ନୂଆଦିଲ୍ଲୀ,୯।୬: ଦେଶରେ କରୋନା ସଂକ୍ରମଣ ଯୋଗୁ ସ୍ଥିତିରେ ଧୀରେଧୀରେ ସୁଧାର ଆସୁଛି। ନୂଆ ଆକ୍ରାନ୍ତ ଏବଂ ମୃତକଙ୍କ ସଂଖ୍ୟା କମିବାରେ ଲାଗିଛି। ଲକ୍ଡାଉନ୍ ପ୍ରଭାବରୁ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା କମୁଛି। ତେବେ ନୂଆ ଆକ୍ରାନ୍ତ ଏବଂ ମୃତକଙ୍କ ସଂଖ୍ୟା ଦିନେ କମିଲେ ପୁଣି ବଢୁଛି। ମଙ୍ଗଳବାର ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ୮୬ ହଜାର ୪୯୮ ଥିବାବେଳେ ମୃତକଙ୍କ ସଂଖ୍ୟା ୨,୧୨୩ ଥିଲା। ତେବେ ବୁଧବାର ନୂଆ ଆକ୍ରାନ୍ତଙ୍କ ସହିତ ମୃତକଙ୍କ ସଂଖ୍ୟା ପୁଣି ବଢ଼ିଛି। ଗତ ୨୪ ଘଣ୍ଟାରେ ଦେଶରେ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ୯୨ ହଜାର ୫୯୬ ରେ ପହଞ୍ଚିଛି। ସେହିପରି ଏହି ସମୟ ମଧ୍ୟରେ କରୋନାରେ ୨,୨୧୯ ଜଣଙ୍କ ମୃତ୍ୟୁ ଘଟିଥିବା ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି। ଏହି ସମୟ ମଧ୍ୟରେ ୧ ଲକ୍ଷ ୬୨ ହଜାର ୬୬୪ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ସୁସ୍ଥ ହେବା ହାର ଧୀରେଧୀରେ ବୃଦ୍ଧି ପାଉଛି। ଅପରପକ୍ଷରେ ୧୨ ଲକ୍ଷ ୩୧ ହଜାର ୪୧୫ ଜଣ ଚିକିତ୍ସିତ ହେଉଛନ୍ତି। ବର୍ତ୍ତମାନ ସୁଦ୍ଧା ୨୩ କୋଟି ୯୦ ଲକ୍ଷ ୫୮ ହଜାର ୩୬୦ ଲୋକଙ୍କୁ ଟିକାଦାନ କରାଯାଇ ସାରିଛି। ଅପରପକ୍ଷରେ ୩୭ କୋଟି ୧ ଲକ୍ଷ ୯୩ ହଜାର ୫୯୩ ଲୋକଙ୍କ ନମୁନା ପରୀକ୍ଷା କରାଯାଇଥିବା ଆଇସିଏମ୍ଆର ପକ୍ଷରୁ କୁହାଯାଇଛି।
Posted inକରୋନା ଭାଇରସ୍, ଜାତୀୟ View All
କୋର୍ଟରେ ଦୋଷୀ ସାବ୍ୟସ୍ତ ହେବା ପରେ ଏମିତି ଟୁଇଟ୍ କଲେ ଗମ୍ଭୀର
ନୂଆଦିଲ୍ଲୀ, ୩।୬: ଭାଜପା ଏମ୍ପି ଗୌତମ ଗମ୍ଭୀରଙ୍କ ଫାଉଣ୍ଡେଶନ ବେଆଇନ ଭାବେ କୋଭିଡ୍-୧୯ ଔଷଧ କିଣିଥିଲା। ଆଉ ତାହାକୁ ବିନା ଅନୁମତିରେ ବାଣ୍ଟି ଥିଲେ ବୋଲି...
ଥରିଲା ଆସାମ: ଉତ୍ତର-ପୂର୍ବ ଅଞ୍ଚଳରେ ଗତ ୨୪ଘଣ୍ଟାରେ ୫ଥର ଭୂକମ୍ପ
ଗୁଆହାଟି,୧୯।୬: ଆସାମରେ ଭୂକମ୍ପ ଝଟ୍କା ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୪.୨ ରହିଛି। ଉତ୍ତର-ପୂର୍ବ ଅଞ୍ଚଳରେ ଗତ ୨୪ ଘଣ୍ଟାରେ ଏହା ପଞ୍ଚମ...
ନିଃଶୁଳ୍କ ଅମ୍ଳଜାନ ଆଶ୍ରୟସ୍ଥଳୀ
ଭୁବନେଶ୍ୱର,୩।୬: କୋଭିଡ୍ ମହାମାରୀରେ ଅମ୍ଳଜାନର ଆବଶ୍ୟକତାକୁ ନଜରରେ ରଖି ସ୍ଲାଇଲ ପ୍ଲିଜ୍, ସ୍ପର୍ଶ ହସ୍ପିଟାଲ ଏବଂ ଓଡ଼ିଶା ସୋସାଇଟି ଅଫ୍ ଦ ଆମେରିକା ହେଲ୍ଥ ଆଣ୍ଡ...
ବିଚାରପତିଙ୍କୁ ଜୋତା ଫିଙ୍ଗିବାରୁ ୧୮ ମାସ ଜେଲ
ଅହମ୍ମଦାବାଦ: ଗୁଜରାଟ ହାଇକୋର୍ଟର ଜଣେ ବିଚାରପତିଙ୍କୁ ଜୋତା ଫିଙ୍ଗିବାରୁ ଜଣେ ବ୍ୟକ୍ତିଙ୍କୁ ଦେଢ଼ବର୍ଷ ପାଇଁ ଜେଲ ଦଣ୍ଡାଦେଶ ହୋଇଛି। ରାଜକୋଟ ଜିଲା ଭୟଭଦର ଚା’ ଦୋକାନୀ...
୩ ହଜାର ଜୁନିଅର ଡାକ୍ତର ଦେଲେ ଇସ୍ତଫା
ଭୋପାଳ,୪।୬: ମଧ୍ୟପ୍ରଦେଶରେ ବିଭିନ୍ନ ଦାବି ନେଇ ୬ଟି ମେଡିକାଲ କଲେଜର ଡାକ୍ତରମାନେ ହରତାଳ କରିଥିଲେ। ମାମଲା ହାଇକୋର୍ଟରେ ପହଞ୍ଚିଥିଲା। ଗୁରୁବାର ରାଜ୍ୟର ୬ ଟି ସରକାରୀ...
ଜୁନ ୭ରୁ ୧୦୦ପ୍ରତିଶତ କର୍ମଚାରୀଙ୍କୁ ନେଇ ଚାଲିବ ସମସ୍ତ ଘରୋଇ, ସରକାରୀ କାର୍ଯ୍ୟାଳୟ
ଅହମଦାବାଦ, ୪।୬: ଦେଶରେ କରୋନା ମହାମାରୀର ଦ୍ୱିତୀୟ ଲହର ଏବେବି ଜାରି ରହିଛି। ହେଲେ ଦୈନିକ ସଂକ୍ରମଣର ପଜିଟିଭ୍ ହାର ତଳକୁ ଖସିଛି। ଗତ ୨...
ନୂଆ ଆକ୍ରାନ୍ତ ସଂଖ୍ୟା ବଢ଼ିଲା, ମୃତକଙ୍କ ସଂଖ୍ୟା କମିଲା…
ନୂଆଦିଲ୍ଲୀ,୩।୬: ଦେଶରେ କରୋନା ସଂକ୍ରମଣ ଯୋଗୁ ସ୍ଥିତି ସଙ୍କଟ ଜନକ ହେବାରେ ଲାଗିଛି। କରୋନାର ଦ୍ୱିତୀୟ ଲହର ଆତଙ୍କ ସୃଷ୍ଟି କରିଛି। ନୂଆ ଆକ୍ରାନ୍ତ ଏବଂ...
ସ୍ତ୍ରୀ-ସ୍ବାମୀ ଏକାଠି ମିଶି ପିଉଥିଲେ ମଦ, ଆସିଲା ଫୋନ୍ କଲ୍; ଆଉ ତା’ପରେ ସବୁ ବଦଳି ଗଲା
ମିରୁଟ୍,୧୧।୬: ଉତ୍ତରପ୍ରଦେଶର ମିରୁଟ୍ରେ ଏକ ଅଭାବନୀୟ ଘଟଣା ଘଟିଛି। ଜଣେ ମଦ୍ୟପ ସ୍ବାମୀ ତୀକ୍ଷ୍ଣ ଅସ୍ତ୍ରରେ ନିଜ ସ୍ତ୍ରୀଙ୍କ ବେକକୁ କାଟି ଦେଇଛନ୍ତି। ଆକ୍ରମଣ ସମୟରେ...


