ନୂଆଦିଲ୍ଲୀ,୭।୬: ୧୭ ନିରନ୍ତର ବିକାଶ ଲକ୍ଷ୍ୟ (ଏସ୍ଡିଜି)ରେ ଭାରତ ୨ ସ୍ଥାନ ତଳକୁ ଖସି ୧୧୭ତମ ସ୍ଥାନରେ ରହିଛି। ୨୦୧୫ରେ ଜାତିସଂଘର ୧୯୩ ସଦସ୍ୟ ରାଷ୍ଟ୍ର ୨୦୩୦ କାର୍ଯ୍ୟସୂଚୀର ଅଂଶବିଶେଷ ଭାବେ ନିରନ୍ତର ବିକାଶ ଲକ୍ଷ୍ୟ ଧାର୍ଯ୍ୟ କରିଥିଲେ। ଷ୍ଟେଟ୍ ଅଫ୍ ଇଣ୍ଡିଆ ଏନ୍ଭିରନ୍ମେଣ୍ଟ ରିପୋର୍ଟ ୨୦୨୧ ଅନୁଯାୟୀ ଗତବର୍ଷ ଭାରତ ୧୧୫ତମ ସ୍ଥାନରେ ଥିଲା। କ୍ଷୁଧା ଦୂରୀକରଣ, ଖାଦ୍ୟ ସୁରକ୍ଷା ହାସଲ, ଲିଙ୍ଗଗତ ସମାନତା, ପ୍ରତିକୂଳ ପ୍ରଭାବରୁ ବର୍ତ୍ତିପାରୁଥିବା ଭିତ୍ତିଭୂମି ନିର୍ମାଣ,ନିରନ୍ତର ଶିଳ୍ପାୟନ ବଢ଼ାଇବା ଆଦି ବଡ଼ ଚ୍ୟାଲେଞ୍ଜ ଭାବେ ରହିଆସିଥିବାରୁ ଭାରତର ର଼୍ୟାଙ୍କ୍ ଗତବର୍ଷ ଅପେକ୍ଷା ଚଳିତ ବର୍ଷ ୨ ସ୍ଥାନ ତଳକୁ ଖସିଥିବା କୁହାଯାଉଛି। ଏପରିକି ୪ ଦକ୍ଷିଣ ଏସୀୟ ରାଷ୍ଟ୍ର ଭୁଟାନ, ନେପାଳ, ଶ୍ରୀଲଙ୍କା ଏବଂ ବାଂଲାଦେଶଠାରୁ ଭାରତର ର଼୍ୟାଙ୍କ୍ ତଳେ ରହିଛି। ମୋଟ ୧୦୦ରୁ ଭାରତର ଏସ୍ଡିଜି ସ୍କୋର୍ ୬୧.୯ ରହିଥିବା ଜଣାପଡ଼ିଛି।
ରାଜ୍ୟଓ୍ବାରୀ ପ୍ରସ୍ତୁତିକୁ ଦେଖିଲେ ଝାଡ଼ଖଣ୍ଡ ଏବଂ ବିହାର ୨୦୩୦ ସୁଦ୍ଧା ଏସ୍ଡିଜି ହାସଲ କରିବାରେ ସବୁଠୁ କମ୍ ପ୍ରସ୍ତୁତି କରିଛନ୍ତି। ଝାଡଖଣ୍ଡ ଏସ୍ଡିଜିର ୫ମ ସ୍ଥାନରେ ଏବଂ ବିହାର ୭ମ ସ୍ଥାନରେ ରହିଛି। ଅନ୍ୟପକ୍ଷରେ କେରଳ, ହିମାଚଳପ୍ରଦେଶ ଓ ଚଣ୍ଡିଗଡ଼ ଏସ୍ଡିଜି ଲକ୍ଷ୍ୟ ହାସଲ ଲାଗି ସବୁଠୁ ଭଲ ସ୍କୋର କରିଛନ୍ତି।
ମୋଟ ୧୭ଟି ଏସ୍ଡିଜି ଉପରେ ଦେଶଗୁଡ଼ିକ ଜରୁରୀ ପଦକ୍ଷେପ ନେବା ଲାଗି ଧାର୍ଯ୍ୟ ହୋଇଛି। ସେଗୁଡ଼ିକ ହେଲା ଦାରିଦ୍ର୍ୟ ଦୂର କରିବା, କ୍ଷୁଧାରୁ ମୁକ୍ତି, ଉତ୍ତମ ସ୍ବାସ୍ଥ୍ୟ ଓ ସ୍ବଚ୍ଛଳତା, ଉନ୍ନତମାନର ଶିକ୍ଷା, ଲିଙ୍ଗଗତ ସମାନତା, ବିଶୁଦ୍ଧ ଜଳ ଇ ପରିମଳ, ସୁଲଭ ସ୍ବଚ୍ଛ ଇନ୍ଧନ, ଦୀର୍ଘମିଆଦୀ କାର୍ଯ୍ୟ ଓ ଆର୍ଥିକ ଅଭିବୃଦ୍ଧି, ଶିଳ୍ପ, ଅଭିନବତ୍ୱ ଏବଂ ଭିତ୍ତିଭୂମି, ଅସମାନତା ଦୂରୀକରଣ, ସ୍ଥାୟୀ ସହର ଏବଂ ସମୁଦାୟ, ଉତ୍ତରଦାୟୀ ଉପଭୋଗ ଓ ଉତ୍ପାଦନ, ଜଳବାୟୁ କାର୍ଯ୍ୟକ୍ରମ, ଜଳ ତଳେ ଜୀବନ,
ଭୂପୃଷ୍ଠରେ ଜୀବନ, ଶାନ୍ତି, ନ୍ୟାୟ ଓ ଦୃଢ଼ ସଂସ୍ଥା ଏବଂ ଲକ୍ଷ୍ୟ ହାସଲ ଲାଗି ବିଶ୍ୱ ସହଯୋଗ ବଢ଼ାଇବା। ପରିବେଶ ପ୍ରଦର୍ଶନ ସୂଚକାଙ୍କ (ଇପିଆଇ)ରେ ଭାରତ ୧୮୦ ଦେଶ ମଧ୍ୟରେ ୧୬୮ତମ ସ୍ଥାନରେ ରହିଛି। ପରିବେଶୀୟ ସ୍ବାସ୍ଥ୍ୟ, ଜଳବାୟୁ, ବାୟୁ ପ୍ରଦୂଷଣ, ପରିମଳ, ପାନୀୟ ଜଳ, ପରିବେଶ ସେବା ଓ ଜୈବ ବିବିଧତା ଆଦି ବିଭିନ୍ନ ସୂଚକାଙ୍କକୁ ହିସାବ କରି ଏହା ନିର୍ଦ୍ଧାରଣ କରାଯାଇଥାଏ। ପରିବେଶୀୟ ସ୍ବାସ୍ଥ୍ୟ ବର୍ଗରେ ଭାରତ ୧୭୨ତମ ସ୍ଥାନରେ ରହିଛି। ୟାଲେ ବିଶ୍ୱବିଦ୍ୟାଳୟ ପ୍ରସ୍ତୁତ ଇପିଆଇ ୨୦୨୦ ରିପୋର୍ଟ ଅନୁଯାୟୀ ଜୈବ ବିବିଧତା ଏବଂ ବାସସ୍ଥାନ ବର୍ଗରେ ଭାରତ ୧୪୮ତମ ସ୍ଥାନରେ ରହିଛି, ଯାହା ପାକିସ୍ତାନଠାରୁ ୨୧ ସ୍ଥାନ ତଳେ।
ବିପଜ୍ଜନକ ହୋଇପାରେ ମୌସୁମୀ
ନୂଆଦିଲ୍ଲୀ, ୮ା୬: ଜୁନ୍ରୁ ସେପ୍ଟେମ୍ବର ମଧ୍ୟରେ ଦକ୍ଷିଣ ଏସିଆ ଅଞ୍ଚଳକୁ ଆସେ ମୌସୁମୀ। ଏଥିଜନିତ ୪ ମାସର ବର୍ଷା ଉପରେ ଏହି ଅଞ୍ଚଳର କୃଷି ଅର୍ଥନୀତି...
ଶେଷରେ ଭୁଲ୍ ବୁଝିପାରିଲେ କାନ୍ତା ପ୍ରସାଦ; ଗୌରବଙ୍କୁ ମାଗିଲେ କ୍ଷମା
ନୂଆଦିଲ୍ଲୀ,୧୩।୬: ବାବା କା ଢାବାର ମାଲିକ କାନ୍ତ ପ୍ରସାଦଙ୍କ ଭିଡିଓ ସୋସିଆଲ ମିଡିଆରେ ପୁଣି ଥରେ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓରେ କାନ୍ତ ପ୍ରସାଦ...
ଭାଜପା ଟାର୍ଗେଟରେ ମୁକୁଲ
କୋଲକାତା,୧୮ା୬: ଭାଜପା ଛାଡ଼ି ତୃଣମୂଳ କଂଗ୍ରେସ(ଟିଏମ୍ସି)ରେ ଯୋଗ ଦେଇଥିବା ବରିଷ୍ଠ ନେତା ମୁକୁଲ ରୟ ଏବେ ଭାଜପା ଟାର୍ଗେଟରେ। ତାଙ୍କ ବିଧାୟକ ପଦ ରଦ୍ଦ ଦାବିରେ...
ଭାକ୍ସିନ୍ ଯୋଗୁ ପୁଣି ନୂଆ ବିପଦ: ୨ ଡୋଜ୍ ମଧ୍ୟରେ ସମୟ ବଢ଼ିଲେ ସଂକ୍ରମଣ ଆଶଙ୍କା ଅଧିକ…
ଓ୍ବାଶିଂଟନ୍/ନୂଆଦିଲ୍ଲୀ,୧୨।୬: ଦେଶରେ କରୋନା ମହାମାରୀ ସଂକ୍ରମଣ ଯୋଗୁ ସଙ୍କଟ ସୃଷ୍ଟି ହୋଇଛି। ଏପରିସ୍ଥଳେ ସରକାରଙ୍କ ପକ୍ଷରୁ ସାର୍ବଜନୀକ ଟିକାକରଣ ଅଭିଯାନ ଜାରି ରହିଛି। ଏପରିସ୍ଥଳେ ଦେଶରେ...
ମୋଦି ସରକାର ଦେଶର ଅର୍ଥନୀତିକୁ ରୁଗ୍ଣ କରିଛନ୍ତି: ସୁବ୍ରମଣ୍ୟମ ସ୍ବାମୀ…
ନୂଆଦିଲ୍ଲୀ,୧।୬: ଭାଜପା ରାଜ୍ୟସଭା ଏମ୍ପି ସୁବ୍ରମଣ୍ୟମ ସ୍ବାମୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପରେ ପୁଣି ବର୍ଷିଛନ୍ତି। ସେ ମଙ୍ଗଳବାର ଟୁଇଟ୍ କରି କହିଛନ୍ତି ଯେ, ମୋଦି...
ସମାଲୋଚକଙ୍କୁ ନିର୍ବାଚନ ଲଢ଼ିବା ମନା
ମସ୍କୋ, ୫।୬: ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ ଶୁକ୍ରବାର ଏକ ନୂଆ ବିଲ୍ରେ ସ୍ବାକ୍ଷର କରିଛନ୍ତି। କୌଣସି ବ୍ୟକ୍ତି ରାଷ୍ଟ୍ରପତିଙ୍କୁ ସମାଲୋଚନା କଲେ ଉକ୍ତ ଆଇନ...
ଅପରାହ୍ନ ୫ରେ ଦେଶକୁ ସମ୍ବୋଧନ କରିବେ ମୋଦି
ନୂଆଦିଲ୍ଲୀ,୭।୬: କରୋନାର ଦ୍ୱିତୀୟ ଲହରରେ ନୂଆ ସଂକ୍ରମଣ ହ୍ରାସ ପାଇବା ପରେ ଆଜି ଦେଶର ଅନେକ ସ୍ଥାନରେ ଅନଲକ ପ୍ରକ୍ରିୟା ଆରମ୍ଭ ହୋଇଛି। ଏଭଳି ପରିସ୍ଥିତିରେ...
ପୁଲଓ୍ବାମାରେ ପୁଣି ଥରେ ପଡ଼ିଲା ରକ୍ତ ଛିଟା
ଶ୍ରୀନଗର,୬।୬ : ପୁଣି ଥରେ ପୁଲଓ୍ବାମାରେ ପଡ଼ିଛି ରକ୍ତ ଛିଟା। ଜମ୍ମୁ-କଶ୍ମୀରର ପୁଲଓ୍ବାମା ଜିଲାରେ ଗ୍ରେନେଡ୍ ବିସ୍ଫୋରଣ ଘଟିଛି। ଘଟଣାରେ ଅତିକମ୍ରେ ୮ ଜଣ ଆହତ...


