ନୂଆଦିଲ୍ଲୀ,୪।୬: ଦେଶରେ କରୋନା ଟିକାକରଣକୁ ଆହୁରି ତ୍ୱରାନ୍ବିତ କରାଯିବ। ସେପ୍ଟେମ୍ବର ସୁଦ୍ଧା ଦେଶର ୭୦କୋଟି ଲୋକଙ୍କୁ କରୋନା ଭାକ୍ସିନର ପ୍ରଥମ ଡୋଜ୍ ଦିଆଯିବା ନେଇ ସରକାର ଲକ୍ଷ୍ୟ ରଖିଛନ୍ତି। ଏନେଇ କେନ୍ଦ୍ର ସରକାରଙ୍କ ମୁଖ୍ୟ ଆର୍ଥିକ ପରାମର୍ଶଦାତା(ସିଇଏ) କେ.ବି ସୁବ୍ରମଣ୍ୟମ କହିଛନ୍ତି। କରୋନା ଲଢ଼େଇରେ ଭାକ୍ସିନ ଏକମାତ୍ର ଅସ୍ତ୍ର ଥିବା ବେଳେ ଯଦି ଟିକାକରଣ ଗତିକୁ ଆହୁରି ବୃଦ୍ଧି କରାଯାଏ ତେବେ ତୃତୀୟ ଲହର ଆସିବା ଆଶଙ୍କା ଆହୁରି କମିଯିବ ବୋଲି ସୁବ୍ରମଣ୍ୟମ କହିଛନ୍ତି। ତେଣୁ ସେପ୍ଟେମ୍ବର ସୁଦ୍ଧା ଦେଶର ୭୦ କୋଟି ଲୋକଙ୍କୁ ଭାକ୍ସିନର ପ୍ରଥମ ଡୋଜ୍ ଦିଆଯିବାକୁ ଥିବା ବେଳେ ଡିସେମ୍ବର ଶେଷ ସୁଦ୍ଧା ୧୮ରୁ ଊର୍ଦ୍ଧ୍ୱ ବୟସ୍କଙ୍କୁ ଟିକା ଦିଆଯିବା ନେଇ ଲକ୍ଷ୍ୟ ରଖାଯାଇଛି। ଅନ୍ୟପଟେ ଦ୍ୱିତୀୟ ଲହରରେ ଅର୍ଥବ୍ୟବସ୍ଥାକୁ ନେଇ ସୁବ୍ରମଣ୍ୟମ କହିଛନ୍ତି, ବର୍ତ୍ତମାନ ଏହା ଉପରେ ଅଧିକ ପ୍ରଭାବ ପଡ଼ି ନାହିଁ ଏବଂ ତ୍ରୈମାସିକ ସୁଦ୍ଧା ଏଥିରେ ସୁଧାର ଆସିବା ଆରମ୍ଭ ହୋଇଯିବ। ଲକ୍ଡାଉନ ଯୋଗୁ କିଛିମାତ୍ରାରେ ଅର୍ଥନୀତିରେ ପ୍ରଭାବ ପଡ଼ିଛି। ଅନ୍ୟପଟେ ବିଶେଷଜ୍ଞ ମତ ଅନୁସାରେ ଜୁନ ୧୫ ପରେ କରୋନା ସଂକ୍ରମଣର ପଜିଟିଭ୍ ହାର କମ୍ ହୋଇଯିବ ବୋଲି ସୁବ୍ରମଣ୍ୟମ ସୂଚନା ଦେଇଛନ୍ତି।
Posted inକରୋନା ଭାଇରସ୍, ଜାତୀୟ View All
‘ପୁଅ ଜୀବନ ପ୍ରତି ଲୋଭ ଥିଲେ ଛୁଟିରେ ଚାଲିଯାଅ’
ଭୋପାଳ,୧୮ା୬: ରାଜ୍ୟର ପ୍ରଶାସନିକ ଅଫିସରଙ୍କ ବିରୋଧରେ ଦୁର୍ନୀତି ଅଭିଯୋଗ ଆଣିଥିବା ଯୁବ ଆଇଏଏସ୍ ଅଫିସର ଲୋକେଶ କୁମାର ଜାଙ୍ଗିଦ ଶୁକ୍ରବାର ମଧ୍ୟପ୍ରଦେଶରେ ପୋଲିସ ସୁରକ୍ଷା ଦାବି...
ବେକରେ ଛୁରି ଭୁସିଲେ କରୋନା ଆକ୍ରାନ୍ତ
କଟକ ଅଫିସ,୫।୬: କଟକ ଜିଲା ଟାଙ୍ଗୀଠାରେ ଥିବା ଏକ କୋଭିଡ୍ କେୟାର ସେଣ୍ଟର(ସିସିସି)ରେ ଜଣେ କରୋନା ଆକ୍ରାନ୍ତ ବେକରେ ଛୁରି ଭୁସି ଆତ୍ମହତ୍ୟା ଉଦ୍ୟମ କରିଛନ୍ତି।...
ସିବିଏସ୍ଇ ଦ୍ୱାଦଶ ଶ୍ରେଣୀ ମୂଲ୍ୟାୟନ ପଦ୍ଧତି ପାଇଁ କମିଟି ଗଠନ
ନୂଆଦିଲ୍ଲୀ, ୫ା୬: ମହାମାରୀ ଯୋଗୁ ଦ୍ୱାଦଶ ଶ୍ରେଣୀ ବୋର୍ଡ ପରୀକ୍ଷା ବାତିଲ ହେବା ପରେ ଛାତ୍ରୀଛାତ୍ରଙ୍କ ମୂଲ୍ୟାୟନ ପଦ୍ଧତି ନିରୂପଣ ଲାଗି କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା...
ସ୍ତନ୍ୟପାନ କରାଉଥିବା ମା’ଙ୍କୁ ମିଳୁ ଓ୍ବାର୍କ ଫ୍ରମ୍ ହୋମ୍ ସୁବିଧା: ରାଜ୍ୟ ସରକାରଙ୍କୁ କେନ୍ଦ୍ରର ପରାମର୍ଶ …
ନୂଆଦିଲ୍ଲୀ,୨।୬: ଦେଶରେ କରୋନା ମହାମାରୀ ସଂକ୍ରମଣ ଯୋଗୁ ଆତଙ୍କ ସ୍ଥିତି ହୋଇଛି। ଏପରିସ୍ଥଳେ କେନ୍ଦ୍ର ସରକାରଙ୍କ ପକ୍ଷରୁ ସମସ୍ତ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳକୁ ନୂଆ...
କୋଭିଡ୍ ମୂଳକୁ ଖୋଜ
ଓ୍ବାଶିଂଟନ, ୧ା୬: କୋଭିଡ୍-୧୯ର ମୂଳ ଖୋଜି ବାହାର କରିବା ସହ ଭବିଷ୍ୟତ ମହାମାରୀ ଆଶଙ୍କାକୁ ରୋକିବାକୁ ହେବ। ଏଥିପାଇଁ ସାରା ବିଶ୍ୱ ଚାଇନା ସରକାରଙ୍କ ସହଯୋଗ...
ସୁଶାନ୍ତଙ୍କ ବାପାଙ୍କ ଆବେଦନ ଖାରଜ
ନୂଆଦିଲ୍ଲୀ, ୧୦ା୬: ବଲିଉଡ୍ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଉପରେ ଅଧାରିତ ଫିଲ୍ମ ‘ନ୍ୟାୟ: ଦ ଜଷ୍ଟିସ୍’, ‘ସୁଇସାଇଡ୍ ଅର୍ ମର୍ଡର: ଏ ଷ୍ଟାର ଓ୍ବାଜ୍...
ମାସ୍କ୍ ନ ପିନ୍ଧିବା ନିର୍ଦ୍ଦେଶ ପରେ ବଢ଼ିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା…
ଜେରୁଜେଲମ୍,୨୪।୬: କରୋନା ମହାମାରୀ ଭୂତାଣୁ ବିରୋଧରେ ମାସ୍କ୍ ପିନ୍ଧିବା, ସାମାଜିକ ଦୂରତା ବଜାୟ ରଖିବା ସହିତ ନିୟମିତ ବ୍ୟବଧାନରେ ହାତଧୋଇବା ଗୁରୁତ୍ୱପୂର୍ଣ୍ଣ ବୋଲି ବିଶ୍ୱ ସ୍ବାସ୍ଥ୍ୟ...
କରୋନା ଯୋଗୁ ଚାକିରୀ ହରାଇ ନାଳ ସଫା କରୁଛନ୍ତି ଆଇଟି ଇଞ୍ଜିନିୟର: ସୋସିଆଲ୍ ମିଡ଼ିଆରେ ଭାଇରାଲ…
ମମ୍ବ୍ରା,୧୩।୬: କରୋନା ମହାମାରୀ ସଂକ୍ରମଣ ଯୋଗୁ ଘୋଷଣା ହୋଇଥିବା ଲକ୍ଡାଉନ୍ ଯୋଗୁ ଚାକିରୀ ହରାଇ ବହୁ ଆଇଟି ଇଞ୍ଜିନିୟର ଏବଂ ସାଧାରଣ ଗ୍ରାଜୁଏଟ୍ଙ୍କ ଆର୍ଥିକ ଅବସ୍ଥା...


