ବଲିଉଡର ପ୍ରସିଦ୍ଧ ଅଭିନେତ୍ରୀ ଡିମ୍ପଲ କାପାଡିଆ ଆଜି ୬୪ ବର୍ଷରେ ପଦାର୍ପଣ କରିଛନ୍ତି। ସେ ୮ ଜୁନ ୧୯୫୭ରେ ଏକ ଧନୀ ପରିବାରରେ ଜନ୍ମଗ୍ରହଣ କରିଥିଲେ। ତାଙ୍କ ପିତା ଚୁନିଭାଇ କାପାଡିଆଙ୍କୁ ଫିଲ୍ମ ଷ୍ଟାରମାନଙ୍କ ମଧ୍ୟରେ ସମୟ ବିତାଉଥିଲେ। ସେ ପ୍ରାୟତଃ ଚଳଚ୍ଚିତ୍ର ବ୍ୟକ୍ତିତ୍ୱମାନଙ୍କୁ ପାର୍ଟି ଦେଉଥିଲେ। ଏହିପରି ଏକ ପାର୍ଟିରେ ରାଜ କପୁର ଡିମ୍ପଲ କାପାଡିଆଙ୍କୁ ଦେଖି ତାଙ୍କ ଫିଲ୍ମରେ ଅଭିନୟ କରିବାକୁ ମନସ୍ଥ କରିଥିଲେ। ପରେ ରାଜ କପୁର ତାଙ୍କ ପୁଅ ରିଷି କପୁରଙ୍କ ସହ ଡିମ୍ପଲ କାପାଡିଆଙ୍କୁ ବଲିଉଡ୍ ଡେବ୍ୟୁ କରିବାକୁ ସୁଯୋଗ ଦେଇଥିଲେ। ସେତେବେଳେ ଡିମ୍ପଲଙ୍କୁ ମାତ୍ର ୧୬ ବର୍ଷ ହୋଇଥିଲା ଏବଂ ରାଜେଶ ଖାନ୍ନା ସେହି ଯୁଗର ସୁପରଷ୍ଟାର ଥିଲେ। ଫିଲ୍ମ ବବି (୧୯୭୩) ରିଲିଜ ପୂର୍ବରୁ ଡିମ୍ପଲ ରାଜେଶ ଖାନ୍ନାଙ୍କୁ ଭେଟି ସାରିଥିଲେ। ସେମାନଙ୍କର ସାକ୍ଷାତ ଶୀଘ୍ର ବନ୍ଧୁତ୍ୱରେ ପରିଣତ ହେଲା। ଧୀରେ ଧୀରେ, ସେମାନଙ୍କ ମଧ୍ୟରେ ପ୍ରେମ ବ ସମ୍ପର୍କ ବଢିବାକୁ ଲାଗିଲା।
ରାଜେଶ ଏବଂ ଡିମ୍ପଲଙ୍କ ପ୍ରେମ ବିଷୟରେ ସବୁଆଡେ ଚର୍ଚ୍ଚା ହେଲା। ରାଜେଶ ଖାନ୍ନା ଥରେ ଡିମ୍ପଲଙ୍କୁ ସମୁଦ୍ର କୂଳକୁ ନେଇ ସେଠାରେ ବିବାହ ପାଇଁ ପ୍ରସ୍ତାବ ଦେଇଥିଲେ। ଡିମ୍ପଲ ତାଙ୍କ ପ୍ରେମରେ ଏବେ ବୁଡି ଯାଇଥିଲେ ଯେ ଆଉ ବିଳମ୍ବ ନ କରି ବିବାହକୁ ହଁ କହିଦେଇଥିଲେ। ରାଜେଶ ଖାନ୍ନା ତାଙ୍କଠାରୁ ୧୫ ବର୍ଷ ବଡ ହୋଇଥିବା କଥା ସେ ମନରେ ଚିନ୍ତା କରି ନ ଥିଲେ।
ରାଜେଶ ଖାନ୍ନା ଚାହୁଁ ନ ଥିଲେ ଯେ ଡିମ୍ପଲ ବିବାହ ପରେ ଫିଲ୍ମରେ କାମ କରନ୍ତୁ। ତେଣୁ ବିବାହ ପରେ ସେ ଡିମ୍ପଲଙ୍କ ଆଗରେ ଏକ ସର୍ତ୍ତ ରଖିଥିଲେ ଯେ, ସେ ଆଉ ଫିଲ୍ମରେ କାମ କରିବେ ନାହିଁ। କିନ୍ତୁ ଡିମ୍ପଲ ଫିଲ୍ମରେ କାମ କରିବାକୁ ଚାହୁଁଥିଲେ। ଏହା ପରେ ସେମାନଙ୍କ ମଧ୍ୟରେ ମତପାର୍ଥକ୍ୟ ଆରମ୍ଭ ହେଲା। ଏହାପରେ ଡିମ୍ପଲ ରାଜେଶ ଖାନ୍ନାଙ୍କ ଘରୁ ଛାଡି ଦେଇଥିଲେ ଏବଂ ଅନେକ ସୁପରହିଟ୍ ଚଳଚ୍ଚିତ୍ରର ଅଂଶବିଶେଷ ହୋଇଥିଲେ।
ପ୍ରେମିକଙ୍କ ସହ ନିର୍ବନ୍ଧ ଭାଙ୍ଗିଲେ ଏହି ଲୋକପ୍ରିୟ ଅଭିନେତ୍ରୀ
ବମ୍ବେ: ପ୍ରେମିକଙ୍କ ସହ ସମ୍ପର୍କ ଛିନ୍ନ କରିଛନ୍ତି ଅଭିନେତ୍ରୀ ଲୀନା ଜୁମାନି। ଏକତା କପୁରଙ୍କ ଧାରାବାହିକ କୁମ୍କୁମ୍ ଭାଗ୍ୟରେ ତନୁଶ୍ରୀ ଭୂମିକାରେ ନଜର ଆସୁଥିବା ଲୀନା...
ସ୍ବାମୀଙ୍କ ଆତ୍ମହତ୍ୟା ପରେ ଏମିତି କହିଥିଲେ ରେଖା, ହନିମୁନ୍ରେ ସବୁ ଜାଣି ସାରିଥିଲି…
ପ୍ରସିଦ୍ଧ ଅଭିନେତ୍ରୀ ରେଖା ତାଙ୍କ ଫିଲ୍ମ କ୍ୟାରିୟର ସହ ବ୍ୟକ୍ତିଗତ ଜୀବନ ପାଇଁ ସର୍ବଦା ଚର୍ଚ୍ଚାରେ ରହିଥା’ନ୍ତି । ତାଙ୍କ ଫିଲ୍ମ ଜୀବନ ଯେତିକି ସଫଳ...
‘ଜୀବନରେ ଦୁଇ ଆଦର୍ଶ ପୁରୁଷଙ୍କୁ ଭେଟିଛି’
ଆଜି ପିତୃଦିବସ। ଏହି ଅବସରରେ ଅନେକ ବଲିଉଡ୍ ସେଲିବ୍ରିଟି ସୋସିଆଲ ମିଡିଆରେ ଫଟୋ ଶେୟାର କରି ନିଜ ପିତାଙ୍କୁ ମନେ ପକାଇଛନ୍ତି। ଏଥିରେ ସାମିଲ ଅଛନ୍ତି...
ଏହି ସର୍ତ୍ତରେ ଜୟା-ଅମିତାଭଙ୍କ ବିବାହ ପାଇଁ ରାଜି ହୋଇଥିଲେ ପିତା
ଆଜି ବଲିଉଡର ମେଗାଷ୍ଟାର ଅମିତାଭ ବଚ୍ଚନ ଏବଂ ଜୟା ବଚ୍ଚନଙ୍କ ୪୮ ତମ ବିବାହ ବାର୍ଷିକୀ। ଏହି ଅବସରରେ ଅମିତାଭ ଏକ ପୁରୁଣା ଫଟୋ ଶେୟାର...
ପିଲାଦିନର ବନ୍ଧୁଙ୍କ ହାତ ଧରିବା ପରେ ସଲମାନଙ୍କ ଏହି ନାୟିକା ପାଲଟିଥିଲେ ଗୃହିଣୀ, କହିଥିଲେ ‘ପରିବାର ଆଗ’
ବମ୍ବେ: ବଲିଉଡ୍ର ଦବଙ୍ଗ ଖାନ୍ ସଲମାନଙ୍କ ବିପକ୍ଷରେ ଡେବ୍ୟୁ କରିଥିଲେ ଅଭିନେତ୍ରୀ ଭାଗ୍ୟଶ୍ରୀ। ଦର୍ଶକେ ଚଳଚ୍ଚିତ୍ର ‘ମୈନେ ପ୍ୟାର କିୟା’ରେ ଉଭୟଙ୍କ ଯୋଡ଼ିକୁ ବେଶ୍ ପସନ୍ଦ...
ସତ୍ୟନାରାୟଣ କି କଥାରେ କାର୍ତ୍ତିକ
ମୁମ୍ବାଇ: ବଲିଉଡ୍ ଅଭିନେତା କାର୍ତ୍ତିକ ଆର୍ୟନ କିଛି ଦିନ ପୂର୍ବରୁ ବେଶ୍ ଚର୍ଚ୍ଚାରେ ରହିଥିଲେ। ନିକଟରେ କାର୍ତ୍ତିକଙ୍କୁ ଫିଲ୍ମ ଦୋସ୍ତାନା-୨ରୁ ବାହାର କରାଯିବା ଖବର ଲାଇମ୍ଲାଇଟ୍ରେ...
ସ୍ବାମୀ ନିକ୍ଙ୍କ ନାଁରେ ନୁହେଁ, ଜାଣନ୍ତୁ ପ୍ରିୟଙ୍କା କାହା ନାଁରେ ଗୋଡ଼ରେ କଲେ ଟାଟୁ; ଭାଇରାଲ ହେଉଛି ଫଟୋ
ମୁମ୍ବାଇ: ବଲିଉଡ୍ରୁ ଓଲିଉଡ୍ ପର୍ଯ୍ୟନ୍ତ ଅଭିନୟର ଯାଦୁ ଦେଖାଇଥିବା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବଂ ତାଙ୍କ ସ୍ବାମୀ ନିକ୍ ଜୋନାସ କିଛି ନା କିଛି କାରଣକୁ...
ପ୍ରେମିକାଙ୍କ ବିବାହ ଖବର ଶୁଣି ସିଗାରେଟ୍ ଲଗାଇ ହାତ ପୋଡି ଦେଇଥିଲେ ଏହି ପ୍ରସିଦ୍ଧ ଅଭିନେତା
ହିନ୍ଦୀ ସିନେମାର ଜଣେ ମହାନ ଅଭିନେତ୍ରୀ ଥିଲେ ନର୍ଗିସ ଦତ୍ତ। ଗୋଟିଏ ପରେ ଗୋଟିଏ ହିଟ୍ ଫିଲ୍ମ ଦେଇଥିଲେ। ତାଙ୍କର ପ୍ରକୃତ ନାମ ଥିଲା ଫାତିମା...


