ଭୁବନେଶ୍ୱର, ୯/୬(ବ୍ୟୁରୋ):ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଆସନ୍ତା ୨ରୁ ୩ଦିନ ମଧ୍ୟରେ ଓଡ଼ିଶା ଛୁଇଁବ। ଏ ନେଇ ମଙ୍ଗଳବାର ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ମଙ୍ଗଳବାର ମହାରାଷ୍ଟ୍ରର ଆଲିବାଗ, ପୁଣେ ଆଦି ସ୍ଥାନରେ ପହଞ୍ଚତ୍ଛି। ସେହିପରି ଦକ୍ଷିଣପୂର୍ବ ଭାରତରେ ଏହା ଆନ୍ଧ୍ରପ୍ରଦେଶର ଆଉ କିଛି ଅଞ୍ଚଳ ଯେପରିକି ଶ୍ରୀହରିକୋଟା, ରେଣ୍ଟାଚିନ୍ତଲାକୁ ଛୁଇଁଛି। ଆଗାମୀ ୨ରୁ ୩ ଦିନ ମଧ୍ୟରେ ଓଡ଼ିଶାର କେତେକ ଅଞ୍ଚଳକୁ ଛୁଇଁବାର ସମ୍ଭାବନା ରହିଛି ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି। ଆସନ୍ତା ୧୧ ତାରିଖ ବେଳକୁ ଉତ୍ତର ବଙ୍ଗୋପସାଗର ଓ ଆଖପାଖ ଅଞ୍ଚଳରେ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ୧୦ରୁ ୧୪ ପର୍ଯ୍ୟନ୍ତ ଓଡ଼ିଶାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଅନେକ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ତେବେ ୧୧ ଓ ୧୨ରେ ରାଜ୍ୟର ଅନେକ ସ୍ଥାନରେ ପ୍ରଳବରୁ ଅତି ପ୍ରବଳ ବର୍ଷା ହେବ। ୧୧ରେ ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତ୍ସିଂହପୁର, କଟକ, ଅନୁଗୋଳ, ଢେଙ୍କାନାଳ, ପୁରୀ ଓ ଖୋର୍ଦ୍ଧା ଜିଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ। ସେହିପରି ୧୨ରେ ବଲାଙ୍ଗୀର, ସୋନପୁର, ବୌଦ୍ଧ, ସମ୍ବଲପୁର, ବରଗଡ଼, କଳାହାଣ୍ଡି ଓ ନୂଆପଡ଼ାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ। ସେଥିପାଇଁ ଏହି ଦୁଇଦିନ ଏସବୁ ଜିଲାକୁ ଅରେଞ୍ଜ ଓ୍ବାର୍ନିଂ ଜାରି କରିଛି ପାଣିପାଗ କେନ୍ଦ୍ର। ମଙ୍ଗଳବାର ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହୋଇଛି। ନୟାଗଡ଼ରେ ସର୍ବାଧିକ ୨୯ମିମି ବର୍ଷା ହୋଇଥିବା ରେକର୍ଡ କରାଯାଇଛି। ଅନ୍ୟପକ୍ଷରେ ୬ଟି ସହରରେ ତାପମାତ୍ରା ୪୦ଡିଗ୍ରୀ ଉପରେ ରହିଥିଲା। ବୌଦ୍ଧରେ ସର୍ବାଧିକ ୪୧ଡିଗ୍ରୀ ରହିଥିବା ବେଳେ ସୋନପୁର ୪୦.୮, ବଲାଙ୍ଗୀର ୪୦.୪, ଟିଟିଲାଗଡ଼ ୪୦.୨, ଭବାନୀପାଟଣା ଓ ସୁନ୍ଦରଗଡ଼ରେ ୪୦ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି।
ଏଥର ସ୍ବାଭାବିକ ମୌସୁମୀ
ଭୁବନେଶ୍ୱର,୨ା୬(ବ୍ୟୁରୋ):ଚଳିତ ବର୍ଷ ଦକ୍ଷିଣ ପଶ୍ଚିମ ମୌସୁମୀ ସ୍ବାଭାବିକ ରହିବ। ଓଡ଼ିଶାରେ ସ୍ବାଭାବିକ ବର୍ଷା ହେବ। ରାଜ୍ୟରେ ହାରାହାରି ବୃଷ୍ଟିପାତ ୧୧୫ରୁ ୧୨୦ ସେଣ୍ଟିମିଟର ହେବ ବୋଲି...
ଟିକାକରଣ: ରାଶନ କାର୍ଡ ପରିଚୟ ପତ୍ର ହୋଇପାରିବ
ଭୁବନେଶ୍ୱର, ୧୭ା୬(ବ୍ୟୁରୋ): ଏଣିକି ରାଶନ କାର୍ଡକୁ ମଧ୍ୟ ଟିକାକରଣବେଳେ ପରିଚୟ ପତ୍ର ଭାବେ ବ୍ୟବହାର କରିହେବ। ଟିକାକରଣ ପାଇଁ କୋଓ୍ବିନ ପୋର୍ଟାଲରେ ୭ ପ୍ରକାରର ପରିଚୟ...
ଯୁକ୍ତ ଦୁଇ ମୂଲ୍ୟାୟନ, ରେଜଲ୍ଟ ନେଇ ମନ୍ତ୍ରୀ ଦେଲେ ଏହି ସୂଚନା
ଭୁବନେଶ୍ୱର,୫ା୬(ବ୍ୟୁରୋ): କରୋନା ମହାମାରୀକୁ ଦୃଷ୍ଟିରେ ରଖି ଚଳିତବର୍ଷ ସରକାର ଯୁକ୍ତ ଦୁଇ ପରୀକ୍ଷାକୁ ବାତିଲ କରିଛନ୍ତି। ତେବେ ବର୍ତ୍ତମାନ କେମିତି ମୂଲ୍ୟାୟନ ହେବ ଏବଂ କେବେ...
ଟିକାକରଣ କେନ୍ଦ୍ରରେ ପୋଷ୍ଟର ଲଗାକୁ ନେଇ ଜୋର ଧରିଲା ରାଜନୀତି
ଭୁବନେଶ୍ୱର,୨୨।୬(ବ୍ୟୁରୋ): ରାଜ୍ୟର ବିଭିନ୍ନ ଟିକାକରଣ କେନ୍ଦ୍ରରେ ପୋଷ୍ଟର ଲଗାଯିବାକୁ ନେଇ ଜୋର ଧରିଲା ରାଜନୀତି। ଟିକାକରଣ କେନ୍ଦ୍ରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଫଟୋଚିତ୍ରକୁ ବାଦ୍ଦେଇ କେବଳ...
ବଦଳିବ ଜିଲା ସ୍ବାସ୍ଥ୍ୟକେନ୍ଦ୍ର ରୂପରେଖ
ଅନୁଗୋଳ ଅଫିସ, ୬।୬: ଅନୁଗୋଳ ଜିଲା ମୁଖ୍ୟ ଚିକିତ୍ସାଳୟର ନବକଳେବର ହେବ। ମଲ୍ଟି ସ୍ପେଶିଆଲିଟି ଢାଞ୍ଚାରେ ଏହାକୁ ନିର୍ମାଣ କରାଯିବ। ନୂଆ କୋଠାରେ ପୃଥକ୍ ବହିର୍ବିଭାଗ (ଓପିଡି),...
ନୂଆ ବିପିଏଲ୍ ତାଲିକା ପ୍ରସ୍ତୁତିରେ ଅନିଶ୍ଚିତତା
କଟକ ସଦର, ୩।୬(ଡି.ଏନ.ଏ.): ଦେଶରେ ଦାରିଦ୍ର୍ୟ ସୀମାରେଖା ତଳେ ଥିବା ଲୋକଙ୍କୁ ଚିହ୍ନଟ କରିବା ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ବିପିଏଲ ଗାଇଡ୍ଲାଇନ୍ ପ୍ରସ୍ତୁତ ହୋଇଥିଲା।...
ଓଏଏସ୍ ସ୍ତରରେ ଅଦଳବଦଳ:ଇନ୍ଦ୍ରମଣି ତ୍ରିପାଠୀ ସୂଚନା ଓ ଲୋକ ସମ୍ପର୍କ ବିଭାଗ ନିର୍ଦ୍ଦେଶକ
ଭୁବନେଶ୍ୱର, ୨।୬(ବ୍ୟୁରୋ):ରାଜ୍ୟ ସରକାର ଓଏଏସ୍ ଅଫିସର ସ୍ତରରେ ଅଦଳବଦଳ କରିଛନ୍ତି। ଏ ନେଇ ମଙ୍ଗଳବାର ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ବିଜ୍ଞପ୍ତି...
ଗୋଟିଏ କୋଠରିରେ ୧୫୦ କର୍ମଚାରୀ
ପାଲଲହଡା,୨୫ା୬(ଡି.ଏନ.ଏ.) ଅନୁଗୋଳରେ କାବୁକୁ ଆସିନି କରୋନା ସଂକ୍ରମଣ। ସେଥିପାଇଁ ଏହି ଜିଲାକୁ ରାଜ୍ୟ ସରକାର କାଟାଗୋରି-ବି’ରେ ରଖିଛନ୍ତି। ଅର୍ଥାତ୍ ପୂର୍ବପରି ଲଗାଯାଇଥିବା କଡ଼ା କଟକଣା ଏଠାରେ...


