ଆଗ୍ରା,୮। ୧୧: ଆଗ୍ରାର ଏକ ପ୍ରାଇଭେଟ ହସ୍ପିଟାଲରେ ଅକ୍ସିଜେନ ମକ ଡ୍ରିଲ ବେଳେ ୨୨ ଜଣ ରୋଗୀଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି। ଏହି ଘଟଣା ସାମ୍ନାକୁ ଆସିବା ପରେ ମଙ୍ଗଳବାର ହସ୍ପିଟାଲକୁ ସିଲ୍ କରିଦିଆଯାଇଛି। ଆଗ୍ରାର ପାରସ ହସ୍ପିଟାଲ ମାଲିକଙ୍କର ଭିଡିଓ ଖୁବ ଭାଇରାଲ ହେଉଛି। ଭିଡିଓରେ ଶୁଣିବାକୁ ମିଳୁଛି ଯେ ଏପ୍ରିଲ ୨୬ ତାରିଖରେ ଅକ୍ସିଜେନ ଅଭାବ କାରଣରୁ ମାତ୍ର ୫ ମିନିଟ ପାଇଁ ଅକ୍ସିଜେନ ସପ୍ଲାଏକୁ ରୋକା ଯାଇଥିଲା। ଏହି ଏକ୍ସପେରିମେଣ୍ଟ ଗୁରୁତର ରୋଗୀଙ୍କ ଉପରେ କରାଯାଇଥିଲା। ଭାଇରାଲ ଭିଡିଓରେ ହସ୍ପିଟାଲର ମ୍ୟାନେଜର୍ କହୁଛନ୍ତି ଯେ. ଅକ୍ସିଜେନ ଅଭାବ କାରଣରୁ ମୋଦିନଗରରୁ ସପ୍ଲାଏ ମଗା ଯାଉଥିଲା। ଏହାରି ଭିତରେ ସେ ରୋଗୀଙ୍କ ପରିବାରକୁ ସେମାନଙ୍କୁ ଡିସଚାର୍ଜ କରିବାକୁ କହୁଥିବା ଶୁଣିବାକୁ ମିଳିଛି, କିନ୍ତୁ କେହିବି ଏଥିପାଇଁ ପ୍ରସ୍ତୁତ ନଥିଲେ। ଏହା ପରେ ସେ ଏକ ଏକ୍ସପେରିମେଣ୍ଟ କରିବାକୁ ନିଷ୍ପତ୍ତି ନେଲେ। ଭିଡିଓରେ ସେ କହିଛନ୍ତି ଯେ ମକ ଡ୍ରିଲ ପାଇଁ ଏପ୍ରିଲ ୨୬ ତାରିଖରେ ସକାଳ ୭ଟାରେ ୫ ମିନିଟ ପାଇଁ ଅକ୍ସିଜେନ ସପ୍ଲାଏ ବନ୍ଦ କରିଦିଆଯାଇଥିଲା। ଯାହା ପରେ ୨୨ ଜଣ ରୋଗୀଙ୍କୁ ନିଶ୍ୱାସ ପ୍ରଶ୍ୱାସ ନେବାରେ ସମସ୍ୟା ହୋଇଥିଲା। ଏହା ପରେ ସେ ନିଷ୍ପତ୍ତି ନେଲେ ଯେ ବିନା ଅକ୍ସିଜେନରେ ଏହି ରୋଗୀମାନେ କୌଣସି ପରିସ୍ଥିତିରେ ବଞ୍ଚି ପାରିବେ ନାହିଁ। ଏହା ପରେ ଆଇସିୟୁ ୱାର୍ଡରେ ଭର୍ତ୍ତି ୭୨ ରୋଗୀଙ୍କ ପରିବାର ନିଜେ ଅକ୍ସିଜେନ ମଗାଇବା କଥା କହୁଥିଲେ। ଏହି ଘଟଣା ସାମ୍ନାକୁ ଆସିବା ପରେ ଉତ୍ତର ପ୍ରଦେଶ ସରକାର ତଦନ୍ତ ପାଇଁ ଆଦେଶ ଦେଇଛନ୍ତି। ଭିଡିଓ ଭାଇରାଲ ହେବା ପରେ ଆଗ୍ରାର ସିଏମଓ ଡାକ୍ତର ଆରସି ପାଣ୍ଡେ କହିଛନ୍ତି ଯେ ଭିଡିଓର ଯାଞ୍ଚ ପାଇଁ ଏକ କମିଟି ଗଠନ କରାଯାଇଛି।
ସ୍ବିସ୍ ବ୍ୟାଙ୍କରେ ଭାରତୀୟଙ୍କ କଳାଧନ ପରିମାଣ ସାଢ଼େ ୨୦ ହଜାର କୋଟିରୁ ଅଧିକ: ଖଣ୍ଡନ କଲେ କେନ୍ଦ୍ର ସରକାର…
ନୂଆଦିଲ୍ଲୀ,୧୯।୬: ସ୍ବିସ୍ ବ୍ୟାଙ୍କରେ ଜମା ହୋଇଥିବା ଭାରତୀୟଙ୍କ କଳାଧନ ପରିମାଣ ସାଢ଼େ ୨୦ ହଜାର କୋଟି ଟଙ୍କାରୁ ଅଧିକ ବୋଲି ସ୍ବିଜରଲାଣ୍ଡ୍ର ସେଣ୍ଟ୍ରାଲ୍ ବ୍ୟାଙ୍କ ପକ୍ଷରୁ...
ୟୁଏଇ-ଭାରତ ମଧ୍ୟରେ ୨୩ରୁ ବିମାନ ସେବା ଆରମ୍ଭ
ନୂଆଦିଲ୍ଲୀ/ଦୁବାଇ,୨୧।୬: ୟୁନାଇଟେଡ ଆରବ ଏମିରେଟ୍ସ(ୟୁଏଇ) ଏବଂ ଭାରତ ମଧ୍ୟରେ ଆସନ୍ତା ୨୩ତାରିଖରୁ ବିମାନ ସେବା ଆରମ୍ଭ ହେବ। ୟୁଏଇ ଏୟାରଲାଇନ ପକ୍ଷରୁ ଏହି ସୂଚନା ଦିଆଯାଇଛି।...
ଡେଲିଭରୀ ପାଇଁ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ମହିଳାଙ୍କ ବନ୍ଧ୍ୟାକରଣ ଅପରେଶନ୍ କରିଦେଲେ ଡାକ୍ତର…
ରାଞ୍ଚି,୨୦।୬: ଡେଲିଭରୀ ପାଇଁ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ଜଣେ ମହିଳାଙ୍କର ବନ୍ଧ୍ୟାକରଣ ଅପରେଶନ୍ କରି ଡାକ୍ତର ଏବେ ହରଡ଼ଘଣାରେ ପଡ଼ିଛନ୍ତି। ମହିଳା ତାଙ୍କ ପରିବାରର ଅନ୍ୟ...
ଶୁଭେନ୍ଦୁଙ୍କଠାରୁ ହାର୍ ମାନିବାକୁ ପ୍ରସ୍ତୁତ ନାହାନ୍ତି ଦିଦି: ଜୁନ୍ ୨୪ ଶୁଣାଣି
କୋଲକତା,୧୮।୬: ପଶ୍ଚିମବଙ୍ଗର ବିଧାନସଭା ନିର୍ବାଚନରେ ନନ୍ଦିଗ୍ରାମ ଆସନରୁ ଭାଜପା ପ୍ରାର୍ଥୀ ଶୁଭେନ୍ଦୁ ଅଧିକାରୀଙ୍କଠାରୁ ହାରିଯାଇଥିଲେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ପରେ ସେ ଶୁଭେନ୍ଦୁ ଅଧିକାରୀଙ୍କ ବିଜୟ...
ତୃତୀୟ ଲହର ବିପଦ: ଡେଲ୍ଟା ପ୍ଲସ୍ ଭାରିଆଣ୍ଟ୍ ତାଣ୍ଡବ ରଚିବା ଆଶଙ୍କା …
ନୂଆଦିଲ୍ଲୀ,୧୭।୬: କରୋନା ମହାମାରୀ ସଂକ୍ରମଣର ଦ୍ୱିତୀୟ ଲହର ଯୋଗୁ ଆତଙ୍କ ସୃଷ୍ଟି ହୋଇଛି। ଏପରିସ୍ଥଳେ ଭାରତରେ ସୃଷ୍ଟି ହୋଇଥିବା ଡେଲ୍ଟା ଭାରିଆଣ୍ଟ୍ର ନୂଆ ରୂପ ଡେଲ୍ଟା...
ବାରମ୍ବାର କଟୁଥିଲା ବିଜୁଳି, ଯାଞ୍ଚ ପାଇଁ ଖୁଣ୍ଟରେ ଚଢ଼ିଲେ ଶକ୍ତିମନ୍ତ୍ରୀ; ଆଉ ତା’ ପରେ…
ଭୋପାଳ,୧୯ା୬: ଗ୍ବାଲିୟରରେ ବାରମ୍ବାର ବିଜୁଳି କଟୁଥିବାରୁ ମଧ୍ୟପ୍ରଦେଶର ଶକ୍ତିମନ୍ତ୍ରୀ ପ୍ରଦ୍ୟୁମ୍ନ ତୋମର ଯାଞ୍ଚ କରିବା ପାଇଁ ଇଲେକ୍ଟ୍ରି ଖୁଣ୍ଟରେ ଚଢ଼ିଥିଲେ। ଶିଡ଼ି ସାହାଯ୍ୟରେ ଖୁଣ୍ଟରେ ଚଢ଼ି...
୮୧ ଦିନ ପରେ ୬୦ ହଜାର ତଳକୁ ଖସିଲା ନୂଆ ଆକ୍ରାନ୍ତଙ୍କ ସଂଖ୍ୟା…
ନୂଆଦିଲ୍ଲୀ,୨୦।୬: ଦେଶରେ କରୋନା ସଂକ୍ରମଣ ଯୋଗୁ ସ୍ଥିତିରେ ଧୀରେଧୀରେ ସୁଧାର ଆସୁଛି। ଲକ୍ଡାଉନ୍ ପ୍ରଭାବରୁ ସଂକ୍ରମଣ କମିବାରେ ଲାଗିଛି। ୮୧ ଦିନ ପରେ ଦେଶରେ ନୂଆ...
ଭାଜପାରେ ଫାଟ: ଶୁଭେନ୍ଦୁଙ୍କଠାରୁ ଦୂରେଇ ଯାଉଛନ୍ତି ବିଧାୟକ…
କୋଲକାତା,୧୫।୬: ପଶ୍ଚିମବଙ୍ଗରେ ଭାଜପାରେ ଫାଟ ବଢ଼ିବାରେ ଲାଗିଛି। ବିଧାନସଭା ନିର୍ବାଚନ ପୂର୍ବରୁ ବହୁନେତା ନିଜ ନିଜ ଦଳଛାଡି ଭାଜପାରେ ଯୋଗ ଦେଇଥିଲେ। ତେବେ ନିର୍ବାଚନ ପରେ...


