ନୂଆଦିଲ୍ଲୀ,୨।୬: କରୋନା ମହାମାରୀ ଗତ ଏକ ବର୍ଷରୁ ଉର୍ଦ୍ଧ୍ୱ ହେବ ଦେଶରେ ସ୍ବାସ୍ଥ୍ୟ ବ୍ୟବସ୍ଥାକୁ ପୁରା ହଲାଇଦେଇଛି। ଏହି ମହାମାରୀ ଯୋଗୁ ଏପର୍ଯ୍ୟନ୍ତ ଲକ୍ଷ ଲକ୍ଷ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ କୋଟି କୋଟି ଲୋକ ଆକ୍ରାନ୍ତ ହୋଇସାରିଛନ୍ତି। ଏହି କଠିନ ପରିସ୍ଥିତିରେ ସମ୍ମୁଖ ଯୋଦ୍ଧା ଡାକ୍ତର, ନର୍ସ ଓ ସ୍ବାସ୍ଥ୍ୟକର୍ମୀ ନିଜର ଜୀବନକୁ ବାଜି ଲଗାଇ ଲୋକଙ୍କ ଚିକିତ୍ସାରେ ଲାଗିପଡ଼ିଛନ୍ତି। ତେବେ କରୋନାର ଦ୍ୱିତୀୟ ଲହର ଅତ୍ୟନ୍ତ ଭୟଙ୍କର ହୋଇଥିବା ବେଳେ ଏଥିଯୋଗୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବା ସୂଚନା ରହିଛି। କରୋନାର ଦ୍ୱିତୀୟ ଲହରରେ ଦେଶରେ ପ୍ରାୟ ୫୯୪ଡାକ୍ତରଙ୍କ ମୃତ୍ୟୁ ହୋଇଛି। ଏନେଇ ଇଣ୍ଡିଆନ ମେଡିକାଲ ଆସୋସିଏସନ(ଆଇଏମ୍ଏ)ପକ୍ଷରୁ ସୂଚନା ଦିଆଯାଇଛି। ଏଥିସହ ବିଭିନ୍ନ ରାଜ୍ୟରୁ ମୃତ୍ୟୁ ହୋଇଥିବା ଡାକ୍ତରଙ୍କ ଏକ ତାଲିକା ପ୍ରସ୍ତୁତ କରିଛି ଆଇଏମ୍ଏ। ସୂଚନା ମୁତାବକ ସର୍ବାଧିକ ଡାକ୍ତରଙ୍କ ମୃତ୍ୟୁ ଦିଲ୍ଲୀରେ ହୋଇଥିବା ବେଳେ ଏହାର ସଂଖ୍ୟା ୧୦୭ ରହିଛି। ସେହିପରି ବିହାରରେ ୯୬, ଉତ୍ତରପ୍ରଦେଶ ୬୭, ରାଜସ୍ଥାନ ୪୩, ଝାଡ଼ଖଣ୍ଡ ୩୯, ଗୁଜରାଟ ୩୧, ତେଲେଙ୍ଗାନା ୩୨, ପଶ୍ଚିମବଙ୍ଗ ୨୫, ତାମିଲନାଡ଼ୁ ୨୧, ଓଡ଼ିଶା ୨୨, ମହାରାଷ୍ଟ୍ରରେ ୧୭ ଓ ମଧ୍ୟପ୍ରଦେଶ ୧୬ଜଣ ଡାକ୍ତରଙ୍କ ମୃତ୍ୟୁ ହୋଇଥିବା ନେଇ ଆଇଏମ୍ଏ ପକ୍ଷରୁ ସୂଚନା ରହିଛି।
Posted inକରୋନା ଭାଇରସ୍, ଜାତୀୟ View All
ପଶ୍ଚିମ ଓଡ଼ିଶାର ୧୧ ଜିଲାକୁ ୨୫ କୋଟି
ଭୁବନେଶ୍ୱର, ୧୨ା୬(ବ୍ୟୁରୋ): ପଶ୍ଚିମ ଓଡ଼ିଶାର ୧୧ଟି ଜିଲାକୁ କୋଭିଡ୍ ପରିଚାଳନା ପାଇଁ ମିଳିଛି ୨୫ କୋଟି ଟଙ୍କାର ସ୍ବତନ୍ତ୍ର ସହାୟତା। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁକ୍ରବାର...
୨୪କୁ ନଜର, ୨୨ ପାଇଁ ଛାନିଆ
ନୂଆଦିଲ୍ଲୀ,୧୬ା୬: ଉତ୍ତରପ୍ରଦେଶରେ ନିକଟରେ ଅନୁଷ୍ଠିତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ଅଖିଳେଶ ଯାଦବଙ୍କ ନେତୃତ୍ୱାଧୀନ ସମାଜବାଦୀ ପାର୍ଟି ଶାସକ ଭାଜପାକୁ ପରାସ୍ତ କରିଥିଲା। ୨୦୨୨ରେ ହେବାକୁ ଥିବା...
ବିଦେଶ ଯାଉଥିବା ଲୋକଙ୍କ ଦ୍ୱିତୀୟ ଡୋଜ୍ ଟିକାକରଣକୁ ପ୍ରାଧାନ୍ୟ
ଭୁବନେଶ୍ୱର, ୧୭ା୬(ବ୍ୟୁରୋ): ପାଠ ପଢ଼ିବା, ଚାକିରି ଓ ଟୋକିଓ ଅଲିମ୍ପିକ୍ସରେ ଯୋଗଦେବା ପାଇଁ ବିଦେଶ ଯିବାକୁ ଥିବା ଲୋକଙ୍କୁ ଦ୍ୱିତୀୟ ଡୋଜ୍ କୋଭିଶିଲ୍ଡ ଟିକାକରଣ ନିମନ୍ତେ...
ନୁସରତଙ୍କ ଘର କଳି ଏବେ ସଂସଦରେ, ସଦସ୍ୟତା ରଦ୍ଦ ଦାବି କଲା ଭାଜପା…
ନୂଆଦିଲ୍ଲୀ,୨୨।୬: ପଶ୍ଚିମବଙ୍ଗ ବସିରହାଟ୍ ଲୋକସଭା ଆସନ ଏମ୍ପି ନୁସରତ ଜାହାଁଙ୍କ ଘର କଳି ଏବେ ସଂସଦରେ ପହଞ୍ଚିଛି। ଭାଜପା ପକ୍ଷରୁ ନୁସରତଙ୍କ ସଦସ୍ୟତା ରଦ୍ଧ ପାଇଁ...
ମୁଖ୍ୟମନ୍ତ୍ରୀଙ୍କ ପାଦ ଛୁଇଁଲେ ଜିଲାପାଳ: ଉଠିଲା ବିବାଦ
ହାଇଦ୍ରାବାଦ,୨୧।୬: ତେଲଙ୍ଗାନାରେ ସିଦ୍ଦିପେଟ ଜିଲାପାଳ ଭେଙ୍କଟାରାମ ରେଡ୍ଡୀ ଉଚ୍ଚ ପଦାଧିକାରୀ ତଥା ଜନ ପ୍ରତିନିଧୀଙ୍କ ଉପସ୍ଥିତିରେ ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ(କେସିଆର୍)ଙ୍କ ପାଦ ଛୁଇଁଛନ୍ତି। ଏହାକୁ...
ଟିକା କିଣିବା ପାଇଁ ପ୍ରାଇଭେଟ ମେଡିକାଲକୁ ଦିଆଯିବ ବିନା ସୁଧରେ ଟଙ୍କା
ଗୁଆହାଟୀ,୪।୬: ଆସାମରେ କୋଭିଡ୍ ଟିକାକରଣକୁ ଦ୍ରୁତ ଗତିରେ ଆଗେଇ ନେବା ପାଇଁ ରାଜ୍ୟ ସରକାର ଏକ ଭିନ୍ନ ଉପାୟ ବାହାର କରିଛନ୍ତି। ବିଭିନ୍ନ ଟିକା ଉତ୍ପାଦନକାରୀ...
୬୧ ବର୍ଷୀୟ ବ୍ୟକ୍ତିଙ୍କ ପେଟରୁ ଅଢ଼େଇ କିଲୋର ଟ୍ୟୁମର ବାହାର କଲେ ଡାକ୍ତର
ପାଟନା,୧୯।୬: ବିହାର ପାଟନା ସ୍ଥିତ ଏମ୍ସରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଏମ୍ସର ଡାକ୍ତରମାନେ ଜଣେ ୬୧ବର୍ଷୀୟ ବୃଦ୍ଧଙ୍କ ସଫଳ ଚିକିତ୍ସା କରି ତାଙ୍କର...
୨୦୨୨ ବିଧାନସଭା ନିର୍ବାଚନ ପାଇଁ ଭାଜପାର ଅଣ୍ଟାଭିଡ଼ା: ପରାଜୟରୁ ଶିକ୍ଷା ଲାଭ କରିବାକୁ କହିଲେ ମୋଦି…
ନୂଆଦିଲ୍ଲୀ,୭।୬: ଦେଶରେ କରୋନା ମହାମାରୀ ସଂକ୍ରମଣ ଯୋଗୁ ସ୍ଥିତି ସଙ୍କଟ ଜନକ ରହିଛି। ଏପରିସ୍ଥଳେ ଭାଜପା ପକ୍ଷରୁ ୨୦୨୨ରେ ଦେଶର ୫ ରାଜ୍ୟରେ ହେବାକୁଥିବା ବିଧାନସଭା...


