ଛତ୍ରପୁର,୯।୬(ଡି.ଏନ୍.ଏ.): ଆଗାମୀ ଦିନରେ କରୋନା ତୃତୀୟ ଲହରରେ ଶିଶୁମାନେ ବେଶି ସଂକ୍ରମିତ ହେବା ନେଇ ବିଶେଷଜ୍ଞ ମତ ରଖିଛନ୍ତି। ଏହି ପରିପ୍ରେକ୍ଷୀରେ
କରୋନା ସଂକ୍ରମଣଠାରୁ ଶିଶୁଙ୍କୁ ସୁରକ୍ଷା ରଖିବା ପାଇଁ ଗଞ୍ଜାମ ଜିଲା ପ୍ରଶାସନ ତରଫରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ଜିଲାପାଳ ବିଜୟ ଅମୃତା କୁଲାଙ୍ଗେଙ୍କ ନିର୍ଦ୍ଦେଶ କ୍ରମେ ଜିଲାର ସମସ୍ତ ଘରକୁ ଘର ବୁଲି ଶିଶୁମାନଙ୍କର କୋଭିଡ ଲକ୍ଷଣ ଯାଞ୍ଚ ବୁଧବାରଠାରୁ ଆରମ୍ଭ ହୋଇଛି । ଏହି ଯାଞ୍ଚ ପ୍ରକ୍ରିୟା ଆଗାମୀ ୩ ମାସ ପର୍ଯ୍ୟନ୍ତ ଚାଲୁ ରହିବ ବୋଲି ସୂଚନା ଦିଆଯାଇଛି। ଆଶାକର୍ମୀ, ଏ.ଏନ୍.ଏମ. ଏବଂ ଅଙ୍ଗନଓ୍ବାଡି କର୍ମୀଙ୍କୁ ଏଥିରେ ସାମିଲ କରାଯାଇଛି। କୋଭିଡ ଲକ୍ଷଣ, ଅକ୍ସିଜେନ ସ୍ତର ଯାଞ୍ଚ କାର୍ଯ୍ୟ କୋଭିଡ ନିୟମ ଅନୁପାଳନ କରାଯାଇ ହେଉଛି ।
ଲକ୍ଷଣ ଯୁକ୍ତ ଶିଶୁମାନଙ୍କୁ ଅଧିକ ଯତ୍ନ ଏବଂ ସୁଷମ ଖାଦ୍ୟ ଦିଗରେ ଧ୍ୟାନ ଦେବାକୁ ପରାମର୍ଶ ଦିଆଯାଇଛି । ଏହି ଅଭିଯାନ ପରିଚାଳନା ଦିଗରେ ବ୍ରହ୍ମପୁର ମହାନଗର ନିଗମ ଅଞ୍ଚଳରେ କମିଶନର୍ ଏବଂ ବ୍ଲକ ସ୍ତରରେ ଗୋଷ୍ଠୀ ଉନ୍ନୟନ ଅଧିକାରୀଗଣ ନୋଡାଲ ଅଧିକାରୀ ଭାବେ କାର୍ଯ୍ୟ ସମ୍ପାଦନ କରୁଛନ୍ତି । ସାମାନ୍ୟ ଲକ୍ଷଣଯୁକ୍ତ ଶିଶୁ ମାନଙ୍କର ତଣ୍ଟି ଦରଜ ହେବା, କାଶ ହେବା, ଶ୍ବାସକ୍ରିୟାରେ ଅସୁବିଧା ଥିଲେ ସେମାନଙ୍କ ଗୃହରେ ଏକାନ୍ତ ରଖି ଚିକିତ୍ସା କରାଯିବାକୁ ପରାମର୍ଶ ଦିଆଯାଇଛି । ଅଭିଭାବକ କିମ୍ବା ପିତାମାତାଗଣ ଡାକ୍ତରମାନଙ୍କ ସହିତ କିମ୍ବା ସମ୍ପୃୃକ୍ତ ଅଧିକାରୀମାନଙ୍କ ସହିତ ବରାବର ଯୋଗସୂତ୍ର ରକ୍ଷାକରି ଶିଶୁ ମାନଙ୍କର ଯତ୍ନ ସମ୍ପର୍କରେ ପରାମର୍ଶ ଅନୁଯାୟୀ ଯତ୍ନ ନେବେ । ଅବସ୍ଥା ଗୁରୁତର ହେଲେ ସମ୍ପୃକ୍ତ ଶିଶୁଙ୍କୁ ଚିକିତ୍ସାଳୟକୁ ନେଇ ଚିକିତ୍ସା ପାଇଁ ଜିଲାପାଳ ପରାମର୍ଶ ଦେଇଛନ୍ତି।
ସମ୍ଭାବ୍ୟ ତୃତୀୟ ଲହର ମୁକାବିଲା: ଗଞ୍ଜାମରେ ଶିଶୁଙ୍କ କୋଭିଡ୍ ଲକ୍ଷଣ ଯାଞ୍ଚ ଆରମ୍ଭ
Posted inଆମ ଜିଲା ଖବର, ଗଞ୍ଜାମ View All
ସଡକ ଦୁର୍ଘଟଣାରେ ଚାଲିଗଲା ଦୁଇ ଜୀବନ
ଚୌଦାର ,୧୬।୬(ଡ଼ି.ଏନ.ଏ):- ୧୬ନଂ ଜାତୀୟ ରାଜପଥ ମଙ୍ଗୁଳି ଛକ ନିକଟରେ ଗତକାଲି ବିଳମ୍ବିତ ରାତିରେ ଦୁର୍ଘଟଣା ଘଟି ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ...
ମାମୁ ଘରେ ରହିବେ ଅନାଥ ଭଉଣୀ ଭାଇ: ମିଳିବ ସରକାରୀ ସୁବିଧା
ଝାରସୁଗୁଡା ଅଫିସ୍,୭।୬: ମହାମାରୀ କରୋନା ଅନେକଙ୍କୁ ମା’ ବାପା ଛେଉଣ୍ଡ କରିଛି। ସେମାନେ କିପରି ସମାଜରେ ମଣିଷ ହେବେ ଏନେଇ ସୁପ୍ରୀମକୋର୍ଟ ଥଇଥାନ ଚିନ୍ତା କରିଛନ୍ତି।...
କଟକଣାରେ ପୁରୀ ରଥଯାତ୍ରା: ଥରେ ନୁହେଁ ସମ୍ପୃକ୍ତ ଲୋକଙ୍କ ହେବ ୪ ଥର କରୋନା ଟେଷ୍ଟ
ଭୁବନେଶ୍ୱର,୧୮।୬: କରୋନା କଟକଣା ମଧ୍ୟରେ ଗତ ବର୍ଷ ପରି ଚଳିତ ବର୍ଷ ମଧ୍ୟ ପୁରୀରେ ରଥଯାତ୍ରା ପାଳନ ହେବାକୁ ଯାଉଛି। ତେବେ ଏହି ରଥଯାତ୍ରାରେ ସମ୍ପୃକ୍ତ...
କାଳବୈଶାଖୀର ତାଣ୍ଡବ: ବଜ୍ରପାତରେ ଚାଲିଗଲା ୬ ଗୋରୁଙ୍କ ଜୀବନ
ବାଲିଗୁଡା,୧୦।୬(ଡି.ଏନ.ଏ.): କନ୍ଧମାଳ ଜିଲା ବାଲିଗୁଡ଼ା ତଥା ଏହାର ଆଖପାଖ ଅଞ୍ଚଳରେ କାଳବୈଶାଖୀର ତାଣ୍ଡବ ଦେଖିବାକୁ ମିଳିଛି । ବାଲିଗୁଡ଼ା ଥାନା ବାରଖମା ପଞ୍ଚାୟତରେ ବଜ୍ରପାତରେ ୬...
କରୋନା ମୃତ୍ୟୁରେ ଲାଗୁନି ବ୍ରେକ୍: ପୁଣି ଗଞ୍ଜାମରୁ ୩ ଜୀବନ ନେଲା
ଛତ୍ରପୁର,୧୭।୬(ଡି.ଏନ୍.ଏ.): ଗଞ୍ଜାମ ଜିଲାରେ କରୋନା ଜନିତ ମୃତ୍ୟୁରେ ବ୍ରେକ ଲାଗୁନି। ପୁଣି ଜିଲାର ଆଉ ୩ ଜଣଙ୍କ କରୋନାରେ ମୃତ୍ୟୁ ଘଟିଛି। ଏହାକୁ ମିଶାଇ କରୋନାର...
ବୃଦ୍ଧ ବ୍ୟବସାୟୀଙ୍କୁ ମାଡ଼: ମାଜିଷ୍ଟ୍ରେଟଙ୍କୁ ମହଙ୍ଗା ପଡ଼ିଲା
ଝାରସୁଗୁଡା ଅଫିସ୍,୪।୬: କୋଭିଡ୍ ତଦାରଖ ମାଜିଷ୍ଟ୍ରେଟ୍ ଦାୟିତ୍ୱରେ ଥିବା ଝାରସୁଗୁଡ଼ା ଅତିରିକ୍ତ ତହସିଲଦାର ଯୋଗୀତା ତିର୍କୀ ବୁଧବାର ଜଣେ ବୃଦ୍ଧ ତରଭୂଜ ବିକାଳୀ ଏବଂ ତାଙ୍କର...
ରାଗି ଘରୁ ଚାଲିଆସିଥିଲେ, ଆଜି ଗଛରେ ଝୁଲୁଥିଲା ମୃତଦେହ
ଚୌଦ୍ୱାର,୪ା୬(.): କଟକ ଜିଲା ଟାଙ୍ଗି ଥାନା ଅନ୍ତର୍ଗତ ଚୌଦ୍ୱାର ଇଟୁଆ ରାସ୍ତାରେ ଗାଲା ପୋଲ ତଳେ ଥିବା ବିରୂପା ନଦୀପଠାରୁ ଝୁଲନ୍ତା ମୃତ ଦେହ ଜବତ...
ବଳଦେବଜୀଉ ମନ୍ଦିର ଚତୁଃପାର୍ଶ୍ୱରେ ୧୪୪ ଧାରା ଲାଗୁ
କେନ୍ଦ୍ରାପଡ଼ା ଅଫିସ,୨୪ା୬: କେନ୍ଦ୍ରାପଡ଼ା ବଳଦେବଜୀଉ ମନ୍ଦିର ନିକଟରେ ଜିଲା ପ୍ରଶାସନ ପକ୍ଷରୁ ୧୪୪ ଧାରା ଜାରି କରାଯାଇଛି। ସ୍ନାନ ପୂର୍ଣ୍ଣିମାକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ...


