରା,୧୦।୬(ଡି.ଏନ୍.ଏ): ବାଲେଶ୍ବର ଜିଲା ଖଇରା ଥାନା ଅଧୀନ ତୁଟୋ ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ପ୍ରେମ ନିବେଦନରେ ବିଫଳ ହେବା ପରେ ଜଣେ ଯୁବକ...
କୁକୁର କବଳରୁ ଉଦ୍ଧାର ହରିଣ ମୃତ
ରେଢାଖୋଲ,୨୦।୬: ରେଢାଖୋଲ ବନଖଣ୍ଡ ଚାରମାଳ ରେଞ୍ଜ ଅଧୀନ ରାଶିବେଡା ଗ୍ରାମରୁ କୁକୁରଙ୍କ କବଳରୁ ବନ ବିଭାଗ ଏକ ଗର୍ଭବତୀ ହରିଣକୁ ଉଦ୍ଦାର କରିଥିଲା। ହେଲେ ରେଞ୍ଜ...
ରାସ୍ତା ନିର୍ମାଣ ନ ହେଲେ ଭୋଟ, ସରକାରୀ ସହାୟତା ବର୍ଜନ
ଛତ୍ରପୁର,୧୮।୬(ଡି.ଏନ୍.ଏ.): ରାସ୍ତା ନିର୍ମାଣ ନ ହେଲେ ଭୋଟ ସହ ସରକାରୀ ସହାୟତାକୁ ବର୍ଜନ କରିବେ ଗ୍ରାମବାସୀ। ଏଭଳି ଚେତାବନୀ ଦେଇଛନ୍ତି ଗଞ୍ଜାମ ଜିଲା ଶେରଗଡ଼ ବ୍ଲକ...
ମୃତଦେହ ପ୍ୟାକିଂ ବେଳେ ଚୋରି ହୋଇଥିଲା ସୁନା ଚେନ
ଝାରସୁଗଡ଼ା ଅଫିସ୍,୯।୬: ଝାରସୁଗୁଡ଼ା ଜିଲା କୋଭିଡ୍ ହସ୍ପିଟାଲ୍ରେ କନକତୋରା ଗ୍ରାମର ନନ୍ଦଲାଲ୍ ବିଶ୍ୱାଳଙ୍କ ନାମକ ବୃଦ୍ଧ କରୋନାରେ ଆକ୍ରାନ୍ତ ହୋଇ ଚିକିତ୍ସାଧୀନ ଅବସ୍ଥାରେ ଗତ ୩୦...


