କରୋନା ଦ୍ୱିତୀୟ ଲହର ପାଇଁ ଏବେ ତ ଶୁଟିଂ ବନ୍ଦ ଅଛି। ବସିବା ଅପେକ୍ଷା କାଶିବା ଭଲ। ତେଣୁ ଘରେ ବସି ରହିବା ଅପେକ୍ଷା ଜାହ୍ନବୀ କପୁର ଏବେ ଗୋଟିଏ କାମରେ ମନୋନିବେଶ କରିଛନ୍ତି। ତାହା କ’ଣ ଜାଣନ୍ତି ? ଚିତ୍ର ଆଙ୍କିବା। ନିଜ ରୁମ୍ରେ ବସି ପ୍ରଥମେ ସେ କାହାକୁ ଚିତ୍ରର ରୂପ ଦେବେ ସେ ନେଇ ଭଲ ଭାବରେ ଚିନ୍ତା କରୁଛନ୍ତି। ତା’ପରେ ନିଜ କାମରେ ଲାଗିଯାଉଛନ୍ତି। କେବଳ ସେତିକି ନୁହେଁ, ନିଜେ ଆଙ୍କିଥିବା ଚିତ୍ରଗୁଡିକୁ ନିଜ ସୋସିଆଲ ମିଡିଆରେ ଶେୟାର କରିବାକୁ ଭୁଲୁ ନାହାନ୍ତି। ଏ ସମ୍ପର୍କରେ ଜାହ୍ନବୀ କହନ୍ତି, ‘ପେଣ୍ଟିଂ କରିବା ମୋର ପିଲାଟି ଦିନରୁ ଅଭ୍ୟାସ। ଏ ନେଇ ମୋ ମାମା ମୋତେ ବେଶ୍ ଉତ୍ସାହିତ କରିଥିଲେ। ଆଉ ଏବେ ବାବା ପେଣ୍ଟିଂ ଚାଲୁ ରଖିବାକୁ ମୋତେ ସବୁବେଳେ କହିଥାଆନ୍ତି। କୌଣସି ପ୍ରାକୃତିକ ଦୃଶ୍ୟ ଦେଖିଲେ ତାହାକୁ ଚିତ୍ରର ରୂପ ଦେବାକୁ ମୋ ମନରେ ଇଚ୍ଛା ହୁଏ। କରୋନା ପାଇଁ ଲକ୍ଡାଉନ ଚାଲିଛି, ତେଣୁ ଘରେ ହିଁ ରହିବାକୁ ପଡୁଛି। ତେଣୁ ପେଣ୍ଟିଂ ପ୍ରତି ଅଧିକ ଧ୍ୟାନ ଦେଉଛି।’
କରୋନାରେ ଡ୍ରିମ୍ଗର୍ଲ ଫେମ୍ ରିଙ୍କୁ ସିଂଙ୍କ ପରଲୋକ
ମୁମ୍ବାଇ,୪।୬: ବଲିଉଡ୍ ଅଭିନେତା ଆୟୁଷ୍ମାନ ଖୁରାନା ଷ୍ଟାରର ଫିଲ୍ମ ‘ଡ୍ରିମ୍ଗର୍ଲ’ର ଅଭିନେତ୍ରୀ ରିଙ୍କୁ ସିଂହ ନିକୁମ୍ଭଙ୍କ ପରଲୋକ ଘଟିଛି। କରୋନାରେ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି।...
ସୁଶାନ୍ତଙ୍କ ପୁଣ୍ୟତିଥିରେ ଭାବୁକ ହେଲେ ପରିବାର ଲୋକେ, କହିଲେ…
ମୁମ୍ବାଇ: ବଲିଉଡ୍ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କୁ ଆଜି ମନେ ପକାଇ ଭାବୁକ ହୋଇଛନ୍ତି ତାଙ୍କ ପରିବାର ଲୋକେ। କାରଣ ଗତବର୍ଷ ଆଜିର ଦିନରେ ଅର୍ଥାତ୍...
ଶୁଟିଂ ସେଟ୍ରେ ଏହି ଅଭିନେତ୍ରୀଙ୍କ ହାତରେ ଛେପ ପକାଇଥିଲେ ଅମିର, ଆଉ ତା’ ପରେ
୧୯୯୦ ମସିହାରେ ମୁକ୍ତିଲାଭ କରିଥିବା ଫିଲ୍ମ ‘ଦିଲ’ ଦର୍ଶକଙ୍କ ହୃଦୟ ଜିତିଥିଲା। ଏହି ଫିଲ୍ମରେ ଅମିର ଖାନ ଏବଂ ମାଧୁରୀ ଦୀକ୍ଷିତଙ୍କ କେମେଷ୍ଟ୍ରିକୁ ନେଇ ଚର୍ଚ୍ଚା...
ସମସ୍ତ ପ୍ରସ୍ତୁତି ସରିଥିଲା, ଶେଷ ମୁହର୍ତ୍ତରେ ଫୋନ୍ କରି ବିବାହ ପାଇଁ ମନା କରିଦେଇଥିଲେ ପ୍ରେମିକ
ବମ୍ବେ: ପ୍ରସ୍ତୁତି ସରିଥିଲା। ଦିଲ୍ଲୀରେ ବିବାହ ପୋଷାକ ବି ପ୍ରସ୍ତୁତ କରିବାକୁ ଦିଆଯାଇଥିଲା। ହେଲେ ଗୋଟିଏ ଫୋନ କଲ୍ ସବୁକିଛି ବଦଳାଇ ଦେଇଥିଲା। କାରଣ ପ୍ରେମିକ...
ଏହି ଅଭିନେତ୍ରୀଙ୍କ ପାଇଁ ସଲମାନଙ୍କ ସହ ଝଗଡ଼ା କରିଥିଲେ ଶାହରୁଖ
ବଲିଉଡ ଇଣ୍ଡଷ୍ଟ୍ରିରେ କିଙ୍ଗ ଖାନ ନାମରେ ଜଣାଶୁଣା ଶାହରୁଖ ଖାନ ସର୍ବଦା ବିବାଦ ଘେରରେ ରହିଥାନ୍ତି। ତେବେଶାହରୁଖଙ୍କ ସଲମାନଙ୍କ ସହ ଦୀର୍ଘ ଦିନ ଧରି ବିବାଦ...
ହସ୍ପିଟାଲରୁ ଘରକୁ ଫେରିିଲେ ଦିଲ୍ଲୀପ କୁମାର: ସାୟରା କହିଲେ, ପ୍ରଶଂସକ ପ୍ରାର୍ଥନା ପାଇଁ…
ମୁମ୍ବାଇ,୧୧।୬: ହିନ୍ଦୀ ସିନେମା ଜଗତର ଭେଟେରାନ ଅଭିନେତା ଦିଲ୍ଲୀପ କୁମାରଙ୍କ ପ୍ରଶଂସକଙ୍କ ପାଇଁ ଏକ ଖୁସି ଖବର। ଶୁକ୍ରବାର ଦିଲ୍ଲୀପ କୁମାରଙ୍କୁ ହସ୍ପିଟାଲରୁ ଛୁଟି ମିଳିଛି।...
ସିଦ୍ଧାର୍ଥ ମଲହୋତ୍ରାଙ୍କ ସହ କରନ୍ ଜୋହରଙ୍କ ରହିଥିଲା ପ୍ରେମ ସମ୍ପର୍କ ! ଦୁଇ ବର୍ଷ ଧରି…
ବମ୍ବେ: ସେଲିବ୍ରିଟିମାନଙ୍କ ଉପରେ ରହିଥାଏ ପ୍ରଶଂସକଙ୍କ ନଜର। ଖାସ ସେଥିପାଇଁ ବ୍ୟକ୍ତିଗତ ଜୀବନକୁ ନେଇ ଅନେକ କଥା ଲୋକଲୋଚନକୁ ଆସିଯାଇଥାଏ। ସେଥିରୁ କିଛି ଗୁଜବ ମଧ୍ୟ...
ଅନ୍ସ୍କ୍ରିନ ଦିଅରଙ୍କ ପ୍ରେମରେ ପଡ଼ିଛନ୍ତି ଐଶ୍ୱର୍ଯ୍ୟା; ସରିଲାଣି ନିର୍ବନ୍ଧ
ବମ୍ବେ: ଅନେକ କଳାକାର ଏଭଳି ଅଛନ୍ତି ଯେଉଁମାନେ ଅଭିନୟ କରୁ କରୁ ସତସତିକା ପ୍ରେମରେ ପଡ଼ିଛନ୍ତି। ପରଦାରେ ଚରିତ୍ର ଥାଏ ଭିନ୍ନ। ହେଲେ ଅସଲ ଜୀବନରେ...


