ବ୍ରହ୍ମପୁର ଅଫିସ,୪ା୬: ଗଞ୍ଜାମ ଜିଲା ସଦର ଥାନା ଅନ୍ତର୍ଗତ ନିମଖଣ୍ଡି ଫାଣ୍ଡି ନିକଟ ବେଡ଼ାବନ୍ଧ ହୁଡ଼ାରେ ଥିବା ଏକ ଖଜୁରୀ ଗଛରୁ ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ଜବତ ହୋଇଛି। ମୃତକଙ୍କ ମୋବାଇଲ୍ରୁ ପୋଲିସ ପରିବାର ସହ ଯୋଗାଯୋଗ ପରେ ତାଙ୍କ ଭାଇ ପହଞ୍ଚି ମୃତଦେହ ଚିହ୍ନଟ କରିଛନ୍ତି। ମୃତକ ଟି. ରାକେଶ ରାଓ (୨୨) ବୋଲି। ମୃତଦେହ ଜବତ କରି ୨୬/୨୧ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ପୋଲିସ ବ୍ୟବଚ୍ଛେଦ ପାଇଁ ପଠାଇଛି।
ସୂଚନାନୁଯାୟୀ ଗୋବିନ୍ଦ ବିହାର ପ୍ରଥମ ଲାଇନରେ ଭେଙ୍କଟ ଓ ତାଙ୍କ ଭାଇ ରାକେଶ ଏକ ଘର ଭଡ଼ା ନେଇ ରୁହନ୍ତି। ରାକେଶ ଜଣେ ଅଟୋ ଚାଳକ ହୋଇଥିବା ବେଳେ ପ୍ରତିଦିନ ମଦ୍ୟପାନ କରି ଘରକୁ ଆସି ଭାଉଜଙ୍କ ସହ ଝଗଡ଼ା କରୁଥିଲେ। ଗତ ତିନିଦିନ ତଳେ ଭେଙ୍କଟ ଓ ତାଙ୍କ ଭାଇ ରାକେଶଙ୍କ ସହ ଝଗଡ଼ା ହୋଇଥିଲା। ଘଟଣା ପରେ ରାକେଶ ଘରଛାଡ଼ି ଚାଲି ଯାଇଥିଲେ। ଉକ୍ତ ଝଗଡ଼ାକୁ କେନ୍ଦ୍ରକରି ସେ ଆତ୍ମହତ୍ୟା କରିଥିବା ପୋଲିସ ସନ୍ଦେହ କରିଛି।
Posted inଆମ ଜିଲା ଖବର, ଗଞ୍ଜାମ View All
ଜାଲରେ ପଡ଼ିଲା ହରିଣ, ଉଦ୍ଧାର କଲେ ଗ୍ରାମବାସୀ
ବାରିପଦା ଅଫିସ,୨୭ା୬: ଶିମିଳିପାଳ ଅଭୟାରଣ୍ୟରୁ ଶିକାରୀଙ୍କ କବଳରୁ ଖସି ଆସିଥିବା ହରିଣଟି ରବିବାର ଭୋର୍ରୁ ଜାଲରେ ଛନ୍ଦି ହୋଇପଡ଼ିଛି। ବାରିପଦା ବନଖଣ୍ଡ ଅଧୀନ ପିଠାବଟା ରେଞ୍ଜ...
ଚାଷୀ ନ ଥାଇ ଧାନ କିଣା
ଯାଜପୁର ଅଫିସ,୨୩ା୬:୨୦୨୦-୨୧ରେ ଧାନ ସଂଗ୍ରହରେ ଘୋର ଅନିୟମିତତା ହୋଇଛି। ଏଥିରେ ଯାଜପୁର, ବରଗଡ଼, ଭଦ୍ରକ, ଗଞ୍ଜାମ, ନୂଆପଡ଼ା, ସମ୍ବଲପୁର ଓ ସୁବର୍ଣ୍ଣପୁର ଜିଲାର ୩୩ ମହିଳା...
ଜୁଏଲାରି ମାଲିକଙ୍କ ଘରେ ପଶିଲେ ଦୁର୍ବୃତ୍ତ: ୧୦ ରାଉଣ୍ଡ ଗୁଳି ଚାଳନା, ୩ ଗୁରୁତର ୩ ଆହତ
ବାହାନଗା, ୨।୬(ଡି.ଏନ.ଏ.): ବାଲେଶ୍ୱର ଜିଲା ବାହାନଗା ବ୍ଲକ ସାଉଡୁ ଗ୍ରାମର ଜଣେ ଜୁଏଲାରି ମାଲିକଙ୍କ ଘରୁ ଚୋରି ହୋଇଛି। ୬ ଜଣ ଦୁର୍ବୃତ୍ତ ଘର ଭିତରେ...
ନକଲି ଡାକ୍ତରଙ୍କ ଚିକିତ୍ସାରେ ୨ ମୃତ୍ୟୁ ଅଭିଯୋଗ
ମହାକାଳପଡ଼ା,୪।୬(ଡି.ଏନ୍.ଏ.): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅଧୀନ ଉପକୂଳ ଅଞ୍ଚଳରେ ନକଲି ଡାକ୍ତରଙ୍କ ପ୍ରାଦୁର୍ଭାବ ବଢ଼ି ଚାଲିଛି। ସୁନୀତି ପଞ୍ଚାୟତ ଓ କେବୀ ଦାଣ୍ଡୁଆ ପଞ୍ଚାୟତ...
କମ୍ପାନୀ ନିର୍ଦ୍ଦେଶିକାଙ୍କ ସମେତ ୩ ଗିରଫ
କଟକ ଅଫିସ, ୨୪।୬: ନକଲି କରୋନା ଔଷଧ (ଫାଭିପିରାଭିର) ବିକ୍ରି ମାମଲାରେ କ୍ରାଇମବ୍ରାଞ୍ଚ ଏସ୍ଟିଏଫ୍ ବୁଧବାର ଓଷଧ ବିତରଣ କମ୍ପାନୀ ମେଡିଲଏଡ ମେଡିକାମେଣ୍ଟ ପ୍ରାଇଭେଟ ଲିମିଟେଡର...
ହଠାତ୍ ଘରେ ପଶିଗଲେ ଯୁବକ, ପରେ ବନ୍ଧୁକ ଦେଖାଇ…
ବଲାଙ୍ଗୀର ଅଫିସ,୧୫।୬: ବଲାଙ୍ଗୀର ସହର ଶାନ୍ତିପଡାର ଜଣେ ବ୍ୟକ୍ତିଙ୍କ ଘରେ ମଙ୍ଗଳବାର ସକାଳେ ଜଣେ ବନ୍ଧୁକଧାରୀ ଯୁବକ ପଶି ଯାଇଥିଲେ। ଘର ଲୋକଙ୍କୁ ବନ୍ଧକ ଦେଖାଇ...
ପ୍ରଭାବଶାଳୀ ବ୍ୟକ୍ତିଙ୍କ ଦଖଲରେ ନାଳ, ଡ୍ରେନ୍
ଜଗତ୍ସିଂହପୁର ଅଫିସ,୧୮ା୬: ପ୍ରାକୃତିକ ନାଳ, ଡ୍ରେନ୍କୁ ରୋକାଯାଇପାରିବ ନାହିଁ କି ଗତି ବଦଳା ଯିବନି ବୋଲି ନିୟମ ରହିଛି। କେହି ଜବରଦଖଲ କଲେ ଆଇନ ଅନୁଯାୟୀ...
ମଣ୍ଡିରୁ ଉଠୁନି ଧାନ, ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଚାଷୀଙ୍କ ଧାରଣା
ବରଗଡ଼ ଅଫିସ,୧୮ା୬: ବରଗଡ଼ ଜିଲାରେ ରବି ଧାନ ସଂଗ୍ରହ ପ୍ରକ୍ରିୟା ଅବ୍ୟବସ୍ଥିତ ହୋଇପଡ଼ିଛି। ମଣ୍ଡିକୁ ଚାଷୀମାନେ ଧାନ ଆଣୁଛନ୍ତି, କିନ୍ତୁ ବିଭିନ୍ନ ଆଳରେ ସେହି ଧାନକୁ...


