ନୂଆଦିଲ୍ଲୀ,୩।୬: ଗତ କିଛି ଦିନ ପରେ ରାଜଧାନୀ ଦିଲ୍ଲୀରେ କାରୋନାର ସଂକ୍ରମଣ ହ୍ରାସ ପାଇଛି। ଗତ ୨୪ ଘଣ୍ଟାରେ ରାଜ୍ୟରେ ପଜିଟିଭ୍ ହାର ୧ପ୍ରତିଶତରୁ କମ୍ ରହିଛି। ଗୋଟିଏ ପଟେ କରୋନା ଆଶ୍ୱସ୍ତିକର ଖବର ଆଣିିଥିବା ବେଳେ ଅନ୍ୟପଟେ ରାଜ୍ୟରେ ବ୍ଲାକ୍ ଫଙ୍ଗସ୍ ଆତଙ୍କ ସରକାରଙ୍କ ନିଦ ହଜାଇଦେଇଛି। ଦିଲ୍ଲୀରେ ଏପର୍ଯ୍ୟନ୍ତ ୮୯ଜଣ ରୋଗୀଙ୍କ ଜୀବନ ନେଇସାରିଛି ବ୍ଲାକ୍ ଫଙ୍ଗସ୍। ସୂଚନା ମୁତାବକ ରାଜ୍ୟରେ ଏପର୍ଯ୍ୟନ୍ତ ୧୦୪୪ ବ୍ଲାକ୍ ଫଙ୍ଗସ୍ ରୋଗୀ ଚିହ୍ନଟ ହୋଇଛନ୍ତି। ସେଥିରୁ ୯୨ଜଣ ସୁସ୍ଥ ହୋଇଥିବା ବେଳେ ୯୬୩ ସକ୍ରିୟ ମାମଲା ରହିଛି। କେବଳ ସରକାରୀ ହସ୍ପିଟାଲରେ ୬୫୦ ବ୍ଲାକ୍ ଫଙ୍ଗସ୍ ରୋଗୀ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ଚିକିତ୍ସା ପାଇଁ ଏବେ ଇଞ୍ଜେକ୍ସନ ବାଧକ ସାଜିଛି। ଇଞ୍ଜେକ୍ସନ ଅଭାବରା ରୋଗୀଙ୍କ ଉପଯୁକ୍ତ ଚିକିତ୍ସା କରାଯାଇପାରୁନାହିଁ। ଏନେଇ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ ସୂଚନା ଦେଇଛନ୍ତି।
ବ୍ଲାକ୍ ଫଙ୍ଗସ୍ ନେଲା ୮୯ ଜୀବନ: ଦିଲ୍ଲୀରେ ଏପର୍ଯ୍ୟନ୍ତ ହଜାରେରୁ ଊର୍ଦ୍ଧ୍ୱ ରୋଗୀ ଚିହ୍ନଟ
Posted inକରୋନା ଭାଇରସ୍, ଜାତୀୟ View All
ଡାକ୍ତରଙ୍କୁ ଆକ୍ରମଣ ହେଲେ ମାମଲା କର
ନୂଆଦିଲ୍ଲୀ, ୨୦।୬(ପି.ଟି.): ଡାକ୍ତର ଏବଂ ସ୍ବାସ୍ଥ୍ୟସେବା ପେସାଦାରଙ୍କୁ ଆକ୍ରମଣରେ ସମ୍ପୃକ୍ତ ଅଭିଯୁକ୍ତମାନଙ୍କ ବିରୋଧରେ ମହାମାରୀ ରୋଗ (ସଂଶୋଧନ) ଆଇନ, ୨୦୨୦ ବଳରେ ମାମଲା ରୁଜୁ କରିବାକୁ...
୨ ମାସରେ ୧୬ ଜଣଙ୍କୁ ମାରିଲାଣି ଦନ୍ତା
ନୂଆଦିଲ୍ଲୀ,୨୪।୬: ହାତୀ ପଲରୁ ବିତାଡ଼ିତ ହେବା ପରେ ଏକ ଦନ୍ତା ଝାଡ଼ଖଣ୍ଡର ସନ୍ଥାଳ ପରଗାନା ଅଞ୍ଚଳରେ ଆତଙ୍କ ଖେଳାଇ ଦେଇଛି। ଗତ ଦୁଇ ମାସ ମଧ୍ୟରେ...
ଥମୁନି ମୃତ୍ୟୁସଂଖ୍ୟା: ରାଜ୍ୟରେ ପୁଣି କରୋନା ନେଲା ୪୦ ଜୀବନ
ଭୁବନେଶ୍ୱର,୫।୬(ବ୍ୟୁରୋ): ରାଜ୍ୟରେ ଦୈନିକ ସଂକ୍ରମଣ ସାମାନ୍ୟ ହ୍ରାସ ପାଇଥିବା ବେଳେ ମୃତ୍ୟୁ ସଂଖ୍ୟା କିନ୍ତୁ ଦିନକୁ ଦିନ ବଢ଼ିବାରେ ଲାଗିଛି। ଗତ ୨୪ ଘଣ୍ଟାରେ ରାଜ୍ୟରେ...
୨ କୋଟି କ୍ଷତିପୂରଣ ଦେବେ ଦେବେଗୌଡ଼ା
ବେଙ୍ଗାଲୁରୁ, ୨୩ା୬: ଏକ କମ୍ପାନୀକୁ ବଦନାମ କଲା ଭଳି ମନ୍ତବ୍ୟ ଦେଇଥିବାରୁ ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଏଚ୍. ଡି. ଦେବେଗୌଡ଼ା ୨ କୋଟି ଟଙ୍କା କ୍ଷତିପୂରଣ...
ଜୁଲାଇ ୧ରୁ ୮ମ ଶ୍ରେଣୀ ପର୍ଯ୍ୟନ୍ତ ଖୋଲିବ ସ୍କୁଲ
ଲକ୍ଷ୍ନୌ,୧୬।୬: କରୋନାର ଦ୍ୱିତୀୟ ଲହର ଉତ୍ତରପ୍ରଦେଶରେ ତାଣ୍ଡବ ରଚିଥିବା ବେଳେ ବର୍ତ୍ତମାନ ସ୍ଥିତି ଧୀରେ ଧୀରେ ନିୟନ୍ତ୍ରଣକୁ ଆସୁଛି। ତେବେ କିଛି ଜିଲାକୁ ଛାଡ଼ିଦେଲେ ଅନ୍ୟ...
ୟୁପିର ପୂର୍ବତନ ମୁଖ୍ୟ ଶାସନ ସଚିବ ଅନୁପ ହେଲେ ନୂଆ ଇସି
ନୂଆଦିଲ୍ଲୀ,୯।୬: ଅବସରପ୍ରାପ୍ତ ଆଇଏଏସ୍ ଅଫିସର ଅନୁପ ଚନ୍ଦ୍ର ପାଣ୍ଡେଙ୍କୁ ଭାରତର ଅନ୍ୟତମ ନିର୍ବାଚନ କମିଶନର (ଇସି) ଭାବେ ନିଯୁକ୍ତି ଦିଆଯାଇଛି। ରାଷ୍ଟ୍ରପତି ରାମନାଥ କୋବିନ୍ଦ ମଙ୍ଗଳବାର...
ଆଜି ଭାଜପାରେ ଯୋଗ ଦେବେ ଜଣେ ବଡ ନେତା
ନୂଆଦିଲ୍ଲୀ,୯।୬: ବୁଧବାର ନୂଆଦିଲ୍ଲୀ ଭାଜପା କାର୍ଯ୍ୟାଳୟରେ କଂଗ୍ରେସର ଜଣେ ବଡ ନେତା ଭାଜପାରେ ସାମିଲ ହେବାର କାର୍ଯ୍ୟକ୍ରମ ରହିଛି। ଭାଜପା ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡାଙ୍କ...
ସୋନିଆଙ୍କୁ ଭେଟିଲେ ଷ୍ଟାଲିନ
ନୂଆଦିଲ୍ଲୀ,୧୮ା୬: ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ୍.କେ. ଷ୍ଟାଲିନ ଶୁକ୍ରବାର ନୂଆଦିଲ୍ଲୀରେ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ସାକ୍ଷାତ କରିଛନ୍ତି। ତାମିଲନାଡୁରେ ନିକଟରେ ଅନୁଷ୍ଠିତ ବିଧାନସଭା ନିର୍ବାଚନରେ ଡିଏମ୍କେ-କଂଗ୍ରେସ...


