ଛତ୍ରପୁର,୪।୬(ଡି.ଏନ୍.ଏ.): କରୋନାର ଦ୍ବିତୀୟ ଲହର ପ୍ରତିହତ କରିବା ନିମନ୍ତେ ଟିକାକରଣ ଏକାନ୍ତ ଅପରିହାର୍ଯ୍ୟ। ମୋବାଇଲ ଟିମ୍ ଗଠନ କରି ଦୁର୍ଗମ ପାହାଡ଼ିଆ ଅଞ୍ଚଳ, ସହରାଞ୍ଚଳ ଓ ଗ୍ରାମାଞ୍ଚଳର ୪୫ ବର୍ଷରୁ ଊଦ୍ଧର୍ବ ବୁଲା ବିକାଳୀ, ପରିବା ବିକ୍ରେତା,ସେଲୁନ ବାଲା, ତେଜରାତି ଦୋକାନୀ, ଗ୍ୟାରେଜରେ କାମ କରୁଥିବା ବ୍ୟକ୍ତି ବିଶେଷଙ୍କୁ ଚିହ୍ନଟ କରି ଟିକାକରଣ କାର୍ଯ୍ୟକୁ ତ୍ୱରାନ୍ବିତ କରିବା ପାଇଁ ଗଞ୍ଜାମ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ସମସ୍ତ ବିଡିଓ ଓ କାର୍ଯ୍ୟ ନିର୍ବାହୀ ଅଧିକାରୀମାନଙ୍କୁ ଭିଡିଓ କନଫରେନ୍ସିଂ ଜରିଆରେ ନିର୍ଦ୍ଦେଶ ଦେଇଛନ୍ତି। ଜିଲାର ଜନଗହଳି ପୂର୍ଣ୍ଣ ଅଞ୍ଚଳ, ଛକଜାଗା, ଜନବସତି ଅଞ୍ଚଳ, ଦୂର୍ଗମ ଅଞ୍ଚଳରେ ନିିର୍ବାଚନ ଢାଞ୍ଚାରେ ଟିକାକରଣ କେନ୍ଦ୍ର କରି ଜନ ସାଧାରଣଙ୍କୁ ଟିକାକରଣ କରାଇବେ। ଗ୍ରାମାଞ୍ଚଳଗୁଡିକରେ ସ୍ଥାନୀୟ ସରପଞ୍ଚ ଓ ସହରାଞ୍ଚଳରେ କାଉନସିଲ୍ରମାନଙ୍କ ସହ ମିଶି ଟିକା ନେବାକୁ ଥିବା ବ୍ୟକ୍ତିଙ୍କୁ ଚିହ୍ନଟ କରି ଦିନକ ପୂର୍ବରୁ ଚିରୁକୁଟି ଦେବାପାଇଁ ଜିଲାପାଳ କହିଥିଲେ। ବୃଦ୍ଧ, ବୃଦ୍ଧା ଓ ଦିବ୍ୟାଙ୍ଗ ବ୍ୟକ୍ତି ବିଶେଷଙ୍କୁ ଗାଡିରେ ଆଣି ଟିକାକରଣ କରାଇବାକୁ ଜିଲାପାଳ ପରାମର୍ଶ ଦେଇଥିଲେ। ଅନ୍ଲାଇନ୍ ଓ ଅଫ୍ଲାଇନରେ ରେଜିଷ୍ଟେଶନ କରିଥିବା ବ୍ୟକ୍ତି ବିଶେଷଙ୍କୁ ମଧ୍ୟ ଟିକା ଦିଆଯିବ। ଟିକାକରଣ କାର୍ଯ୍ୟ ଜିଲାରେ ଯେପରି ଶତପ୍ରତିଶତ ସଫଳତା ହାସଲ କରିବ ସେଥିପ୍ରତି ସମସ୍ତ ଅଧିକାରୀ, କର୍ମଚାରୀମାନେ ତତ୍ପରତା ଦେଖାଇବାକୁ ଜିଲାପାଳ କହିଛନ୍ତି।
ନିର୍ବାଚନ ଢାଞ୍ଚାରେ ହେବ କୋଭିଡ୍ ଟିକାକରଣ: ବୟସ୍କ, ଦିବ୍ୟାଙ୍ଗ ପାଇଁ ଗାଡ଼ି ସୁବିଧା
Posted inଆମ ଜିଲା ଖବର, ଗଞ୍ଜାମ View All
ସିଏସ୍ଓ ଅଫିସରେ ଗଜାଧାନ ଗଦାଇଲେ ଚାଷୀ
ବରଗଡ଼ ଅଫିସ,୧୪।୬: ବରଗଡ଼ ଜିଲାରେ ରବି ଧାନ ସଂଗ୍ରହ ପ୍ରକ୍ରିୟାକୁ ଏକ ମାସରୁ ଊର୍ଦ୍ଧ୍ବ ସମୟ ବିତି ଗଲାଣି। ମାତ୍ର ଧାନ କିଣାବିକା ସମସ୍ୟା ଅସମାହିତ...
ଅତ୍ୟଧିକ କାର୍ଯ୍ୟ ଚାପରେ ଜୀବନ ହାରିଲେ ମହିଳା ଯନ୍ତ୍ରୀ
ଭଞ୍ଜନଗର,୨୪ା୬: ଗଞ୍ଜାମ ଜିଲା ଭଞ୍ଜନଗର ଗ୍ରାମ୍ୟ ଉନ୍ନୟନ ବିଭାଗରେ କାର୍ଯ୍ୟରତ ମହିଳା ଯନ୍ତ୍ରୀ ଜେ. ଅନିତା(୩୩) ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ସେ ନିର୍ବାହୀ ଯନ୍ତ୍ରୀଙ୍କ...
କରୋନା ସଂକଟରେ ରୋଜଗାର ହରାଇ ହାତବାନ୍ଧି ବସିଛନ୍ତି ଅଟୋ ଚାଳକ
ବୁଗୁଡ଼ା, ୫।୬(ଡି.ଏନ୍.ଏ.): ଚକ ଗଡ଼ିଲେ ଜଳୁଥିଲା ଚୁଲି। ଏବେ ତେଲ ପଇସା ମଧ୍ୟ ବାହାରୁନି। ଫଳରେ ଭୋକ ଉପାସରେ ଜୀବନ ବିତାଉଛନ୍ତି ଅଧିକାଂଶ ପରିବାର। କରୋନା...
ଟ୍ରକକୁ ପଛପଟୁ ପିଟିଲା ବୋଲେରୋ, ଚାଲିଗଲା ୨ ଜୀବନ
ପାଟଣା,୧୪ା୬(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ବ୍ଲକ ତୁରୁମୁଙ୍ଗା ଦେଇ ଯାଇଥିବା ମୁମ୍ବାଇ କୋଲକାତା ୪୯ ନଂ. ଜାତୀୟ ରାଜପଥ ତୁରୁମୁଙ୍ଗାସ୍ଥିତ ପେଟ୍ରୋଲ ପମ୍ପ ନିକଟରେ ରବିବାର...
ଚିନ୍ତା ବଢ଼ାଇଛି ଚୋରା ବନ୍ଧୁକ
ଢେଙ୍କାନାଳ ଅଫିସ, ୨୩।୬ – ଢେଙ୍କାନାଳ ଜିଲାରେ ସକ୍ରିୟ ହୋଇଉଠିଛନ୍ତି ଅପରାଧୀ ଗୋଷ୍ଠୀ। କଥା କଥାରେ ଫୁଟୁଛି ବୋମା। ହେଉଛି ଗୁଳିମାଡ଼। ଗୋଷ୍ଠୀ ସଂଘର୍ଷରେ ଗଡୁଛି...
ବଡ଼ ଆକ୍ରମଣ ଯୋଜନାରେ ଥିଲେ ମାଓବାଦୀ
ମାଲକାନଗିରି,୨୦ା୬: ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡ ନାରାୟଣପୁର ଜିଲା ଅନ୍ତର୍ଗତ ଆର୍ଛା ଜଙ୍ଗଲରେ ପୋଲିସ-ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ଘଟିଛି। ଏଥିରେ ୨ ଜଣ ମାଓବାଦୀ...
ସୁସ୍ଥ ହୋଇ କାମ କଲେଣି ଡେଲ୍ଟା ପ୍ଲସ୍ ସଂକ୍ରମିତ
ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ ବ୍ଲକ ବସାଲଇ ଗ୍ରାମର ମିଲୁ...
ଏମ୍ଜିଏନ୍ଆର୍ଇଜିଏସ୍ ଅର୍ଥ ଆତ୍ମସାତ୍ ମସୁଧା
ବ୍ରହ୍ମଗିରି,୧୫।୬(ଡି.ଏନ୍.ଏ.): ପୁରୀ ଜିଲା ବ୍ରହ୍ମଗିରି ବ୍ଲକରେ ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନା (ଏମ୍ଜିଏନ୍ଆର୍ଇଜିଏସ୍)ର ଅର୍ଥ ଆତ୍ମସାତ୍ ପାଇଁ ମସୁଧା ଚାଲିଥିବା ଅଭିଯୋଗ ହୋଇଛି।...


