ବୋଲଗଡ଼/ନିରାକାରପୁର/ବାଣପୁର,୯ା୬(ଡି.ଏନ୍.ଏ.):କରୋନା ପାଇଁ ରାଜ୍ୟରେ ଲକ୍ଡାଉନ ଜାରି ରହିଛି। ଏହି ସମୟରେ ବୋଲଗଡ଼ ଅଞ୍ଚଳରେ ଚୋରା ମଦ ବେପାରୀମାନେ ସକ୍ରିୟ ହୋଇ ଉଠିଛନ୍ତି। ବୋଲଗଡ଼ ପୋଲିସ ମଙ୍ଗଳବାର ବୋଲଗଡ଼ ଗ୍ରାମ ତୃତୀୟାପଡା ସାହିରେ ଚଢ଼ାଉ କରି ୨୨ ପେଟି ମଦ ଜବତ କରିବା ସହ ଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି। ଅଭିଯୁକ୍ତ ହେଲେ ତୃତୀୟାପଡାର ସନ୍ତୋଷ ଜେନା(୪୦)। ବିଭିନ୍ନ କମ୍ପାନୀର ୧୩୯.୫ ଲିଟର ବିଦେଶୀ ମଦ ଜବତ କରାଯାଇଥିବା ତଦନ୍ତ ଅଧିକାରୀ ଏସ୍ଆଇ ଚନ୍ଦନ ସାହୁ କହିଛନ୍ତି। ଏନେଇ ଥାନାରେ ମାମଲା (ନଂ.୮୮/୨୧) ରୁଜୁ ହୋଇଛି। ସୂଚନା ମୁତାବକ, ତୃତୀୟାପଡ଼ା ଅଞ୍ଚଳରେ ଚୋରା ମଦ ବ୍ୟବସାୟ ହେଉଥିବା ନେଇ ପୋଲିସକୁ ସୂଚନା ମିଳିଥିଲା। ଏସ୍ଆଇ ସାହୁ ସାଦା ପୋଷାକରେ ତୃତୀୟାପଡାରେ ପହଞ୍ଚତ୍ ଏକ ଦୋକାନୀଙ୍କୁ ମଦ ଦେବାକୁ କହିଥିଲେ। ଦୋକାନୀ ମଦ ଦେବା ପରେ ଏସ୍ଆଇ ସାହୁ ଓ ତାଙ୍କ ସହ ଯାଇଥିବା ପୋଲିସ କର୍ମଚାରୀମାନେ ଜେନାଙ୍କୁ କାବୁ କରିନେଇଥିଲେ। ଦୋକାନରେ ଅଳ୍ପ ମଦ ବୋତଲ ଜବତ କରିବା ପରେ ନିକଟସ୍ଥ ଏକ ଘରୁ ବିପୁଳ ମଦ ଜବତ କରିଥିଲେ।
ଜଙ୍କିଆ ଥାନା ଓ ସିକୋ ଫାଣ୍ଡି ପୋଲିସ ଏକଡାଳିଆ ଜଙ୍ଗଲରେ ଚଢ଼ାଉ କରି ୩ହଜାର ଲିଟର ପୋଚ, ୧୬୦ଲିଟର ରନ୍ଧାମଦ ସମେତ ଗୋଟିଏ ଜେନେରେଟର, ୩ ଗ୍ୟାସ୍ ଟାଙ୍କି, ପାଣି ମୋଟର ପମ୍ପ,୧୮ ଡ୍ରମ, ୩ ବଡହଣ୍ଡା ଜବତ କରିଛି। ଚଢ଼ାଉ ପୂର୍ବରୁ ସେଠାରୁ ଅଭିଯୁକ୍ତମାନେ ଖସିଯାଇଥିଲେ। ଏନେଇ ପୋଲିସ ଏକ ମାମଲା (ନଂ.୧୧୭/୨୧) ରୁଜୁ କରି ତଦନ୍ତ ଚଳାଇଛି। ସେହିପରି ବାଣପୁର ବ୍ଲକ ଦାମିଆ ବରବରା ପଞ୍ଚାୟତର ଦୁଇଟି ସ୍ଥାନରେ ପୋଲିସ ଓ ଅବକାରୀ ବିଭାଗ ପକ୍ଷରୁ ଚଢ଼ାଉ କରି ୬୧୭୫ ଲିଟର ଦେଶୀ ମଦ ଜବତ କରିଛି। ତେବେ ମଦ ବେପାରୀମାନେ ଖସି ପଳାଇଥିଲେ। ଜିଲା ଅବକାରୀ ଉପଅଧୀକ୍ଷିକା ସୁମିତ୍ରା ଓରାମଙ୍କ ନେତୃତ୍ୱରେ ବାଲୁଗଁା ଓ ଟାଙ୍ଗୀ ଅବକାରୀ ବିଭାଗ କର୍ମଚାରୀଙ୍କ ସମେତ ବାଣପୁର ପୋଲିସର ଏକ ଟିମ୍ ପଞ୍ଚାୟତର କୋଷରଡା ଏବଂ ପ୍ରଧାନ ସାହିରେ ଚଢ଼ାଉ କରିଥିଲେ। ଦୁଇଟି ସ୍ଥାନରୁ ୬ହଜାର ଲିଟର ଓ ୧୭୫ଲିଟର ରନ୍ଧାମଦ ଜବତ କରାଯାଇଥିଲା। ବାଣପୁର ଅତିରିକ୍ତ ତହସିଲଦାର ପ୍ରମୋଦ ପାଢୀ ଏହି ଚଢ଼ାଉରେ ସାମିଲ ଥିଲେ।
Posted inଆମ ଜିଲା ଖବର, ଖୋର୍ଦ୍ଧା View All
ଲେଖିକା ମୀନାକ୍ଷୀ ଦେବୀଙ୍କ ପରଲୋକ
କଟକ ଅଫିସ, ୩।୬: ବିଶିଷ୍ଟ ଲେଖିକା ତଥା ଉତ୍କଳ ସାହିତ୍ୟ ସମାଜ ସାଧାରଣ ସମ୍ପାଦିକା ମୀନାକ୍ଷୀ ଦେବୀ(୬୬)ଙ୍କର ବୁଧବାର ପରଲୋକ ହୋଇଯାଇଛି। କଟକ ରାଜାବଗିଚା ଚକୋଲେଟ୍...
ପାଳିଆ ସେବାୟତଙ୍କୁ ସ୍ନାନଯାତ୍ରା ପାସ୍
ପୁରୀ ଅଫିସ,୨୩ା୬: ଆସନ୍ତାକାଲି ମହାପ୍ରଭୁଙ୍କ ସ୍ନାନଯାତ୍ରା। ଏଥିପାଇଁ ଆଜି ରାତିରୁ ଆରମ୍ଭ ହେବ ଶ୍ରୀଜିଉଙ୍କ ପହଣ୍ଡି ନୀତି। ତେବେ କୋଭିଡ କଟକଣା ପାଇଁ ଚଳିତବର୍ଷ ବିନା...
ବଜ୍ରପାତ ନେଲା ୨ ଚାଷୀଙ୍କ ଜୀବନ
ପାଟଣା,୨୧।୬: କେନ୍ଦୁଝର ଜିଲା ପାଟଣା ବ୍ଲକ ଖିରେଇଟାଙ୍ଗିରି ପଞ୍ଚାୟତ ଡଳଙ୍ଗ ଗ୍ରାମରେ ସୋମବାର ବଜ୍ରପାତ ଘଟି ୨ ଚାଷୀଙ୍କ ମୃତ୍ୟୁ ଘଟିଛି। ସେମାନେ ବିଲରେ ତଳି...
ଅତ୍ୟଧିକ କାର୍ଯ୍ୟ ଚାପରେ ଜୀବନ ହାରିଲେ ମହିଳା ଯନ୍ତ୍ରୀ
ଭଞ୍ଜନଗର,୨୪ା୬: ଗଞ୍ଜାମ ଜିଲା ଭଞ୍ଜନଗର ଗ୍ରାମ୍ୟ ଉନ୍ନୟନ ବିଭାଗରେ କାର୍ଯ୍ୟରତ ମହିଳା ଯନ୍ତ୍ରୀ ଜେ. ଅନିତା(୩୩) ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ସେ ନିର୍ବାହୀ ଯନ୍ତ୍ରୀଙ୍କ...
କୋଭିଡ୍ ନିୟମ ଉଲ୍ଲଘଂନ: ୫ ଦୋକାନ ସିଲ୍
କେସିଙ୍ଗା,୧୪।୬(ଡି.ଏନ୍.ଏ.): କଳାହାଣ୍ଡି ଜିଲା କେସିଙ୍ଗା ସହରର କୋଭିଡ୍ ନିୟମ ଉଲ୍ଲଘଂନ ନେଇ ୫ଟି ଦୋକାନକୁ ସୋମବାର ଏନ୍ଏସି ପ୍ରଶାସନ ପକ୍ଷରୁ ସିଲ କରାଯାଇଛି । ଉକ୍ତ...
ହାତଗଣ୍ଠି ପୂର୍ବରୁ ଉଠିଲା କୋକେଇ
ଭଦ୍ରକ ଅଫିସ,୧୮।୬: ଶୁକ୍ରବାର ଥିଲା ବାହାଘର। ଏନେଇ ଘରେ ଚାଲିଥିଲା ପ୍ରସ୍ତୁତି। ବେଶ୍ ଖୁସି ଥିଲେ ପରିବାର ଲୋକ। ହେଲେ ବିଧିର ବିଧାନ ଥିଲା ଭିନ୍ନ।...
ଚାଷୀ ନ ଥାଇ ଧାନ କିଣା
ଯାଜପୁର ଅଫିସ,୨୩ା୬:୨୦୨୦-୨୧ରେ ଧାନ ସଂଗ୍ରହରେ ଘୋର ଅନିୟମିତତା ହୋଇଛି। ଏଥିରେ ଯାଜପୁର, ବରଗଡ଼, ଭଦ୍ରକ, ଗଞ୍ଜାମ, ନୂଆପଡ଼ା, ସମ୍ବଲପୁର ଓ ସୁବର୍ଣ୍ଣପୁର ଜିଲାର ୩୩ ମହିଳା...
ଡାକ୍ତରଙ୍କୁ ଆକ୍ରମଣର ପ୍ରତିବାଦ: ଆଇଏମ୍ଏ କଟକ ଶାଖା ପକ୍ଷରୁ ଧାରଣା
କଟକ ଅଫିସ, ୧୯।୬: କରୋନା ସମୟରେ ଡାକ୍ତରମାନେ କୋଭିଡ୍ ଯୋଦ୍ଧା ଭାବେ ରୋଗୀଙ୍କ ସେବା ଜାରି ରଖିଛନ୍ତି। ମାତ୍ର ଏଭଳି ସ୍ଥିତିରେ ଡାକ୍ତରମାନଙ୍କ ପ୍ରତି ହିଂସାତ୍ମକ...


