କେନ୍ଦ୍ରାପଡ଼ା ଅଫିସ,୭।୬: ଜାତୀୟ ଉଦ୍ୟାନ ଭିତରକନିକା ନିକଟରେ ମେ’ ୨୬ରେ ହୋଇଥିବା ସାମୁଦ୍ରିକ ଝଡ଼ ୟାସ୍ର ବେଗ ଘଣ୍ଟା ପ୍ରତି ୧୪୫ କି.ମି.ରୁ ଅଧିକ ଥିଲା। ଝଡ଼ ପ୍ରଭାବରେ ରଙ୍ଗଣୀ, ତାଳଚୁଆ, ସାତଭାୟା ଅଞ୍ଚଳ ମଧ୍ୟକୁ ସମୁଦ୍ର ଜୁଆର ମାଡ଼ି ଆସିଥିଲା। ଧନ ଜୀବନ ସଙ୍କଟରେ ପଡ଼ିଗଲା। ହାବେଳିଖଟିର ପ୍ରାକୃତିକ ପର୍ଯ୍ୟଟନସ୍ଥଳରେ ଅନୂ୍ୟନ ୧୦୦ ଗଛ ଉପୁଡ଼ିବା ସହ ୬ଟି ପର୍ଯ୍ୟଟକଙ୍କ ରହିବା ଘରର ଆଂଶିକ କ୍ଷତି ହୋଇଥିଲା। ତେବେ ଏହାଠାରୁ ନିମ୍ନରେ ଥିବା ଭିତରକନିକାସ୍ଥ କାଳିଭଞ୍ଜଡିହା ଦ୍ୱୀପାଞ୍ଚଳରେ ପ୍ରବଳ ପବନ ମାଡ଼ ସହ ସମୁଦ୍ର ଜୁଆର ମାଡ଼ି ଯାଇଥିବା ବେଳେ କ୍ଷତିର ପରିମାଣ ନଗଣ୍ୟ ଅଛି। ଏହି ୮.୫ ବର୍ଗ କି.ମି. ଅଞ୍ଚଳରେ ଥିବା ହେନ୍ତାଳବଣ ୟାସ୍ ପ୍ରଭାବକୁ ହ୍ରାସ କରିଦେଇଛି। ସାମୁଦ୍ରିକ ଝଡ଼ ପ୍ରଭାବକୁ ହେନ୍ତାଳବଣ ରୋକିପାରିବ ବୋଲି କାଳିଭଞ୍ଜଡିହା ଏହାର ଉଦାହରଣ ପାଲଟିଛି। ଏହା ରାଜ୍ୟ ସରକାର, ସ୍ଥାନୀୟ ଅଧିବାସୀ, ପରିବେଶବିତ୍ମାନେ ହୃଦୟଙ୍ଗମ କରିଛନ୍ତି। ଓଡ଼ିଶାର ସମୁଦ୍ର ତଟକ୍ଷୟ, ଧନଜୀବନ ନଷ୍ଟକୁ ବନ୍ୟା, ବାତ୍ୟା ଓ ସୁନାମି ସମୟରେ ରକ୍ଷା ପାଇଁ ୩,୫୦୦ ହେକ୍ଟର ତଟାଞ୍ଚଳରେ ସବୁଜ ବନାନୀ ସୃଷ୍ଟି ପାଇଁ ନିଷ୍ପତ୍ତି ନେଇଛନ୍ତି। ସେହିପରି ୪୦୦ ହେକ୍ଟର ଅଞ୍ଚଳରେ ହେନ୍ତାଳ ବଣ ସୃଷ୍ଟି ହେବ ବୋଲି ପଦାଧିକାରୀମାନେ ସୂଚନା ଦେଇଛନ୍ତି।
ପରିବେଶବିତ୍ ହେମନ୍ତ କୁମାର ରାଉତ, ଶ୍ରୀକାନ୍ତ ନାୟକ, ଦୋଳଗୋବିନ୍ଦ ଜେନା, ଆଲୋକ ପରିଡ଼ା ପ୍ରମୁଖ କହିଛନ୍ତି, କେନ୍ଦ୍ରାପଡ଼ା ଜିଲାକୁ ସବୁବେଳେ ସାମୁଦ୍ରିକ ଝଡ଼, ବନ୍ୟା ଓ ସୁନାମି ଭୟ ରହିଛି। ୧୯୯୯ ମହାବାତ୍ୟାଠାରୁ ଅଦ୍ୟାବଧି ୬ଟି ପ୍ରଭାବଶାଳୀ ସାମୁଦ୍ରିକ ଝଡ଼ ସହ ପ୍ରତିବର୍ଷ ବନ୍ୟା ହେଉଥିଲେ ମଧ୍ୟ ଭିତରକନିକା ହେନ୍ତାଳବଣ ପାଇଁ କ୍ଷତି ପରିମାଣ ଅନ୍ୟ ସ୍ଥାନଠାରୁ କମ ରହିଛି। ମହାବାତ୍ୟା ସମୟରେ ସୁନାମି ପରି ସମୁଦ୍ର ଜୁଆର କୂଳ ଲଙ୍ଘିଥିଲା। ତେବେ ଏହି ସମୟରେ ୧୦ ହଜାରରୁ ଅଧିକଙ୍କ ଜୀବନ ଯାଇଥିବା ବେଳେ ମାତ୍ର ୩୯୭ଜଣ ଏହି ଜିଲାର ଅଧିବାସୀଙ୍କର ମୃତ୍ୟୁ ହୋଇଥିଲା। ୟାସ୍ ଝଡ଼ରେ ମଧ୍ୟ ଏହି ଘଟଣା ଦେଖିବାକୁ ମିଳିଛି। ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା ଜିଲାର ୧୫୦ଗଁାକୁ ଏହା ପ୍ରଭାବ ପକାଇଛି। ଭିତରକନିକାରେ ମାତ୍ର ୪୮.୩୭ ଲକ୍ଷ ଟଙ୍କାର କ୍ଷତି ହୋଇଥିବା ଆକଳନ କରାଯାଇଛି। ଅପରପକ୍ଷରେ ଏହା ମଧ୍ୟରେ ଥିବା କାଳିଭଞ୍ଜଡିହା ଦ୍ୱୀପାଞ୍ଚଳ ଆଶ୍ଚର୍ଯ୍ୟଜନକ ଭାବେ ସାମୁଦ୍ରିକ ଝଡ଼କୁ ସମ୍ମୁଖୀନ କରିଛି। ଏହି ୮.୫ ବର୍ଗ କି.ମି. ପରିଧି ମଧ୍ୟରେ ପୃଥିବୀରେ ଦେଖାଯାଉଥିବା ୭୦% ହେନ୍ତାଳ ପ୍ରଜାତିର ଗଛ ଅଛି। ଏହି ଅଞ୍ଚଳରେ ଗୋଟିଏ ହେଲେ ଗଛ ଉପୁଡ଼ିବା ଅଥବା ତଟକ୍ଷୟ ଦେଖାଯାଇନାହିଁ। ଫଳରେ ହେନ୍ତାଳବଣ ହିଁ ବନ୍ୟା, ବାତ୍ୟା ଓ ସୁନାମି ପରି ପ୍ରାକୃତିକ ବିପର୍ଯ୍ୟୟ ସମୟରେ ସୁରକ୍ଷା ପ୍ରାଚୀର ହେବ ବୋଲି ସେମାନେ ମତ ଦେଇଛନ୍ତି। ଓଡ଼ିଶା ରାଜ୍ୟ ବନ ଓ ପରିବେଶ ବିଭାଗ ନିର୍ଦ୍ଦେଶକ ସୁଶାନ୍ତ ନନ୍ଦଙ୍କୁ ପଚାରିବାରେ ରାଜ୍ୟ ସରକାର ଚଳିତବର୍ଷ ସମୁଦ୍ର ତଟାଞ୍ଚଳରେ ୩,୫୦୦ହେକ୍ଟର ଅଞ୍ଚଳରେ ବନୀକରଣ ପାଇଁ ନିଷ୍ପତ୍ତି ନେଇଛନ୍ତି। ଏହି ଅଞ୍ଚଳରେ ଝାଉଁ ଓ କାଜୁ ଚାରା ଲଗାଯିବ। ସେହିପରି ଏବେ ରାଜ୍ୟରେ ମୋଟ ୨୨୦ ବର୍ଗ କି.ମି. ହେନ୍ତାଳ ବଣ ଅଛି। ଅଧିକ ୪୦୦ ହେକ୍ଟର ଜମିରେ ହେନ୍ତାଳବଣ ସୃଷ୍ଟି ହୋଇପାରିଲେ ବାତ୍ୟା, ବନ୍ୟା, ସୁନାମି ଭୟ କିଛି ପରିମାଣରେ କମିଯିବ। ସେହିପରି ତଟକ୍ଷୟକୁ ରୋକାଯାଇପାରିବ ବୋଲି ନିର୍ଦ୍ଦେଶକ ନନ୍ଦ କହିଛନ୍ତି। ଡିଏଫ୍ଓ ବିକାଶ ଚନ୍ଦ୍ର ଦାଶ କହିଛନ୍ତି, ସମୁଦ୍ର ତଟକ୍ଷୟକୁ ରୋକିବା ଆମର ପ୍ରଥମ କର୍ତ୍ତବ୍ୟ ହୋଇଛି। ଏଥିପାଇଁ ପରିବେଶକୁ ନଷ୍ଟ କରୁଥିବା ଚିଙ୍ଗୁଡ଼ି ଘେରିର ଉଚ୍ଛେଦକୁ ଗୁରୁତ୍ୱ ଦିଆଯାଇଛି। ଏହି ସ୍ଥାନରେ ହେନ୍ତାଳବଣ ସୃଷ୍ଟି ହେବ। ଏଥିପାଇଁ ନୂତନ ଚାରା ଉତ୍ପାଦନ ପ୍ରକ୍ରିୟା ଆରମ୍ଭ ହୋଇଛି।
Posted inଆମ ଜିଲା ଖବର, କେନ୍ଦ୍ରାପଡ଼ା View All
ବଜ୍ରପାତରେ ଚାଲିଗଲା ଛାତ୍ରଙ୍କ ଜୀବନ
ନିରାକାରପୁର,୨ା୬(ଡି.ଏନ୍.ଏ.): ଖୋର୍ଦ୍ଧା ଜିଲା ଜଙ୍କିଆ ଥାନା ଅନ୍ତର୍ଗତ ଅଚ୍ୟୁତପୁର ଗ୍ରାମରେ ବୁଧବାର ଅପରାହ୍ନରେ ବଜ୍ରପାତ ଘଟି ଜଣେ ଛାତ୍ରଙ୍କ ଜୀବନ ଯାଇଛି। ସେ ହେଲେ କୃପାସିନ୍ଧୁ...
ତାରାତାରିଣୀ ଛକରେ ୩ ଅଟୋକୁ ଧକ୍କା ଦେଲା ବାଲି ଟ୍ରକ୍; ପୋଲିସ ଭୟରେ ଡ୍ରାଇଭର ଚମ୍ପଟ
ପୁରୁଷୋତ୍ତମପୁର,୧।୬(ଡି.ଏନ୍.ଏ.): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ତାରା ତାରିଣୀ ଛକଠାରେ ମଙ୍ଗଳବାର ଅପରାହ୍ନରେ ଦ୍ରୁତ ଗତିରେ ଆସୁଥିବା ଏକ ବାଲିବୋଝେଇ ଟ୍ରକ୍(ଓଆର୍ ୦୯ଏଫ୍ ୯୩୯୫)...
ମା’ଙ୍କ ସୁଦ୍ଧି କ୍ରିୟାରେ ଭୋଜି ନ କରି ବୃଦ୍ଧାଶ୍ରମରେ ବାଣ୍ଟିଲେ ଶୁଖିଲା ଖାଦ୍ୟ
ମାଲକାନଗିରି,୬ା୬: ମାଲକାନଗିରି ଜିଲା ସଦର ବ୍ଲକ ଏମଭି-୮୪ ଗ୍ରାମର ସଞ୍ଜୟ ଢାଲି ତାଙ୍କ ମା’ଙ୍କ ପରଲୋକରେ ଦଶାହ କାର୍ଯ୍ୟରେ ଜ୍ଞାତି କୁଟୁମ୍ବ, ଅତିଥିମାନଙ୍କୁ ନିମନ୍ତ୍ରଣ କରି...
ସେଲ୍ଫି ନିଶା ନେଲା ୨ ଯୁବକଙ୍କ ଜୀବନ
ରାଜଗାଙ୍ଗପୁର,୬।୬: ସେଲ୍ଫି ନେବା କାଳ ହୋଇଛି। ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ବ୍ଲକ ଅନ୍ତର୍ଗତ କାଂଶବାହାଲ ଡ୍ୟାମ୍ରେ ଖସିପଡ଼ି ରବିବାର ୨ ଯୁବକଙ୍କ ମୃତ୍ୟୁ ଘଟିଛି। ସେମାନେ...
କରୋନାଜନିତ ମୃତ୍ୟୁରେ ଲାଗୁନି ବ୍ରେକ୍: ପୁଣି ଗଞ୍ଜାମରୁ ୩ ଜଣଙ୍କ ନେଲା ଜୀବନ
ଛତ୍ରପୁର,୧୨।୬(ଡି.ଏନ୍.ଏ.): ଗଞ୍ଜାମ ଜିଲାରେ କରୋନାଜନିତ ମୃତ୍ୟୁରେ ବ୍ରେକ୍ ଲାଗୁନି। ପୁଣି ଜିଲାରେ ଆଉ ୩ ଜଣଙ୍କ ମୃତ୍ୟୁ ଘଟିଛି। ସେମାନଙ୍କ ମଧ୍ୟରେ ୩୭, ୪୩ ଓ...
ନିଜକୁ ଇଞ୍ଜିନିୟର କହୁଥିଲେ: ମିଛ ଧରାପଡିବା ପରେ ଦେଲେ ଏସିଡ୍ ମାଡ଼ ଧମକ
ଭଦ୍ରକ ଅଫିସ,୬।୬: ଭଦ୍ରକ ଗ୍ରାମାଞ୍ଚଳ ଥାନା ବରପଦା ପଖିଆଗୁଡ଼ି ଅଞ୍ଚଳର ଜଣେ ଯୁବତୀଙ୍କୁ ଚାରିଡିହା ଗ୍ରାମର ଜଣେ ଯୁବକ ବିବାହ କରିବାକୁ ବାଧ୍ୟ କରୁଛନ୍ତି। ତାଙ୍କୁ...
‘ନିର୍ଭୟ’ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ
ବାଲେଶ୍ୱର ଅଫିସ,୨୪ା୬: ବାଲେଶ୍ୱରସ୍ଥିତ ଚାନ୍ଦିପୁର କ୍ଷେପଣାସ୍ତ୍ର ପରୀକ୍ଷା କେନ୍ଦ୍ରର ୩ ନଂ ଲଞ୍ଚ୍ ପ୍ୟାଡ୍ରୁ ଗୁରୁବାର ପୂର୍ବାହ୍ନ ୧୦ଟା ୪୩ ମିନିଟ୍ରେ ଦୂରଗାମୀ ସବ୍ସୋନିକ କ୍ରୁଜ...
ପଥର ମାଫିଆଙ୍କୁ ସୁହାଉଛି ଲକ୍ଡାଉନ୍
ଖୋର୍ଦ୍ଧା ଅଫିସ,୨ା୬: ରାଜ୍ୟରେ କରୋନା ସଂକ୍ରମଣ ନିୟନ୍ତ୍ରଣ ଲାଗି ଲକ୍ଡାଉନ ଓ ଶଟ୍ଡାଉନ ଜାରି ରହିଛି। ଏହି ସମୟରେ ପଥର ମାଫିଆମାନେ ସକ୍ରିୟ ହୋଇ ଉଠିଛନ୍ତି।...


