ନୂଆଦିଲ୍ଲୀ, ୧୦।୬(ପି.ଟି.): ଅବସରପ୍ରାପ୍ତ ଆଇଏଏସ୍ ଅଫିସର ଅନୁପ ଚନ୍ଦ୍ର ପାଣ୍ଡେଙ୍କୁ ଭାରତର ଅନ୍ୟତମ ନିର୍ବାଚନ କମିଶନ (ଇସି) ଭାବେ ନିଯୁକ୍ତି ଦିଆଯାଇଛି। ରାଷ୍ଟ୍ରପତି ରାମନାଥ କୋବିନ୍ଦ ମଙ୍ଗଳବାର ୧୯୮୪ ବ୍ୟାଚ୍ର ଏହି ଉତ୍ତରପ୍ରଦେଶ କ୍ୟାଡର ଅଫିସରଙ୍କୁ ନିଯୁକ୍ତି ଦେଇଥିବା ଆଇନ ମନ୍ତ୍ରଣାଳୟର ବ୍ୟବସ୍ଥାପିକା ବିଭାଗ ପକ୍ଷରୁ କୁହାଯାଇଛି। ୬୨ ବର୍ଷୀୟ ପାଣ୍ଡେ ନିର୍ବାଚନ କମିଶନ ପଦବୀରେ ୨୦୨୪ ଫେବୃୟାରୀ ପର୍ଯ୍ୟନ୍ତ ରହିବେ। ସୁନୀଲ ଆରୋରୋ ଗତ ଏପ୍ରିଲ ୧୨ରେ ମୁଖ୍ୟ ନିର୍ବାଚନ କମିଶନର (ସିଇସି) ପଦରୁ ଅବସର ନେବା ପରେ ୩ ସଦସ୍ୟ ବିଶିଷ୍ଟ ନିର୍ବାଚନ ଆୟୋଗରେ ଗୋଟିଏ ପଦବୀ ଖାଲି ପଡ଼ିଥିଲା। ଏବେ ସୁଶୀଲ ଚନ୍ଦ୍ରା ସିଇସି ରହିଥିବାବେଳେ ରାଜୀବ କୁମାର ନିର୍ବାଚନ କମିଶନର ଅଛନ୍ତି। ୧୯୫୯ ଫେବୃୟାରୀ ୧୫ରେ ଜନ୍ମିତ ପାଣ୍ଡେ ପୂର୍ବରୁ ଉତ୍ତରପ୍ରଦେଶର ମୁଖ୍ୟ ଶାସନ ସଚିବ ସମେତ ବହୁ ଗୁରୁତ୍ୱପୂର୍ଣ୍ଣ ପଦବୀରେ ରହିଥିଲେ।
୨୬ରେ ରାଜଭବନ ଆଗରେ ଚାଷୀଙ୍କ ବିକ୍ଷୋଭ
ନୂଆଦିଲ୍ଲୀ, ୧୩।୬(ଆଇଏଏନ୍ଏସ୍): କେନ୍ଦ୍ର ସରକାରଙ୍କ ବିବାଦୀୟ କୃଷି ଆଇନ ବିରୋଧରେ ଚାଷୀମାନଙ୍କ ଆନ୍ଦୋଳନ ପ୍ରାୟ ୨୦୦ ଦିନରେ ପହଞ୍ଚତ୍ଥିବାବେଳେ ଏହାକୁ ଆହୁରି ଜୋର୍ଦାର କରିବା ଲାଗି...
୧୫ ମିନିଟ୍ରେ ଚା’:ଡେଲିଭରୀ ବୟଙ୍କୁ ମିଳିଲା ୭୩,୦୦୦ନଗଦ ପୁରସ୍କାର
ହାଇଦ୍ରାବାଦ,୨୧।୬: ଗତ କିଛି ମାସରୁ ବଲିଉଡ୍ ଅଭିନେତା ସୋନୁ ସୁଦ ଲୋକଙ୍କ ସହାୟତା କରିଆସୁଛନ୍ତି। କିନ୍ତୁ ଲୋକଙ୍କ ସହାୟତା ପାଇଁ ସୋନୁ ସବୁବେଳେ ସବୁ ସ୍ଥାନରେ...
ପେଣ୍ଡାଲ ଭାଙ୍ଗିଲା ବରଯାତ୍ରୀରେ ଆସିଥିବା ହାତୀ
ପ୍ରୟାଗରାଜ,୧୩।୬: ସୁସଜ୍ଜିତ ହାତୀକୁ ସାଥିରେ ନେଇ ବିବାହ ପାଇଁ ଯାଇଥିଲେ ବର। କିନ୍ତୁ ବାଣ ଓ ଡିଜେ ସାଉଣ୍ଡରୁ ହାତୀ ଉତ୍ତେଜିତ ହୋଇଉଠିଥିଲା। ତା’ ପରେ...
ତୃତୀୟ ଲହରର ମୁକାବିଲା ପ୍ରସ୍ତୁତି: ଦେଶରେ ନିର୍ମାଣ ହେବ ୫୦ମଡ୍ୟୁଲାର ହସ୍ପିଟାଲ
ନୂଆଦିଲ୍ଲୀ,୧୪।୬: ସାରା ଦେଶରେ କରୋନା ଭାଇରସ୍ ଆତଙ୍କ ଜାରି ରହିଛି। ବର୍ତ୍ତମାନ ଦେଶରେ ଦୈନିକ ସଂକ୍ରମଣ ପୂର୍ବାପେକ୍ଷା ହ୍ରାସ ପାଇଥିଲେ ମଧ୍ୟ ମୃତ୍ୟୁ ସଂଖ୍ୟା ଥମିବାର...
ଭାଜପାରେ ଫାଟ: ଶୁଭେନ୍ଦୁଙ୍କଠାରୁ ଦୂରେଇ ଯାଉଛନ୍ତି ବିଧାୟକ…
କୋଲକାତା,୧୫।୬: ପଶ୍ଚିମବଙ୍ଗରେ ଭାଜପାରେ ଫାଟ ବଢ଼ିବାରେ ଲାଗିଛି। ବିଧାନସଭା ନିର୍ବାଚନ ପୂର୍ବରୁ ବହୁନେତା ନିଜ ନିଜ ଦଳଛାଡି ଭାଜପାରେ ଯୋଗ ଦେଇଥିଲେ। ତେବେ ନିର୍ବାଚନ ପରେ...
ରାମମନ୍ଦିର ଟ୍ରଷ୍ଟରେ ଜମି ଦୁର୍ନୀତି ଅଭିଯୋଗ
ଲକ୍ଷ୍ନୌ, ୧୪।୬: ଅଯୋଧ୍ୟାରେ ରାମମନ୍ଦିର ନିର୍ମାଣ କାର୍ଯ୍ୟର ଦେଖାଶୁଣା କରିବା ଲାଗି କେନ୍ଦ୍ର ସରକାରଙ୍କ ଦ୍ୱାରା ଗଠିତ ଟ୍ରଷ୍ଟ ବେଆଇନ ଜମି କାରବାରରେ ସମ୍ପୃକ୍ତ ଥିବାନେେଇ...
ଜେଲ୍ରେ ଥାଇ ପ୍ରୋଟିନ ଶେକ୍ ଦାବି କରୁଛନ୍ତି
ନୂଆଦିଲ୍ଲୀ,୮।୬: ହତ୍ୟା ମାମଲାରେ ଗିରଫ ହୋଇ ଜେଲ୍ରେ ଥିବା ଦେଶର ସଫଳତମ ରେସଲର ସୁଶୀଲ କୁମାର ପ୍ରୋଟିନ ଶେକ୍ ପାଇଁ ଦାବି କରୁଛନ୍ତି। କେବଳ ଏତିକି...
କରୋନା ମୁକାବିଲା ପାଇଁ ନିଆରା ଉପାୟ ଆପଣାଇଲେ ମହାରାଷ୍ଟ୍ର ସରକାର
ମୁମ୍ବାଇ,୩।୬: କରୋନା ଭାଇରସ୍ ପ୍ରଥମ ଲହରରେ ଗ୍ରାମାଞ୍ଚଳ ସୁରକ୍ଷିତ ରହିଥିଲା କିନ୍ତୁ ଦ୍ୱିତୀୟ ଲହରରେ କରୋନା କାବୁରେ ରହିଛି ଗ୍ରାମାଞ୍ଚଳ। ପୂର୍ବରୁ ସହରରେ ଆକ୍ରାନ୍ତଙ୍କ ସଂଖ୍ୟା...


