ନୂଆଦିଲ୍ଲୀ: ଆର୍ଥତ୍କ ବର୍ଷ ୨୦୨୦-୨୧ରେ ଭାରତୀୟ ଅର୍ଥ ବ୍ୟବସ୍ଥାକୁ ୮୩ ବିଲିୟନ ଡଲାରର କ୍ଷତି ସହିବାକୁ ପଡ଼ିଛି। ଏହି ଅବଧିରେ ଦେଶର ମୋଟ ଘରୋଇ ଉତ୍ପାଦ(ଜିଡିପି) ୭.୩% ଖସିଛି। ୨୦୨୫ ଯାଏ ଭାରତୀୟ ଅର୍ଥ ବ୍ୟବସ୍ଥାକୁ ୫ ଟ୍ରିଲିୟନ(ଲକ୍ଷ କୋଟି) ଡଲାର ଅର୍ଥ ବ୍ୟବସ୍ଥାରେ ରୂପାନ୍ତରିତ କରିବା ଲାଗି ସରକାର ଲକ୍ଷ୍ୟ ରଖିଛନ୍ତି। ଏହି ଲକ୍ଷ୍ୟ ହାସଲ କରିବା ବର୍ତ୍ତମାନ ଏକ ପ୍ରକାର ଅସମ୍ଭବ ବ୍ୟାପାର ବୋଲି ବଜାର ବିଶେଷଜ୍ଞମାନେ ମତ ପ୍ରକାଶ କରିଛନ୍ତି। କରୋନା ପୂର୍ବରୁ ଭାରତର ଜିଡିପିରେ ହ୍ରାସ ପରିଲକ୍ଷିତ ହୋଇଥିଲା। କରୋନା ମହାମାରୀ ସମସ୍ୟାକୁ ଆହୁରି ଜଟିଳ କରିଦେଇଛି। ଏହା ପୂର୍ବରୁ ୨୦୧୮ରେ ଭାରତର ଅଭିବୃଦ୍ଧି ନିମ୍ନଗାମୀ ହୋଇଚାଲିଛି। ଫଳରେ ସଞ୍ଚୟ ଏବଂ ନିବେଶ କ୍ଷେତ୍ରରେ ସୁଧହାର ହ୍ରାସ ହୋଇଛି। ବଜାର ବିଶେଷଜ୍ଞ କହିଛନ୍ତି, ବିମୁଦ୍ରୀକରଣ ଏବଂ ଜିଏସ୍ଟି କାର୍ଯ୍ୟକାରୀର ପ୍ରଭାବ ବଜାର ଉପରେ ପଡିଛି।
ବଜାର ବର୍ତ୍ତମାନ ସଙ୍କଟ ସ୍ଥିତି ଦେଇ ଗତି କରୁଥିବା ବେଳେ ସମସ୍ୟା ଏତେ ଶୀଘ୍ର ସମାଧାନ ହେବ ନାହିଁ କୁହାଯାଉଛି। କାରଣ କରୋନାର ଦୁଇଟି ଲହର ବଜାରକୁ ଆହୁରି ଚାପଗ୍ରସ୍ତ କରି ଦେଇଛି। ଦେଶ ମଧ୍ୟରେ ବେରୋଜଗାରୀ ବଢିବା ସହ ବ୍ୟବସାୟ କ୍ଷତି, ଲୋକଙ୍କ ସଞ୍ଚୟ ଏବଂ ଖର୍ଚ୍ଚ ଗଭୀର ଭାବେ କ୍ଷତିଗ୍ରସ୍ତ ହୋଇଛି। ଏଭଳି ସ୍ଥିତିରେ ଅର୍ଥ ବ୍ୟବସ୍ଥାରେ ସୁଧାର, ଲୋକଙ୍କୁ ରୋଜଗାର ଦେବା, ନିବେଶ ଏବଂ ସଞ୍ଚୟ ଧାରା ଠିକ୍ କରିବାରେ ସମୟ ଲାଗିବ। ଅର୍ଥନୀତିଜ୍ଞଙ୍କ କହିବା ମୁତାବକ, ଚଳିତ ଆର୍ଥତ୍କ ବର୍ଷ ଦ୍ୱିତୀୟାର୍ଦ୍ଧରେ ଜିଡିପି ସୁଧାର ପଥକୁ ଫେରିପାରେ। ୨୦୧୨ ପରଠାରୁ ଭାରତୀୟ ଅର୍ଥ ବ୍ୟବସ୍ଥାରେ ବୃଦ୍ଧି ପରିଲକ୍ଷିତ ହୋଇଥିଲା। ଏହି ସମୟରେ ଜିଡିପି ୫.୫% ବଢିଥିଲା। ସେହିଭଳି ୨୦୧୩-୨୪ରେ ୬.୪%, ୨୦୧୪-୧୫ରେ ୭.୪%, ୨୦୧୫-୧୬ରେ ୮% ଜିଡିପି ରହିଥିଲା। ୨୦୧୬-୧୭ରେ ଜିଡିପି ୮.୩% ଥିବା ବେଳେ ଏହାର ପର ଆର୍ଥତ୍କ ବର୍ଷରେ ଏହା ୬.୮%କୁ ଖସିଥିଲା। ୨୦୧୮-୨୯ରେ ଜିଡିପି ୬.୫% ରହିଲା। ଯାହା ୨୦୧୯-୨୦ରେ ୪%କୁ ଖସିଆସିଲା। ଗତ ଆର୍ଥତ୍କ ବର୍ଷରେ ଜିଡିପି ୭.୩% ଖସିଛି। ଏହା ୪୦ ବର୍ଷର ସବୁଠାରୁ ସର୍ବନିମ୍ନ ସ୍ତର।
୨୦୨୫ ଯାଏ ୫ ଟ୍ରିଲିୟନ ଡଲାର ଜିଡିପି ହାସଲ କାହିଁକି କଷ୍ଟସାଧ୍ୟ ସେ ଉପରେ ନଜର ପକାଇଲେ ଜଣାପଡିବ ଯେ, କରୋନା ଯୋଗୁ ଜିଡିପିକୁ ପ୍ରାୟ ୧୦ ଲକ୍ଷ କୋଟି ଟଙ୍କାର କ୍ଷତି ସହିବାକୁ ପଡ଼ିଛି। ଆଗାମୀ ୩ ବର୍ଷରେ ଭାରତକୁ ବାର୍ଷିକ ୨୫% ହିସାବରେ ଜିଡିପି ଅଭିବୃଦ୍ଧି ହାସଲ କରିବାକୁ ପଡ଼ିବ। ଏହା ହେଲେ ଯାଇ ଧାର୍ଯ୍ୟ ଲକ୍ଷ୍ୟ ହାସଲ କରିହେବ। ମାତ୍ର ଏହା ହାସଲ କରିବା କଷ୍ଟକର। କାରଣ ଭାରତ ଅଦ୍ୟାବଧି ଏହି ହାରରେ କେବେ ଅଭିବୃଦ୍ଧି ହାସଲ କରିବାକୁ ସକ୍ଷମ ହୋଇନାହିଁ। କରୋନା ସଙ୍କଟ ଏବେ ଟଳିନାହିଁ। ଆଗକୁ ଯଦି ତୃତୀୟ ଏବଂ ଚତୁର୍ଥ ଲହର ଆସେ ତେବେ ଭାରତ ପାଇଁ ଏହା ଆହୁରି ବଡ଼ ଆହ୍ବାନ ହେବ। ବିଶେଷଜ୍ଞ କୁହନ୍ତି, ସବୁ କିଛି ପରେ ଯଦି ଅର୍ଥ ବ୍ୟବସ୍ଥା ଚଳିତ ବର୍ଷ ଟ୍ରାକ୍କୁ ଆସିଯାଏ ତେବେ ୨୫% ଅଭିବୃଦ୍ଧି କିଭଳି ହାସଲ କରିବ। ବିଶ୍ୱର ଅନ୍ୟ ପ୍ରମୁଖ ଅର୍ଥ ବ୍ୟବସ୍ଥାଗୁଡ଼ିକ କରୋନା କ୍ଷତି ପହଞ୍ଚାଇଛି। ଏଭଳି ସ୍ଥିତିରେ ଚଳିତ ଆର୍ଥତ୍କ ବର୍ଷରେ ଭାରତର ଜିଡିପି ପ୍ରାୟ ୯% ବୃଦ୍ଧି ହେବ ବୋଲି ଆକଳନ କରାଯାଇଛି।
ମନୋହରପୁର ଖଣିରୁ ଓପିଜିସିକୁ କୋଇଲା ଯୋଗାଣ
ଭୁବନେଶ୍ୱର: ଓଡ଼ିଶା କୋଲ୍ ଆଣ୍ଡ ପାଓ୍ବାର ଲିମିଟେଡ୍ (ଓସିପିଏଲ୍) ମନୋହରପୁର ଖଣିରୁ ଓଡ଼ିଶା ପାଓ୍ବାର ଜେନେରେଶନ କର୍ପୋରେଶନ (ଓପିଜିସି)କୁ କୋଇଲା ଯୋଗାଣ ଶୁଭାରମ୍ଭ ହୋଇଛି। ଓସିପିଏଲ୍...
ପ୍ରଭାବିତ ହେବନି କୃଷି କ୍ଷେତ୍ର
ନୂଆଦିଲ୍ଲୀ: କରୋନା ଦ୍ୱିତୀୟ ଲହର ଯୋଗୁ ଦେଶର କୃଷି କ୍ଷେତ୍ର ଉପରେ କୌଣସି ପ୍ରତିକୂଳ ପ୍ରଭାବ ପଡିବ ନାହିଁ ବୋଲି ନୀତି ଆୟୋଗ ସଦସ୍ୟ ରମେଶ...
ଜୁଲାଇରେ ୧୫ ଦିନ ବନ୍ଦ ରହିବ ବ୍ୟାଙ୍କ, ଜାଣନ୍ତୁ କାହିଁକି
ନୂଆଦିଲ୍ଲୀ: ଆର୍ବିଆଇ ପକ୍ଷରୁ ବ୍ୟାଙ୍କ ଛୁଟି ତାଲିକା ଜାରି କରାଯାଇଛି। ଜୁଲାଇରେ ୯ ଦିନ ବ୍ୟାଙ୍କ ଛୁଟି ରହିବ। ତେବେ ଏହି ଛୁଟିଦିନ ବିଭିନ୍ନ ସ୍ଥାନରେ...
ରିଲାଏନ୍ସ ବୋର୍ଡରେ ରହିପାରେ ସାଉଦି ଆରାମକୋ
ନୂଆଦିଲ୍ଲୀ: ରିଲାଏନ୍ସ ବୋର୍ଡରେ ସାଉଦି ଆରାମକୋର ଅଧ୍ୟକ୍ଷ ସାମିଲ ହୋଇପାରନ୍ତି। ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଏବଂ ସାଉଦି ଆରାମକୋ ମଧ୍ୟରେ ୧୫ ବିଲିୟନ ଡଲାରର ମେଗାଡିଲକୁ ନେଇ...
ଡାବର ଟୁଥ୍ପେଷ୍ଟ ପ୍ୟାକିଂରେ ବ୍ୟବହୃତ ହେବନି କାଗଜ
ନୂଆଦିଲ୍ଲୀ,୨୩।୬: ଦେଶର ଅଗ୍ରଣୀ କମ୍ପାନୀ ଏଫ୍ଏମ୍ସିଜି କମ୍ପାନୀ ଡାବର ପରିବେଶ ସୁରକ୍ଷା ପାଇଁ ଏକ ବଡ଼ ପରିବର୍ତ୍ତନ କରିବାକୁ ନିଷ୍ପତ୍ତି ନେଇଛି। ଏଣିକି କାଗଜ କାର୍ଟୁନରେ...
ସୁଇସ ବ୍ୟାଙ୍କରୁ ତଥ୍ୟ ମଗାଗଲା
ନୂଆଦିଲ୍ଲୀ: ସୁଇସ୍ ବ୍ୟାଙ୍କରେ ଭାରତୀୟଙ୍କ ଜମା ବଢିଥିବା ଏକ ରିପୋର୍ଟ ନିକଟରେ ଆସିଥିଲା। ଭାରତୀୟଙ୍କ କଳାଧନ ବଢିଥିବା ଏହି ରିପୋର୍ଟକୁ ଆଧାର କରି ସାରା ଦେଶରେ...
ଡାକ ବିଭାଗର ବିଶେଷ ରଦ୍ଦକରଣ କାର୍ଯ୍ୟକ୍ରମ
ଭୁବନେଶ୍ୱର: ଚଳିତ ମାସ ୨୧ରେ ବିଶ୍ୱ ଯୋଗ ଦିବସର ମହତ୍ତ୍ୱ ପ୍ରତିପାଦନ ନିମିତ୍ତ ଭାରତୀୟ ଡାକ ବିଭାଗ ପକ୍ଷରୁ ଏକ ବିଶେଷ ରଦ୍ଦକରଣ (ସ୍ପେଶାଲ କ୍ୟାନସେଲେଶନ)...
୧୩୪ କୋଟିର ବ୍ୟାଙ୍କ ଠକେଇ
ନୂଆଦିଲ୍ଲୀ,୧୩।୬: କରୋନା ମହାମାରୀ ସମୟରେ ଗୁଜରାଟରେ ଏକ ବଡ଼ ବ୍ୟାଙ୍କ ଠକେଇ ସାମ୍ନାକୁ ଆସିଛି। ଏକ ଘରୋଇ ଆଇଟି କମ୍ପାନୀ ଓ ଏହାର ୬ଜଣ ବରିଷ୍ଠ ଅଧିକାରୀ...


