ମୋନାକୋ, ୫ା୬ (ଏପି)-ଅଲିମ୍ପିକ ହର୍ଡଲ୍ସ ଚାମ୍ପିୟନ ବ୍ରାଏନା ରୋଲିନ୍ସମ୍ୟାକ୍ନିଲ ଏକ ଡୋପିଂ ମାମଲାରେ ୫ବର୍ଷ ବାସନ୍ଦ ହୋଇଛନ୍ତି। ଫଳରେ ସେ ଚଳିତବର୍ଷର ଟୋକିଓ ଗେମ୍ସ ଓ ୨୦୨୪ ପ୍ୟାରିସ ଗେମ୍ସରେ ଅଂଶଗ୍ରହଣ କରିପାରିବେ ନାହିଁ। ଡୋପିଂ କଣ୍ଟ୍ରୋଲ ସାମ୍ପଲ୍ସର ରେଜଲ୍ଟ ମ୍ୟାନେଜମେଣ୍ଟ ପ୍ରୋସେସ୍ରେ ଟ୍ୟାମ୍ପରିଂ ପାଇଁ ଆମେରିକାର ଏହି ଆଥ୍ଲେଟ ତାଙ୍କ କ୍ୟାରିୟରରେ ଦ୍ୱିତୀୟ ଥର ବାସନ୍ଦ ହୋଇଥିବା ଆଥ୍ଲେଟିକ୍ସ ଇଣ୍ଟିଗ୍ରିଟି ୟୁନିଟ୍ (ଏଆଇୟୁ) କହିଛି। ୨୯ବର୍ଷୀୟ ହର୍ଡଲ୍ସ ଧାବକ ବାସନ୍ଦ ଦଣ୍ଡ ୨୦୨୪ ପର୍ଯ୍ୟନ୍ତ ରହିବ। ସେତେବେଳକୁ ପ୍ୟାରିସ ଅଲିମ୍ପିକ୍ସ ଶେଷ ହୋଇଯାଇଥିବ। ତେବେ ରୋଲିନ୍ସମ୍ୟାକ୍ନିଲ ଯେପରି ଆସନ୍ତା ମାସରେ ଟୋକିଓ ଅଲିମ୍ପିକ୍ସରେ ଭାଗ ନେଇପାରିବେ ସେଥିପାଇଁ ଅପିଲ କରିବାକୁ ନିଷ୍ପତ୍ତି ନେଇଛନ୍ତି। କୋର୍ଟ ଅଫ୍ ଆର୍ବିଟ୍ରେଶନ ଫର୍ ସ୍ପୋଟର୍ସ (କାସ୍)ଠାରୁ ସେ ଏକ ମଧ୍ୟବର୍ତ୍ତିକାଳୀନ ରାୟ ଚାହିବେ। ଯାହାଫଳରେ ସେ ଚଳିତ ମାସରେ ୟୁଏସ୍ ଅଲିମ୍ପିକ୍ ଟ୍ରାଏଲରେ ଭାଗ ନେଇପାରିବେ। ତାଙ୍କ ପୂର୍ଣ୍ଣାଙ୍ଗ ଅପିଲର ଶୁଣାଣି ଜୁଲାଇ ୨୩ରେ ଟୋକିଓ ଅଲିମ୍ପିକ୍ସ ଆରମ୍ଭ ହେବା ପୂର୍ବରୁ ହେବ ବୋଲି ଏଆଇୟୁ କହିଛି। ମେଡିକାଲ ରେକର୍ଡ ସମ୍ପର୍କିତ ହୋଇଥିବାରୁ ଗୋପନୀୟତା ଦୃଷ୍ଟିକୋଣରୁ ଏଆଇୟୁ ଏହି ଡୋପିଂ ମାମଲାର ପୁଙ୍ଖାନୁପୁଙ୍ଖ ବିବରଣୀ ପ୍ରଦାନ କରିନାହିଁ।
ଡୋପିଂ ଟେଷ୍ଟକୁ ଏଡାଇ ଯାଇଥିବାରୁ ରୋଲିନ୍ସମ୍ୟାକ୍ନିଲ ଏକ ବର୍ଷ ବାସନ୍ଦ ହେବାରୁ ସେ ୨୦୧୭ ସିଜନରେ କୌଣସି ପ୍ରତିଯୋଗିତାରେ ଭାଗ ନେଇପାରି ନ ଥିଲେ। ତାଙ୍କ କ୍ୟାରିୟର ଶ୍ରେଷ୍ଠ ଟାଇମିଂ ହେଉଛି ୧୨.୨୬ ସେକେଣ୍ଡ। ଇଭେଣ୍ଟର ଇତିହାସରେ ସେ ୪ର୍ଥ ଦ୍ରୁତତମ ମହିଳା ବିବେଚିତ ହୋଇଛନ୍ତି। ସେ ମସ୍କୋସ୍ଥିତ ୨୦୧୩ ବିଶ୍ୱଚାମ୍ପିୟନଶିପ୍ରେ ୧୦୦ମିଟର ହର୍ଡଲ୍ସ ଟାଇଟଲ ମଧ୍ୟ ଜିତିଥିଲେ।
ପୋଲାଣ୍ଡ ଓପନ୍: ଦହିୟାଙ୍କୁ ରୌପ୍ୟ
ଓ୍ବାରସା,୧୦।୬(ପି.ଟି.): ଟୋକିଓ ଅଲିମ୍ପିକ୍ସ ପୂର୍ବରୁ ଅନ୍ତିମ ର଼୍ୟାଙ୍କିଙ୍ଗ୍ ସିରିଜ ଇଭେଣ୍ଟ ବିବେଚିତ ହେଉଥିବା ପୋଲାଣ୍ଡ ଓପନ୍ରେ ଭାରତୀୟ ରେସ୍ଲର ରବି ଦହିୟା ପ୍ରଭାବୀ ପ୍ରଦର୍ଶନ କରି...
ଏକବିଂଶ ଶତାବ୍ଦୀର ଶ୍ରେଷ୍ଠ ବ୍ୟାଟ୍ସ୍ମ୍ୟାନ୍ ହେଲେ ମାଷ୍ଟର ବ୍ଲାଷ୍ଟର…
ନୂଆଦିଲ୍ଲୀ,୨୦।୬: ଟିମ୍ ଇଣ୍ଡିଆର ପୂର୍ବତନ ଅଧିନାୟକ ମାଷ୍ଟର ବ୍ଲାଷ୍ଟର୍ ସଚିନ ତେନ୍ଦୁଲକରଙ୍କୁ ଏକବିଂଶ ଶତାବ୍ଦୀର ଶ୍ରେଷ୍ଠ ବ୍ୟାଟ୍ସ୍ମ୍ୟାନ୍ ଭାବେ ଚୟନ କରାଯାଇଛି। ଷ୍ଟାର ସ୍ପୋଟର୍ସ ପକ୍ଷରୁ...
କ୍ୟାରିୟରର ଅନ୍ତିମ ଟେଷ୍ଟରେ ଭାଙ୍ଗିଗଲା ଆଙ୍ଗୁଠି; ତଥାପି ଖେଳି ଭାଙ୍ଗିଲେ ଧୋନୀଙ୍କ ରେକର୍ଡ
ସାଉଥାମ୍ପଟନ,୨୪।୬: ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍(ଡବ୍ଲୁଟିସି) ପ୍ରତମ ସଂସ୍କରଣରେ କେନ୍ ଓ୍ବିଲିୟମସନ୍ଙ୍କ ନେତୃତ୍ୱାଧୀନ ନ୍ୟୁଜିଲାଣ୍ଡ ଚାମ୍ପିୟନ ହୋଇଛି। ଏହା ଉଇକେଟକିପର ବ୍ୟାଟ୍ସମ୍ୟାନ ବି ଜେ ଓ୍ବାଟଲିଂଙ୍କ କ୍ୟାରିୟରର...
ଡବ୍ଲ୍ୟୁଟିସି ଫାଇନାଲରେ କୋହଲି ଭାଙ୍ଗିଲେ ଧୋନୀଙ୍କ ରେକର୍ଡ
ସାଉଥାମ୍ପଟନ,୧୯।୬: ଏଜେସ ବାଉଲଠାରେ ନ୍ୟୁଜିଲାଣ୍ଡ ବିପକ୍ଷ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍ (ଡବ୍ଲ୍ୟୁଟିସି) ଫାଇନାଲରେ ଟିମ୍ ଇଣ୍ଡିଆର ଅଧିନାୟକ ଭାବେ ବିରାଟ କୋହଲି ଟସ୍ ପକାଇଥିଲେ। ଅବଶ୍ୟ...
ଭଲପାଇବା ଦେଖି ଚକିତ ହେଲେ ଇଂଲଣ୍ଡ କ୍ରିକେଟର: କହିଲେ ‘ଭାରତରେ କ୍ରିକେଟ ଏବଂ ଧୋନୀଙ୍କ ପୂଜା କରାଯାଏ’
ନୂଆଦିଲ୍ଲୀ,୨।୬: ଆଇପିଏଲ୍ ୨୦୧୮ରେ ଚେନ୍ନାଇ ସୁପରକିଙ୍ଗ୍ସ(ସିଏସ୍କେ) ପାଇଁ ଖେଳିଥିଲେ ଇଂଲଣ୍ଡ ଉଇକେଟକିପର ବ୍ୟାଟ୍ସମ୍ୟାନ୍ ସାମ ବିଲିଙ୍ଗସ୍। ଏବେ ସେ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀଙ୍କ ପ୍ରଶଂସାରେ...
ସ୍କ୍ବାର୍ଜମ୍ୟାନ, ମେଡଭେଡେଭ ତୃତୀୟ ରାଉଣ୍ଡରେ
ପ୍ୟାରିସ, ୪।୬-ଫ୍ରେଞ୍ଚ ଓପନ ଗ୍ରାଣ୍ଡସ୍ଲାମ ଟେନିସ ଟୁର୍ନାମେଣ୍ଟର ଗୁରୁବାର ଅନୁଷ୍ଠିତ ଦ୍ୱିତୀୟ ରାଉଣ୍ଡ ମ୍ୟାଚରେ ଡିଏଗୋ ସ୍କ୍ବାର୍ଜମ୍ୟାନ, ଡାନିଏଲ ମେଡଭେଡେଭ ପ୍ରମୁଖ ନାମୀ ଖେଳାଳିମାନେ ବିଜୟୀ...
ପ୍ରଥମ ପାଳିରେ ମାତ୍ର ୧୫ ରନ୍ ଅଲଆଉଟ୍ ହୋଇଯାଇଥିଲା ଏହି ଦଳ, ତଥାପି ୧୫୫ ରନ୍ରେ ଜିତିଥିଲା ମ୍ୟାଚ୍: ଜାଣନ୍ତୁ କେମିତି
କ୍ରିକେଟ ପଡ଼ିଆରେ ଅନେକ ସମୟରେ ଚମତ୍କାର ଘଟେ। ଅନେକ ମ୍ୟାଚ ଏପରି ଖେଳାଯାଇଛି ଯେତେବେଳେ ଏକ ଦଳର ପରାଜୟ ନିଶ୍ଚିତ ମନେହୁଏ, କିନ୍ତୁ ଏହା ସତ୍ତ୍ୱେ...
ଟିମ୍ ଇଣ୍ଡିଆରେ ହୋଇପାରେ ଏସବୁ ପରିବର୍ତ୍ତନ
ନୂଆଦିଲ୍ଲୀ,୨୬।୬: ଆମକୁ ଦିନିକିଆ ଭଳି ଟେଷ୍ଟରେ ମଧ୍ୟ ଦଳର ଆବଶ୍ୟକତା ଅନୁଯାୟୀ ଖେଳି ପାରୁଥିବା ଖେଳାଳି ଦରକାର। ବିଶ୍ୱ ଟେଷ୍ଟ ଚାମ୍ପିୟନ ଫାଇନାଲରେ ପରାଜୟ ପରେ...


