କେନ୍ଦ୍ରାପଡ଼ା ଅଫିସ,୭।୬: ଜାତୀୟ ଉଦ୍ୟାନ ଭିତରକନିକା ନିକଟରେ ମେ’ ୨୬ରେ ହୋଇଥିବା ସାମୁଦ୍ରିକ ଝଡ଼ ୟାସ୍ର ବେଗ ଘଣ୍ଟା ପ୍ରତି ୧୪୫ କି.ମି.ରୁ ଅଧିକ ଥିଲା। ଝଡ଼ ପ୍ରଭାବରେ ରଙ୍ଗଣୀ, ତାଳଚୁଆ, ସାତଭାୟା ଅଞ୍ଚଳ ମଧ୍ୟକୁ ସମୁଦ୍ର ଜୁଆର ମାଡ଼ି ଆସିଥିଲା। ଧନ ଜୀବନ ସଙ୍କଟରେ ପଡ଼ିଗଲା। ହାବେଳିଖଟିର ପ୍ରାକୃତିକ ପର୍ଯ୍ୟଟନସ୍ଥଳରେ ଅନୂ୍ୟନ ୧୦୦ ଗଛ ଉପୁଡ଼ିବା ସହ ୬ଟି ପର୍ଯ୍ୟଟକଙ୍କ ରହିବା ଘରର ଆଂଶିକ କ୍ଷତି ହୋଇଥିଲା। ତେବେ ଏହାଠାରୁ ନିମ୍ନରେ ଥିବା ଭିତରକନିକାସ୍ଥ କାଳିଭଞ୍ଜଡିହା ଦ୍ୱୀପାଞ୍ଚଳରେ ପ୍ରବଳ ପବନ ମାଡ଼ ସହ ସମୁଦ୍ର ଜୁଆର ମାଡ଼ି ଯାଇଥିବା ବେଳେ କ୍ଷତିର ପରିମାଣ ନଗଣ୍ୟ ଅଛି। ଏହି ୮.୫ ବର୍ଗ କି.ମି. ଅଞ୍ଚଳରେ ଥିବା ହେନ୍ତାଳବଣ ୟାସ୍ ପ୍ରଭାବକୁ ହ୍ରାସ କରିଦେଇଛି। ସାମୁଦ୍ରିକ ଝଡ଼ ପ୍ରଭାବକୁ ହେନ୍ତାଳବଣ ରୋକିପାରିବ ବୋଲି କାଳିଭଞ୍ଜଡିହା ଏହାର ଉଦାହରଣ ପାଲଟିଛି। ଏହା ରାଜ୍ୟ ସରକାର, ସ୍ଥାନୀୟ ଅଧିବାସୀ, ପରିବେଶବିତ୍ମାନେ ହୃଦୟଙ୍ଗମ କରିଛନ୍ତି। ଓଡ଼ିଶାର ସମୁଦ୍ର ତଟକ୍ଷୟ, ଧନଜୀବନ ନଷ୍ଟକୁ ବନ୍ୟା, ବାତ୍ୟା ଓ ସୁନାମି ସମୟରେ ରକ୍ଷା ପାଇଁ ୩,୫୦୦ ହେକ୍ଟର ତଟାଞ୍ଚଳରେ ସବୁଜ ବନାନୀ ସୃଷ୍ଟି ପାଇଁ ନିଷ୍ପତ୍ତି ନେଇଛନ୍ତି। ସେହିପରି ୪୦୦ ହେକ୍ଟର ଅଞ୍ଚଳରେ ହେନ୍ତାଳ ବଣ ସୃଷ୍ଟି ହେବ ବୋଲି ପଦାଧିକାରୀମାନେ ସୂଚନା ଦେଇଛନ୍ତି।
ପରିବେଶବିତ୍ ହେମନ୍ତ କୁମାର ରାଉତ, ଶ୍ରୀକାନ୍ତ ନାୟକ, ଦୋଳଗୋବିନ୍ଦ ଜେନା, ଆଲୋକ ପରିଡ଼ା ପ୍ରମୁଖ କହିଛନ୍ତି, କେନ୍ଦ୍ରାପଡ଼ା ଜିଲାକୁ ସବୁବେଳେ ସାମୁଦ୍ରିକ ଝଡ଼, ବନ୍ୟା ଓ ସୁନାମି ଭୟ ରହିଛି। ୧୯୯୯ ମହାବାତ୍ୟାଠାରୁ ଅଦ୍ୟାବଧି ୬ଟି ପ୍ରଭାବଶାଳୀ ସାମୁଦ୍ରିକ ଝଡ଼ ସହ ପ୍ରତିବର୍ଷ ବନ୍ୟା ହେଉଥିଲେ ମଧ୍ୟ ଭିତରକନିକା ହେନ୍ତାଳବଣ ପାଇଁ କ୍ଷତି ପରିମାଣ ଅନ୍ୟ ସ୍ଥାନଠାରୁ କମ ରହିଛି। ମହାବାତ୍ୟା ସମୟରେ ସୁନାମି ପରି ସମୁଦ୍ର ଜୁଆର କୂଳ ଲଙ୍ଘିଥିଲା। ତେବେ ଏହି ସମୟରେ ୧୦ ହଜାରରୁ ଅଧିକଙ୍କ ଜୀବନ ଯାଇଥିବା ବେଳେ ମାତ୍ର ୩୯୭ଜଣ ଏହି ଜିଲାର ଅଧିବାସୀଙ୍କର ମୃତ୍ୟୁ ହୋଇଥିଲା। ୟାସ୍ ଝଡ଼ରେ ମଧ୍ୟ ଏହି ଘଟଣା ଦେଖିବାକୁ ମିଳିଛି। ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା ଜିଲାର ୧୫୦ଗଁାକୁ ଏହା ପ୍ରଭାବ ପକାଇଛି। ଭିତରକନିକାରେ ମାତ୍ର ୪୮.୩୭ ଲକ୍ଷ ଟଙ୍କାର କ୍ଷତି ହୋଇଥିବା ଆକଳନ କରାଯାଇଛି। ଅପରପକ୍ଷରେ ଏହା ମଧ୍ୟରେ ଥିବା କାଳିଭଞ୍ଜଡିହା ଦ୍ୱୀପାଞ୍ଚଳ ଆଶ୍ଚର୍ଯ୍ୟଜନକ ଭାବେ ସାମୁଦ୍ରିକ ଝଡ଼କୁ ସମ୍ମୁଖୀନ କରିଛି। ଏହି ୮.୫ ବର୍ଗ କି.ମି. ପରିଧି ମଧ୍ୟରେ ପୃଥିବୀରେ ଦେଖାଯାଉଥିବା ୭୦% ହେନ୍ତାଳ ପ୍ରଜାତିର ଗଛ ଅଛି। ଏହି ଅଞ୍ଚଳରେ ଗୋଟିଏ ହେଲେ ଗଛ ଉପୁଡ଼ିବା ଅଥବା ତଟକ୍ଷୟ ଦେଖାଯାଇନାହିଁ। ଫଳରେ ହେନ୍ତାଳବଣ ହିଁ ବନ୍ୟା, ବାତ୍ୟା ଓ ସୁନାମି ପରି ପ୍ରାକୃତିକ ବିପର୍ଯ୍ୟୟ ସମୟରେ ସୁରକ୍ଷା ପ୍ରାଚୀର ହେବ ବୋଲି ସେମାନେ ମତ ଦେଇଛନ୍ତି। ଓଡ଼ିଶା ରାଜ୍ୟ ବନ ଓ ପରିବେଶ ବିଭାଗ ନିର୍ଦ୍ଦେଶକ ସୁଶାନ୍ତ ନନ୍ଦଙ୍କୁ ପଚାରିବାରେ ରାଜ୍ୟ ସରକାର ଚଳିତବର୍ଷ ସମୁଦ୍ର ତଟାଞ୍ଚଳରେ ୩,୫୦୦ହେକ୍ଟର ଅଞ୍ଚଳରେ ବନୀକରଣ ପାଇଁ ନିଷ୍ପତ୍ତି ନେଇଛନ୍ତି। ଏହି ଅଞ୍ଚଳରେ ଝାଉଁ ଓ କାଜୁ ଚାରା ଲଗାଯିବ। ସେହିପରି ଏବେ ରାଜ୍ୟରେ ମୋଟ ୨୨୦ ବର୍ଗ କି.ମି. ହେନ୍ତାଳ ବଣ ଅଛି। ଅଧିକ ୪୦୦ ହେକ୍ଟର ଜମିରେ ହେନ୍ତାଳବଣ ସୃଷ୍ଟି ହୋଇପାରିଲେ ବାତ୍ୟା, ବନ୍ୟା, ସୁନାମି ଭୟ କିଛି ପରିମାଣରେ କମିଯିବ। ସେହିପରି ତଟକ୍ଷୟକୁ ରୋକାଯାଇପାରିବ ବୋଲି ନିର୍ଦ୍ଦେଶକ ନନ୍ଦ କହିଛନ୍ତି। ଡିଏଫ୍ଓ ବିକାଶ ଚନ୍ଦ୍ର ଦାଶ କହିଛନ୍ତି, ସମୁଦ୍ର ତଟକ୍ଷୟକୁ ରୋକିବା ଆମର ପ୍ରଥମ କର୍ତ୍ତବ୍ୟ ହୋଇଛି। ଏଥିପାଇଁ ପରିବେଶକୁ ନଷ୍ଟ କରୁଥିବା ଚିଙ୍ଗୁଡ଼ି ଘେରିର ଉଚ୍ଛେଦକୁ ଗୁରୁତ୍ୱ ଦିଆଯାଇଛି। ଏହି ସ୍ଥାନରେ ହେନ୍ତାଳବଣ ସୃଷ୍ଟି ହେବ। ଏଥିପାଇଁ ନୂତନ ଚାରା ଉତ୍ପାଦନ ପ୍ରକ୍ରିୟା ଆରମ୍ଭ ହୋଇଛି।
Posted inଆମ ଜିଲା ଖବର, କେନ୍ଦ୍ରାପଡ଼ା View All
ଏକାକି ବୁଲି ବାହାରିଥିଲେ ଡଙ୍ଗାରେ, ଘଟିଲା ଏମିତି
ଚିତ୍ରକୋଣ୍ଡା,୨୦ା୬: ବାଲିମେଳା ଜଳଭଣ୍ଡାରରେ ଏକ ଦେଶୀ ଡଙ୍ଗା ବୁଡ଼ିଯାଇ ଜଣେ ଯୁବକ ନିଖୋଜ ହୋଇଯାଇଛନ୍ତି। ସେ ଚିତ୍ରକୋଣ୍ଡା ଟି.କଲୋନୀ ନିବାସୀ ଦିଲୀପ କୁମାର ମିଶ୍ରଙ୍କ ପୁଅ...
ବାପାଙ୍କୁ ଆକ୍ରମଣ କରି ଜେଲ ଗଲେ ପୁଅ
ଦିଗପହଣ୍ଡି,୨।୬(ଡି.ଏନ୍.ଏ.): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଜଙ୍ଘମା ଗ୍ରାମର ରବିନ୍ଦ୍ର ବେହେରାଙ୍କୁ ବୁଧବାର ପୋଲିସ କୋର୍ଟ ଚାଲାଣ କରିଛି। ଜାମିନ ଆବେଦନ ନାମଞ୍ଜୁର ହେବାରୁ ଅଭିଯୁକ୍ତଙ୍କୁ...
ଟ୍ରକକୁ ପଛପଟୁ ପିଟିଲା ବୋଲେରୋ, ଚାଲିଗଲା ୨ ଜୀବନ
ପାଟଣା,୧୪ା୬(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ବ୍ଲକ ତୁରୁମୁଙ୍ଗା ଦେଇ ଯାଇଥିବା ମୁମ୍ବାଇ କୋଲକାତା ୪୯ ନଂ. ଜାତୀୟ ରାଜପଥ ତୁରୁମୁଙ୍ଗାସ୍ଥିତ ପେଟ୍ରୋଲ ପମ୍ପ ନିକଟରେ ରବିବାର...
ଆଜିଠୁ ଅଲାରନାଥଙ୍କ ଅନବସର ଦର୍ଶନ
ବ୍ରହ୍ମଗିରି,୨୫।୬(ଡି.ଏନ୍.ଏ.): ସ୍ନାନପୂର୍ଣ୍ଣିମାରେ ଚତୁର୍ଦ୍ଧାମୂର୍ତ୍ତି ସ୍ନାନ କରି ଅଣସର ପିଣ୍ଡିରେ ବିଜେ କରିଛନ୍ତି। ଏହି ଅବସରରେ ଶୁକ୍ରବାରଠାରୁ ବ୍ରହ୍ମଗିରିସ୍ଥିତ ଅଲାରନାଥଙ୍କ ପୀଠରେ ଅନବସର ଦର୍ଶନ ଆରମ୍ଭ ହେବ।...
ସଡକ ଦୁର୍ଘଟଣାରେ ଚାଲିଗଲା ଦୁଇ ଜୀବନ
ଚୌଦାର ,୧୬।୬(ଡ଼ି.ଏନ.ଏ):- ୧୬ନଂ ଜାତୀୟ ରାଜପଥ ମଙ୍ଗୁଳି ଛକ ନିକଟରେ ଗତକାଲି ବିଳମ୍ବିତ ରାତିରେ ଦୁର୍ଘଟଣା ଘଟି ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ...
ବରିଷ୍ଠ ଆଇନଜୀବୀ ଜୟନ୍ତ ଦାସଙ୍କ ଦେହାନ୍ତ
ଭୁବନେଶ୍ୱର,(ବ୍ୟୁରୋ)/କଟକ ଅଫିସ, ୨୬।୬: ପୂର୍ବତନ ଆଡ୍ଭୋକେଟ ଜେନେରାଲ ତଥା ବରିଷ୍ଠ ଆଇନଜୀବୀ ଜୟନ୍ତ ଦାସଙ୍କ ୭୬ ବର୍ଷ ବୟସରେ ପରଲୋକ ଘଟିଛି। ଜୟନ୍ତ ହେଉଛନ୍ତି ଉତ୍କଳମଣି...
ବେଦାନ୍ତର ଅସୁରକ୍ଷିତ ଓସ୍ତପାଳ ଖଣି: ଡିଜିଏମ୍ଏସ୍ର ତଦନ୍ତ ଆରମ୍ଭ
ଯାଜପୁର ଅଫିସ, ୧୮ା୬: ଯାଜପୁର ଜିଲା ସୁକିନ୍ଦା ଅଞ୍ଚଳରେ ବେଦାନ୍ତ କମ୍ପାନୀ ଦ୍ୱାରା ଗତ ପ୍ରାୟ ୬ ମାସ ହେବ କାର୍ଯ୍ୟକାରୀ ହେଉଥିବା ଓସ୍ତପାଳ କ୍ରୋମାଇଟ୍...
ପାଣି ପିଇ ହେଉନି, ଖାଦ୍ୟ ରୁଚୁନି: ଲୁଣିପାଣି କବଳରେ ବ୍ରାହ୍ମଣୀ, ବିରୂପା ଓ ଗେଙ୍ଗୁଟି ଦ୍ୱୀପାଞ୍ଚଳ
ଯାଜପୁର ଅଫିସ/ବରୀ(ଡି.ଏନ.ଏ.),୬।୬: ଯାଜପୁର ଜିଲା ବରୀ ବ୍ଲକର ବ୍ରାହ୍ମଣୀ, ବିରୂପା ଓ ଗେଙ୍ଗୁଟି ଦ୍ୱୀପାଞ୍ଚଳରେ ମାଟି ଅଳ୍ପ ଖୋଳିଲେ ବାହାରୁଛି ଲୁଣି ପାଣି। ସେହି ପାଣି...


