ଦିଗପହଣ୍ଡି,୨।୬(ଡି.ଏନ୍.ଏ.): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଜଙ୍ଘମା ଗ୍ରାମର ରବିନ୍ଦ୍ର ବେହେରାଙ୍କୁ ବୁଧବାର ପୋଲିସ କୋର୍ଟ ଚାଲାଣ କରିଛି। ଜାମିନ ଆବେଦନ ନାମଞ୍ଜୁର ହେବାରୁ ଅଭିଯୁକ୍ତଙ୍କୁ ଦିଗପହଣ୍ଡି ସବ ଜେଲ ହାଜତକୁ ପଠାଇ ଦିଆଯାଇଛି।
ଆଇଆଇସି ବସନ୍ତ କୁମାର ସେଠୀଙ୍କ ସୂଚନାନୁସାରେ, ଗତ ୨୬ ତାରିଖ ସାରେ ଅଭିଯୁକ୍ତ ରବୀନ୍ଦ୍ର ତାଙ୍କ ବୃଦ୍ଧ ବାପା ବିଶ୍ୱନାଥ ବେହେରାଙ୍କୁ ଗାଁ ରାସ୍ତାରେ ଅଟକାଇ ଟଣାଓଟରା କରିବାସହ ଗୋଡ଼ାଇ ଗୋଡ଼ାଇ ଆକ୍ରମଣ କରିଥିଲେ। ସେ ପ୍ରାଣ ଭୟରେ ଘରକୁ ଚାଲି ଆସିଥିଲେ। ଏପରିକି ଏକ ପଥର ଖଣ୍ଡ ଦ୍ୱାରା ସେ ଘରର ଗ୍ରିଲ ଭାଙ୍ଗି ଘରେ ପଶି ତାଙ୍କୁ ପୁଣି ପଥରରେ ଛେଚି ଆକ୍ରମଣ ପାଇଁ ଉଦ୍ୟମ କରିଥିଲେ। ଚେତାଶୂନ୍ୟ ଅବସ୍ଥାରେ ତାଙ୍କୁ ଉଦ୍ଧାର କରାଯାଇ ଦିଗପହଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ସେଠାରୁ ଚିକିତ୍ସା ହୋଇ ଫେରିବା ପରେ ମଧ୍ୟ ବଡ଼ ପୁଅ ରବିନ୍ଦ୍ର ପୁଣି ଧମକ ଦେବାରୁ ସେ ବାଧ୍ୟ ହୋଇ ମଙ୍ଗଳବାର ଦିଗପହଣ୍ଡି ଥାନାରେ ଏତଲା ଦେଇଥିବା ତଦନ୍ତକାରୀ ଅଧିକାରୀ ଗୋବିନ୍ଦ ମଲ୍ଲିକ କହିଛନ୍ତି। କେସ ନଂ.୧୩୩/୨୧ ମାମଲା ରୁଜୁ ହୋଇ ତଦନ୍ତ ଚାଲିଥିଲା
Posted inଆମ ଜିଲା ଖବର, ଗଞ୍ଜାମ View All
‘ପିନାକ୍’ର ସଫଳ ପରୀକ୍ଷଣ
ବାଲେଶ୍ୱର ଅଫିସ,୨୫।୬: ବାଲେଶ୍ୱର ଜିଲା ଚାନ୍ଦିପୁରସ୍ଥିତ ସମନ୍ବିତ ପରୀକ୍ଷଣ କେନ୍ଦ୍ର (ଆଇଟିଆର୍)ରେ ଶୁକ୍ରବାର ମଲ୍ଟି ବ୍ୟାରେଲ ରକେଟ୍ ଲଞ୍ଚର (ଏମ୍ବିଆର୍ଏଲ୍)ରୁ ପରିବର୍ଦ୍ଧିତ ରେଞ୍ଜ ୧୨୨ଏମ୍ଏମ୍ କାଲିବର...
ଜୀବନ ସହ ସଂଘର୍ଷ କରୁଛନ୍ତି ଯଦୁମଣି
ବାଣପୁର,୧୩ା୬(ଡି.ଏନ୍.ଏ.): ଖୋର୍ଦ୍ଧା ଜିଲା ବାଣପୁର ବ୍ଲକ ଆୟତପୁର ପଞ୍ଚାୟତର ପାତ୍ରପୁର ଗ୍ରାମର ଯଦୁମଣି ନାୟକ(୪୫)। ସ୍ତ୍ରୀ ସୁକୁମାରୀ, ଗୋଟିଏ ଝିଅ ଓ ପୁଅ ଏବଂ ବିଧବା...
ଖବରଦାତାଙ୍କ ସୁରକ୍ଷା ଦାବିରେ ମୁଖ୍ୟମନ୍ତ୍ରୀଙ୍କୁ ସ୍ମାରକପତ୍ର
ପୁରୁଷୋତ୍ତମପୁର,୪ା୬(ଡି.ଏନ୍.ଏ.): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ପ୍ରେସ କ୍ଲବ ପକ୍ଷରୁ ଶୁକ୍ରବାର ଏକ ପ୍ରତିବାଦ ସଭା କରାଯିବା ସହ ସମସ୍ତ ଖବରଦାତା ତହସିଲ କାର୍ଯ୍ୟାଳୟକୁ ଯାଇ ମୁଖ୍ୟମନ୍ତ୍ରୀଙ୍କ...
ଆଜିଠୁ ଅଲାରନାଥଙ୍କ ଅନବସର ଦର୍ଶନ
ବ୍ରହ୍ମଗିରି,୨୫।୬(ଡି.ଏନ୍.ଏ.): ସ୍ନାନପୂର୍ଣ୍ଣିମାରେ ଚତୁର୍ଦ୍ଧାମୂର୍ତ୍ତି ସ୍ନାନ କରି ଅଣସର ପିଣ୍ଡିରେ ବିଜେ କରିଛନ୍ତି। ଏହି ଅବସରରେ ଶୁକ୍ରବାରଠାରୁ ବ୍ରହ୍ମଗିରିସ୍ଥିତ ଅଲାରନାଥଙ୍କ ପୀଠରେ ଅନବସର ଦର୍ଶନ ଆରମ୍ଭ ହେବ।...
ଅକ୍ସିଜେନ ସିଲିଣ୍ଡର ବୋଝେଇ ଟ୍ରକ୍ରେ ଚାଲାଣ ହେଉଥିଲା କୋଟିଏ ଟଙ୍କାର ଗଞ୍ଜେଇ
ଜୟପୁର,୧୨ା୬: ପ୍ରଥମେ ପରିବା, କଣ୍ଟେନର, ମୁଢ଼ି ବସ୍ତା ଭିତରେ ଗଞ୍ଜେଇ ଚୋରାଚାଲାଣ ହେଉଥିବା ବେଳେ ଏବେ ଆଉ ଏକ ଭିନ୍ନ ଉପାୟରେ ଗଞ୍ଜେଇ ଚାଲାଣ ହେଉଥିବା...
ସାଇକେଲ ଚାଳକଙ୍କୁ ଧକ୍କା ଦେଇ ଗାଡ଼ି ଫେରାର
ଝାରସୁଗୁଡା ଅଫିସ୍,୨୩।୬: ଝାରସୁଗୁଡା ସଦର ଥାନା ଅଧୀନ ୪୯ ନମ୍ବର ଜାତୀୟ ରାଜପଥ ଏଚ୍ କଂଟାପାଲି ଛକରେ ଏକ ଗାଡି ଧକ୍କାରେ ଜଣେ ସାଇକେଲ ଚାଳକଙ୍କ...
କବିସୂର୍ଯ୍ୟନଗର, କୋଦଳାରେ ଇଣ୍ଡୋର ଷ୍ଟାଡିୟମ ପ୍ରସ୍ତାବ: ମୁଖ୍ୟମନ୍ତ୍ରୀଙ୍କ ସହ କଥା ହେଲେ ବିଧାୟିକା
ଛତ୍ରପୁର,୨୩।୬(ଡି.ଏନ୍.ଏ.): ଗଞ୍ଜାମ ଜିଲା ଛତ୍ରପୁରସ୍ଥିତ ଜିଲାପାଳଙ୍କ କାର୍ଯ୍ୟାଳୟରେ କବିସୂର୍ଯ୍ୟନଗର ବିଧାୟିକା ଲତିକା ପ୍ରଧାନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଆଲୋଚନା କରିଛନ୍ତି।...
କ୍ୟାନ୍ସର ରୋଗୀଙ୍କୁ ମିଳୁନି କେମୋଥେରାପି
ବରଗଡ଼ ଅଫିସ୍,୨୧।୬: ବରଗଡ଼ ଜିଲା ମୁଖ୍ୟ ଡାକ୍ତରଖାନାରେ ସ୍ଥାନୀୟ କ୍ୟାନ୍ସର ରୋଗୀଙ୍କୁ ମିଳୁଥିବା କେମୋଥେରାପି ଚିକିତ୍ସା ଏବେ ବନ୍ଦ ରହିଛି। ଫଳରେ ଜନସାଧାରଣରେ ପୁଣି ଅସନ୍ତୋଷ...


