ନିକଟରେ ମୋରକୋର ଜଣେ ମହିଳା ସମଗ୍ର ବିଶ୍ୱରେ ଚର୍ଚ୍ଚାର ବିଷୟ ପାଲଟିଥିଲେ। କାରଣ ଏହି ମହିଳା ଜଣଙ୍କ ଏକାସାଙ୍ଗରେ ୯ ସନ୍ତାନ ଜନ୍ମ ଦେଇଥିଲେ। ରିପୋର୍ଟ ଅନୁଯାୟୀ, ପୂର୍ବରୁ କୌଣସି ମହିଳା ଏକାସାଙ୍ଗରେ ୯ ସନ୍ତାନ ଜନ୍ମ ଦେଇ ନ ଥିଲେ। ଏହା ପୂର୍ବରୁ ମଧ୍ୟ ଜଣେ ମହିଳା ନିଜର ବିଶ୍ୱ ରେକର୍ଡ ଯୋଗୁ ଚର୍ଚ୍ଚାରେ ଥିଲେ। ଏହି ରୁଷୀୟ ମହିଳାଙ୍କ ନାଁରେ ଏକ ବିଶେଷ ରେକର୍ଡ ଅଛି। ୧୭ତମ ଶତାବ୍ଦୀର ଭାଲେଣ୍ଟିନା ଭାସିଲୟେଭ, ତାଙ୍କ ଜୀବନରେ ୨୭ଥର ଗର୍ଭବତୀ ହୋଇଥିବା କୁହାଯାଏ। ଭାଲେଣ୍ଟିନା ୧୭୦୭ ମସିହାରେ ଜନ୍ମଗ୍ରହଣ କରିଥିଲେ ଏବଂ ରୁଷିଆର ତୃତୀୟ ବୃହତ୍ତମ ସହର ଶୁୟାରେ ରହୁଥିଲେ। ସେ କୃଷକ ଫିଡୋର ଭାସିଲୟେଭଙ୍କୁ ବିବାହ କରିଥିଲେ। ସେ ନିଜ ଜୀବନରେ ୧୬ ଥର ଯାଆଁଳା ସନ୍ତାନ, ୭ଥର ଏକାସଙ୍ଗେ ୩ଟା ସନ୍ତାନ ଏବଂ ୪ ଥର ଏକାସଙ୍ଗେ ୪ ସନ୍ତାନ ଜନ୍ମ ଦେଇଥିଲେ। ଭାଲେଣ୍ଟିନାଙ୍କ ଏହି ଆଶ୍ଚର୍ଯ୍ୟଜନକ ରେକର୍ଡ ପ୍ରଥମେ ୧୭୮୨ ମସିହାରେ ନିକୋଲସ୍କର ମଠ ରୁଷିଆର ରାଜଧାନୀ ମସ୍କୋକୁ ରିପୋର୍ଟ କରିଥିଲେ। ଏହାର ଏକ ବର୍ଷ ପରେ ଅର୍ଥାତ୍ ୧୭୮୩ରେ ଜେଣ୍ଟେଲମ୍ୟାନ୍ ପତ୍ରିକାରେ ଏହି ଘଟଣା ବିଷୟରେ ଛପା ଯାଇଥିଲା। ଅବଶ୍ୟ କେତେକ ଗବେଷକ ଭାଲେଣ୍ଟିନାଙ୍କ ପ୍ରଜନନ କ୍ଷମତାକୁ ନେଇ ପ୍ରଶ୍ନ ଉଠାଇଛନ୍ତି। ୧୭ ତମ ଶତାବ୍ଦୀରେ ଆଧୁନିକ ବୈଜ୍ଞାନିକ କୌଶଳର ଅଭାବ ସତ୍ତ୍ୱେ, ଏହି ମହିଳା କିପରି ଏତେଥର ଗର୍ଭବତୀ ହୋଇ ସଫଳତାର ସହିତ ପ୍ରସବ କରିଥିଲେ ତାକୁ ନେଇ ସେତେବେଳେ ଆଲୋଚନା ମଧ୍ୟ ହୋଇଥିଲା।
ବିଚାରପତିଙ୍କୁ ଜୋତା ଫିଙ୍ଗିବାରୁ ୧୮ ମାସ ଜେଲ
ଅହମ୍ମଦାବାଦ: ଗୁଜରାଟ ହାଇକୋର୍ଟର ଜଣେ ବିଚାରପତିଙ୍କୁ ଜୋତା ଫିଙ୍ଗିବାରୁ ଜଣେ ବ୍ୟକ୍ତିଙ୍କୁ ଦେଢ଼ବର୍ଷ ପାଇଁ ଜେଲ ଦଣ୍ଡାଦେଶ ହୋଇଛି। ରାଜକୋଟ ଜିଲା ଭୟଭଦର ଚା’ ଦୋକାନୀ...
ଆଜି ସାବିତ୍ରୀ ବ୍ରତ: ଜାଣନ୍ତୁ ଏହିଦିନ କାହିଁକି ପୂଜା କରାଯାଏ ବାଉଁଶ ଗଛ
ନାରଦ ପୁରାଣରେ ସାବିତ୍ରୀ ବ୍ରତ ବିଷୟରେ ବର୍ଣ୍ଣନା କରାଯାଇଛି। ଏହା ଜ୍ୟେଷ୍ଠ ମାସ ଅମାବାସ୍ୟା ତିଥିରେ ପଡ଼ିଥାଏ। ଆଜି ଅର୍ଥାତ୍ ଗୁରୁବାରରେ ପଡ଼ିଛି ଏହି ବ୍ରତ।...
କରୋନା ପରେ କେଉଁଠିକୁ ବୁଲି ଯାଇପାରିବେ
କରୋନା ପାଇଁ ଏବେ ଅଧିକାଂଶ ଲୋକ ଘରେ ରହୁଛନ୍ତି। ଭବିଷ୍ୟତରେ ଯେବେ ଏହି ପରିସ୍ଥିତିରେ ସୁଧାର ଆସିବ ସେତେବେଳେ ପର୍ଯ୍ୟଟକ କେଉଁ କେଉଁ ସ୍ଥାନକୁ ବୁଲିଯାଇ...
ବର୍ଷକ ମଧ୍ୟରେ ୨୦ ସନ୍ତାନର ମା’ ହେଲେ ଏହି ମହିଳା, ପିଲାଙ୍କ ପାଇଁ ସପ୍ତାହକୁ ଖର୍ଚ୍ଚ ହୁଏ…
ରୁଷିଆର ଜଣେ ମହିଳା ବର୍ଷକ ମଧ୍ୟରେ ୨୦ ସନ୍ତାନର ମା’ ହୋଇଛନ୍ତି। ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ କଥାଟା ସତ। ୨୩ ବର୍ଷୀୟା କ୍ରିଷ୍ଟିନାଙ୍କ ସ୍ବାମୀ ଜଣେ...
ପାଣିକୁ ଦେଖି କୁକୁରର କି ଖୁସି, ଧରିବା ପାଇଁ କରୁଛି ଏମିତି
ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛି ନା କିଛି ନୂତନ ଭିଡିଓ ଏବଂ ଫଟୋ ଭାଇରାଲ ହେଉଛି। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର...
ଭିନ୍ନ ହେବେ ‘ସ୍ପେସ୍ ବେବି’
ନୂଆଦିଲ୍ଲୀ: ମହାକାଶରେ ଗୁରୁତ୍ୱ ଆକର୍ଷଣ ନାହିଁ। ତେଣୁ ସେଠାରେ ଜଣେ ଗର୍ଭବତୀଙ୍କ ସାମାନ୍ୟ ପ୍ରସବ ଅସମ୍ଭବ। ଯଦିଓ ସ୍ବାସ୍ଥ୍ୟ ବିଜ୍ଞାନର ଅତ୍ୟାଧୁନିକ ଜ୍ଞାନକୌଶଳକୁ ଉପଯୋଗ କରି...
କିଛି ବି ଅର୍ଡର କରି ନ ଥିଲେ; ହେଲେ ଆମାଜନ୍ରୁ ମହିଳାଙ୍କ ଘରେ ପହଞ୍ଚିଲା ୧୫୦ ପ୍ୟାକେଟ; ଖୋଲି ଦେଖିବା ପରେ…
ଅନ୍ଲାଇନ୍ରେ ଅର୍ଡର ନ କରିବି କିଛି ପହଞ୍ଚିଲେ ଆଶ୍ଚର୍ଯ୍ୟ ହେବା ସ୍ବାଭାବିକ କଥା। ସେଭଳି କିଛି ଘଟିଛି ଆମେରିକାର ଜିଲିୟାନ୍ କନ୍ନନ୍ଙ୍କ କ୍ଷେତ୍ରରେ। ସେ କିଛି...
ସ୍ବାମୀଙ୍କଠାରୁ ଏତିକି ଲମ୍ବା ସ୍ତ୍ରୀ, ସୃଷ୍ଟି କଲେ ଓ୍ବାଲର୍ଡ ରେକର୍ଡ
କୁହାଯାଏ, ଉପରବାଲା ଯୋଡ଼ି ବନେଇଥାନ୍ତି। ଏହି ଉକ୍ତିର ସତ୍ୟତା ଦେଖିବାକୁ ମିଳିଛି ବ୍ରିଟେନରେ । ଜେମ୍ସ ଏବଂ କ୍ଲୋଇଙ୍କ ଯୋଡ଼ି ଭଗବାନ ତିଆରି କରିଛନ୍ତି। ଯାହକି...


