ନୂଆଦିଲ୍ଲୀ,୩।୬: ସମ୍ପ୍ରତି ଏକ ମିଛ ହ୍ବାଟସ୍ଆପ୍ ମେସେଜ୍ ମୋବାଇଲ୍ ୟୁଜରଙ୍କ ପାଖକୁ ଅସୁଛି। ଭାରତ ସରକାର ୧୦ କୋଟି ମୋବାଇଲ ୟୁଜରଙ୍କୁ ୩ ମାସର ମାଗଣା ଇଣ୍ଟରନେଟ୍ ଫ୍ରି ଦେଉଥିବା ନେଇ ସେମେଜ୍ରେ ଉଲ୍ଲେଖ କରାଯାଉଛି। ଏହା ସହିତ ଏକ ଲିଙ୍କ୍କୁ କ୍ଲିକ୍ କରିବାକୁ ୟୁଜରଙ୍କୁ କୁହାଯାଉଛି। ଏଥିରେ କ୍ଲିକ୍ କରିବା ପରେ ପ୍ଲାନ୍ ଚୟନ କରିବାକୁ କୁହାଯାଉଛି। ,ହାପରେ ୧୦ ଜଣ ୟୁଜରଙ୍କୁ ଏହା ଶେୟାର କରିବାକୁ ନିର୍ଦ୍ଦେଶ ଦିଆଯାଉଛି। ଏଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଫଟୋକୁ ମଧ୍ୟ ସାମିଲ କରାଯାଇଛି। ତେବେ ଏହାର ତଦନ୍ତ କରି ପିଆଇବି ପକ୍ଷରୁ କୁହାଯାଇଛି ଯେ, ଏହା ଏକ ମିଥ୍ୟା ମେସେଜ୍ ଭାରତ ସରକାରଙ୍କ ପକ୍ଷରୁ ଏଭଳି କୌଣସି ଯୋଜନା ସମ୍ପର୍କରେ ଘୋଷଣା କରାଯାଇ ନାହିଁ। ଏହି ମେସେଜ୍ ପ୍ରତି ସାବଧାନ ରହିବାକୁ ପିଆଇବି କହିଛି। ଲିଙ୍କ୍ ମାଧ୍ୟମରେ ମୋବାଇଲରେ ସଫ୍ଟଓ୍ବେର ଭାଇରସ୍ ପ୍ରବେଶ କରିବା ସହିତ ଡାଟା ଚୋରୀ ହେବାର ଆଶଙ୍କା ରହିଥିବା ପିଆଇବି ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି।
ଗ୍ୟାସ ସିଲିଣ୍ଡର ବ୍ଲାଷ୍ଟ : କୋଠା ତଳେ ଚାପିହୋଇ ୭ ମୃତ
ଗୋଣ୍ଡା, ୨।୬: ଉତ୍ତର ପ୍ରଦେଶର ଗୋଣ୍ଡା ଜିଲାରେ ଗ୍ୟାସ ସିଲିଣ୍ଡରରେ ବିସ୍ଫୋରଣ ଘଟି ୭ ଜଣଙ୍କ ମୃତ୍ୟୁ ହୋଇଛି। ଏହି ଅଘଟଣରେ ୭ ଜଣ ଆହତ...
ଦାନ୍ତରେ ସିଲିଣ୍ଡର ଉଠାଇ ଚର୍ଚ୍ଚାରେ ଶାଢି ପିନ୍ଧା ମହିଳା
ଆଜିକାଲି ସୋସିଆଲ ମିଡିଆରେ ଜଣେ ନାଲି ଶାଢି ପିନ୍ଦା ମହିଳାଙ୍କ ଭିଡିଓ ଭାଇରାଲ ହେବାରେ ଲାଗିଛି। ଭିଡିଓରେ ମହିଳା ଜଣଙ୍କ ଦାନ୍ତରେ ଏଲ୍ପିଜି ସିଲିଣ୍ଡର ଉଠାଉଥିବା...
ଅମ୍ରିତସରରେ ‘ସିଦ୍ଧୁଙ୍କ ନିଖୋଜ’ ପୋଷ୍ଟର
ଅମ୍ରିତସର,୨।୬ : କଂଗ୍ରେସ ବିଧାୟକ ନବଜୋତ ସିଂ ସିଦ୍ଧୁ ନିଖୋଜ ଥିବା ପୋଷ୍ଟର ଅମ୍ରିତସରର ପୂର୍ବ ବିଧାନସଭା ନିର୍ବାଚନ ମଣ୍ଡଳୀର ବିଭିନ୍ନ ସ୍ଥାନରେ ଲଗାଯାଇଛି। ଏକ...
ଗଞ୍ଜେଇରେ ପ୍ରସ୍ତୁତ ହେଉଥିଲା କେକ୍
ମୁମ୍ବାଇ,୧୩।୬: ମୁମ୍ବାଇର ଏକ କେକ୍ ବେକିଂ ବେକେରୀରେ ପ୍ରସ୍ତୁତ ହେଉଥିଲା ଗଞ୍ଜେଇ ମିଶ୍ରିତ କେକ୍। ଖବର ପାଇ ଶନିବାର ରାତିରେ ଚଢ଼ାଉ କରିଥିଲା ନାର୍କୋଟିକ କଣ୍ଟ୍ରୋଲ...
ମନ୍ଦିର ଦର୍ଶନକୁ ନେଇ ପୋଲିସ-ପୁରୋହିତ ମୁହାଁମୁହିଁ
ମିର୍ଜାପୁର,୨୧।୬: ଉତ୍ତରପ୍ରଦେଶର ବିନ୍ଧ୍ୟାଞ୍ଚଳରେ ଥିବା ପ୍ରସିଦ୍ଧ ମା’ ବିନ୍ଧବାସିନି ମନ୍ଦିରରେ ଦର୍ଶନ ଓ ପୂଜାକୁ ନେଇ ରବିବାର ପୋଲିସ ଓ ପୁରୋହିତ ମୁହାଁମୁହିଁ ହୋଇଥିବା ଜଣାପଡ଼ିଛି।...
ଜଗ୍ଗି ବାସୁଦେବରୁ ସଦ୍ଗୁରୁ: ଜାଣନ୍ତୁ ଆଧ୍ୟାତ୍ମ୍ୟ ପଥରେ ଯାତ୍ରା କରୁଥିବା ଏହି …
ଯୋଗ ଏବଂ ଧ୍ୟାନର ପ୍ରଚାରକ ହେଲେ ଜଗ୍ଗି ବାସୁଦେବ ଓରଫ ସଦ୍ଗୁରୁ। ସେ ଇଶା ଫାଉଣ୍ଡେଶନର ସଂସ୍ଥାପକ ମଧ୍ୟ। ଏହି ଅନୁଷ୍ଠାନ ସାମାଜିକ କଲ୍ୟାଣ ଦିଗରେ...
ସାଢ଼େ ୧୮ କୋଟିରେ କାହିଁକି କିଣାଗଲା ରାମମନ୍ଦିର ଜମି: କେନ୍ଦ୍ର-ଆରଏସ୍ଏସ୍କୁ ରିପୋର୍ଟ ପଠାଇଲା ଟ୍ରଷ୍ଟ୍…
ଅଯୋଧ୍ୟା,୧୫।୬: ରାମମନ୍ଦିର ପାଇଁ ଜମି କାହିଁକି ସାଢ଼େ ୧୮ କୋଟି ଟଙ୍କାରେ କିଣାଗଲା ସେ ନେଇ ଶ୍ରୀରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟ୍ ପକ୍ଷରୁ ରିପୋର୍ଟ...
ରେଳଧାରଣାରେ ଯାଇଛି ୮,୭୦୦ ଜୀବନ
ନୂଆଦିଲ୍ଲୀ, ୩।୬(ପି.ଟି.): ୨୦୨୦ରେ ଦେଶବ୍ୟାପୀ ଲକ୍ଡାଉନ ଯୋଗୁ ଯାତ୍ରୀବାହୀ ଟ୍ରେନ୍ ଚଳାଚଳ ଯଥେଷ୍ଟ ହ୍ରାସ ସତ୍ତ୍ୱେ ରେଳଧାରଣାରେ ୮,୭୦୦ରୁ ଊର୍ଦ୍ଧ୍ୱ ଲୋକଙ୍କ ଜୀବନ ଯାଇଛି। ସେମାନଙ୍କ...


