ଭୁବନେଶ୍ୱର, ୫।୬ (ବ୍ୟୁରୋ): ବିଦେଶକୁ ଯାଇ ପାଠ ପଢିବାକୁ ଚାହୁଁଥିବା ଛାତ୍ରୀଛାତ୍ରଙ୍କ ପାଇଁ ବିଏମ୍ସି ପକ୍ଷରୁ ସ୍ବତନ୍ତ୍ର ପଦକ୍ଷେପ ନିଆଯାଇଛି। କରୋନା ମହାମାରୀ ସମୟରେ ବିଦେଶ ଯିବା ପାଇଁ ଟିକାକରଣ ବାଧ୍ୟତାମୂଳକ ଥିବାରୁ ଅନେକ ଛାତ୍ରୀଛାତ୍ରଙ୍କ ବିଦେଶରେ ପାଠ ପଢିବା ସ୍ବପ୍ନ ଭାଙ୍ଗି ଯିବାକୁ ବସିଥିଲା। ଏହାକୁ ନଜରରେ ରଖି ବିଏମ୍ସି ପକ୍ଷରୁ ଏକ ବ୍ୟବସ୍ଥା କରାଯାଇଛି। ବିଦେଶ ଯିବାକୁ ଚାହୁଁଥିବା ପିଲାମାନେ ୧୯୨୯ରେ କଲ୍ କରି ସେମାନଙ୍କ ରେଜିଷ୍ଟ୍ରେସନ କରି ପାରିବେ। ପରେ ବିଏମ୍ସି ପକ୍ଷରୁ ସେମାନଙ୍କ ଟିକାକରଣ ନେଇ ବ୍ୟବସ୍ଥା କରାଯିବ। ତେବେ ସମ୍ପୃକ୍ତ ଛାତ୍ରୀଛାତ୍ରଙ୍କ ବୟସ ୧୮ରୁ ଉର୍ଦ୍ଧ୍ୱ ହୋଇଥିବା ଆବଶ୍ୟକ। ସେହିପରି ଫରେନ୍ ୟୁନିଭରସିଟିରେ ଆଡ୍ମିଶନ ନେଇ ନିଶ୍ଚିତ ଥିବା ଛାତ୍ରୀଛାତ୍ରମାନେ ରେଜିଷ୍ଟ୍ରେସନ କରି ପାରିବେ। ଟିକାକରଣ ପାଇଁ ଯିବା ସମୟରେ ସମ୍ପୃକ୍ତ ୟୁନିଭରସିଟିର କନ୍ଫରମେସନ୍ ଲେଟର ସହ ଆଧାର କାର୍ଡ କିମ୍ବା ଅନ୍ୟ କୌଣସି ପରିଚୟ ପତ୍ର ନେବାକୁ ପଡିବ। ରବିବାରଠାରୁ ୧୯୨୯ରେ ରେଜିଷ୍ଟ୍ରେସନ ଆରମ୍ଭ କରାଯିବ ବୋଲି ବିଏମ୍ସି କମିଶନର ସଞ୍ଜୟ କୁମାର ସିଂହ ସୂଚନା ଦେଇଛନ୍ତି।
ଆହୁରି ୪ ଦିନ ବର୍ଷିବ
ଭୁବନେଶ୍ବର,୨୦।୬: ଉତ୍ତର ଓଡ଼ିଶାର ବିଭିନ୍ନ ସ୍ଥାନରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଥିବା ବେଳେ ଦକ୍ଷିଣ ଓଡ଼ିଶାର କିଛି ସ୍ଥାନରେ...
କଟକରୁ ଲମ୍ବିଛି ନକଲି ଔଷଧର ଚେର
ଝାରସୁଗୁଡା ଅଫିସ୍,୧୩।୬: ହିମାଞ୍ଚଳ ପ୍ରଦେଶର ମ୍ୟାକ୍ସ ରିଲିଫ୍ ହେଲ୍ଥ କେୟାର କମ୍ପାନୀର ନକଲି ଔଷଧର ଚରେ କଟକରୁ ଲମ୍ବିଛି ଝାରସୁଗୁଡ଼ା। ଏହା ଜଣାପଡିବା ପରେ ଝାରସୁଗୁଡା...
ପ୍ରେମ ନିବେଦନ ପ୍ରତ୍ୟାଖ୍ୟାନ: ନାବାଳିକାଙ୍କୁ ଗୋଡ଼େଇ ଗୋଡ଼େଇ ଛୁରି ଭୁଷିଲେ
ଖଇରା,୧୦।୬- ପ୍ରେମ ନିବେଦନରେ ବିଫଳ ହେବାରୁ ନାବାଳିକାଙ୍କୁ ଗୋଡ଼େଇ ଗୋଡ଼େଇ ଛୁରି ଭୁଷିଲେ ଯୁବକ। ବାଲେଶ୍ବର ଜିଲା ଖଇରା ଥାନା ଅଞ୍ଚଳରୁ ସାମ୍ନାକୁ ଆସିଛି ଏଭଳି...
ପୂର୍ବତନ ଜିଲାପାଳଙ୍କ ଘରୁ ନାବାଳିକା ଉଦ୍ଧାର
ଭୁବନେଶ୍ୱର,୧୪।୬ : ନୟାପଲ୍ଲୀ ଆଇଆର୍ସି ଭିଲେଜସ୍ଥିତ ଜଣେ ଅବରସରପ୍ରାପ୍ତ ଜିଲାପାଳଙ୍କ ଘରୁ ସୋମବାର ଜଣେ ୧୨ ବର୍ଷୀୟା ନାବାଳିକାଙ୍କୁ ଉଦ୍ଧାର କରାଯାଇଛି। ଉକ୍ତ ନାବାଳିକାଙ୍କୁ ପ୍ରାୟ...
ଏସ୍ଡିଜି ଇଣ୍ଡେକ୍ସରେ ଓଡ଼ିଶା ୧ନଂ
ଭୁବନେଶ୍ୱର,୨୨।୬(ବ୍ୟୁରୋ): ଓଡ଼ିଶା ନିରନ୍ତର ବିକାଶ ଲକ୍ଷ୍ୟ (ଏସ୍ଡିଜି)-୨୦୨୦-୨୧ରେ ପ୍ରଥମ ସ୍ଥାନ ଅଧିକାର କରିଛି। ଗତ ବର୍ଷ ତୁଳନାରେ ଓଡ଼ିଶା ଏସ୍ଡିଜିରେ ଅଧିକ ୧୦ ପଏଣ୍ଟ ପାଇ...
ଆସନ୍ତାକାଲି ମାଟ୍ରିକ ରେଜଲ୍ଟ
ଭୁବନେଶ୍ୱର,୨୪।୬(ବ୍ୟୁରୋ): ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ଏକ ଖୁସିଖବର। ଆସନ୍ତାକାଲି ଅର୍ଥାତ୍ ଶୁକ୍ରବାର ପ୍ରକାଶ ପାଇବ ମାଟ୍ରିକ ପରୀକ୍ଷା ଫଳାଫଳ। ଷ୍ଟେଟ ଓପନ ସ୍କୁଲ ଓ...
ରାଜ୍ୟରେ ୩ହଜାରରୁ ଊର୍ଦ୍ଧ୍ୱ ଆକ୍ରାନ୍ତ ଚିହ୍ନଟ: ଖୋର୍ଦ୍ଧାରୁ ସର୍ବାଧିକ
ଭୁବନେଶ୍ୱର,୧୭।୬(ବ୍ୟୁରୋ): ରାଜ୍ୟରେ କରୋନା ସଂକ୍ରମଣ ଧୀରେ ଧୀରେ ନିୟନ୍ତ୍ରଣକୁ ଆସୁଛି। ଗତ କିଛି ଦିରୁ ନୂଆ ଦୈନିକ ସଂକମ୍ରଣ ସଂଖ୍ୟା ୪ହଜାରରୁ ତଳେ ରହିଛି। ବୁଧବାର...
ବିକ୍ରି ଶିଶୁପୁତ୍ର ମାଳିସାହି ଅଞ୍ଚଳରୁ ଉଦ୍ଧାର
ଭୁବନେଶ୍ୱର,୨୦ା୬(ବ୍ୟୁରୋ): ଭୁବନେଶ୍ୱର ରେଳ ଷ୍ଟେଶନ ଅଞ୍ଚଳରୁ ବିକ୍ରି ହୋଇଥିବା ୬ଦିନର ଶିଶୁପୁତ୍ରକୁ ଖାରବେଳନଗର ଥାନା ଅନ୍ତର୍ଗତ ମାଳିସାହି ଅଞ୍ଚଳରୁ ଉଦ୍ଧାର କରାଯାଇଛି। ରାଜଧାନୀରେ ଶିଶୁ ବିକ୍ରି...


