ମସ୍କୋ,୮।୬: ଦିନେ ଦୁଇ ଦିନ ଅବା ସପ୍ତାହେ ନୁହେଁ। ଏକାଥରେ ୨୪ ହଜାର ବର୍ଷ ଶୋଇବା ପରେ ବରଫ ତଳୁ ନିଦରୁ ଉଠିଛି ଏକ ପ୍ରାଣୀ। ଏହି ଅତି ସୁକ୍ଷ୍ମ ପ୍ରାଣୀଟି ସାଇବେରିଆର ବରଫ ତଳେ ଉପଯୁକ୍ତ ସମୟକୁ ଅପେକ୍ଷା କରିଥିଲା। ଏବେ ସେ ନିଦରୁ ଉଠିଛି। ଏହି ଅତି ସୂକ୍ଷ୍ମ ପ୍ରାଣୀଟିର ନାମ ହେଉଛି ବଡେଲୋଏଡ୍ ରୋଟିଫର। ଏହାକୁ ବୈଜ୍ଞାନିକମାନେ ରୁଷିଆ ଆର୍କଟିକ୍ର ଆଲାୟେଜା ନଦୀ ନିକଟରୁ ପାଇଛନ୍ତି। ମାଟି ଖୋଲି ଏହାକୁ ବାହାର କରାଯାଇଛି। ଆସେକ୍ସୁଆଲି ରିପ୍ରଡ୍ୟୁସ୍ କରୁଥିବା ଏହି ସୂକ୍ଷ୍ମ ପ୍ରାଣୀଟି ସାଧାରଣତଃ ସନ୍ତସନ୍ତିଆ ଅଞ୍ଚଳରେ ଜୀବିତ ରହିଥାଏ। ପ୍ରତିକୂଳ ପରିସ୍ଥିତିରେ ନିଜକୁ ଜୀବିତ ରଖିବା ଲାଗି ଏହାର ଅଦ୍ଭୁତ କ୍ଷମତା ରହିଛି। ଏହା ଏକାଦିକ୍ରମେ ୧୦ ବର୍ଷ ପର୍ଯ୍ୟନ୍ତ ଶୋଇ ରହିଥାଏ ବୋଲି ପୂର୍ବରୁ ଅନୁମାନ କରାଯାଉଥିଲା। ତେବେ ଏବେ ଏହା ଭୁଲ ପ୍ରମାଣିତ ହୋଇଛି। ରେଡିଓକାର୍ବନ ଡାଟିଂ ଅନୁସାରେ ବଡେଲୋଏଡ୍ ରୋଟିଫର ୨୪ ହଜାର ବର୍ଷ ଧରି ଶୋଇ ରହିଥିବା ଜଣାପଡ଼ିଛି। ଏସମ୍ପର୍କିତ ରିପୋର୍ଟ କରେଣ୍ଟ୍ ବାୟୋଲୋଜିରେ ପ୍ରକାଶିତ ହୋଇଛି। ଏହି ଅତି ସୂକ୍ଷ୍ମ ପ୍ରାଣୀଟି ୨୩,୯୬୦ରୁ ୨୪,୪୮୫ ବର୍ଷ ତଳର ବୋଲି ରେଡିଓକାର୍ବନ ଡାଟିଂ ରିପୋର୍ଟରୁ ସୂଚନା ମିଳିଥିବା ରୁଷିଆର ଇନଷ୍ଟିଚ୍ୟୁଟ୍ ଅଫ୍ ଫିଜିକୋକେମିକାଲ ଆଣ୍ଡ୍ ବାୟୋଲୋଜିକାଲ ପ୍ରୋବ୍ଲେମ୍ସ ଇନ୍ ସଏଲ୍ ସାଇନ୍ସ୍ର ପ୍ରଫେସର ଷ୍ଟାସ୍ ମାଲାଭିନ୍ କହିଛନ୍ତି।
Posted inଅନ୍ତର୍ଜାତୀୟ, ଫୁରସତ View All
ଆତଙ୍କବାଦୀ ହାଫିଜ୍ ସୟିଦ୍ଙ୍କ ଘର ପାଖରେ ବିସ୍ଫୋରଣ: ୧୦ ଆହତ
ଲାହୋର,୨୩।୬: ପାକିସ୍ତାନ ଲାହୋରର ଜୋହର ଟାଉନ ଅଞ୍ଚଳରେ ଏକ ବଡ଼ ଧରଣର ବିସ୍ଫୋରଣ ଘଟିଛି। ବିସ୍ଫୋରଣର ଶବ୍ଦ ଏତେ ଜୋରରେ ଥିଲା ଯେ, ଆଖପାଖ ଘରର...
ଟୁଇଟରକୁ ବ୍ୟାନ କଲା ନାଇଜେରିଆ
ଅବୁଜ,୪।୬: ନାଇଜେରିଆରେ ସୋସିଆଲ ମିଡିଆ ପ୍ଲାଟଫର୍ମ ଟୁଇଟରକୁ ଶୁକ୍ରବାର ବ୍ୟାନ୍ କରିଦିଆଯାଇଛି। ଦେଶର କର୍ପୋରେଟ୍ ବ୍ୟବସ୍ଥାକୁ ଦୁର୍ବଳ କରୁଥିବାରୁ ଆମେରିକୀୟ କମ୍ପାନୀ ବିରୋଧରେ କେନ୍ଦ୍ର ସରକାର...
୮୩ ବର୍ଷରେ ଫିଟ୍ ଅଛନ୍ତି ଏହି ମହିଳା: ଶାଢି ପିନ୍ଧି କଲେ ଏମିତି କାମ
ଆଜିକାଲି ସୋସିଆଲ ମିଡିଆରେ ଜଣେ ମହିଳାଙ୍କ ଭିଡିଓ ଭାଇରାଲ ହେବାରେ ଲାଗିଛି। ଏହି ମହିଳା ଜଣଙ୍କ ହେଉଛନ୍ତି ୮୩ ବର୍ଷିୟା ଭାରୋତ୍ତୋଳନକାରୀ କିରଣ ବାଇ। କିରଣ...
ସ୍ପେସ୍ ଷ୍ଟେଶନ ମୁହାଁ ୩ ମହାକାଶ ଯାତ୍ରୀ…
ବେଜିଂ,୧୭।୬: ଚାଇନା ଏହାର ନୂଆ ସ୍ପେସ୍ ଷ୍ଟେଶନ ଅଭିମୁଖେ ୩ ଜଣ ମହାକାଶ ଯାତ୍ରୀଙ୍କୁ ଗୁରୁବାର ପୂର୍ବାହ୍ନ ୯ଟା ୨୨ରେ ପଠାଇଛି। ଶେନଝୋଉ-୧୨ ମହାକାଶ ଯାନକୁ...
୧୦ ଜୁନ୍ରେ ସୂର୍ଯ୍ୟପରାଗ, ଜାଣନ୍ତୁ ଆପଣଙ୍କ ରାଶିର ଫଳାଫଳ …
ଜୁନ୍ ୧୦ରେ ଜ୍ୟେଷ୍ଠମାସ ଅମାବାସ୍ୟ ତିଥିରେ ବୃଷ ରାଶିରେ ରାଶିରେ ଅନୁଷ୍ଠିତ ହେବ। ଭାରତୀୟ ସମୟ ଅପରାହ୍ନ ୧ଟା ୪୨ ମିନିଟ୍ରୁ ସନ୍ଧ୍ୟା ୬ଟା ୪୧...
ଶେଷରେ କ୍ଷମା ମାଗିଲା ଗୁଗଲ୍, ଜାଣନ୍ତୁ କାହିଁକି
ଗୁଗଲ୍ରେ ସର୍ଚ୍ଚ କରିବା ବେଳେ ‘ଭାରତରେ ସବୁଠାରୁ ଖରାପ ଭାଷା କ’ଣ? ଏହାର ଉତ୍ତରରେ ଗୁଗଲ୍ ସର୍ଚ୍ଚ ଇଞ୍ଜିନ୍ରେ ଉତ୍ତର ଥିଲା ‘କନ୍ନଡ’। ଏହି କଥା...
ରାଜ୍ୟର ପ୍ରଥମ ମୁସଲିମ୍ ମହିଳା ଡିଏସ୍ପି
ପାଟନା,୧୧।୬: ନିକଟରେ ବିହାର ପବ୍ଲିକ ସର୍ଭିସ କମିଶନ(ବିପିଏସ୍ସି)ର ୬୪ତମ କମ୍ପିଟେଟିଭ୍ ଏକ୍ସାମର ପରୀକ୍ଷା ଫଳାଫଳ ଘୋଷଣା କରାଯାଇଛି। ଏହି ପରୀକ୍ଷାରେ ପ୍ରଥମ ଥରେ ଜଣେ ମୁସଲିମ...
ଆସୁଛି କରୋନାର ‘ସୁପର ଭ୍ୟାକ୍ସିନ’
ଓ୍ବାଶିଂଟନ୍,୨୩।୬: କରୋନା ଭାଇରସ୍ ମହାମାରୀ ସମ୍ମୁଖୀନ ହୋଇଥିବା ବିଶ୍ୱ ଏବେ ଭିନ୍ନ ଭିନ୍ନ ଭାରିଆଣ୍ଟକୁ ନେଇ ଚିନ୍ତିତ ରହିଛି। ବିଭିନ୍ନ ଦେଶରେ କରୋନାର ନୂଆ ନୂଆ...


