ନୂଆଦିଲ୍ଲୀ, ୪।୬(ଆଇଏଏନ୍ଏସ୍):କରୋନା ମହାମାରୀ ମୁକାବିଲାରେ ସାମିଲ ହେବାକୁ ଯାଉଛି ଭାରତ ନିର୍ମିତ ଦ୍ୱିତୀୟ ଟିକା ‘କର୍ବେଭାକ୍ସ’। ହାଇଦ୍ରାବାଦର ବାୟୋଲୋଜିକାଲ-ଇ ପ୍ରସ୍ତୁତ କରୁଥିବା ଏହି ଦେଶୀ ଟିକାର ଚୂଡ଼ାନ୍ତ ପର୍ଯ୍ୟାୟ କ୍ଲିନିକାଲ ପରୀକ୍ଷା ଚାଲିଛି। ତେବେ ପ୍ରଥମ ଓ ଦ୍ୱିତୀୟ ପରୀକ୍ଷାରେ ପ୍ରଭାବ ଭଲ ରହିଥିବାରୁ ଆସନ୍ତା ଅଗଷ୍ଟ ସୁଦ୍ଧା ଏହା ବଜାରରେ ଉପଲବ୍ଧ ହେବ ବୋଲି ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ଏକ ବିବୃତିରେ କୁହାଯାଇଛିି। ଇତିମଧ୍ୟରେ କେନ୍ଦ୍ର ସରକାର ଉକ୍ତ କମ୍ପାନୀଠାରୁ ୩୦ କୋଟି ଡୋଜ୍ ଟିକା କିଣିବା ପାଇଁ ଚୁକ୍ତି ସ୍ବାକ୍ଷର କରିଛନ୍ତି। ଏ ବାବଦରେ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ୧,୫୦୦ କୋଟି ଟଙ୍କା ଅଗ୍ରିମ ପୈଠ କରିବାକୁ ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି। କର୍ବେଭାକ୍ସ ହେଉଛି ରିସେପ୍ଟର ବାଇଣ୍ଡିଂ ଡୋମେନ୍ (ଆର୍ବିଡି) ପ୍ରୋଟିନ୍ ସବ୍ୟୁନିଟ୍ ଟିକା। ଆମେରିକାର ଟେକ୍ସାସ୍ସ୍ଥିତ ବେଲୋର କଲେଜ୍ ଅଫ୍ ମେଡିସିନ (ବିସିଏମ୍) ସହ ମିଳିତ ଭାବେ ବାୟୋଲୋଜିକାଲ-ଇ ଏହି ଟିକାକୁ ବିକଶିତ କରିଛି।
ଭାରତୀୟ ଭେଷଜ ଗବେଷଣା ପରିଷଦ (ଆଇସିଏମ୍ଆର୍) ଏବଂ ଭାରତ ବାୟୋଟେକ୍ ପକ୍ଷରୁ ମିଳିତ ଭାବେ ପ୍ରସ୍ତୁତ କୋଭାକ୍ସିନ୍ ପରେ କର୍ବେଭାକ୍ସ ହେଉଛି ସ୍ବଦେଶୀ ଜ୍ଞାନକୌଶଳରେ ପ୍ରସ୍ତୁତ ଭାରତର ଦ୍ୱିତୀୟ କୋଭିଡ୍ ଟିକା। ଅଗଷ୍ଟରୁ ଡିସେମ୍ବର ମଧ୍ୟରେ ଆବଶ୍ୟକ ଡୋଜ୍ ଉତ୍ପାଦନ ହୋଇଯିବ ଏବଂ ଆଗାମୀ କିଛି ମାସରେ ଏହା ଉପଲବ୍ଧ ହେବ ବୋଲି ମନ୍ତ୍ରଣାଳୟ କହିଛି। ଟିକା ଅଭାବକୁ ନେଇ କେନ୍ଦ୍ର ସରକାର ସମାଲୋଚିତ ହୋଇଥିବାବେଳେ ଏହି ଦ୍ୱିତୀୟ ଦେଶୀ ଭାକ୍ସିନ ଟିକାକରଣ ଅଭିଯାନକୁ ଆଗେଇ ନେବାରେ ସହାୟକ ହେବ ବୋଲି କୁହାଯାଉଛି। ମନ୍ତ୍ରଣାଳୟ ସୂଚନା ଅନୁଯାୟୀ ବାୟୋଟେକ୍ନୋଲୋଜି ବିଭାଗ ବାୟୋଲୋଜିକାଲ-ଇକୁ ୧୦୦ କୋଟି ଟଙ୍କା ଆର୍ଥିକ ସହାୟତା ଯୋଗାଇଦେଇଥିଲା। ନୂଆ କୋଭିଡ୍ ଭାକ୍ସିନକୁ ସହାୟତା ପାଇଁ ଏହା ସରକାରଙ୍କ ମିଶନ୍ର ଅଂଶବିଶେଷ। ଉକ୍ତ ଟିକାକୁ ଭାକ୍ସିନ୍ ଆଡମିନିଷ୍ଟ୍ରେଶନ ଜାତୀୟ ବିଶେଷଜ୍ଞ ଗୋଷ୍ଠୀର ଅନୁମୋଦନ ପାଇଁ ସୁପାରିସ କରାଯାଇଛି। ଏହା ବ୍ୟତୀତ ବାୟୋଲୋଜିକାଲ-ଇ ଜନ୍ସନ ଆଣ୍ଡ ଜନ୍ସନ କମ୍ପାନୀ ଟିକା ବାର୍ଷିକ ୬୦ କୋଟି ଡୋଜ୍ ପ୍ରସ୍ତୁତ କରିବା ଲାଗି ଅନ୍ୟ ଏକ ଚୁକ୍ତି ସ୍ବାକ୍ଷର କରିଛି। ଭାରତରେ ଏମ୍ଆର୍ଏନ୍ଏ କୋଭିଡ୍-୧୯ ଟିକା ଉତ୍ପାଦନ ପାଇଁ ଉକ୍ତ କମ୍ପାନୀ ପ୍ରୋଭିଡେନ୍ସ ଥେରାପ୍ୟୁଟିକ୍ସ ହେଲ୍ଡିଂସ୍ ସହ ଚୁକ୍ତି ସ୍ବାକ୍ଷର କରିଥିଲା। ପ୍ରକାଶ ଯେ ବର୍ତ୍ତମାନ ସୁଦ୍ଧା ଭାରତରେ ୩ ପ୍ରକାର କୋଭିଡ୍ ଟିକା ଉପଲବ୍ଧ ହେଉଛି। କୋଭିଶିଲ୍ଡ ବ୍ରିଟେନରେ ବିକଶିତ ହୋଇଥିବାବେଳେ ପୁଣେର ସିରମ୍ ଇନ୍ଷ୍ଟିଚ୍ୟୁଟ ଅଫ୍ ଇଣ୍ଡିଆ (ଏସ୍ଆଇଆଇ) ଏହାକୁ ଉତ୍ପାଦନ କରୁଛି। ସେହିପରି ରୁଷିଆରେ ବିକଶିତ ‘ସ୍ପୁଟ୍ନିକ-ଭି’ର ଭାରତୀୟ ଉତ୍ପାଦନକାରୀ କମ୍ପାନୀ ହେଉଛି ହାଇଦ୍ରାବାଦର ଡକ୍ଟର ରେଡ୍ଡୀସ୍।
ଡ୍ରେନ ସଫା ନ ହେବାରୁ କଣ୍ଟ୍ରାକ୍ଟର ଉପରେ ଅଳିଆ ପକାଇଲେ ବିଧାୟକ
ମୁମ୍ବାଇ,୧୩।୬: ଜଣେ କଣ୍ଟ୍ରାକ୍ଟରକୁ ରାସ୍ତାରେ ଜମା ହୋଇଥିବା ବର୍ଷା ପାଣିରେ ବସାଇ ଅଳିଆ ପକାଇଛନ୍ତି ସିବ ସେନାର ଜଣେ ବିଧାୟକ। ଠିକ୍ ସମୟରେ ଡ୍ରେନ ସଫା...
ସୋପୋରେ ଆତଙ୍କବାଦୀ ଆକ୍ରମଣ: ୨ସୁରକ୍ଷାକର୍ମୀ ଶହୀଦ
ସୋପୋରେ,୧୨।୬: ଜମ୍ମୁ-କଶ୍ମୀର ସୋପୋରେ ଆତଙ୍କବାଦୀ ଆକ୍ରମଣ ହୋଇଛି। ଏହି ଘଟଣାରେ ସୁରକ୍ଷାକର୍ମୀ ଶହୀଦ ହୋଇଥିବା ବେଳେ ନାଗରିକଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ସୂଚନା ମୁତାବକ ଶନିବାର...
ସଂସଦରେ ଯୋଗ ଶିକ୍ଷା ଦେବେ ପ୍ରଜ୍ଞା
ଜୁନ୍ ୨୧ରେ ବିଶ୍ୱବ୍ୟାପୀ ଅନ୍ତର୍ଜାତୀୟ ଯୋଗ ଦିବସ ପାଳନ କରାଯିବ। ଏହି ଅବସରରେ ଲୋକ ସଭା ସେକ୍ରେଟାରିଏଟ୍ ପକ୍ଷରୁ ସାଂଦସମାନଙ୍କୁ ଯୋଗ ଶିକ୍ଷାର ଆୟୋଜନ କରାଯାଇଛି।...
୨୪କୁ ନଜର, ୨୨ ପାଇଁ ଛାନିଆ
ନୂଆଦିଲ୍ଲୀ,୧୬ା୬: ଉତ୍ତରପ୍ରଦେଶରେ ନିକଟରେ ଅନୁଷ୍ଠିତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ଅଖିଳେଶ ଯାଦବଙ୍କ ନେତୃତ୍ୱାଧୀନ ସମାଜବାଦୀ ପାର୍ଟି ଶାସକ ଭାଜପାକୁ ପରାସ୍ତ କରିଥିଲା। ୨୦୨୨ରେ ହେବାକୁ ଥିବା...
କରୋନାରେ ୩୦ ହଜାର ପିଲା ଅନାଥ
ନୂଆଦିଲ୍ଲୀ, ୮ା୬: କରୋନାରେ ଦେଶର ୩୦,୦୭୧ ପିଲା ଅନାଥ ହୋଇଛନ୍ତି। ଜୁନ୍ ୫ ସୁଦ୍ଧା ରାଜ୍ୟଗୁଡ଼ିକ ପକ୍ଷରୁ ଏ ନେଇ ତଥ୍ୟ ଦାଖଲ ହୋଇଥିବା ଜାତୀୟ...
ପୋଲିସକୁ ଜଣାଇଥିଲେ, ତଥାପି ଚାଲିଗଲା ଜର୍ନାଲିଷ୍ଟଙ୍କ ଜୀବନ
ଲକ୍ଷ୍ନୌ,୧୪।୬: ରବିବାର ରାତିରେ ଉତ୍ତର ପ୍ରଦେଶର ପ୍ରତାପଗଡ଼ ଜିଲାରେ ସୁଲଭ ଶ୍ରୀବାସ୍ତବ ନାମକ ଜଣେ ଟିଭି ଜର୍ନାଲଷ୍ଟଙ୍କ ମୃତ୍ୟୁ ଘଟିଛି। ମୋଟରସାଇକେଲ ଦୁର୍ଘଟଣା ତାଙ୍କ ମୃତ୍ୟୁର...
କରୋନା ମୃତକଙ୍କ ପରିବାରକୁ ଦେଇ ହେବନି ୪ ଲକ୍ଷ ସହାୟତା: ସତ୍ୟପାଠ ଦାଖଲ କଲେ ମୋଦି ସରକାର…
ନୂଆଦିଲ୍ଲୀ,୨୦।୬: କରୋନା ମୃତକଙ୍କ ପରିବାରକୁ ୪ ଲକ୍ଷ ଟଙ୍କାର ଅନୁକମ୍ପା ମୂଳକ ସହାୟତା ଦେଇ ହେବନି। ଏନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କ ପକ୍ଷରୁ ସୁପ୍ରିମ୍କୋର୍ଟରେ...
ଟିକା ନେଇଥିବା ଯାତ୍ରୀଙ୍କୁ ବିମାନ ଭଡ଼ାରେ ମିଳିବ ରିହାତି
ନୂଆଦିଲ୍ଲୀ,୨୩।୬: ଦେଶରେ ଦୃତ ଗତିରେ ଟିକାକରଣ ପ୍ରକିୟା ଚାଲିଛି। ଏଭଳି ସ୍ଥିତିରେ ଟିକାକରଣକୁ ଆହୁରି ପ୍ରୋତ୍ସାହିତ କରିବା ଲାଗି ଇଣ୍ଡିଗୋ ବିମାନ କମ୍ପାନୀ ପକ୍ଷରୁ ବଡ...


