ଚେନ୍ନାଇ,୮।୬: ଦେଶରେ କରୋନା ମହାମାରୀ ସଂକ୍ରମଣର ଦ୍ୱିତୀୟ ଲହର ଯୋଗୁ ଆତଙ୍କ ସୃଷ୍ଟି ହୋଇଛି। ଭାରତରେ ଦେଖାଦେଇଥିବା ଡେଲ୍ଟା ଭାରିଆଣ୍ଟ୍ ଇତିମଧ୍ୟରେ ପୃଥିବୀର ୬୦ ଦେଶକୁ ବ୍ୟାପିଛି। ଡେଲ୍ଟା(ବି-୧-୬୧୭-୨) ଭାରିଆଣ୍ଟ୍ ଯୋଗୁ ଆକ୍ରାନ୍ତଙ୍କ ଶ୍ରବଣ ଶକ୍ତି କମିବା ସହିତ ଅବସାଦ ବଢୁଛି। ଅନ୍ୟ ଭାରିଆଣ୍ଟ୍ ତୁଳନାରେ ଡେଲ୍ଟା ଅଧିକ ଭୟଙ୍କର। ଏହା ସହିତ ଆକ୍ରାନ୍ତଙ୍କଠାରେ ଗ୍ୟାସ୍ ସମସ୍ୟା, ବ୍ଲଡ୍ କ୍ଲଟିଂ ଆଦି ସମସ୍ୟା ଦେଖାଯାଉଛି। କେତେକଙ୍କ କ୍ଷେତ୍ରରେ ଡାଇରିଆ ଏବଂ ବାନ୍ତି ମଧ୍ୟ ହେଉଛି ବୋଲି ଚେନ୍ନାଇସ୍ଥିତ ଆପୋଲୋ ହସ୍ପିଟାଲର ସଂକ୍ରମଣ ରୋଗ ବିଶେଷଜ୍ଞ ଅବ୍ଦୁଲ୍ ଗଫୁର ସୂଚନା ଦେଇଛନ୍ତି। ଇଂଲଣ୍ଡ ଏବଂ ସ୍କଟ୍ଲାଣ୍ଡ୍ରେ ଡେଲ୍ଟା ଭାରିଆଣ୍ଟ୍ ଯୋଗୁ ବହୁ ଆକ୍ରାନ୍ତଙ୍କୁ ହସ୍ପିଟାଲରେ ଭର୍ତ୍ତି କରିବାକୁ ପଡ଼ିଛି। ସେହିପରି ଆମେରିକା ଏବଂ ଅଷ୍ଟ୍ରଲିଆରେ ଅନ୍ୟ ଭାରିଆଣ୍ଟ୍ ତୁଳନାରେ ଡେଲ୍ଟା ଭାରିଆଣ୍ଟ୍ ଭାକ୍ସିନ୍ର ପ୍ରଭାବକୁ ହ୍ରାସ କରିଥିବାର କେତେକ ଘଟଣା ଦୃଷ୍ଟିକୁ ଆସିଛି। ଭାରତରେ ଡେଲ୍ଟା ଭାରିଆଣ୍ଟ୍ ତାଣ୍ଡବ ରଚିଥିବା ସିଡ୍ନୀର ନ୍ୟୁ ସାଉଥ୍ ଓ୍ବେଲସ୍ ବିଶ୍ୱବିଦ୍ୟାଳୟର ଗ୍ଲୋବାଲ ବାୟୋସିକ୍ୟୁରିଟି ପ୍ରଫେସର ରାଇନା ମ୍ୟାକଲନ୍ଟାୟର ସୂଚନା ଦେଇଛନ୍ତି। ଏହି ଭାରିଆଣ୍ଟ୍ ଛୋଟ ପିଲାଙ୍କଠାରେ ଅଧିକ ଗୁରୁତର ସଂକ୍ରମଣ ସୃଷ୍ଟି କରିବାର ଆଶଙ୍କା ରହିଥିବା ସେ କହିଛନ୍ତି।
ଡେଲ୍ଟା ଭାରିଆଣ୍ଟ୍ ଅଧିକ ଭୟଙ୍କର: ଏହା ଯୋଗୁ କମୁଛି ଶ୍ରବଣ ଶକ୍ତି, ବଢୁଛି ଅବସାଦ…
Posted inକରୋନା ଭାଇରସ୍, ଜାତୀୟ View All
ଭାକ୍ସିନ୍ ମାଗିଲା ଡବ୍ଲ୍ୟୁଏଚ୍ଓ, ଡେଲ୍ଟା ଭାରିଆଣ୍ଟ୍ ନେଇ ଦେଲା ଚେତାବନୀ…
ଜେନେଭା,୨୬।୬: ପୃଥିବୀର ୮୫ ଦେଶରେ ବ୍ୟାପିଥିବା କରୋନା ମହାମାରୀ ଭୂତାଣୁର ନୂଆ ରୂପକୁ ବିଶ୍ୱସ୍ବାସ୍ଥ୍ୟ ସଂଗଠନ(ଡବ୍ଲ୍ୟୁଏଚ୍ଓ) ପକ୍ଷରୁ ଅତି ସଂକ୍ରାମକ ବୋଲି କୁହାଯାଇଛି। ଏହା ବିରୋଧରେ...
‘ବାବା କା ଢାବା’ ମାଲିକ କାନ୍ତା ପ୍ରସାଦଙ୍କ ଆତ୍ମହତ୍ୟା ଉଦ୍ୟମ
ନୂଆଦିଲ୍ଲୀ,୧୮।୬: ‘ବାବା କା ଢ଼ାବା’ ମାଲିକ କାନ୍ତା ପ୍ରସାଦ ଗୁରୁବାର ରାତିରେ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ଅବସ୍ଥା ଗୁରୁତର ଥିବାରୁ ସଫଦରଜଙ୍ଗ ଡାକ୍ତରଖାନାରେ ତାଙ୍କର ଚିକିତ୍ସା...
ସୋମବାରଠାରୁ ସାବାଳକଙ୍କୁ ମାଗଣା ଟିକା
ନୂଆଦିଲ୍ଲୀ, ୨୦।୬: କେନ୍ଦ୍ର ସରକାରଙ୍କ ନୂଆ ଟିକା ନୀତି ଅନୁଯାୟୀ ସୋମବାରଠାରୁ ୧୮ରୁ ୪୪ ବର୍ଷ ବୟସ ବର୍ଗର ହିତାଧିକାରୀଙ୍କୁ ମାଗଣାରେ କୋଭିଡ୍ ଟିକା ଦିଆଯିବ।...
ଅନର କିଲିଂ: ସ୍ବାମୀଙ୍କୁ ହତ୍ୟା, ସ୍ତ୍ରୀଙ୍କୁ ଗୁଳି
ନୂଆଦିଲ୍ଲୀ,୨୫।୬: ଦ୍ୱାରକାର ଅମ୍ବରହାଇ ଗାଁରେ ଗୁରୁବାର ୨୩ ବର୍ଷୀୟ ବ୍ୟକ୍ତିଙ୍କୁ ଗୁଳି କରି ହତ୍ୟା କରାଯାଇଥିବା ବେଳେ ତାଙ୍କର ସ୍ତ୍ରୀ ଗୁରୁତର ହୋଇ ହସ୍ପିଟାଲରେ ଜୀବନ...
ଆଉ ସପ୍ତାହେ ବଢ଼ିଲା ଲକ୍ଡାଉନ
ଚେନ୍ନାଇ,୫।୬: ତାମଲିନାଡୁରେ ଆଉ ସପ୍ତାହେ ବଢ଼ିଲା ଲକ୍ଡାଉନ। ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ୍.କେ ଷ୍ଟାଲିନ ରାଜ୍ୟରେ କଟକଣା କୋହଳ କରିବା ସହ ଆଉ ସପ୍ତାହେ ଲକ୍ଡାଉନ ଅବଧିକୁ...
ଭାରତର ପ୍ରତିନିଧିତ୍ୱ କରିବେ କିନ୍ନର ଶ୍ରୁତି
ଏକାଧିକ ସୌନ୍ଦର୍ଯ୍ୟ ପ୍ରତିଯୋଗିତାରେ ବିଜୟୀ ହୋଇଥିବା କେରଳର ଟ୍ରାନ୍ସଜେଣ୍ଡର ମଡେଲ ଶ୍ରୁତି ସିତାରା ଆଉ ଏକ ସଫଳତା ହାସଲ କରିଛନ୍ତି। ଲଣ୍ଡନରେ ଆସନ୍ତା ୧୨ ତାରିଖରେ...
୧୦ ବର୍ଷ ଧରି ପ୍ରେମିକାଙ୍କୁ ରୁମ୍ରେ ଲୁଚାଇ ରଖିଥିଲେ ପ୍ରେମିକ, ଜାଣିପାରିଲେ ନାହିଁ ପରିବାର ଲୋକ
ପଲକ୍କଡ (କେରଳ), ୧୧।୬: କେରଳର ଜଣେ ଯୁବକ ନିଜ ପ୍ରେମିକାଙ୍କୁ ୧୦ ବର୍ଷ ଧରି ରୁମ୍ରେ ଲୁଚାଇ ରଖିଥିଲେ। ଆଉ ଏ ସମ୍ପର୍କରେ ଟେର ପାଇ...
୨ରୁ ଅଧିକ ସନ୍ତାନ ଥିଲେ ଆଉ ମିଳିବନି ସରକାରୀ ସୁବିଧା: ମୁଖ୍ୟମନ୍ତ୍ରୀ…
ଗୁଆହାଟି,୨୦।୬: ଏଣିକି ୨ରୁ ଅଧିକ ସନ୍ତାନ ଥିଲେ ଆଉ ସରକାରୀ ସୁବିଧା ସୁଯୋଗ ମିଳିବନି। ଏନେଇ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ସରମା ସୂଚନା ଦେଇଛନ୍ତି।...


