E-Paper
  • logo
  • Saturday 28th March 2026 | Today's Paper | Archives
  • Dharitri Logo
  • Thursday, March 28, 2019 | Archives
  • .
  • ରାଜ୍ୟ
  • ଜାତୀୟ
  • ମେଟ୍ରୋ
  • ଅନ୍ତର୍ଜାତୀୟ
  • ଖେଳ
  • ଫୁରସତ
  • ବାଣିଜ୍ୟ
  • ସମ୍ପାଦକୀୟ
  • ଜୀବନଚର୍ଯ୍ୟା
  • ଅପରାଧ
  • ମନୋରଞ୍ଜନ
  • ଆମ ଜିଲା ଖବର
    • ମୟୂରଭଞ୍ଜ
    • ବାଲେଶ୍ୱର
    • ଭଦ୍ରକ
    • କେନ୍ଦୁଝର
    • ଢେଙ୍କାନାଳ
    • ଅନୁଗୋଳ
    • ଯାଜପୁର
    • କେନ୍ଦ୍ରାପଡ଼ା
    • ଜଗତ୍‌ସିଂହପୁର
    • କଟକ
    • ପୁରୀ
    • ଖୋର୍ଦ୍ଧା
    • ନୟାଗଡ଼
    • ଗଞ୍ଜାମ
    • ଗଜପତି
    • କନ୍ଧମାଳ
    • କୋରାପୁଟ
    • ମାଲକାନଗିରି
    • ରାୟଗଡା
    • ନବରଙ୍ଗପୁର
    • କଳାହାଣ୍ଡି
    • ନୂଆପଡ଼ା
    • ବୌଦ୍ଧ
    • ସୁବର୍ଣ୍ଣପୁର
    • ବଲାଙ୍ଗୀର
    • ସମ୍ବଲପୁର
    • ବରଗଡ଼
    • ଝାରସୁଗୁଡ଼ା
    • ଦେବଗଡ଼
    • ସୁନ୍ଦରଗଡ଼
  • ଅନ୍ୟାନ୍ୟ
    • କରୋନା ଭାଇରସ୍‌
    • ଶ୍ରେଷ୍ଠ ପାଞ୍ଚ
    • ଆଜିର ଫଟୋ
  • ଖେଳନ୍ତୁ ଗେମ୍ସ
Posted inମେଟ୍ରୋ, ରାଜ୍ୟ

ଚାର୍ଟାର୍ଡ ଆକାଉଣ୍ଟାଣ୍ଟରୁ ଶିକ୍ଷା ଗୁରୁ
9:26 amJune 4, 2021

ଭୁବନେଶ୍ୱର,୪।୬(ବ୍ୟୁରୋ): ଡ. ବିଜୟ କୁମାର ସାହୁ। ଜଣେ ଦୂରଦୃଷ୍ଟିସମ୍ପନ୍ନ ବ୍ୟକ୍ତିତ୍ୱ। ୧୯୬୩ ଜୁନ୍‌ ୧ରେ ଖୋର୍ଦ୍ଧା ଜିଲାରେ ଜନ୍ମଗ୍ରହଣ କରିଥିବା ବିଜୟ ଚାର୍ଟାର୍ଡ ଆକାଉଣ୍ଟାଣ୍ଟ ଭାବେ ନିଜର କ୍ୟାରିୟର ଆରମ୍ଭ କରିଥିଲେ। କିନ୍ତୁ ଓଡ଼ିଶାରେ ଶିକ୍ଷାର ପରିବର୍ତ୍ତନ ଥିଲା ତାଙ୍କର ସ୍ବପ୍ନ। ଭୁବନେଶ୍ୱରରେ ପ୍ରତିଷ୍ଠା କରିଥିଲେ ସାଇ ଇଣ୍ଟରନ୍ୟାଶନାଲ ଏଜୁକେଶନାଲ ଗ୍ରୁପ୍‌। ଯେଉଁଥିରେ ୪ଟି ଶିକ୍ଷାନୁଷ୍ଠାନ ରହିଛି। ସାଇ ଇଣ୍ଟରନ୍ୟାଶନାଲ ସ୍କୁଲ(ଏଜୁକେଶନ ଓ୍ବାର୍ଲଡ ସ୍କୁଲ ର଼୍ୟାଙ୍କିଙ୍ଗ୍‌ ୨୦୨୦ରେ ଭାରତରେ ର଼୍ୟାଙ୍କ-୧ ପାଇଛି), ସାଇ ଆଙ୍ଗନ, ସାଇ ଇଣ୍ଟରନ୍ୟାଶନାଲ ରେସିଡେନ୍‌ସିଆଲ ସ୍କୁଲ ଓ ସାଇ ଇଣ୍ଟରନ୍ୟାଶନାଲ କଲେଜ ଅଫ୍‌ କମର୍ସ। ଚାର୍ଟାର୍ଡ ଆକାଉଣ୍ଟାଣ୍ଟ, କଷ୍ଟ୍‌ ଆକାଉଣ୍ଟାଣ୍ଟ, ଆଇନରେ ସ୍ନାତକ କରିଥିବା ବିଜୟ ସାହୁ କେବଳ ଜ୍ଞାନ ଆହରଣ କରିବା ନୁହେଁ ବରଂ ଏହାକୁ ବିସ୍ତାର କରିବା ପାଇଁ ନିରନ୍ତର ଚେଷ୍ଟା କରିଥିଲେ। ଏକାଡେମିକ୍‌ ଉତ୍କର୍ଷ ତଥା ଶିକ୍ଷା ମାଧ୍ୟମରେ ଏକ ଉନ୍ନତ ଭାରତ ଗଠନ ପାଇଁ ସେ ୟୁଏସ୍‌ ହାର୍ଭାର୍ଡ ଗ୍ରାଜୁଏଟ୍‌ ସ୍କୁଲ୍‌ ଅଫ୍‌ ଏଜୁକେଶନ୍‌, ବ୍ରିଟେନ ନ୍ୟାଶନାଲ୍‌ କଲେଜ୍‌ ଫର୍‌ ସ୍କୁଲ୍‌ ଲିଡରଶିପ୍‌, ସିଙ୍ଗାପୁରସ୍ଥିତ ଏସୀୟ ଅନ୍ତର୍ଜାତୀୟ କଲେଜ ଆଦି ପ୍ରତିଷ୍ଠିତ ଅନୁଷ୍ଠାନରୁ ତାଲିମ ହାସଲ କରିଥିଲେ। ରାଜ୍ୟ ସରକାର ତାଙ୍କୁ ୨୦୧୯ ଜୁନ୍‌ରେ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସଙ୍ଗଠନର ପରାମର୍ଶଦାତା ଭାବେ ଦାୟିତ୍ୱ ଦେଇଥିଲେ। ସେ ଭାରତର ଉପରାଷ୍ଟ୍ରପତିଙ୍କ ଠାରୁ ୨୦୨୧ରେ ଉତ୍କଳ ବିଶ୍ୱବିଦ୍ୟାଳୟ ଦ୍ୱାରା ଡକ୍ଟର ଅଫ୍‌ ଲିଟରେଚର ସମ୍ମାନ ଗ୍ରହଣ କରିଥିଲେ। ଗତ ଏପ୍ରିଲରେ ‘ଧରିତ୍ରୀ’ ଓ ‘ଓଡ଼ିଶାପୋଷ୍ଟ’ ପକ୍ଷରୁ ଆୟୋଜିତ ‘ବିଜ୍‌ନେସ୍‌ ଏମିନେନ୍ସ ଆଓ୍ବାର୍ଡ’ କାର୍ଯ୍ୟକ୍ରମରେ ତାଙ୍କୁ ବିଶିଷ୍ଟ ଶିକ୍ଷା ଉଦ୍ୟୋଗୀ ଭାବେ ସମ୍ମାନିତ କରାଯାଇଥିଲା।

ଦୈନନ୍ଦିନ ଖର୍ଚ୍ଚ ପାଇଁ ଟ୍ୟୁଶନ କରୁଥିଲେ
ଭୁବନେଶ୍ୱର ଡିଏମ୍‌ ସ୍କୁଲରୁ ଶିକ୍ଷା ଆରମ୍ଭ କରି ୧୯୮୦ରେ ସେ ସେଠାରୁ ଦ୍ୱାଦଶ ପାସ୍‌ କରିଥିଲେ। ଏହା କେନ୍ଦ୍ର ସରକାରଙ୍କ ଦ୍ୱାରା ପରିଚାଳିତ ହେଉଥିବାରୁ ଫି’ ଅଳ୍ପ ଥିଲା। ତେବେ ଅଧ୍ୟୟନରେ ଭଲ ପ୍ରଦର୍ଶନ କରୁଥିବାରୁ ତାଙ୍କୁ ବାର୍ଷିକ ୬୦୦ଟଙ୍କା ଷ୍ଟାଇପେଣ୍ଡ ମିଳୁଥିଲା। ଯାହା ତାଙ୍କୁ ଟ୍ୟୁଶନ ଫି’ ଦେବା ସହିତ ଅନ୍ୟାନ୍ୟ ଖର୍ଚ୍ଚ କରିବାରେ ସାହାଯ୍ୟ କରିଥିଲା। କିନ୍ତୁ କଲେଜ ସମୟରେ ନିଜ ଦୈନନ୍ଦିନ ଖର୍ଚ୍ଚ ପାଇଁ ସେ ଟ୍ୟୁଶନ କରୁଥିଲେ।

କାନ୍ଧରେ ଥିଲା ପରିବାର ଦାୟିତ୍ୱ
ବାପା ଜଣେ ଛୋଟ ବ୍ୟବସାୟୀ ଥିବାରୁ ପରିବାର ଚଳାଇବା ପାଇଁ ତାଙ୍କ ରୋଜଗାର ଯଥେଷ୍ଟ ନ ଥିଲା। ତେଣୁ ୧୯୮୨ରେ ସେ କଲିକତା ଯାଇ ଚାର୍ଟାର୍ଡ ଆକାଉଣ୍ଟାନ୍ସି ପାଇଁ ନାମ ଲେଖାଇବା ସହିତ କଲକିତାର ଏକ କମ୍ପାନୀରେ ଆର୍ଟିକିଲଶିପ୍‌ କରୁଥିଲେ। ଏହି ସମୟରେ ତାଙ୍କୁ ମାସକୁ ୬୦୦ଟଙ୍କା ଷ୍ଟାଇପେଣ୍ଡ ମିଳୁଥିଲା। ପରିବାରର ଦାୟିତ୍ୱ ତାଙ୍କ କାନ୍ଧ ଉପରେ ଥିବାରୁ ସେ ମିଳୁଥିବା ଷ୍ଟାଇପେଣ୍ଡରୁ ଟଙ୍କା ସଞ୍ଚୟ କରୁଥିଲେ। ତେଣୁ ସେ ଏକ ଡାକଘରର ଓ୍ବାଚ୍‌ମ୍ୟାନ ସହିତ ଏକ ରୁମ୍‌ରେ ମିଶିକି ରହୁଥିଲେ। ଭଡ଼ା ହିସାବରେ ପ୍ରତି ମାସରେ ସେ ୧୦୦ ଟଙ୍କା ଦେଉଥିଲେ।

ଶିକ୍ଷା ପରିବର୍ତ୍ତନ ପାଇଁ ବୁଲିଥିଲେ ବିଶ୍ୱର ପ୍ରାୟ ୨୫୦ ବିଦ୍ୟାଳୟ
ଜଣେ ଭଲ ଚାର୍ଟାର୍ଡ ଆକାଉଣ୍ଟାଣ୍ଟ ହୋଇ ସଫଳତା ପାଇଥିଲେ ମଧ୍ୟ ରାଜ୍ୟରେ ଶିକ୍ଷା କ୍ଷେତ୍ରରେ ପରିବର୍ତ୍ତନ ଆଣିବା ତାଙ୍କର ପ୍ରବଳ ଇଚ୍ଛା ଥିଲା। ଶିକ୍ଷା ହେଉଛି ଏକ ମୌଳିକ ଆବଶ୍ୟକତା ଯାହା ଦେଶର ଭବିଷ୍ୟତକୁ ମଧ୍ୟ ବଦଳାଇ ପାରିବ। ଶିକ୍ଷା ତାଙ୍କର ପେଷା ଥିଲା। ତେଣୁ ସେ ନିଜ ବୃତ୍ତିକୁ ତ୍ୟାଗ କରି ପେଷାକୁ ଆପଣାଇଥିଲେ। ତେଣୁ ଓଡ଼ିଶାରେ ଶିକ୍ଷା କ୍ଷେତ୍ରରେ କଣ ଉନ୍ନତି ଅଣାଯାଇପାରିବ, ସେଥିପାଇଁ ସେ ୧୯୯୭-୨୦୦୬ ମଧ୍ୟରେ ବିଶ୍ୱର ପ୍ରାୟ ୨୫୦ ବିଦ୍ୟାଳୟ ପରିଦର୍ଶନ କରି ସେମାନଙ୍କ ଶିକ୍ଷାର ସ୍ତର କଣ ଜାଣିବା ପାଇଁ ଯାଇଥିଲେ। ୨୦୦୭ରେ ସେ ବିଶ୍ୱସ୍ତରୀୟ ସୁବିଧା ଥିବା ଏକ ବିଦ୍ୟାଳୟ ଖୋଲିବାକୁ ସ୍ଥିର କରିବା ସହ ବ୍ୟାଙ୍କରୁ ଋଣ ଆଣି ସେହିବର୍ଷ ଫେବୃୟାରୀ ୧୪ରେ ନିର୍ମାଣ କାର୍ଯ୍ୟ ଆରମ୍ଭ କରିଥିଲେ। ୨୦୦୮ ଏପ୍ରିଲ ୪ରେ ସ୍କୁଲ ଖୋଲିଥିଲା।


[mc4wp_form id="252536"] All Right Reserved By Dharitri.Com

Posted inମେଟ୍ରୋ, ରାଜ୍ୟ View All

୮ ଜିଲାରେ ଅକ୍ସିଜେନ୍‌ ପ୍ଲାଣ୍ଟ ଶିଳାନ୍ୟାସ

ଭୁବନେଶ୍ୱର, ୧୯।୬(ବ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁକ୍ରବାର ଭିଡିଓ କନ୍‌ଫରେନ୍ସ ଜରିଆରେ ରାଜ୍ୟର ୮ ଜିଲାରେ ବିଭିନ୍ନ ସ୍ବାସ୍ଥ୍ୟ ଭିତ୍ତିଭୂମିର ଉଦ୍‌ଘାଟନ କରିବା ସହ ତରଳ...

ଜେଲରୁ ବାହାରିଲେ ଅଭୟକାନ୍ତ ପାଠକ

ଭୁବନେଶ୍ୱର,୧୯।୬(ବ୍ୟୁରୋ): ଗିରଫ ହେବାର ଦୀର୍ଘ ୬ମାସ ପରେ ଶୁକ୍ରବାର ଜେଲରୁ ମୁକୁଳିଛନ୍ତି ଆଇଏଫ୍‌ଏସ୍‌ ଅଫିସର ତଥା ନିଲମ୍ବିତ ଅତିରିକ୍ତ ପିସିସିଏଫ୍‌ ଅଭୟକାନ୍ତ ପାଠକ। ଆୟ ବହିର୍ଭୂତ...

ମୁମ୍ବାଇ ଗଲା କ୍ରାଇମବ୍ରାଞ୍ଚ ଏସ୍‌ଟିଏଫ୍‌ ଟିମ୍‌

ଭୁବନେଶ୍ୱର,୧୯।୬(ବ୍ୟୁରୋ): କଟକରୁ ବିପୁଳ ପରିମାଣର ନକଲି କରୋନା ଔଷଧ ଜବତ ଘଟଣାରେ ଏବେ କ୍ରାଇମବ୍ରାଞ୍ଚର ସ୍ପେଶାଲ ଟାସ୍କ ଫୋର୍ସ (ଏସ୍‌ଟିଏଫ୍‌) ଖୋଳତାଡ଼ କରୁଛି। ଗୁରୁବାର ଔଷଧ...

ଆଜି ଆଉ ୩୭ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୩୫୦୮କୁ ବୃଦ୍ଧି

ଭୁବନେଶ୍ୱର,୧୮ା୬(ବ୍ୟୁରୋ): ଶୁକ୍ରବାର କରୋନା ମହାମାରୀ ରାଜ୍ୟରୁ ଆଉ ୩୭ ଜଣଙ୍କ ଜୀବନ ନେଇଥିବା ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।...

ରାଜ୍ୟରେ ୬ହଜାରରୁ ଊର୍ଦ୍ଧ୍ୱ ଆକ୍ରାନ୍ତ ଚିହ୍ନଟ: ଖୋର୍ଦ୍ଧାରୁ ସର୍ବାଧିକ

ଭୁବନେଶ୍ୱର,୧୦।୬(ବ୍ୟୁରୋ): ଗତ ୧୦ ଦିନ ହେଲା ରାଜ୍ୟରେ କରୋନା ମିଟର ତଳମୁହାଁ ହୋଇଛି। ଗତ କିଛି ଦିନ ହେଲା ୭ହଜାରରୁ କମ୍‌ ରହୁଛି ନୂଆ ଆକ୍ରାନ୍ତଙ୍କ...

ଭୁଲ୍‌ ସୁଧାରିବାକୁ ପୋଲିସର ସ୍ପେଶାଲ ଡ୍ରାଇଭ୍‌

ଭୁବନେଶ୍ୱର,୬।୬(ବ୍ୟୁରୋ): ଅନେକ ସମୟରେ ପୋଲିସର ଅବହେଳା ଓ ଅସାବଧାନତା ଯୋଗୁ ଅଭିଯୁକ୍ତମାନେ ଖସିପଳାଇବାରେ ସକ୍ଷମ ହେଉଛନ୍ତି। ବଳାତ୍କାର, ହତ୍ୟା ଭଳି ସଙ୍ଗିନ ମାମଲାରେ ଗିରଫ ହୋଇଥିବା...

‘ପିନାକ୍‌’ର ସଫଳ ପରୀକ୍ଷଣ

ବାଲେଶ୍ୱର ଅଫିସ,୨୫।୬: ବାଲେଶ୍ୱର ଜିଲା ଚାନ୍ଦିପୁରସ୍ଥିତ ସମନ୍ବିତ ପରୀକ୍ଷଣ କେନ୍ଦ୍ର (ଆଇଟିଆର୍‌)ରେ ଶୁକ୍ରବାର ମଲ୍ଟି ବ୍ୟାରେଲ ରକେଟ୍‌ ଲଞ୍ଚର (ଏମ୍‌ବିଆର୍‌ଏଲ୍‌)ରୁ ପରିବର୍ଦ୍ଧିତ ରେଞ୍ଜ ୧୨୨ଏମ୍‌ଏମ୍‌ କାଲିବର...

ଜୁଲାଇ୧ରୁ ଶତ ପ୍ରତିଶତରେ ଚାଲିବ ରାଜଧାନୀର ସରକାରୀ କାର୍ଯ୍ୟାଳୟ

ଭୁବନେଶ୍ୱର,୧୯।୬(ବ୍ୟୁରୋ): ଆସନ୍ତା ଜୁଲାଇ ପହିଲାରୁ ରାଜଧାନୀ ଭୁବନେଶ୍ୱରରେ ଥିବା ସମସ୍ତ ସରକାରୀ କାର୍ଯ୍ୟାଳୟରେ ଶତପ୍ରତିଶତ କର୍ମଚାରୀ କାର୍ଯ୍ୟରେ ଯୋଗଦେବେ। ତେବେ କାର୍ଯ୍ୟରେ ଯୋଗଦେବା ପୂର୍ବରୁ କର୍ମଚାରୀମାନଙ୍କୁ...

Archives

Model This Week

Pilanka Dharitri
Metro Mijaj
Why Dharitri

ଛତ୍ରପୁର,୨୮।୬(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଛତ୍ରପୁର ଉପକଣ୍ଠ ଗଞ୍ଜାମ ଥାନା ଅଧୀନ କରପଡା ଗ୍ରାମର ବୃନ୍ଦାବନ ଚର୍ତିଙ୍କ ଘରୁ ବିଳମ୍ବିତ...

 
[mc4wp_form id="252536"]

Post navigation

Previous Post Previous post:
ଶ୍ରୀମନ୍ଦିର ପାଇଁ ପଞ୍ଚବାର୍ଷିକ ଯୋଜନା: ମରାମତି ହେବ ପାର୍ଶ୍ୱ ଦେବଦେବୀ ମନ୍ଦିର
Next Post Next post:
ସ୍ବଭାବରେ ବହୁତ ରାଗି ଥିଲେ ଏହି ଭାରତୀୟ କ୍ରିକେଟର: ପାକିସ୍ତାନର ଇନ୍ଜାମାମଙ୍କ ସହ ବି କରି ଦେଇଥିଲେ ଝଗଡ଼ା

 

Logo
  • ରାଜ୍ୟ
  • ଜାତୀୟ
  • ମେଟ୍ରୋ
  • ଅନ୍ତର୍ଜାତୀୟ
  • ଖେଳ
  • ଫୁରସତ
  • ବାଣିଜ୍ୟ
  • ସମ୍ପାଦକୀୟ
  • ଜୀବନଚର୍ଯ୍ୟା
  • ଅପରାଧ
  • ମନୋରଞ୍ଜନ
  • About us
  • Contacts
  • Advertise with us

Copyright © Dharitri.com 2016-2026 - All rights reserved

Developed By Ratna Technology

  • Home
  • ରାଜ୍ୟ
  • ଜାତୀୟ
  • ଅନ୍ତର୍ଜାତୀୟ
  • ମେଟ୍ରୋ
  • ଖେଳ
  • ଫୁରସତ
  • ବାଣିଜ୍ୟ
  • ସମ୍ପାଦକୀୟ
  • ଜୀବନଚର୍ଯ୍ୟା
  • ଅପରାଧ
  • ମନୋରଞ୍ଜନ
  • ଆମ ଜିଲା ଖବର
    ▼
    • କଟକ
    • ଅନୁଗୋଳ
    • କେନ୍ଦୁଝର
    • କେନ୍ଦ୍ରାପଡ଼ା
    • ଗଞ୍ଜାମ
    • ସୁନ୍ଦରଗଡ଼
    • କୋରାପୁଟ
    • ଢେଙ୍କାନାଳ
    • କଳାହାଣ୍ଡି
    • ବାଲେଶ୍ୱର
    • କନ୍ଧମାଳ
    • ସୁବର୍ଣ୍ଣପୁର
    • ଜଗତ୍‌ସିଂହପୁର
    • ନୟାଗଡ଼
    • ପୁରୀ
    • ଖୋର୍ଦ୍ଧା
    • ଗଜପତି
    • ଭଦ୍ରକ
    • ଝାରସୁଗୁଡ଼ା
    • ମୟୂରଭଞ୍ଜ
    • ଯାଜପୁର
    • ଦେବଗଡ଼
    • ନବରଙ୍ଗପୁର
    • ନୂଆପଡ଼ା
    • ବରଗଡ଼
    • ବଲାଙ୍ଗୀର
    • ବୌଦ୍ଧ
    • ରାୟଗଡା
    • ମାଲକାନଗିରି
  • କରୋନା ଭାଇରସ୍‌
  • କାର୍ଟୁନ
  • ରାଶିଫଳ
  • ଶ୍ରେଷ୍ଠ ପାଞ୍ଚ
  • ଆଜିର ଫଟୋ
  • ଖେଳନ୍ତୁ ଗେମ୍ସ
  • Model This Week
  • About us
  • Contacts