E-Paper
  • logo
  • Saturday 25th July 2026 | Today's Paper | Archives
  • Dharitri Logo
  • Thursday, March 28, 2019 | Archives
  • .
  • ରାଜ୍ୟ
  • ଜାତୀୟ
  • ମେଟ୍ରୋ
  • ଅନ୍ତର୍ଜାତୀୟ
  • ଖେଳ
  • ଫୁରସତ
  • ବାଣିଜ୍ୟ
  • ସମ୍ପାଦକୀୟ
  • ଜୀବନଚର୍ଯ୍ୟା
  • ଅପରାଧ
  • ମନୋରଞ୍ଜନ
  • ଆମ ଜିଲା ଖବର
    • ମୟୂରଭଞ୍ଜ
    • ବାଲେଶ୍ୱର
    • ଭଦ୍ରକ
    • କେନ୍ଦୁଝର
    • ଢେଙ୍କାନାଳ
    • ଅନୁଗୋଳ
    • ଯାଜପୁର
    • କେନ୍ଦ୍ରାପଡ଼ା
    • ଜଗତ୍‌ସିଂହପୁର
    • କଟକ
    • ପୁରୀ
    • ଖୋର୍ଦ୍ଧା
    • ନୟାଗଡ଼
    • ଗଞ୍ଜାମ
    • ଗଜପତି
    • କନ୍ଧମାଳ
    • କୋରାପୁଟ
    • ମାଲକାନଗିରି
    • ରାୟଗଡା
    • ନବରଙ୍ଗପୁର
    • କଳାହାଣ୍ଡି
    • ନୂଆପଡ଼ା
    • ବୌଦ୍ଧ
    • ସୁବର୍ଣ୍ଣପୁର
    • ବଲାଙ୍ଗୀର
    • ସମ୍ବଲପୁର
    • ବରଗଡ଼
    • ଝାରସୁଗୁଡ଼ା
    • ଦେବଗଡ଼
    • ସୁନ୍ଦରଗଡ଼
  • ଅନ୍ୟାନ୍ୟ
    • କରୋନା ଭାଇରସ୍‌
    • ଶ୍ରେଷ୍ଠ ପାଞ୍ଚ
    • ଆଜିର ଫଟୋ
  • ଖେଳନ୍ତୁ ଗେମ୍ସ
Posted inମନୋରଞ୍ଜନ

ସ୍ବାମୀଙ୍କ ନାଁରେ ଅଭିଯୋଗ ଆଣିଲେ ନୁଶ୍‌ରତ୍‌: ବ୍ୟାଙ୍କ୍‌ରୁ ନେଇଯାଇଛନ୍ତି ମୋ ଟଙ୍କା, ପୈତୃକ ଅଳଙ୍କାର
3:57 pmJune 9, 2021

ତୃଣମୂଳ କଂଗ୍ରେସ ଏମ୍‌ପି ତଥା ବଙ୍ଗୀୟ ଅଭିନେତ୍ରୀ ନୁଶ୍‌ରତ୍‌ ଜାହାଁ ଏବେ ଚର୍ଚ୍ଚାରେ ଅଛନ୍ତି। ଏବେ ଚର୍ଚ୍ଚା ହେଉଛି ନୁଶ୍‌ରତ୍‌ କୁଆଡେ ୬ ମାସର ଗର୍ଭବତୀ ଅଛନ୍ତି। କିନ୍ତୁ ତାଙ୍କ ସ୍ବାମୀ ନିଖିଲ ଜୈନଙ୍କୁ ଏହି ଗର୍ଭଧାରଣ ବିଷୟରେ କୌଣସି ସୂଚନା ନାହିଁ। ଏପରିକି ଦାବି ହେଉଛି ଯେ, ନୁଶ୍‌ରତ୍‌ ଏବଂ ନିଖିଲଙ୍କ ବିବାହ ମଧ୍ୟ ଭାଙ୍ଗିବା ପର୍ଯ୍ୟାୟରେ ଅଛି। ଏବେ ସୋସିଆଲ ମିଡିଆରେ ଏବଂ ଗଣମାଧ୍ୟମରେ ଏନେଇ ଜୋରଦାର ଚର୍ଚ୍ଚା ହେଉଛି। ଏବେ ଏନେଇ ମୁହଁ ଖୋଲିଛନ୍ତି ନୁଶରତ୍‌। ସେ କହିଛନ୍ତି ଯେ, ସେ ଏବଂ ନିଖିଲ ତୁର୍କୀ ନିୟମ ଅନୁଯାୟୀ ବିବାହ କରିଥିଲେ ଏବଂ ଭାରତୀୟ ବିବାହ ଅନୁଯାୟୀ ଏହି ବିବାହ ବୈଧ ନୁହେଁ। ଆମର ଅଲଗା ହେବା ବହୁ ପୂର୍ବରୁ ଘଟିଥିଲା, କିନ୍ତୁ ମୁଁ ମୋର ବ୍ୟକ୍ତିଗତ ଜୀବନକୁ ବ୍ୟକ୍ତିଗତ ରଖିବାକୁ ଚାହୁଁଥିବାରୁ ମୁଁ ଏହା ବିଷୟରେ କଥାବାର୍ତ୍ତା କରି ନ ଥିଲି। ଯେଉଁ ବିବାହ ବିଷୟରେ ଆଲୋଚନା ହେଉଛି ତାହା ବୈଧ ନୁହେଁ ଏବଂ ତେଣୁ ଏହା ଆଇନ ଦୃଷ୍ଟିରେ ଏକ ବିବାହ ନୁହେଁ। ତେଣୁ ଛାଡପତ୍ର ପ୍ରଶ୍ନ କେଉଁଠି ଉଠୁଛି।
ଏକ ବିବୃତ୍ତିରେ ନୁଶରତ ଏହା ମଧ୍ୟ ସ୍ପଷ୍ଟ କରିଛନ୍ତି ଯେ ସେ ନିଜେ ତାଙ୍କ ପରିବାରର ଖର୍ଚ୍ଚ କିମ୍ବା ଭଉଣୀର ଶିକ୍ଷା ଖର୍ଚ୍ଚ ପରି ସମସ୍ତ ଆବଶ୍ୟକତା ପୂରଣ କରୁଛନ୍ତି ଏବଂ ଏଥିପାଇଁ ସେ କାହାଠାରୁ ଟଙ୍କା ନେଉନାହାଁନ୍ତି। କିଛି ଖବରରେ ଦାବି କରାଯାଇଥିଲା ଯେ ନୁଶରତ ତାଙ୍କ ସ୍ବାମୀ ନିଖିଲଙ୍କଠାରୁ ତାଙ୍କ ଖର୍ଚ୍ଚ ପାଇଁ ଟଙ୍କା ନେଉଛନ୍ତି। ନୁଶରତ ଆହୁରି ଲେଖିଛନ୍ତି, ଯିଏ ନିଜକୁ ଧନୀ ବୋଲି କହୁଛି ଏବଂ ମୁଁ ତାଙ୍କୁ ବ୍ୟବହାର କରିଛି, ସେ ଆମ ଅଲଗା ହେବା ପରେ ରାତି ଅଧରେ ମୋ ବ୍ୟାଙ୍କ ଆକାଉଣ୍ଟରୁ ଟଙ୍କା ଉଠାଇ ନେବା ସହ ମୋ ପୈତୃକ ଅଳଙ୍କାର ନେଇ ଯାଇଛନ୍ତି। ମୁଁ ଏହି ସୂଚନା ବ୍ୟାଙ୍କକୁ ଦେଇଛି ଏବଂ ଶୀଘ୍ର ପୋଲିସରେ ଅଭିଯୋଗ ଦାଖଲ କରିବି।
ଗତ ୬ ମାସ ହେବ ନୁଶ୍‌ରତ୍‌ ସ୍ବାମୀଙ୍କ ସହ ରହୁନାହାନ୍ତି। ଗତ କିଛି ଦିନ ହେବ ବଙ୍ଗଳା ଅଭିନେତା ତଥା ଭାଜପା ନେତା ୟଶ ଦାସଗୁପ୍ତାଙ୍କ ସହ ନୁଶ୍‌ରତ୍‌ଙ୍କ ସମ୍ପର୍କ ରହିଛି ବୋଲି ଆଲୋଚନା ଚାଲିଛି। ଉଭୟଙ୍କୁ ଅନେକ ଥର ଏକାଠି ଦେଖିବାକୁ ମିଳିଛି ଏବଂ ଚଳିତ ବର୍ଷର ନୂଆବର୍ଷ ଉଭୟ ରାଜସ୍ଥାନରେ ଏକାଠି ପାଳନ କରିଥିଲେ। ଦୀର୍ଘ ଦିନ ଧରି ପରସ୍ପରକୁ ଡେଟ କରିବା ପରେ ନୁଶ୍‌ରତ୍‌ ୧୯ ଜୁନ ୨୦୧୯ରେ ତୁର୍କୀରେ ନିଖିଲଙ୍କୁ ବିବାହ କରିଥିଲେ। ନୁଶ୍‌ରତ୍‌ ଏବଂ ନିଖିଲଙ୍କ ଏହି ବିବାହ ହିନ୍ଦୁ, ଇସଲାମ ଏବଂ ଖ୍ରୀଷ୍ଟିଆନ ରୀତିନୀତି ଅନୁଯାୟୀ କରାଯାଇଥିଲା।

Nusrat Jahan, Nikhil Jain, Nusrat Jahan statement


[mc4wp_form id="252536"] All Right Reserved By Dharitri.Com

Posted inମନୋରଞ୍ଜନ View All

ଅଭିନେତ୍ରୀଙ୍କ ଅଜବ ଇଚ୍ଛା ଶୁଣି ସ୍ବାମୀ ହେଲେ ଚକିତ

ପ୍ରସିଦ୍ଧ ଅଭିନେତ୍ରୀ ମୋନାଲିସା ଭୋଜପୁରୀ ଫିଲ୍ମ ଇଣ୍ଡଷ୍ଟ୍ରି ଏବଂ ହିନ୍ଦୀ ଟିଭି ଜଗତରେ ଏକ ଜଣାଶୁଣା ନାମ। ସେ ଫିଲ୍ମ ଅପେକ୍ଷା ସୋସିଆଲ ମିଡିଆରେ ଅଧିକ...

ଭିକି-କ୍ୟାଟ୍ରିନାଙ୍କ ପ୍ରେମ ସମ୍ପର୍କକୁ ସତ ବୋଲି କହିଲେ ଏହି ଅଭିନେତା

ମୁମ୍ବାଇ: ଭିକି କୌଶଲ ଏବଂ କ୍ୟାଟ୍ରିନା କୈଫ୍‌ଙ୍କ ପ୍ରେମସମ୍ପର୍କକୁ ନେଇ ଦୀର୍ଘଦିନ ଧରି ଚର୍ଚ୍ଚା ହେଉଛି। ତେବେ ଉଭୟ ଏହି ସମ୍ପର୍କ ବିଷୟରେ ଏପର୍ଯ୍ୟନ୍ତ ବିଧିବଦ୍ଧ...

ଦୀପିକା-ଯୁବରାଜଙ୍କ ମଧ୍ୟରେ କାହିଁକି ହୋଇଥିଲା ବ୍ରେକ୍‌ଅପ୍‌

କ୍ରିକେଟ ଏବଂ ବଲିଉଡ ମଧ୍ୟରେ ସର୍ବଦା ସମ୍ପର୍କ ରହିଆସିଛି। ଅଭିନେତ୍ରୀ ଏବଂ କ୍ରିକେଟ୍‌ରଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ସବୁବେଳେ ଲାଗି ରହିଥାଏ। ଅନେକ କଳାକାର କ୍ରିକେଟର୍‌ଙ୍କୁ...

ପୁଣି ଟପ୍‌ଲେସ୍‌ ହେଲେ ଏହି ସୁନ୍ଦରୀ ଅଭିନେତ୍ରୀ; ସୋସିଆଲ ମିଡିଆରେ ପଡ଼ିଛି ଚହଳ

ବମ୍ବେ: ବଲିଉଡର ସୁନ୍ଦରୀ ଅଭିନେତ୍ରୀଙ୍କ ମଧ୍ୟରୁ କିଆରା ଆଡଭାଣୀ ଜଣେ। ପରଦାରେ କେବେ ଚୁଲବୁଲି ତ କେବେ ସାଧାସିଧା ଚରିତ୍ରରେ ନଜର ଆସୁଥିବା କିଆରା ବେଶ୍‌...

୫-ଜି ବିରୋଧରେ ଜୁହି

ଟେଲିକମ୍ୟୁନିକେଶନ ଇଣ୍ଡଷ୍ଟ୍ରିଗୁଡ଼ିକ ୫-ଜି ଟେକ୍ନୋଲୋଜି ଆଣିବା ଦୌଡ଼ରେ ସାମିଲ ହୋଇଥିବାବେଳେ ଭାରତରେ ଏହି ନେଟ୍‌ଓ୍ବର୍କ ବ୍ୟବସ୍ଥା ବିରୋଧରେ ବାହାରିଛନ୍ତି ବଲିଉଡ୍‌ ଅଭିନେତ୍ରୀ ତଥା ପରିବେଶ କର୍ମୀ...

ନିଆଙ୍କ ଉପରେ ରାଗିଗଲେ ଦେବୋଲିନା: କହିଲେ ‘ଖାଲି ଫ୍ୟାଶନ୍‌ ଦେଖାଇଲେ ହେବନି; ମଣିଷ ହେବା ଲାଗି…’

ବମ୍ବେ: ଟୁଇଟରରେ ଟଣାଓଟରା। କିଏ ଠିକ୍‌ କିଏ ଭୁଲ କହିବା ମୁସ୍କିଲ। ହେଲେ ପରୋକ୍ଷରେ ଆରୋପ ପ୍ରତ୍ୟାରୋପ ସହ ଅଭିନୟକୁ ନେଇ କଥା କଟାକଟି ଜାରି...

ସିଦ୍ଧାର୍ଥ ମଲହୋତ୍ରାଙ୍କ ସହ କରନ୍‌ ଜୋହରଙ୍କ ରହିଥିଲା ପ୍ରେମ ସମ୍ପର୍କ ! ଦୁଇ ବର୍ଷ ଧରି…

ବମ୍ବେ: ସେଲିବ୍ରିଟିମାନଙ୍କ ଉପରେ ରହିଥାଏ ପ୍ରଶଂସକଙ୍କ ନଜର। ଖାସ ସେଥିପାଇଁ ବ୍ୟକ୍ତିଗତ ଜୀବନକୁ ନେଇ ଅନେକ କଥା ଲୋକଲୋଚନକୁ ଆସିଯାଇଥାଏ। ସେଥିରୁ କିଛି ଗୁଜବ ମଧ୍ୟ...

ସୁଶାନ୍ତଙ୍କ ପୁଣ୍ୟତିଥିରେ ଭାବୁକ ହେଲେ ପରିବାର ଲୋକେ, କହିଲେ…

ମୁମ୍ବାଇ: ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କୁ ଆଜି ମନେ ପକାଇ ଭାବୁକ ହୋଇଛନ୍ତି ତାଙ୍କ ପରିବାର ଲୋକେ। କାରଣ ଗତବର୍ଷ ଆଜିର ଦିନରେ ଅର୍ଥାତ୍‌...

Archives

Model This Week

Pilanka Dharitri
Metro Mijaj
Why Dharitri

ଛତ୍ରପୁର,୨୮।୬(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଛତ୍ରପୁର ଉପକଣ୍ଠ ଗଞ୍ଜାମ ଥାନା ଅଧୀନ କରପଡା ଗ୍ରାମର ବୃନ୍ଦାବନ ଚର୍ତିଙ୍କ ଘରୁ ବିଳମ୍ବିତ...

 
[mc4wp_form id="252536"]

Post navigation

Previous Post Previous post:
ବାହା ହେବାକୁ ଆସି ବର ଖାଉଥିଲେ ଗୁଟ୍‌ଖା, ଦେଖିନେଲେ କନ୍ୟା; ଆଉ ତା’ପରେ…
Next Post Next post:
ବଡ଼ ଘରେ ଜନ୍ମ ହୋଇ ସୁଦ୍ଧା ହୋଟେଲରେ ଓ୍ବେଟର ଭାବେ କାମ କରିଥିଲେ ଏହି ଅଭିନେତ୍ରୀ , ଜାଣନ୍ତୁ କାହିଁକି

 

Logo
  • ରାଜ୍ୟ
  • ଜାତୀୟ
  • ମେଟ୍ରୋ
  • ଅନ୍ତର୍ଜାତୀୟ
  • ଖେଳ
  • ଫୁରସତ
  • ବାଣିଜ୍ୟ
  • ସମ୍ପାଦକୀୟ
  • ଜୀବନଚର୍ଯ୍ୟା
  • ଅପରାଧ
  • ମନୋରଞ୍ଜନ
  • About us
  • Contacts
  • Advertise with us

Copyright © Dharitri.com 2016-2026 - All rights reserved

Developed By Ratna Technology

  • Home
  • ରାଜ୍ୟ
  • ଜାତୀୟ
  • ଅନ୍ତର୍ଜାତୀୟ
  • ମେଟ୍ରୋ
  • ଖେଳ
  • ଫୁରସତ
  • ବାଣିଜ୍ୟ
  • ସମ୍ପାଦକୀୟ
  • ଜୀବନଚର୍ଯ୍ୟା
  • ଅପରାଧ
  • ମନୋରଞ୍ଜନ
  • ଆମ ଜିଲା ଖବର
    ▼
    • କଟକ
    • ଅନୁଗୋଳ
    • କେନ୍ଦୁଝର
    • କେନ୍ଦ୍ରାପଡ଼ା
    • ଗଞ୍ଜାମ
    • ସୁନ୍ଦରଗଡ଼
    • କୋରାପୁଟ
    • ଢେଙ୍କାନାଳ
    • କଳାହାଣ୍ଡି
    • ବାଲେଶ୍ୱର
    • କନ୍ଧମାଳ
    • ସୁବର୍ଣ୍ଣପୁର
    • ଜଗତ୍‌ସିଂହପୁର
    • ନୟାଗଡ଼
    • ପୁରୀ
    • ଖୋର୍ଦ୍ଧା
    • ଗଜପତି
    • ଭଦ୍ରକ
    • ଝାରସୁଗୁଡ଼ା
    • ମୟୂରଭଞ୍ଜ
    • ଯାଜପୁର
    • ଦେବଗଡ଼
    • ନବରଙ୍ଗପୁର
    • ନୂଆପଡ଼ା
    • ବରଗଡ଼
    • ବଲାଙ୍ଗୀର
    • ବୌଦ୍ଧ
    • ରାୟଗଡା
    • ମାଲକାନଗିରି
  • କରୋନା ଭାଇରସ୍‌
  • କାର୍ଟୁନ
  • ରାଶିଫଳ
  • ଶ୍ରେଷ୍ଠ ପାଞ୍ଚ
  • ଆଜିର ଫଟୋ
  • ଖେଳନ୍ତୁ ଗେମ୍ସ
  • Model This Week
  • About us
  • Contacts