ଭୁବନେଶ୍ୱର,୫।୬(ବ୍ୟୁରୋ): ବିଭିନ୍ନ ଆର୍ଥିକ ପ୍ରତିଷ୍ଠାନରେ କ୍ଷତିଗ୍ରସ୍ତ ହୋଇଥିବା ଜମାକାରୀମାନଙ୍କୁ ଚିହ୍ନଟ ଓ ସେମାନଙ୍କର ଜମା ରାଶିର ପରିମାଣ ନିରୂପଣ ସକାଶେ ସମ୍ପୃକ୍ତ ଜମାକାରୀମାନଙ୍କଠାରୁ ଅନ୍ଲାଇନରେ ଦାବି ଦରଖାସ୍ତ ଆହ୍ବାନ କରାଯିବ। ଜମାକାରୀମାନେ ରାଜ୍ୟ ସରକାରଙ୍କ www.opid.odisha.gov.inରେ ଆବେଦନ କରିପାରିବେ। ଏଥିପାଇଁ ଅର୍ଥ ବିଭାଗ ପକ୍ଷରୁ ଏହି ନୂତନ ଓ୍ବେବ୍ସାଇଟ ଆରମ୍ଭ କରାଯାଇଛି। ଅର୍ଥ ଓ ଅବକାରୀ ମନ୍ତ୍ରୀ ନିରଞ୍ଜନ ପୂଜାରୀ ଶୁକ୍ରବାର ଏହାକୁ ଉନ୍ମୋଚନ କରିଛନ୍ତି। ଭର୍ଚୁଆଲ୍ ମୋଡ୍ରେ ଏହି ୱେବ୍ସାଇଟକୁ ଉନ୍ମୋଚନ କରି ଅର୍ଥମନ୍ତ୍ରୀ କହିଛନ୍ତି ଯେ, ପୂର୍ବରୁ ମେସର୍ସ ରୋଜ୍ ଭ୍ୟାଲି ଗ୍ରୁପ୍ ଅଫ୍ କମ୍ପାନୀର କ୍ଷତିଗ୍ରସ୍ତ ଜମାକାରୀମାନଙ୍କଠାରୁ ଅଫ୍ଲାଇନ୍ରେ ଦାବି ଆବେଦନ ଆହ୍ବାନ କରାଯାଇଥିଲା। ସେହିସବୁ ଦାବି ଆବେଦନପତ୍ର ଗ୍ରହଣ, ଡିଜିଟାଇଜେଶନ୍, ଡିଜିଟାଇଜ ଡାଟା ଅନୁସାରେ କ୍ଷେତ୍ରୀୟ ତଦନ୍ତ ରିପୋର୍ଟର ଡିଜିଟାଇଜେଶନ୍ ଆଦି କାର୍ଯ୍ୟ ସମୟସାପେକ୍ଷ, କଷ୍ଟକର ଓ ବ୍ୟୟବହୁଳ ଥିଲା। ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଏକ ସହଜ ଓ ସରଳ ୱେବ୍ସାଇଟ ଓଡ଼ିଶା କମ୍ପ୍ୟୁଟର ଆପ୍ଲିକେଶନ ସେଣ୍ଟର (ଓକାକ୍) ଜରିଆରେ ପ୍ରସ୍ତୁତ କରିଛନ୍ତି।
ବର୍ତ୍ତମାନ ଏହି ୱେବ୍ସାଇଟ ପ୍ରଚଳନ ପରେ ଜମାକାରୀମାନଙ୍କୁ ଦରଖାସ୍ତ ଦେବା ପାଇଁ ଆଉ ତହସିଲ ଅଫିସକୁ ଯିବାକୁ ପଡ଼ିବ ନାହିଁ। ସେମାନେ ନିଜ ଘରୁ କିମ୍ବା ନିକଟସ୍ଥ ‘ମୋ ସେବା କେନ୍ଦ୍ର’ର ସହାୟତା ନେଇ ଅନ୍ଲାଇନରେ ଦରଖାସ୍ତ ଦାଖଲ କରିପାରିବେ। ନିକଟସ୍ଥ ‘ମୋ ସେବା କେନ୍ଦ୍ର’ର ଠିକଣା ରାଜ୍ୟ ସରକାରଙ୍କ www.odisha.gov.in ସାଇଟ୍ରେ ଉପଲବ୍ଧ ଅଛି। ଅନ୍ଲାଇନ ମାଧ୍ୟମରେ ଦାଖଲ ହୋଇଥିବା ଦାବି ଦରଖାସ୍ତଗୁଡ଼ିକୁ ଖୁବ୍କମ୍ ସମୟ ମଧ୍ୟରେ ପ୍ରକ୍ରିୟାକରଣ କରାଯାଇପାରିବ। ଏହାଛଡ଼ା କ୍ଷେତ୍ରୀୟ ତଦନ୍ତକାରୀ ଟିମ୍ ତଦନ୍ତ କରି ପ୍ରକୃତ ଜମାକାରୀ ଚିହ୍ନଟ କରିପାରିବେ। ସେମାନଙ୍କର ବାସ୍ତବ ଜମାରାଶିର ପରିମାଣ ନିରୂପଣ ପାଇଁ ଏହି ୱେବ୍ସାଇଟ ମଧ୍ୟ ଅତ୍ୟନ୍ତ ସହାୟକ ହେବ। ଜମାକାରୀମାନେ ଅନ୍ଲାଇନ ଆବେଦନ କଲାବେଳେ କୌଣସି ବୈଷୟିକ ଅସୁବିଧାର ସମ୍ମୁଖୀନ ହେଲେ ତାହାର ସମାଧାନ ପାଇଁ ଟୋଲ୍ ଫ୍ରି ନମ୍ବର ମଧ୍ୟ ଜାରି କରାଯାଇଛ। ବର୍ତ୍ତମାନ କରୋନା ମହାମାରୀର ପ୍ରକୋପ ଯୋଗୁ ରାଜ୍ୟବ୍ୟାପୀ ଲକ୍ଡାଉନ ଓ ଶଟ୍ଡାଉନ ଚାଲୁଥିବାବେଳେ ଏହି ୱେବ୍ସାଇଟ ପ୍ରଚଳନ ଦ୍ୱାରା ଜମାକାରୀମାନେ ସେମାନଙ୍କର ଦାବି ଆବେଦନ(କ୍ଲେମ୍ ଆପ୍ଲିକେଶନ) ଦାଖଲ କରିପାରିବେ। ରାଜ୍ୟ ସରକାରଙ୍କ ୫-ଟି ଅନୁଯାୟୀ ଏହି ୱେବ୍ସାଇଟ ପ୍ରଚଳନ ଦ୍ୱାରା ପ୍ରକୃତ କ୍ଷତିଗ୍ରସ୍ତ ଜମାକାରୀଙ୍କୁ ଚିହ୍ନଟ ଓ ସେମାନଙ୍କର ବାସ୍ତବ ଜମାରାଶି ନିରୂପଣ ଅତ୍ୟନ୍ତ ସ୍ବଚ୍ଛତାର ସହିତ ଏକ ନିର୍ଦ୍ଦିଷ୍ଟ ସମୟସୀମାରେ କରାଯାଇପାରିବ।
ପ୍ରାରମ୍ଭିକ ପର୍ଯ୍ୟାୟରେ ହାଇଟେକ୍ ଇଷ୍ଟେଟସ୍ ଓ ପ୍ରମୋଟର୍ସ ପ୍ରାଇଭେଟ୍ ଲିମିଟେଡ୍ ଏବଂ ମେସର୍ସ ରାଜଧାନୀ ସିଷ୍ଟମ୍ ଓ ଇଷ୍ଟେଟସ୍ ପ୍ରାଇଭେଟ୍ ଲିମିଟେଡ୍ର କଲ୍ୟାଣ ବିହାର ଫେଜ-୨, ଭାଗ୍ୟନଗର, କୁଞ୍ଜବିହାର ଓ ପୁଷ୍ପାଞ୍ଜଳି ଏନ୍କ୍ଲେଭ୍ ଯୋଜନାରେ ବାସୋପଯୋଗୀ ଜମି (ପ୍ଲଟ୍) ପାଇଁ ଟଙ୍କା ଜମା କରି କୌଣସି ଜମି(ପ୍ଲଟ୍) କିମ୍ବା ଟଙ୍କା ଫେରସ୍ତ ପାଇନାହାନ୍ତି, ସେମାନଙ୍କଠାରୁ ଅନ୍ଲାଇନ ମାଧ୍ୟମରେ ଜୁନ୍ ୪ରୁ ଜୁଲାଇ ୧୯ ତାରିଖ ପର୍ଯ୍ୟନ୍ତ ଦାବି ଦରଖାସ୍ତ ଆହ୍ବାନ କରାଯାଉଛି। ପରେ ଅର୍ଥ ଆତ୍ମସାତ୍ କରିଥିବା ଅନ୍ୟ କମ୍ପାନୀର କ୍ଷତିଗ୍ରସ୍ତ ଜମାକାରୀମାନଙ୍କଠାରୁ ଅନ୍ଲାଇନ ଦାବି ଦରଖାସ୍ତ ଆହ୍ବାନ କରାଯିବ। ଉନ୍ମୋଚନ ଉତ୍ସବରେ ଅର୍ଥ ବିଭାଗ ପ୍ରମୁଖ ଶାସନ ସଚିବ ଅଶୋକ ମୀନା ସ୍ବାଗତ ଭାଷଣ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ଅର୍ଥ ବିଭାଗର ଅତିରିକ୍ତ ଶାସନ ସଚିବ ନୃସିଂହ ଚରଣ ସ୍ବାଇଁ, କଟକର ଅତିରିକ୍ତ ଜିଲାପାଳ ପୂର୍ଣ୍ଣଚନ୍ଦ୍ର ମିଶ୍ର, ଅର୍ଥ ବିଭାଗର ଯୁଗ୍ମ ଶାସନ ସଚିବ ଚିତ୍ତରଞ୍ଜନ ହୋତା, ରାଜ୍ୟ ଅର୍ଥନୈତିକ ଅପରାଧ ଶାଖାର ଏସ୍ପି ଜ୍ଞାନରଞ୍ଜନ ମହାନ୍ତି, ଓଡ଼ିଶା କମ୍ପ୍ୟୁଟର ଆପ୍ଲିକେଶନ ସେଣ୍ଟର ଜେନେରାଲ ମ୍ୟାନେଜର (ପ୍ରଶାସନ) ମଧୁମିତା ରଥ ପ୍ରମୁଖ ଉପସ୍ଥିତ ଥିଲେ।
୭୫୦ ସ୍ବାସ୍ଥ୍ୟ ଅଧିକାରୀଙ୍କୁ ନିଯୁକ୍ତି
ଭୁବନେଶ୍ୱର,୪।୬(ବ୍ୟୁରୋ): ରାଜ୍ୟରେ ୭୫୦ ସ୍ବାସ୍ଥ୍ୟ ଅଧିକାରୀଙ୍କୁ ଗୁରୁବାର ନିଯୁକ୍ତିପତ୍ର ଦିଆଯାଇଛି। ଆସନ୍ତା ୭ଦିନ ମଧ୍ୟରେ ନିଜ ନିଜ କାର୍ଯ୍ୟସ୍ଥଳୀରେ ଯୋଗଦେବା ପାଇଁ ଅନୁରୋଧ କରାଯାଇଛି। ଉକ୍ତ...
ଜୁନ୍ ଶେଷରେ ମାଟ୍ରିକ୍ ରେଜଲ୍ଟ
ଭୁବନେଶ୍ୱର,୧୩ା୬(ବ୍ୟୁରୋ): ଜୁନ୍ ଶେଷ ସୁଦ୍ଧା ପ୍ରକାଶ ପାଇବ ମାଟ୍ରିକ ରେଜଲ୍ଟ। ଏଥିପାଇଁ ଜୋର୍ସୋରରେ ମୂଲ୍ୟାୟନ ଚାଲିଛି। ଆସନ୍ତା ୧୭ ତାରିଖରୁ ନବମ ଓ ଦଶମ ଶ୍ରେଣୀ...
ଛେଳିର ଅନ୍ତ୍ୟେଷ୍ଟିକ୍ରିୟା
ପାଟଣା,୧୭ା୬(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ବ୍ଲକ ବୁଢ଼ୀକାପୁଡ଼ି ପଞ୍ଚାୟତ ଅଧୀନ ତେନ୍ତେଳା ଗ୍ରାମରେ ବୁଧବାର ପ୍ରାଣୀ ଓ ମଣିଷ ଭିତରେ ଥିବା ଅନାବିଳ ସମ୍ପର୍କ ଦେଖିବାକୁ...
ୟୁଜି-ପିଜି ପରୀକ୍ଷା, ଜଣେ ପିଲାଙ୍କୁ ଜଣେ ଶିକ୍ଷକଙ୍କ ଦାୟିତ୍ୱ
ଭୁବନେଶ୍ୱର,୨୫ା୬(ବ୍ୟୁରୋ): ବିଶ୍ୱବିଦ୍ୟାଳୟର କୁଳପତିମାନଙ୍କୁ ନେଇ ଶୁକ୍ରବାର ଏକ ବୈଠକ ବସିଥିଲା । ଏଥିରେ ୟୁଜି ଓ ପିଜି ପରୀକ୍ଷା ନେଇ ଆଲୋଚନା ହୋଇଛି। ଭର୍ଚୁଆଲ ବୈଠକରେ...
ବଳାତ୍କାର ପରେ ଅଚେତ ହୋଇଗଲା, ଭୟରେ ତଣ୍ଟି ଚିପିଦେଲି
ନୟାଗଡ଼ ଅଫିସ,୨୦।୬: ନୟାଗଡ଼ ଜିଲା ଦଶପଲ୍ଲା ବ୍ଲକ ନୂଆଗାଁ ପଞ୍ଚାୟତ ଧୁନ୍ଦୁଗାଡିଆ ଅଞ୍ଚଳର ଜଣେ ୫ ବର୍ଷର ଶିଶୁକନ୍ୟାଙ୍କୁ ବଳାତ୍କାର ପରେ ହତ୍ୟା କରାଯାଇଥିଲା ।...
ଲଘୁଚାପ: ୧୬ ଯାଏ ବର୍ଷିବ
ଭୁବନେଶ୍ୱର,୧୨ା୬(ବ୍ୟୁରୋ): ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଯୋଗୁ ରାଜ୍ୟର ବିଭିନ୍ନ ସ୍ଥାନରେ ତୁହାକୁ ତୁହା ବର୍ଷା ଲାଗି ରହିଛି। ଏଥିସହିତ ଦକ୍ଷିଣ ପଶ୍ଚିମ...
ରାଜ୍ୟରେ ୬ହଜାରରୁ ଊର୍ଦ୍ଧ୍ୱ ଆକ୍ରାନ୍ତ ଚିହ୍ନଟ: ଖୋର୍ଦ୍ଧାରୁ ସର୍ବାଧିକ
ଭୁବନେଶ୍ୱର,୧୦।୬(ବ୍ୟୁରୋ): ଗତ ୧୦ ଦିନ ହେଲା ରାଜ୍ୟରେ କରୋନା ମିଟର ତଳମୁହାଁ ହୋଇଛି। ଗତ କିଛି ଦିନ ହେଲା ୭ହଜାରରୁ କମ୍ ରହୁଛି ନୂଆ ଆକ୍ରାନ୍ତଙ୍କ...
ଦ୍ୱାଦଶ ମୂଲ୍ୟାୟନ ସୂତ୍ରକୁ ମୋହର
ଭୁବନେଶ୍ୱର,୨୩।୬(ବ୍ୟୁରୋ)କରୋନା ଯୋଗୁ ବାତିଲ ହୋଇଯାଇଥିବା କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସ୍ଇ) ଏବଂ କାଉନ୍ସିଲ ଫର୍ ଦି ଇଣ୍ଡିଆନ୍ ସ୍କୁଲ ସାର୍ଟିଫିକେଟ୍ ଏକ୍ଜାମିନେଶନ (ସିଆଇଏସ୍ସିଇ) ଦ୍ୱାଦଶ...


