ସେଣ୍ଟ୍ରାଲ ଆମେରିକାର ଦେଶ ଏଲ୍ ସାଲଭେଡର ଭର୍ଚୁଆଲ କରେନ୍ସି ବିଟ୍କଏନ୍କୁ ବୈଧ କରିବାକୁ ଯୋଜନା କରିଛି। ରାଷ୍ଟ୍ରପତି ନାଏବ ବୁକେଲେ ଏ ନେଇ କଂଗ୍ରେସରେ ବିଲ୍ ଆଣିବେ ବୋଲି ମିଆମିରେ ଅନୁଷ୍ଠିତ ବିଟ୍କଏନ-୨୦୨୧ କନଫରେନ୍ସରେ ଏକ ଭିଡିଓ ବାର୍ତ୍ତାରେ କହିଛନ୍ତି। ଏପରି ହେଲେ ବିଟ୍କଏନକୁ ବୈଧ କରିବାରେ ଏଲ୍ ସାଲଭେଡର ବିଶ୍ୱର ପ୍ରଥମ ଦେଶ ହେବ। ବିଟ୍କଏନ ଟେକ୍ନୋଲୋଜି ବ୍ୟବହାର କରି ଆଧୁନିକ ଆର୍ଥିକ ଭିତ୍ତିଭୂମି ନିର୍ମାଣ ପାଇଁ ଦେଶ ଡିଜିଟାଲ୍ ୱାଲେଟ୍ କମ୍ପାନୀ ଷ୍ଟ୍ରାଇକ୍ ସହ ସହଭାଗିତା କରୁଥିବା ସେ କହିଛନ୍ତି। ଏଲ୍ ସାଲଭେଡରରେ ଅଧିକାଂଶ ନଗଦ ଟଙ୍କା କାରବାର ହୋଇଥାଏ। ସେଠାରେ ପ୍ରାୟ ୭୦ ପ୍ରତିଶତ ଲୋକଙ୍କ ବ୍ୟାଙ୍କ ଆକାଉଣ୍ଟ ମଧ୍ୟ ନାହିଁ।
Posted inଅନ୍ତର୍ଜାତୀୟ View All
ଗର୍ଭବତୀଙ୍କ ପାଇଁ ସୁରକ୍ଷିତ କରୋନା ଭାକ୍ସିନ୍: ଏଠାରେ ଆରମ୍ଭ ହେବ ଟିକାକରଣ…
ଅକ୍ଲାଣ୍ଡ,୧୩।୬: କରୋନା ଭାକ୍ସିନ୍ ଗର୍ଭବତୀଙ୍କ ପାଇଁ ସୁରକ୍ଷିତ ଜଣାପଡ଼ିବା ପରେ ଅଷ୍ଟ୍ରେଲିଆ ଏବଂ ନ୍ୟୁଜିଲାଣ୍ଡରେ ସେମାନଙ୍କୁ ଟିକାକରଣ ଉପରେ ଗୁରୁତ୍ୱାରୋପ କରାଯାଇଛି। ଖୁବ୍ ଶୀଘ୍ର ଏଠାରେ...
ଆବର୍ଜନା ପାହାଡ଼ରେ ପାର୍କ
ରୁଷିଆ ରାଜଧାନୀ ମସ୍କୋରେ ଏଣିକି ଅଳିଆଗଦାରେ ପାର୍କ ଦେଖିବାକୁ ମିଳିବ। ମସ୍କୋ ଓ ଏହାର ଆଖପାଖ ଅଞ୍ଚଳରୁ ଏଠାକୁ ବହୁ ଟନ୍ ଅଳିଆ ଆବର୍ଜନା ଆସିଥାଏ।...
ଗେଟ୍ସ ଫାଉଣ୍ଡେଶନରୁ ଓ୍ବାରେନ୍ଙ୍କ ଇସ୍ତଫା
ଓ୍ବାଶିଂଟନ୍, ୨୪ା୬: ମାଇକ୍ରୋସଫ୍ଟ ସହପ୍ରତିଷ୍ଠାତା ବିଲ୍ ଗେଟ୍ସ ଓ ମେଲିଣ୍ଡା ଫ୍ରେଞ୍ଚ ଗେଟ୍ସ ଗତ ମାସରେ ଛାଡ଼ପତ୍ର ଘୋଷଣା କରିବା ପରେ ବିଶ୍ୱର ସର୍ବବୃହତ୍ ଦାତବ୍ୟ...
ପ୍ରଧାନମନ୍ତ୍ରୀଙ୍କ ହ୍ବାଟ୍ସଆପ୍ ଚାଟ୍ ଲିକ୍, ପଠାଇଥିଲେ ଏମିତି ମେସେଜ
ଲଣ୍ଡନ,୧୭ା୬: ବ୍ରିଟେନର ପ୍ରଧାନମନ୍ତ୍ରୀ ବୋରିସ୍ ଜନସନଙ୍କ ହ୍ବାଟ୍ସଆପ୍ ଚାଟ୍ ଲିକ୍ ହୋଇଥିବା ସାମ୍ନାକୁ ଆସିଛି। ଏହି ଚାଟ୍କୁ ବୋରିସ୍ଙ୍କ ପୂର୍ବତନ ବରିଷ୍ଠ ପରାମର୍ଶଦାତା ଡୋମିନକ୍ କମିଙ୍ଗ୍ସ...
ଉହାନ୍ ଲ୍ୟାବ୍କୁ ଆର୍ଥିକ ସହାୟତା: ସନ୍ଦେହ ଘେରରେ ଆମେରିକା ମହାମାରୀ ବିଶେଷଜ୍ଞ…
ଓ୍ବାଶିଂଟନ,୩।୬: ପୃଥିବୀରେ କରୋନା ମହାମାରୀ ଯୋଗୁ ସଙ୍କଟ ସୃଷ୍ଟି ହୋଇଛି। ଏପରିସ୍ଥଳେ ଚାଇନାର ଉହାନ୍ ଲ୍ୟାବ୍କୁ ଆର୍ଥିକ ସହାୟତା ଯୋଗାଇ ଦେଇଥିବା ଅଭିଯୋଗ ହୋଇଛି। ଏନେଇ...
ଜି ୭କୁ ଚାଇନାର ଉପହାସ
କାର୍ବିସ୍ ବେ (ଇଂଲଣ୍ଡ), ୧୪।୬: ଚାଇନା ରାଷ୍ଟ୍ରପତି ଶି ଜିନ୍ପିଙ୍ଗ୍ଙ୍କୁ କୋଣଠେସା କରିବା ପାଇଁ ୭ ଧନୀ ରାଷ୍ଟ୍ର ବ୍ରିଟେନ୍ରେ ରଣନୀତି ପ୍ରସ୍ତୁତ କରୁଥିବାବେଳେ ସେମାନଙ୍କୁ...
୧୬୦ ବର୍ଷ ପରେ ଦ୍ୱୀପ ଫେରିପାଇଲେ
ଓ୍ବାଶିଂଟନ୍, ୬ା୬: ୟୁରୋପୀୟମାନଙ୍କ ସହିତ ପ୍ରଥମେ ଯୋଗାଯୋଗ ସ୍ଥାପନ କରିବାରେ ଆମେରିକୀୟ ଗୋଷ୍ଠୀଙ୍କ ମଧ୍ୟରୁ ଅନ୍ୟତମ ପାସାମାକୋଡି ଉପନିବେଶବାଦୀଙ୍କ ଚକ୍ରାନ୍ତର ଶିକାର ହୋଇଥିଲେ। ଧୀରେ ଧୀରେ...
ଲାଇଭ୍ ଶୋ’ବେଳେ ଏମ୍ପିଙ୍କ କଲର୍ ଧରି ଚାପୁଡା ମାରିଲେ ମହିଳା ନେତ୍ରୀ
ଇସଲମାବାଦ,୧୦।୬: ଆଜିକାଲି ନ୍ୟୁଜ୍ ଚ୍ୟାନେଲଗୁଡିକରେ ବିତର୍କ ସମୟରେ ପ୍ୟାନେଲିଷ୍ଟମାନଙ୍କ ମଧ୍ୟରେ ତୀବ୍ର ବିତର୍କ ସାଧାରଣ କଥା ହୋଇଗଲାଣି। ପାକିସ୍ତାନରେ ଏହାର ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି।...


