ଆମେରିକା ଉପରାଷ୍ଟ୍ରପତି ହେବା ପରେ ପ୍ରଥମ କରି ବିଦେଶ ଯାତ୍ରାରେ ବାହାରିଥିବା କମଲା ହାରିସ୍ଙ୍କ ବିମାନ ଯାନ୍ତ୍ରିକ ତ୍ରୁଟି ଯୋଗୁ ଅଧା ବାଟରୁ ଫେରିଆସିଛି। ହାରିସ୍ ରବିବାର ଗୁଏତ୍ମାଲା ଏବଂ ମେକ୍ସିକୋ ଯିବାକୁ ବାହାରିବାର ଅଧଘଣ୍ଟା ପରେ ଯାନ୍ତ୍ରିକ ତ୍ରୁଟି ଦେଖାଯିବାରୁ କ୍ରିଉ ମେମ୍ବର ପ୍ଲେନ୍କୁ ମେରିଲାଣ୍ଡର ଜଏଣ୍ଟ ବେସ୍ ଆଣ୍ଡ୍ର୍ୟସ୍କୁ ଫେରାଇ ଆଣିଥିଲେ। ପରେ ହାରିସ୍ ଅନ୍ୟ ବିମାନରେ ଗସ୍ତରେ ବାହାରିଯାଇଥିଲେ। ହାରିସ୍ଙ୍କ ଏହି ଗସ୍ତ ଆମେରିକା ଓ ଉକ୍ତ ଦୁଇ ଦେଶ ମଧ୍ୟରେ ସମ୍ପର୍କ ମଜଭୁତ କରିବ ବୋଲି ଆଶା କରାଯାଉଛି। ବିଶେଷ କରି ଏହି ଦୁଇ ଦେଶରୁ ପ୍ରବାସୀମାନେ ବ୍ୟାପକ ସଂଖ୍ୟାରେ ବେଆଇନ ଭାବେ ଆମେରିକାକୁ ଆସିବା ହ୍ବାଇଟ୍ ହାଉସ୍ ପାଇଁ ଚିନ୍ତାର କାରଣ ହୋଇଛି।
Posted inଅନ୍ତର୍ଜାତୀୟ View All
ଆତଙ୍କବାଦୀ ହାଫିଜ୍ ସୟିଦ୍ଙ୍କ ଘର ପାଖରେ ବିସ୍ଫୋରଣ: ୧୦ ଆହତ
ଲାହୋର,୨୩।୬: ପାକିସ୍ତାନ ଲାହୋରର ଜୋହର ଟାଉନ ଅଞ୍ଚଳରେ ଏକ ବଡ଼ ଧରଣର ବିସ୍ଫୋରଣ ଘଟିଛି। ବିସ୍ଫୋରଣର ଶବ୍ଦ ଏତେ ଜୋରରେ ଥିଲା ଯେ, ଆଖପାଖ ଘରର...
ଭାରତୀୟ ସୀମା ନିକଟବର୍ତ୍ତୀ ତିବ୍ବତରେ ଚାଇନା ଆରମ୍ଭ କଲା ପ୍ରଥମ ବୁଲେଟ ଟ୍ରେନ୍
ବେଜିଂ,୨୫।୬: ଚାଇନାର ରଣନୈତିକ ଭାବେ ମହତ୍ୱପୂର୍ଣ୍ଣ ଥିବା ହିମାଳୟର ତିବ୍ବତ ଅଞ୍ଚଳରେ ଚାଇନା ପ୍ରଥମ ଇଲେକ୍ଟ୍ରୋନିକ୍ ବୁଲେଟ ଟ୍ରେନ୍ ଆରମ୍ଭ କରିଛି। ଶୁକ୍ରବାର ଏହି ଟ୍ରେନ୍...
ସ୍ବାମୀଙ୍କଠାରୁ ଛାଡ଼ପତ୍ର କଥା ଶୁଣି ସ୍ତ୍ରୀ ନେଲେ ଚରମ ପଦକ୍ଷେପ, ଜାଣିଲେ…
ବ୍ରାସିଲିଆ,୧୨ା୬: ବ୍ରାଜିଲରେ ଏକ ଅଜବ ଘଟଣା ସାମ୍ନାକୁ ଆସିଛି। ଜଣେ ସ୍ବାମୀ ତାଙ୍କ ସ୍ତ୍ରୀଙ୍କୁ ଛାଡ଼ପତ୍ର ଦେବା ପାଇଁ କହିବାରୁ ସ୍ତ୍ରୀ ରାଗି କି ଏମିତି...
୧୨ରୁ ୧୫ ବର୍ଷର ପିଲାଙ୍କୁ ଦିଆଯିବ ଟିକା
ଲଣ୍ଡନ,୪।୬: କରୋନା ମହାମାରୀ ସାରା ବିଶ୍ୱରେ ତାଣ୍ଡବ ରଚିଛି। ଏହି ସଙ୍କଟରୁ ଶୀଘ୍ର ମୁକୁଳିବା ପାଇଁ ସମଗ୍ର ଦେଶ ଟିକାକରଣକୁ ଗୁରୁତ୍ୱ ଦେଇ ଏହି ଅଭିଯାନକୁ...
ବୁର୍କିନା ଫାସୋରେ ଆକ୍ରମଣ: ଶତାଧିକ ମୃତ
ନିଆମି(ନାଇଜର),୬।୬: ବୁର୍କିନା ଫାସୋର ଏକ ଗ୍ରାମରେ କେତେଜଣ ବନ୍ଧୁକଧାରୀଙ୍କ ଆକ୍ରମଣରେ ଶତାଧିକ ଲୋକଙ୍କ ମୃତ୍ୟୁ ଘଟିଛି। ଅନେକ ଗୁରୁତର ଆହତ ବିଭିନ୍ନ ହସ୍ପିଟାଲରେ ଚିକିତ୍ସିତ ହେଉଥିବାରୁ...
୨୦୨୩ ପର୍ଯ୍ୟନ୍ତ ଫେସବୁକ୍ ବ୍ୟବହାର କରିପାରିବେ ନାହିଁ ଟ୍ରମ୍ପ
ଓ୍ବାଶିଂଟନ,୪।୬: ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଅତିକମ୍ରେ ୨୦୨୩ ପର୍ଯ୍ୟନ୍ତ ଫେସ୍ବୁକ ବ୍ୟବହାର କରିପାରିବେ ନାହିଁ। କାରଣ ଲୋକପ୍ରିୟ ସୋସିଆଲ ମିଡିଆ ପ୍ଲାଟଫର୍ମ ତାଙ୍କୁ...
ଭାରତ- ଇଣ୍ଟରନେଟ୍ କମ୍ପାନୀ ସହ କାମ କରିବାକୁ ଚାହୁଁଛି ଆମେରିକା
ଓ୍ବାଶିଂଟନ,୧୨ା୬: ଆମେରିକାର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ, ଜୋ -ବାଇଡେନ ପ୍ରଶାସନ ଭୁଲ ତଥ୍ୟର ପ୍ରସାରକୁ ମୁକାବିଲା କରିବା ଏବଂ ଅଭିବ୍ୟକ୍ତିର ସ୍ବାଧୀନତାକୁ ସମ୍ମାନ...
ପ୍ରଥମ ଥର ପାଇଁ ବ୍ରିଟେନରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ଶୂନ
ଲଣ୍ଡନ,୨ା୬: ମାର୍ଚ୍ଚ ୨୦୨୦ ପରଠାରୁ ବ୍ରିଟେନରେ କରୋନା ଜନିତ ମୁତ୍ୟୁ ହୋଇନାହିଁ। ପ୍ରଥମ ଥର ପାଇଁ ବ୍ରିଟେନରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ଶୂନ ରହିଛି।...


