ନୂଆଦିଲ୍ଲୀ, ୪।୬(ଆଇଏଏନ୍ଏସ୍):କରୋନା ମହାମାରୀ ମୁକାବିଲାରେ ସାମିଲ ହେବାକୁ ଯାଉଛି ଭାରତ ନିର୍ମିତ ଦ୍ୱିତୀୟ ଟିକା ‘କର୍ବେଭାକ୍ସ’। ହାଇଦ୍ରାବାଦର ବାୟୋଲୋଜିକାଲ-ଇ ପ୍ରସ୍ତୁତ କରୁଥିବା ଏହି ଦେଶୀ ଟିକାର ଚୂଡ଼ାନ୍ତ ପର୍ଯ୍ୟାୟ କ୍ଲିନିକାଲ ପରୀକ୍ଷା ଚାଲିଛି। ତେବେ ପ୍ରଥମ ଓ ଦ୍ୱିତୀୟ ପରୀକ୍ଷାରେ ପ୍ରଭାବ ଭଲ ରହିଥିବାରୁ ଆସନ୍ତା ଅଗଷ୍ଟ ସୁଦ୍ଧା ଏହା ବଜାରରେ ଉପଲବ୍ଧ ହେବ ବୋଲି ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ଏକ ବିବୃତିରେ କୁହାଯାଇଛିି। ଇତିମଧ୍ୟରେ କେନ୍ଦ୍ର ସରକାର ଉକ୍ତ କମ୍ପାନୀଠାରୁ ୩୦ କୋଟି ଡୋଜ୍ ଟିକା କିଣିବା ପାଇଁ ଚୁକ୍ତି ସ୍ବାକ୍ଷର କରିଛନ୍ତି। ଏ ବାବଦରେ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ୧,୫୦୦ କୋଟି ଟଙ୍କା ଅଗ୍ରିମ ପୈଠ କରିବାକୁ ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି। କର୍ବେଭାକ୍ସ ହେଉଛି ରିସେପ୍ଟର ବାଇଣ୍ଡିଂ ଡୋମେନ୍ (ଆର୍ବିଡି) ପ୍ରୋଟିନ୍ ସବ୍ୟୁନିଟ୍ ଟିକା। ଆମେରିକାର ଟେକ୍ସାସ୍ସ୍ଥିତ ବେଲୋର କଲେଜ୍ ଅଫ୍ ମେଡିସିନ (ବିସିଏମ୍) ସହ ମିଳିତ ଭାବେ ବାୟୋଲୋଜିକାଲ-ଇ ଏହି ଟିକାକୁ ବିକଶିତ କରିଛି।
ଭାରତୀୟ ଭେଷଜ ଗବେଷଣା ପରିଷଦ (ଆଇସିଏମ୍ଆର୍) ଏବଂ ଭାରତ ବାୟୋଟେକ୍ ପକ୍ଷରୁ ମିଳିତ ଭାବେ ପ୍ରସ୍ତୁତ କୋଭାକ୍ସିନ୍ ପରେ କର୍ବେଭାକ୍ସ ହେଉଛି ସ୍ବଦେଶୀ ଜ୍ଞାନକୌଶଳରେ ପ୍ରସ୍ତୁତ ଭାରତର ଦ୍ୱିତୀୟ କୋଭିଡ୍ ଟିକା। ଅଗଷ୍ଟରୁ ଡିସେମ୍ବର ମଧ୍ୟରେ ଆବଶ୍ୟକ ଡୋଜ୍ ଉତ୍ପାଦନ ହୋଇଯିବ ଏବଂ ଆଗାମୀ କିଛି ମାସରେ ଏହା ଉପଲବ୍ଧ ହେବ ବୋଲି ମନ୍ତ୍ରଣାଳୟ କହିଛି। ଟିକା ଅଭାବକୁ ନେଇ କେନ୍ଦ୍ର ସରକାର ସମାଲୋଚିତ ହୋଇଥିବାବେଳେ ଏହି ଦ୍ୱିତୀୟ ଦେଶୀ ଭାକ୍ସିନ ଟିକାକରଣ ଅଭିଯାନକୁ ଆଗେଇ ନେବାରେ ସହାୟକ ହେବ ବୋଲି କୁହାଯାଉଛି। ମନ୍ତ୍ରଣାଳୟ ସୂଚନା ଅନୁଯାୟୀ ବାୟୋଟେକ୍ନୋଲୋଜି ବିଭାଗ ବାୟୋଲୋଜିକାଲ-ଇକୁ ୧୦୦ କୋଟି ଟଙ୍କା ଆର୍ଥିକ ସହାୟତା ଯୋଗାଇଦେଇଥିଲା। ନୂଆ କୋଭିଡ୍ ଭାକ୍ସିନକୁ ସହାୟତା ପାଇଁ ଏହା ସରକାରଙ୍କ ମିଶନ୍ର ଅଂଶବିଶେଷ। ଉକ୍ତ ଟିକାକୁ ଭାକ୍ସିନ୍ ଆଡମିନିଷ୍ଟ୍ରେଶନ ଜାତୀୟ ବିଶେଷଜ୍ଞ ଗୋଷ୍ଠୀର ଅନୁମୋଦନ ପାଇଁ ସୁପାରିସ କରାଯାଇଛି। ଏହା ବ୍ୟତୀତ ବାୟୋଲୋଜିକାଲ-ଇ ଜନ୍ସନ ଆଣ୍ଡ ଜନ୍ସନ କମ୍ପାନୀ ଟିକା ବାର୍ଷିକ ୬୦ କୋଟି ଡୋଜ୍ ପ୍ରସ୍ତୁତ କରିବା ଲାଗି ଅନ୍ୟ ଏକ ଚୁକ୍ତି ସ୍ବାକ୍ଷର କରିଛି। ଭାରତରେ ଏମ୍ଆର୍ଏନ୍ଏ କୋଭିଡ୍-୧୯ ଟିକା ଉତ୍ପାଦନ ପାଇଁ ଉକ୍ତ କମ୍ପାନୀ ପ୍ରୋଭିଡେନ୍ସ ଥେରାପ୍ୟୁଟିକ୍ସ ହେଲ୍ଡିଂସ୍ ସହ ଚୁକ୍ତି ସ୍ବାକ୍ଷର କରିଥିଲା। ପ୍ରକାଶ ଯେ ବର୍ତ୍ତମାନ ସୁଦ୍ଧା ଭାରତରେ ୩ ପ୍ରକାର କୋଭିଡ୍ ଟିକା ଉପଲବ୍ଧ ହେଉଛି। କୋଭିଶିଲ୍ଡ ବ୍ରିଟେନରେ ବିକଶିତ ହୋଇଥିବାବେଳେ ପୁଣେର ସିରମ୍ ଇନ୍ଷ୍ଟିଚ୍ୟୁଟ ଅଫ୍ ଇଣ୍ଡିଆ (ଏସ୍ଆଇଆଇ) ଏହାକୁ ଉତ୍ପାଦନ କରୁଛି। ସେହିପରି ରୁଷିଆରେ ବିକଶିତ ‘ସ୍ପୁଟ୍ନିକ-ଭି’ର ଭାରତୀୟ ଉତ୍ପାଦନକାରୀ କମ୍ପାନୀ ହେଉଛି ହାଇଦ୍ରାବାଦର ଡକ୍ଟର ରେଡ୍ଡୀସ୍।
୨୪କୁ ନଜର, ୨୨ ପାଇଁ ଛାନିଆ
ନୂଆଦିଲ୍ଲୀ,୧୬ା୬: ଉତ୍ତରପ୍ରଦେଶରେ ନିକଟରେ ଅନୁଷ୍ଠିତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ଅଖିଳେଶ ଯାଦବଙ୍କ ନେତୃତ୍ୱାଧୀନ ସମାଜବାଦୀ ପାର୍ଟି ଶାସକ ଭାଜପାକୁ ପରାସ୍ତ କରିଥିଲା। ୨୦୨୨ରେ ହେବାକୁ ଥିବା...
‘ଜୟ ଶ୍ରୀରାମ’ ନ କହିବାରୁ ମୁସଲିମ ବୃଦ୍ଧଙ୍କୁ ମାଡ଼ ମାରି ଦାଢ଼ି କାଟିଦେଲେ
ନୂଆଦିଲ୍ଲୀ,୧୪।୬: ନମାଜ ପାଠ କରିବା ପାଇଁ ମସ୍ଜୀଦ ଯାଉଥିବା ଜଣେ ମୁସଲିମ ବୃଦ୍ଧଙ୍କୁ ମାଡ଼ ମରାଯିବା ସହ ଦାଢ଼ି କାଟି ଦେଇଛନ୍ତି କିଛି ଦୁର୍ବୃତ୍ତ। ରାଜଧାନୀ...
ପାରିବାରିକ ହିଂସା ମାମଲାରେ କରନଙ୍କୁ ମିଳିଲା ଜାମିନ
ମୁମ୍ବାଇ,୧।୬: ଅନେକ ଟିଭି ସିରିୟଲ୍ରେ କାମ କରି ବେଶ୍ ଲୋକପ୍ରିୟତା ହାସଲ କରିଥିବା ଅଭିନେତା କରନ ମେହେରାଙ୍କୁ ପାରିବାରିକ ହିଂସା ମାମଲାରେ ଜାମିନ ମିଳିଛି। ସୋମବାର...
ମୋଦି ସରକାରଙ୍କୁ ୩୫ ହଜାର କୋଟିର ହିସାବ ମାଗିଲେ ସୁପ୍ରିମକୋର୍ଟ
ନୂଆଦିଲ୍ଲୀ, ୨।୬: କେନ୍ଦ୍ର ସରକାରଙ୍କ ଟିକାକରଣ ନୀତିକୁ ବୁଧବାର ତୀବ୍ର ସମାଲୋଚନା କରିଛନ୍ତି ସୁପ୍ରିମକୋର୍ଟ। ଟିକାକରଣ ପାଇଁ ବଜେଟ୍ରେ ୩୫ ହଜାର କୋଟି ଟଙ୍କା ଆଗତ...
ଶୁଭେନ୍ଦୁଙ୍କଠାରୁ ହାର୍ ମାନିବାକୁ ପ୍ରସ୍ତୁତ ନାହାନ୍ତି ଦିଦି: ଜୁନ୍ ୨୪ ଶୁଣାଣି
କୋଲକତା,୧୮।୬: ପଶ୍ଚିମବଙ୍ଗର ବିଧାନସଭା ନିର୍ବାଚନରେ ନନ୍ଦିଗ୍ରାମ ଆସନରୁ ଭାଜପା ପ୍ରାର୍ଥୀ ଶୁଭେନ୍ଦୁ ଅଧିକାରୀଙ୍କଠାରୁ ହାରିଯାଇଥିଲେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ପରେ ସେ ଶୁଭେନ୍ଦୁ ଅଧିକାରୀଙ୍କ ବିଜୟ...
ନୁସରତଙ୍କ ଘର କଳି ଏବେ ସଂସଦରେ, ସଦସ୍ୟତା ରଦ୍ଦ ଦାବି କଲା ଭାଜପା…
ନୂଆଦିଲ୍ଲୀ,୨୨।୬: ପଶ୍ଚିମବଙ୍ଗ ବସିରହାଟ୍ ଲୋକସଭା ଆସନ ଏମ୍ପି ନୁସରତ ଜାହାଁଙ୍କ ଘର କଳି ଏବେ ସଂସଦରେ ପହଞ୍ଚିଛି। ଭାଜପା ପକ୍ଷରୁ ନୁସରତଙ୍କ ସଦସ୍ୟତା ରଦ୍ଧ ପାଇଁ...
ତୃତୀୟ ଲହରର ମୁକାବିଲା ପ୍ରସ୍ତୁତି: ଦେଶରେ ନିର୍ମାଣ ହେବ ୫୦ମଡ୍ୟୁଲାର ହସ୍ପିଟାଲ
ନୂଆଦିଲ୍ଲୀ,୧୪।୬: ସାରା ଦେଶରେ କରୋନା ଭାଇରସ୍ ଆତଙ୍କ ଜାରି ରହିଛି। ବର୍ତ୍ତମାନ ଦେଶରେ ଦୈନିକ ସଂକ୍ରମଣ ପୂର୍ବାପେକ୍ଷା ହ୍ରାସ ପାଇଥିଲେ ମଧ୍ୟ ମୃତ୍ୟୁ ସଂଖ୍ୟା ଥମିବାର...
ଡାବର ଟୁଥ୍ପେଷ୍ଟ ପ୍ୟାକିଂରେ ବ୍ୟବହୃତ ହେବନି କାଗଜ
ନୂଆଦିଲ୍ଲୀ,୨୩।୬: ଦେଶର ଅଗ୍ରଣୀ କମ୍ପାନୀ ଏଫ୍ଏମ୍ସିଜି କମ୍ପାନୀ ଡାବର ପରିବେଶ ସୁରକ୍ଷା ପାଇଁ ଏକ ବଡ଼ ପରିବର୍ତ୍ତନ କରିବାକୁ ନିଷ୍ପତ୍ତି ନେଇଛି। ଏଣିକି କାଗଜ କାର୍ଟୁନରେ...


