ନୂଆଦିଲ୍ଲୀ, ୫ା୬ (ପି.ଟି.): ଟୋକିଓ ଅଲିମ୍ପିକ୍ସ ହେବାକୁ ଆଉ କିଛି ସପ୍ତାହ ବାକି ରହିଥିବାବେଳେ ଏଥିରେ ଭାଗ ନେବାକୁଥିବା ଭାରତୀୟ ରେସ୍ଲର ସୁମିତ୍ ମଲିକ ଡୋପ୍ ଟେଷ୍ଟରେ ବିଫଳ ହୋଇଛନ୍ତି। ଦେଶପାଇଁ ଏହା ଲଜ୍ଜାଜନକ ବିଷୟ। ବୁଲ୍ଗେରିଆରେ ନିକଟରେ ଅନୁଷ୍ଠିତ କ୍ୱାଲିଫାୟର୍ସରେ ତାଙ୍କର ଡୋପ୍ ଟେଷ୍ଟ ହୋଇଥିଲା। ଅଲିମ୍ପିକ୍ସ ପୂର୍ବରୁ ଜଣେ ରେସ୍ଲର ଡୋପ୍ ଜାଲରେ ଧରାପଡ଼ିବା ଏହା ଦ୍ୱିତୀୟ ଦୃଷ୍ଟାନ୍ତ। ୨୦୧୬ ରିଓ ଅଲିମ୍ପିକ୍ସ ପୂର୍ବରୁ ନରସିଂହ ପଞ୍ଚମ ଯାଦବ ଡୋପ୍ ଟେଷ୍ଟରେ ଧରାପଡ଼ି ୪ ବର୍ଷ ବାସନ୍ଦ ହୋଇଥିଲେ। ୨୦୧୮ ରାଜ୍ୟଗୋଷ୍ଠୀ କ୍ରୀଡ଼ା ସ୍ବର୍ଣ୍ଣ ବିଜେତା ବୁଲଗେରିଆର ସୋଫିଆଠାରେ ଅନୁଷ୍ଠିତ ବିଶ୍ୱ ଅଲିମ୍ପିକ କ୍ୱାଲିଫାୟର ଇଭେଣ୍ଟର ୧୨୫ କେଜି କାଟେଗୋରିରେ ଟୋକିଓ ଅଲିମ୍ପିକ୍ସ ପାଇଁ ଯୋଗ୍ୟତା ଅର୍ଜନ କରିଥିଲେ। କିନ୍ତୁ ବର୍ତ୍ତମାନ ଏହି ୨୮ ବର୍ଷୀୟ ରେସ୍ଲର ଜୁଲାଇ ୨୩ରୁ ଆରମ୍ଭ ହେବାକୁଥିବା ମୁଖ୍ୟ ଇଭେଣ୍ଟରେ ଅଂଶଗ୍ରହଣ ଅନିଶ୍ଚିତ ମଧ୍ୟକୁ ଠେଲି ହୋଇଯାଇଛି। ରେସ୍ଲିଂ ଫେଡେରେଶନ ଅଫ୍ ଇଣ୍ଡିଆ (ଡବ୍ଲ୍ୟୁଏଫ୍ଆଇ) ସମ୍ପାଦକ ବିନୋଦ ତୋମାର କହିଛନ୍ତି, ସୁମିତ୍ ଡୋପ୍ ଟେଷ୍ଟରେ ବିଫଳ ହୋଇଥିବା ବିଷୟ ସେମାନେ ୟୁନାଇଟେଡ୍ ଓ୍ବାଲର୍ଡ ରେସ୍ଲିଂ (ୟୁଡବ୍ଲ୍ୟୁଡବ୍ଲ୍ୟୁ)ଠାରୁ ଆସିଥିବା ଏକ ଇ-ମେଲ୍ରୁ ଜାଣିବାକୁ ପାଇଥିଲେ। ତାଙ୍କୁ ତୁରନ୍ତ ସାମୟିକ ସସ୍ପେଣ୍ଡ କରାଯାଇଛି।
ତାଙ୍କ ନିକଟରୁ ସଂଗୃହୀତ ସାମ୍ପଲରୁ ଯେଉଁ ଉପାଦାନ ଠାବ କରାଯାଇଛି ତାହା ହେଉଛି ୫-ମେଥିଲହେକ୍ସାନ-୨-ଆମିନେ (୧,୪-ଡେମିଥିଲପେଣ୍ଟିଲାମିନେ)। ଫଳାଫଳକୁ ନେଇ ଡବ୍ଲ୍ୟୁଏଫ୍ଆଇ ଆଶ୍ଚର୍ଯ୍ୟ ପ୍ରକାଶ କରିଛି। କାରଣ ସୁମିତ୍ଙ୍କ ଟ୍ରାକ୍ ରେକର୍ଡ ଖୁବ୍ ଭଲ ରହିଛି। ତାଙ୍କ ‘ବି’ ସାମ୍ପଲକୁ ଅପେକ୍ଷା କରାଯାଇଛି। ସାଧାରଣତଃ ଅଣ ନିର୍ଦ୍ଦିଷ୍ଟ ପଦାର୍ଥଗୁଡ଼ିକ ହେଉଛି ଆନାବୋଲିକ୍ ଷ୍ଟେରଏ୍ଡ ଏବଂ ନିର୍ଦ୍ଦିଷ୍ଟ ପଦାର୍ଥଗୁଡ଼ିକ ହେଉଛି ଷ୍ଟିମୁଲାଣ୍ଡ। ଦିଲ୍ଲୀର ଜଣେ କ୍ରୀଡ଼ା ଆଇନଜୀବୀ ପାର୍ଥ ଗୋସ୍ବାମୀ କହିଛନ୍ତି ଏହା ଏକ ନିର୍ଦ୍ଦିଷ୍ଟ ପଦାର୍ଥ ହୋଇଥିବାରୁ ସୁମିତଙ୍କୁ ସାମୟିକ ସସ୍ପେଣ୍ଡ କରାଯାଇପାରିବ ନାହିଁ।
ଫାଇନାଲ ପୂର୍ବରୁ ଏମିତି କହିଲେ ନ୍ୟୁଜିଲାଣ୍ଡ ଅଧିନାୟକ: ସମସ୍ତେ କରିବେ ପ୍ରଶଂସା
ଲଣ୍ଡନ,୧୮।୬: ନ୍ୟୁଜିଲାଣ୍ଡର ଅଧିନାୟକ କେନ ୱିଲିୟମସନ ଜଣେ ଭଲ ବ୍ୟାଟ୍ସମ୍ୟାନ ତଥା ଜଣେ ଚମତ୍କାର ବ୍ୟକ୍ତି। ଡବ୍ଲୁଟିସି ଫାଇନାଲ ପୂର୍ବରୁ, କେନ ୱିଲିୟମ୍ସନ ପୁଣି ଥରେ...
ୟୁରୋ କପ୍ରେ ଅଘଟଣ: ଖେଳାଳି ବେହୋସ୍
କୋପେନହେଗେନ,୧୩।୬(ଏପି): ୟୁରୋପିଆନ ଫୁଟ୍ବଲ ଚାମ୍ପିୟନଶିପ୍ରେ ଶନିବାର ଅଘଟଣ ଦେଖିବାକୁ ମିଳିଛି। ଫିନ୍ଲାଣ୍ଡ ବିପକ୍ଷ ମ୍ୟାଚ ଖେଳାଯାଉଥିବାବେଳେ ଡେନମାର୍କ ମିଡ୍ଫିଲ୍ଡର ଖ୍ରିଷ୍ଟିଆନ ଏରିକ୍ସନ ହଠାତ୍ ବେହୋସ ହୋଇ...
‘ପରାରୁଛ ନା ଗାଳି କରୁଛ’; କାହିଁକି ଇଶାନ୍ତ ଶର୍ମାଙ୍କୁ ଏମିତି କହିଲେ କୋହଲି
ସାଉଥମ୍ପଟନ,୨୧।୬: ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍ର ଫାଇନାଲରେ ନ୍ୟୁଜିଲାଣ୍ଡ ଟିମ ଇଣ୍ଡିଆ ଉପରେ ଭାରୀ ପଡିଛି। ମ୍ୟାଚର ତୃତୀୟ ଦିନରେ ପ୍ରଥମ ଇନିଂସରେ ୨୧୭ରନ ସ୍କୋର କରିବା...
ଟ୍ରାନ୍ସଜେଣ୍ଡର ହୁବାର୍ଡଙ୍କୁ ଅଲିମ୍ପିକ୍ସ ଯୋଗ୍ୟତା
ଓ୍ବେଲିଂଟନ, ୨୨ା୬ (ଏପି)- ଲରେଲ ହୁବାର୍ଡ ଦୁଇ ଟିଟି ଲିଫ୍ଟରେ ୬୨୮ ପାଉଣ୍ଡ (୧୮୫ କିଲୋଗ୍ରାମ୍) ଉତ୍ତୋଳନ କରି ଟୋକିଓ ଅଲିମ୍ପିକ୍ସ ମହିଳା ସୁପର-ହେଭିଓ୍ବେଟ୍ ଡିଭିଜନ...
ପରିବାର ସହ ମିଶିଲେ ଅଷ୍ଟ୍ରେଲୀୟ ଆଇପିଏଲ୍ ଖେଳାଳି
ସିଡ୍ନୀ, ୧ା୬ (ପି.ଟି.)-ଭାରତରେ ଆଇପିଏଲ୍ରେ ଭାଗନେବା ଲାଗି ଆସିଥିବା ଅଷ୍ଟ୍ରେଲୀୟ କ୍ରିକେଟର, ସପୋର୍ଟ ଷ୍ଟାଫ୍ ଏବଂ କମେଣ୍ଟେଟରଙ୍କ କ୍ୱାରାଣ୍ଟାଇନ୍ ଅବଧି ଶେଷ ହେବାପରେ ସୋମବାର ସେମାନେ...
ଭର୍ଷ୍ଟାପେନ୍ ଜିତିଲେ ଫ୍ରେଞ୍ଚ୍ ଗ୍ରାଁ ପ୍ରି
ଲି କାଷ୍ଟିଲେଟ୍,୨୧ା୬ (ଏପି): ଲୁଇସ୍ ହାମିଲଟନଙ୍କୁ ପଛରେ ପକାଇ ପୂର୍ବତନ ଫର୍ମୁଲା ଓ୍ବାନ ଚାମ୍ପିୟନଶିପ୍ ଲିଡର ମାକ୍ସ ଭର୍ଷ୍ଟାପେନ୍ ଫ୍ରେଞ୍ଚ ଓପନ୍ ଗ୍ରାଁ ପ୍ରି ମୋଟର...
ଆଇସିସି ଉପରେ କୋହଲି ଖପ୍ପା: କଥାରେ କଥାରେ ଦେଲେ ଚେତାବନୀ; କହିଲେ ଏହା ଉପରେ ବିଚାର କରିବା…
ସାଉଥାମ୍ପଟନ,୨୪।୬: ଭାରତୀୟ କ୍ରିକେଟ ଟିମ୍ର ମୁଖ୍ୟ ପ୍ରଶିକ୍ଷକ ରବିଶାସ୍ତ୍ରୀଙ୍କ ସ୍ବରରେ ସ୍ବର ମିଳାଇଛନ୍ତି ଅଧିନାୟକ ବିରାଟ କୋହଲି। ଦୁନିଆର ସର୍ବଶ୍ରେଷ୍ଠ ଟେଷ୍ଟ ଦଳକୁ ଗୋଟିଏ ଫାଇନାଲ...
ଆଝାରୁଦ୍ଦିନଙ୍କୁ ସସ୍ପେଣ୍ଡ କଲା ଏଚ୍ସିଏ ଆପେକ୍ସ କାଉନ୍ସିଲ
ହାଇଦ୍ରାବାଦ, ୧୭ା୬- ହାଇଦ୍ରାବାଦ କ୍ରିକେଟ ଆସୋସିଏଶନ (ଏଚ୍ସିଏ)ର ଆପେକ୍ସ କାଉନ୍ସିଲ ଏହାର ସଭାପତି ତଥା ଭାରତର ପୂର୍ବତନ ଅଧିନାୟକ ମହମ୍ମଦ ଆଝାରୁଦ୍ଦିନଙ୍କୁ ସସ୍ପେଣ୍ଡ କରିଛି। ସେ...


