ଚଣ୍ଡିଗଡ଼, ୪ା୬: ପରକୀୟା ପ୍ରୀତି ଥିଲେ ବି ଜଣେ ମହିଳା ଭଲ ମା’ ନୁହନ୍ତି ବୋଲି ସିଦ୍ଧାନ୍ତ ହୋଇପାରିବ ନାହିଁ। ଏହି ଆଧାରରେ ସନ୍ତାନର ସୁରକ୍ଷା ଦାୟିତ୍ୱ ତାଙ୍କୁ ନ ଦିଆଯିବାକୁ ନିଷ୍ପତ୍ତି ନିଆଯାଇପାରିବନି ବୋଲି ପଞ୍ଜାବ ଓ ହରିୟାଣା ହାଇକୋର୍ଟ କହିଛନ୍ତି।
ପଞ୍ଜାବର ଜଣେ ମହିଳା ଅଷ୍ଟ୍ରେଲିଆ ନାଗରିକ ଥିବା ତାଙ୍କ ପୂର୍ବତନ ସ୍ବାମୀଙ୍କଠାରୁ ୪ ବର୍ଷୀୟ ଝିଅଙ୍କ ଲାଳନପାଳନ ଦାୟିତ୍ୱ ନେବା ପାଇଁ କୋର୍ଟରେ ପିଟିଶନ ଦାଖଲ କରିଥିଲେ। ଜଷ୍ଟିସ୍ ଅନୁପିନ୍ଦର ସିଂ ଗ୍ରଓ୍ବୋଲ ପିଟିଶନ ଗ୍ରହଣ କରି ମହିଳା ଜଣକ ଅଷ୍ଟ୍ରେଲିଆରେ ରହୁଥିବା ତାଙ୍କ ଝିଅର ଦାୟିତ୍ୱ ନେଇପାରିବେ ବୋଲି ରାୟ ଦେଇଥିଲେ। ମହିଳାଙ୍କ ଅନ୍ୟ କାହା ସହ ସମ୍ପର୍କ ରହିଥିବା ନେଇ ତାଙ୍କ ସ୍ବାମୀ ଅଭିଯୋଗ ଆଣିଥିଲେ। ପୁରୁଷ ପ୍ରଧାନ ସମାଜରେ ନାରୀଙ୍କ ଚରିତ୍ର ଉପରେ କଥା ଉଠିବା ସାଧାରଣ କଥା ଏବଂ ଅନେକ ସମୟରେ ଏହା ଭିତ୍ତିହୀନ ହୋଇଥାଏ। ମହିଳାଙ୍କ ଅନ୍ୟ କାହା ସହ ସମ୍ପର୍କ ଥିଲେ ମଧ୍ୟ ସେ ଜଣେ ଭଲ ମା’ ହୋଇପାରିବେନି ବୋଲି କହିବା ଉଚିତ ନୁହେଁ ବୋଲି କୋର୍ଟ କହିଛନ୍ତି।
ମାସ୍କ ନ ପିନ୍ଧିବାରୁ ବ୍ୟାଙ୍କ୍ରେ ଗ୍ରାହକଙ୍କୁ ଗୁଳି
ବରେଲି,୨୫।୬: ମାସ୍କ ପିନ୍ଧି ନ ଥିବାରୁ ଜଣେ ଗ୍ରାହକଙ୍କୁ ଗୁଳି କରିଛନ୍ତି ଏକ ବ୍ୟାଙ୍କର ସିକ୍ୟୁରିଟି ଗାର୍ଡ। ଉତ୍ତର ପ୍ରଦେଶର ବରେଲି ଜିଲାରେ ଘଟିଛି ଏଭଳି...
ମୋଦିଙ୍କ କ୍ୟାବିନେଟ୍ରେ ସିନ୍ଧିଆ ପାଇବେ ସ୍ଥାନ: ମିଳିପାରେ ରେଳ ମନ୍ତ୍ରଣାଳୟ…
ନୂଆଦିଲ୍ଲୀ,୧୩।୬: ସଂସଦର ମୌସୁମୀ ଅଧିବେଶନ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କ୍ୟାବିନେଟ୍ର ସମ୍ପ୍ରସାରଣ କରାଯିବ। ଏଥିରେ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କୁ ସ୍ଥାନ ମିଳିବା ପ୍ରାୟ ନିଶ୍ଚିତ ହୋଇଛି।...
ବଲିଉଡ୍ ଅଭିନେତାଙ୍କ ଘରୁ ଚୋରି
ମୁମ୍ବାଇ, ୧।୬: ବଲିଉଡ୍ ଷ୍ଟାର ସଲମାନ ଖାନଙ୍କ ସହ ବିବାଦ ପାଇଁ ଏବେ ଚର୍ଚ୍ଚାରେ ଥିବା କେଆର୍କେ ଭାବେ ଜଣାଶୁଣା କମଲ ରଶିଦ ଖାନଙ୍କ ଘରୁ...
ସିବିଏସ୍ଇ ଦ୍ୱାଦଶ ଶ୍ରେଣୀ ମୂଲ୍ୟାୟନ ପଦ୍ଧତି ପାଇଁ କମିଟି ଗଠନ
ନୂଆଦିଲ୍ଲୀ, ୫ା୬: ମହାମାରୀ ଯୋଗୁ ଦ୍ୱାଦଶ ଶ୍ରେଣୀ ବୋର୍ଡ ପରୀକ୍ଷା ବାତିଲ ହେବା ପରେ ଛାତ୍ରୀଛାତ୍ରଙ୍କ ମୂଲ୍ୟାୟନ ପଦ୍ଧତି ନିରୂପଣ ଲାଗି କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା...
ରାଜ୍ୟପାଳ ଆଣିଲେ ଅଭିଯୋଗ: ମିଛ କହୁଛନ୍ତି ଦିଦି
କୋଲକତା,୧।୬: ପଶ୍ଚିମବଙ୍ଗ ରାଜନୀତିରେ ଆରୋପ-ପ୍ରତ୍ୟାରୋପ ଥମିବାର ନାଁ ନେଉ ନାହଁି। ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ହୋଇଥିବା ବାତ୍ୟା ବୈଠକରେ ଯୋଗ ଦେଇ...
ଡ୍ୟୁଟିରେ ଫୋନ ବ୍ୟବହାର କରିପାରିବେ ନାହିଁ ପୋଲିସ ଅଧିକାରୀ
ପାଟଣା, ୨।୬: ଡ୍ୟୁଟିରେ ଥିବାବେଳେ ପୋଲିସ କର୍ମୀ ମୋବାଇଲ ଫୋନ କିମ୍ବା କୌଣସି ପ୍ରକାର ବୈଦ୍ୟୁତିକ ଉପକରଣ ବ୍ୟବହାର କରିପାରିବେ ନାହିଁ। ବିହାର ପୋଲିସ ଅଧିକାରୀଙ୍କ...
ନୂଆ ଆକ୍ରାନ୍ତ-ମୃତକଙ୍କ ସଂଖ୍ୟା ପୁଣି କମିଲା…
ନୂଆଦିଲ୍ଲୀ,୧।୬: ଦେଶରେ କରୋନା ସଂକ୍ରମଣ ଯୋଗୁ ସ୍ଥିତି ସଙ୍କଟ ଜନକ ହେବାରେ ଲାଗିଛି। କରୋନାର ଦ୍ୱିତୀୟ ଲହର ଆତଙ୍କ ସୃଷ୍ଟି କରିଛି। ନୂଆ ଆକ୍ରାନ୍ତ ଏବଂ...
ତମାଖୁ ବିକ୍ରି ପାଇଁ ଦରକାର ଲାଇସେନ୍ସ
ଲକ୍ଷ୍ନୌ,୧୩।୬: ମଦ ଭଳି ତମାଖୁ ବିକ୍ରି ପାଇଁ ମଧ୍ୟ ଲାଇସେନ୍ସ ଦରକାର। ତେବେ ଏଭଳି ନିୟମ ଉତ୍ତରପ୍ରଦେଶ(ୟୁପି)ରେ କାର୍ଯ୍ୟକାରୀ ହେବାକୁ ଯାଉଛି। ଯୋଗୀ ଆଦିତ୍ୟ ନାଥଙ୍କ...


