ଭିଏତ୍ନାମ, ହାନୋଇରେ ଏମିତି ଏକ ହୋଟେଲ ଆରମ୍ଭ ହୋଇଛି; ଯାହାକୁ ଦେଖିଲେ ଆଖି ଝଲସିଯିବ। ତା’ର ଚମକ କିମିଆଁ କରିବ। କାରଣ ଏହି ହୋଟେଲଟି ସମ୍ପୂର୍ଣ୍ଣଭାବେ ଗୋଲ୍ଡ ପ୍ଲେଟେଡ୍। ଏହାର ବାହାର, ଭିତର କୋଠରି, ଏମିତିକି ଟଏଲେଟ୍, ବେସିନ୍ ସବୁକିଛି ଗୋଲ୍ଡ ପ୍ଲେଟେଡ୍। ଏଠାରେ ଗୋଟିଏ ରାତି ବିତାଇବା ପାଇଁ ୨୫୦ ଡଲାର ଖର୍ଚ୍ଚ କରିବାକୁ ହେବ। ମହାମାରୀ କରୋନାର ତାଣ୍ଡବ ଚାଲିଥିବା ସମୟରେ ଖୋଲିଛି ଏହି ହୋଟେଲ। ଏହାର ନାମ ‘ଡୋଲ୍ସ ହାନୋଇ ଗୋଲ୍ଡେନ୍ ଲେକ୍’। ଦାବି କରାଯାଉଛି ଯେ, ଏହା ହେଉଛି ପୃଥିବୀର ପ୍ରଥମ ସୁନାର ହୋଟେଲ। ହୋଟେଲର ଲବି ୨୪ କ୍ୟାରେଟ୍ ସୁନାରେ ତିଆରି ହୋଇଛି। ଯେଉଁଥିରେ ଖର୍ଚ୍ଚ ହୋଇଛି ୨୦୦ ମିଲିୟନ ଡଲାର୍। କେବଳ ସେତିକି ନୁହେଁ, ହୋଟେଲର ପୁଲ୍, କୋଠରି, ବାସନକୁସନ, କପ୍ ପ୍ଲେଟ୍, ସାଓ୍ବର ଡେଡ୍, ଟୟଲେଟ୍ ବି ସୁନାର। ଗ୍ରାହକଙ୍କୁ ଏଠାରେ ସୁନା କପ୍ରେ କଫି ଦିଆଯାଏ। ଗାଧୋଇବା ପାଇଁ ଅଛି ସୁନାର ଟବ୍। ହାନୋଇର ମଧ୍ୟଭାଗରେ ଥିବା ଏହି ହୋଟେଲ୍ ୨୫ ମହଲାବିଶିଷ୍ଟ। ଏଠାକାର ଖାଦ୍ୟରେ ବି ଖାସ୍ ଉପାୟରେ ସୁନା ମିଶାଯାଇଥାଏ।
ଗୋଟିଏ ଆମ୍ବର ଦାମ୍ ୨୧ ହଜାର: ସୁରକ୍ଷା ଦାୟିତ୍ୱରେ ୪ ସୁରକ୍ଷାକର୍ମୀ, ୬ କୁକୁର…
ଜବଲପୁର,୧୬।୬: ଗୋଟିଏ ଆମ୍ବର ଦାମ୍ ପୁଣି ୨୧ ହଜାର ଟଙ୍କା ଶୁଣିଲେ ଯେ କେହି ଆଶ୍ଚର୍ଯ୍ୟ ହେବା ସ୍ବାଭାବିକ। ତେବେ ମଧ୍ୟପ୍ରାଦେଶର ଜବଲପୁରରେ ବାସ କରୁଥିବା...
ବଦଳୁଛି ଭୂଭାଗ, ବଢୁଛି ମରୁଭୂମି
ପରିବେଶ ସମ୍ପର୍କିତ ଆଲୋଚନାବେଳେ ସର୍ବଦା ଚର୍ଚ୍ଚାର ପରିସର ଭିତରେ ରହିଥାଏ ବିଶ୍ୱତାପନ, ବାୟୁ ପ୍ରଦୂଷଣ। ଏହାକୁ ବାଦ୍ ଦେଲେ ହିମବାହ ତରଳିବା, ମହାସାଗର ଜଳସ୍ତର ବଢ଼ିବା...
ଏହି ବ୍ୟକ୍ତି ଏମିତି ଶବ୍ଦ କରନ୍ତି ଯେ ଚାରିଆଡୁ ଉଡିଆସି ଏକାଠି ହୋଇଯାଆନ୍ତି କାଉ; ଭିଡିଓ ଦେଖିଲେ…
ଭାରତରେ ପ୍ରତିଭାର ଅଭାବ ନାହିଁ। ହେଲେ ଅନେକ ସମୟରେ ପ୍ରତିଭା ଦେଖାଇବା ପାଇଁ ସମସ୍ତଙ୍କୁ ପ୍ଲାଟଫର୍ମ ମିଳି ନ ଥାଏ। ଫଳରେ ବଣମଲ୍ଲୀର ମହକ ବଣରେ...
ଆଜି ସାବିତ୍ରୀ ବ୍ରତ: ଜାଣନ୍ତୁ ଏହିଦିନ କାହିଁକି ପୂଜା କରାଯାଏ ବାଉଁଶ ଗଛ
ନାରଦ ପୁରାଣରେ ସାବିତ୍ରୀ ବ୍ରତ ବିଷୟରେ ବର୍ଣ୍ଣନା କରାଯାଇଛି। ଏହା ଜ୍ୟେଷ୍ଠ ମାସ ଅମାବାସ୍ୟା ତିଥିରେ ପଡ଼ିଥାଏ। ଆଜି ଅର୍ଥାତ୍ ଗୁରୁବାରରେ ପଡ଼ିଛି ଏହି ବ୍ରତ।...
ଆଇଫୋନ୍ରୁ ଭାଇରାଲ ହେଲା ଯୁବତୀଙ୍କ ନଗ୍ନ ଫଟୋ, ଏବେ କମ୍ପାନୀକୁ ଦେବାକୁ ପଡ଼ିବ ଏତିକି ପରିମାଣର ଟଙ୍କା…
ଆଇଫୋନ୍ ତିଆରି କରୁଥିବା କମ୍ପାନୀ ଆପଲ ଏବେ ଏକ ଭୁଲ ପାଇଁ କୋଟି କୋଟି ଟଙ୍କା ଜରିମାନା ଦେବ। କାରଣ ଜଣେ ଯୁବତୀଙ୍କ ଫୋନ୍ ଖରାପ...
କରୋନା ସଙ୍କଟ ଯୋଗୁ ବର୍ଷେ ହେଲାଣି ଦରମା ନେଇନାହାନ୍ତି ମୁକେଶ
ନୂଆଦିଲ୍ଲୀ,୩।୬: ଦେଶରେ କରୋନା ପ୍ରକୋପ ଏବେ ବି ଜାରି ରହିଛି। କରୋନା ସଙ୍କଟର ଭୟାବହତାକୁ ଦେଖି ରିଲାଏନ୍ସ ଇଣ୍ଡଷ୍ଟ୍ରିର (ଆର୍ଆଇଏଲ୍)ର ଅଧ୍ୟକ୍ଷ ମୁକେଶ ଆମ୍ବାନୀ ଗତ...
୫୧ ବର୍ଷରେ ରାହୁଲ: ଛଦ୍ମନାମ ରଖି ହାର୍ଭାର୍ଡ ବିଶ୍ୱବିଦ୍ୟାଳୟରେ ପଢ଼ିଥିଲେ ପାଠ; ମ୍ୟାନେଜମେଣ୍ଟ କମ୍ପାନୀରେ…
ନୂଆଦିଲ୍ଲୀ,୧୯।୬: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଆଜି ହେଉଛି ଜନ୍ମଦିନ। ଶନିବାର ୫୧ ବର୍ଷର ହୋଇଛନ୍ତି ରାହୁଲ। ଗାନ୍ଧୀ-ନେହେରୁ ପରିବାରରୁ ଆସିଥିବା ରାହୁଲଙ୍କ ଜୀବନ ଏବଂ...
ବରଙ୍କ ନାମ ସମାଜବାଦ, କନ୍ୟାଙ୍କ ନାମ ମମତା ବାନାର୍ଜୀ; ଜାଣନ୍ତୁ କେବେ ପଡ଼ିବ ହାତଗଣ୍ଠି
ତାମିଲନାଡୁର ସେଲମ ଜିଲାରୁ ଏମିତି ଏକ ବିବାହ ଖବର ସାମ୍ନାକୁ ଆସିଛି ଯାହାକୁ ନେଇ ଖୁବ୍ ଚର୍ଚ୍ଚା ହେଉଛି। ଚର୍ଚ୍ଚାର ମୁଖ୍ୟ କାରଣ ହେଲା ବର...


