ନିକଟରେ ମୋରକୋର ଜଣେ ମହିଳା ସମଗ୍ର ବିଶ୍ୱରେ ଚର୍ଚ୍ଚାର ବିଷୟ ପାଲଟିଥିଲେ। କାରଣ ଏହି ମହିଳା ଜଣଙ୍କ ଏକାସାଙ୍ଗରେ ୯ ସନ୍ତାନ ଜନ୍ମ ଦେଇଥିଲେ। ରିପୋର୍ଟ ଅନୁଯାୟୀ, ପୂର୍ବରୁ କୌଣସି ମହିଳା ଏକାସାଙ୍ଗରେ ୯ ସନ୍ତାନ ଜନ୍ମ ଦେଇ ନ ଥିଲେ। ଏହା ପୂର୍ବରୁ ମଧ୍ୟ ଜଣେ ମହିଳା ନିଜର ବିଶ୍ୱ ରେକର୍ଡ ଯୋଗୁ ଚର୍ଚ୍ଚାରେ ଥିଲେ। ଏହି ରୁଷୀୟ ମହିଳାଙ୍କ ନାଁରେ ଏକ ବିଶେଷ ରେକର୍ଡ ଅଛି। ୧୭ତମ ଶତାବ୍ଦୀର ଭାଲେଣ୍ଟିନା ଭାସିଲୟେଭ, ତାଙ୍କ ଜୀବନରେ ୨୭ଥର ଗର୍ଭବତୀ ହୋଇଥିବା କୁହାଯାଏ। ଭାଲେଣ୍ଟିନା ୧୭୦୭ ମସିହାରେ ଜନ୍ମଗ୍ରହଣ କରିଥିଲେ ଏବଂ ରୁଷିଆର ତୃତୀୟ ବୃହତ୍ତମ ସହର ଶୁୟାରେ ରହୁଥିଲେ। ସେ କୃଷକ ଫିଡୋର ଭାସିଲୟେଭଙ୍କୁ ବିବାହ କରିଥିଲେ। ସେ ନିଜ ଜୀବନରେ ୧୬ ଥର ଯାଆଁଳା ସନ୍ତାନ, ୭ଥର ଏକାସଙ୍ଗେ ୩ଟା ସନ୍ତାନ ଏବଂ ୪ ଥର ଏକାସଙ୍ଗେ ୪ ସନ୍ତାନ ଜନ୍ମ ଦେଇଥିଲେ। ଭାଲେଣ୍ଟିନାଙ୍କ ଏହି ଆଶ୍ଚର୍ଯ୍ୟଜନକ ରେକର୍ଡ ପ୍ରଥମେ ୧୭୮୨ ମସିହାରେ ନିକୋଲସ୍କର ମଠ ରୁଷିଆର ରାଜଧାନୀ ମସ୍କୋକୁ ରିପୋର୍ଟ କରିଥିଲେ। ଏହାର ଏକ ବର୍ଷ ପରେ ଅର୍ଥାତ୍ ୧୭୮୩ରେ ଜେଣ୍ଟେଲମ୍ୟାନ୍ ପତ୍ରିକାରେ ଏହି ଘଟଣା ବିଷୟରେ ଛପା ଯାଇଥିଲା। ଅବଶ୍ୟ କେତେକ ଗବେଷକ ଭାଲେଣ୍ଟିନାଙ୍କ ପ୍ରଜନନ କ୍ଷମତାକୁ ନେଇ ପ୍ରଶ୍ନ ଉଠାଇଛନ୍ତି। ୧୭ ତମ ଶତାବ୍ଦୀରେ ଆଧୁନିକ ବୈଜ୍ଞାନିକ କୌଶଳର ଅଭାବ ସତ୍ତ୍ୱେ, ଏହି ମହିଳା କିପରି ଏତେଥର ଗର୍ଭବତୀ ହୋଇ ସଫଳତାର ସହିତ ପ୍ରସବ କରିଥିଲେ ତାକୁ ନେଇ ସେତେବେଳେ ଆଲୋଚନା ମଧ୍ୟ ହୋଇଥିଲା।
ବଦଳୁଛି ଭୂଭାଗ, ବଢୁଛି ମରୁଭୂମି
ପରିବେଶ ସମ୍ପର୍କିତ ଆଲୋଚନାବେଳେ ସର୍ବଦା ଚର୍ଚ୍ଚାର ପରିସର ଭିତରେ ରହିଥାଏ ବିଶ୍ୱତାପନ, ବାୟୁ ପ୍ରଦୂଷଣ। ଏହାକୁ ବାଦ୍ ଦେଲେ ହିମବାହ ତରଳିବା, ମହାସାଗର ଜଳସ୍ତର ବଢ଼ିବା...
ଝଗଡ଼ା କରୁକରୁ ବାଲକୋନୀରୁ ୨୫ ଫୁଟ ତଳକୁ ଖସିପଡ଼ିଲେ ସ୍ବାମୀ-ସ୍ତ୍ରୀ: ଭିଡିଓ ଦେଖିଲେ ଆପଣ ବି…
ନୂଆଦିଲ୍ଲୀ: ପରିବାର ମଧ୍ୟରେ ସ୍ବାମୀସ୍ତ୍ରୀଙ୍କ ଝଗଡ଼ା କିଛି ନୂଆ କଥା ନୁହେଁ। ହେଲେ ବେଳେବେଳେ ଝିମିଟି ଖେଳରୁ ମହାଭାରତ ପରି ସାମାନ୍ୟ କଳି ମାରପିଟ୍ ପର୍ଯ୍ୟନ୍ତ...
ଏମିତି ଦେଶ, ଯାହାର ନୌସେନା ନାହିଁ କି ବାୟୁସେନା, ଏପରି ହୋଇଥାଏ ଦେଶ ସୁରକ୍ଷା
ସାଧାରଣତଃ ଦେଶର ସୁରକ୍ଷା ପାଇଁ ଜଳ, ସ୍ଥଳ, ବାୟୁ ସେନା ଗଠନ କରାଯାଇଥାଏ। କାରଣ ଶତ୍ରୁ ଦେଶ ସହ କଡ଼ା ମୁକାବିଲା କରିବା ପାଇଁ ଏପରି...
କେହି ମାଲିକଙ୍କ ଘର କବାଟ ବାଡେଇଲେ ଛାତ ଉପରୁ ଥାଇ ଇଟା ଫିଙ୍ଗିଥାଏ ଏହି କୁକୁର; ଏବେ ଘଟିଲା କିଛି…
ପଶୁମାନଙ୍କ ମଧ୍ୟରେ ସବୁଠାରୁ ବିଶ୍ୱାସୀ କୁକୁର ବୋଲି କୁହାଯାଏ। କାରଣ ସେ ମାଲିକର ସୁରକ୍ଷା କରିବା ସହ ତାଙ୍କର ସବୁକଥା ଅକ୍ଷରେ ଅକ୍ଷରେ ପାଳନ କରିଥାଏ।...
ଅମରପ୍ରେମରୁ କାବେରୀ
ଆଲୋ ସୁନ୍ଦରୀ ତୋର କଥାରେ, ମୁଁ ନାଚିବି ଭାଲୁ ସାଥିରେ…। ପୁଣି- ଆସିବ ବର ତୋର ହୋଇବ ବାହାଘର ତା’ପରେ….ଏମିତି ଏକାଧିକ ଚଳଚ୍ଚିତ୍ର ସଂଗୀତର ଲେଖକ...
ପ୍ରଥମ ରୋଜଗାର ଟଙ୍କା ମେସ୍ ଖର୍ଚ୍ଚ କରିଥିଲି
ପୁରୀ ଯକ୍ଷ୍ମା ଓ ସଂକ୍ରମିତ ରୋଗ ହସ୍ପିଟାଲର ଅବସରପ୍ରାପ୍ତ ମେଡିକାଲ ସୁପରିଣ୍ଟେଣ୍ଡେଣ୍ଟ ଡା. ଉମେଶ ଚନ୍ଦ୍ର ଚୌଧୁରୀ ତାଙ୍କର ପ୍ରଥମ ରୋଜଗାର ସମ୍ପର୍କରେ ଯାହା କୁହନ୍ତି-...
ସ୍ତ୍ରୀଙ୍କୁ ଏମିତି ପ୍ରେମ ! ବାପଘର ଚାଲିଗଲେ ବୋଲି ସ୍କୁଟିରେ ୫୦୦ କିମି ଦୂର ଯାତ୍ରା କଲେ ସ୍ବାମୀ; ଥାନାରେ ବିତିଲା…
ପୁର୍ନିୟା: ସ୍ତ୍ରୀସ୍ବାମୀଙ୍କ ମଧ୍ୟରେ ପ୍ରେମକୁ ନେଇ ଅନେକ କାହାଣୀ ଶୁଣିଥିବେ। ଏବେ ସେଭଳି ଏକ ଅଗାଧ ପ୍ରେମର ଘଟଣା ବିହାରର ପୁର୍ନିୟା ଜିଲାରେ ଦେଖିବାକୁ ମିଳିଛି।...
ଦାନ୍ତରେ ସିଲିଣ୍ଡର ଉଠାଇ ଚର୍ଚ୍ଚାରେ ଶାଢି ପିନ୍ଧା ମହିଳା
ଆଜିକାଲି ସୋସିଆଲ ମିଡିଆରେ ଜଣେ ନାଲି ଶାଢି ପିନ୍ଦା ମହିଳାଙ୍କ ଭିଡିଓ ଭାଇରାଲ ହେବାରେ ଲାଗିଛି। ଭିଡିଓରେ ମହିଳା ଜଣଙ୍କ ଦାନ୍ତରେ ଏଲ୍ପିଜି ସିଲିଣ୍ଡର ଉଠାଉଥିବା...


