ଭୁବନେଶ୍ୱର,୧୦ା୬(ବ୍ୟୁରୋ): ପେଟ୍ରୋଲ ଏବଂ ଡିଜେଲ ଦର ବୃଦ୍ଧି ନିୟନ୍ତ୍ରଣକୁ ଆସିପାରୁନାହିଁ। ବୁଧବାର ପେଟ୍ରୋଲ ଲିଟର ପିଛା ୨୫ ପଇସା ବଢ଼ି ୯୬.୩୦ ଟଙ୍କା ଛୁଇଁଛି। ସେହିଭଳି ଡିଜେଲ ୨୮ ପଇସା ବଢ଼ିବା ଯୋଗୁ ୯୪.୨୩ ଟଙ୍କା ରହିଛି। ସାରା ଦେଶ କଥା ବିଚାର କଲେ ପେଟ୍ରୋଲ ୨୩ରୁ ୨୫ ପଇସା ବଢ଼ିଛି। ସେହିଭଳି ଡିଜେଲ ଦର ୨୩ରୁ ୨୭ ପଇସା ଊର୍ଦ୍ଧ୍ୱରେ ରହିଛି। ନୂଆଦିଲ୍ଲୀରେ ପେଟ୍ରୋଲ ୯୫.୫୬ ଟଙ୍କା ରହିଛି। ଏଠାରେ ଡିଜେଲ ଦର ୮୬.୪୭ ଟଙ୍କାରେ ବିକ୍ରି ହେଉଛି। ଇଣ୍ଡିଆନ ଅଏଲ ପକ୍ଷରୁ ମିଳିଥିବା ସୂଚନା ମୁତାବକ, ଚଳିତ ମାସରେ ପେଟ୍ରୋଲ ୧.୦୭ ଟଙ୍କା ଏବଂ ଡିଜେଲ ୧.୦୯ ଟଙ୍କାରୁ ଊର୍ଦ୍ଧ୍ୱ ବୃଦ୍ଧି ପାଇଲାଣି। ଦେଶର ଅନ୍ୟ ପ୍ରମୁଖ ମେଟ୍ରୋ ସହର ଯଥା କୋଲକାତା, ଚେନ୍ନାଇ ଏବଂ ମୁମ୍ବାଇରେ ପେଟ୍ରୋଲ ଯଥାକ୍ରମେ ୯୫.୫୨ ଟଙ୍କା, ୯୬.୯୪ ଟଙ୍କା ଏବଂ ୧୦୧.୭୬ ଟଙ୍କା ରହିଛି। ଏହି ୩ ସହରରେ ଡିଜେଲ ଦର ଯଥାକ୍ରମେ ୮୯.୩୨ ଟଙ୍କା, ୯୧.୧୫ ଟଙ୍କା ଏବଂ ୯୩.୮୫ ଟଙ୍କାକୁ ବୃଦ୍ଧି ଘଟିଛି। ଉଲ୍ଲେଖଯୋଗ୍ୟ, ରାଜସ୍ଥାନର ଶ୍ରୀଗଙ୍ଗା ନଗରରେ ପେଟ୍ରୋଲ ଏବଂ ଡିଜେଲ ଦର ଯଥାକ୍ରମେ ୧୦୬.୦୪ ଟଙ୍କା ଏବଂ ୯୯.୫୦ ଟଙ୍କାରେ ବିକ୍ରି ହେଉଛି। ଏହା ସାରା ଦେଶରେ ସର୍ବାଧିକ ବୋଲି ଜଣାପଡ଼ିଛି। ଦେଶର ରାଜସ୍ଥାନ, ମଧ୍ୟପ୍ରଦେଶ, ମହାରାଷ୍ଟ୍ର, ଆନ୍ଧ୍ରପ୍ରଦେଶ, ତେଲଙ୍ଗାନା ଏବଂ ଲଦାଖ ଭଳି ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳରେ ପେଟ୍ରୋଲ ଦର ୧୦୦ ଟଙ୍କାରୁ ଊର୍ଦ୍ଧ୍ୱରେ ରହିଛି।
ଚଳିତ ବର୍ଷ ମେ ୪ ପରଠାରୁ ଇନ୍ଧନ ଦର ୨୨ ଥର ବଢ଼ିଲାଣି।ଏହି ଅବଧିରେ ପେଟ୍ରୋଲ ୫.୧୫ ଟଙ୍କା ଏବଂ ଡିଜେଲ ୫.୭୪ ଟଙ୍କାରୁ ଉର୍ଦ୍ଧ୍ୱ ବଢିଥିବା ଜଣାପଡିଛି। ତେଲ ଦର ବଢିବା ଯୋଗୁ ଲୋକମାନେ କରୋନା କାଳରେ ସମସ୍ୟା ସାମ୍ନା କରୁଛନ୍ତି। କେନ୍ଦ୍ର ଏବଂ ରାଜ୍ୟ ସ୍ତରରେ ଲାଗୁ ହେଉଥିବା ବର୍ଦ୍ଧିତ ଟିକସ ଯୋଗୁ ଦର ଖସୁ ନ ଥିବା କୁହାଯାଉଛି। ସେହିଭଳି କରୋନା କଟକଣା ହଟୁଥିବାରୁ ତେଲ ଚାହିଦା ବଢୁଛି। ଅଶୋଧିତ ତେଳ ଦର ବଢୁଥିବାରୁ ଅଗାମୀ ଦିନଗୁଡିକରେ ମଧ୍ୟ ତେଲ ଦରରୁ ଆଶ୍ୱସ୍ତି ମିଳି ନ ପାରେ। ଦେଶର ବିଭିନ୍ନ ରାଜ୍ୟରେ ବିଧାନ ସଭା ନିର୍ବାଚନ ପାଇଁ ତେଲ ଦର ସ୍ଥିର ରହିଥିଲା। ଏହା ପରଠାରୁ ଦରରେ ଲଗାତର ବୃଦ୍ଧି ପରିଲକ୍ଷିତ ହେଉଛି। ଏପଟେ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତେଲ ଦର ବର୍ତ୍ତମାନ ବ୍ୟାରେଲ ପିଛା ୭୧ ଡଲାର ଟପିଛି। ଏହାର ପ୍ରଭାବ ଭାରତରେ ସିଧାସଳଖ ପଡୁଛି।
୪ବର୍ଷର ପ୍ରତିଭା ସାଇସାଗର
ଖୋର୍ଦ୍ଧା ଅଫିସ/ବେଗୁନିଆ, ୧୩ା୬(ଡି.ଏନ୍.ଏ.): କଥାରେ ଅଛି ତୁଳସୀ ଦୁଇପତ୍ରରୁ ବାସେ। ଖୋର୍ଦ୍ଧା ଜିଲା ବେଗୁନିଆ ବ୍ଲକ ଦୁର୍ଗାପୁର ପଞ୍ଚାୟତ ଅନ୍ତର୍ଗତ ଗୁଡୁମ ଗଁାର କୃପାସିନ୍ଧୁ ବରାଡ଼ଙ୍କ...
ରାଜ୍ୟରେ ମୁଣ୍ଡ ପରେ ମୁଣ୍ଡ ନେଇ ଚାଲିଛି କରୋନା: ଆଜି ୪୦ ଜଣଙ୍କ ମୃତ୍ୟୁ
ଭୁବନେଶ୍ୱର,୨୦।୬ (ବ୍ୟୁରୋ): ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଧିରେ ଧିରେ ହ୍ରାସ ପାଉଥିବା ବେଳେ ମୃତ୍ୟୁ ସଂଖ୍ୟା ବଢ଼ିବାରେ ଲାଗିଛି। ରବିବାର ରାଜ୍ୟରେ କରୋନାରେ ଆଉ...
ନଳକୂଅ ଧରାଇ ନୀରବ
ବଇଣ୍ଡା,୧୦ା୬: ବସୁଧା ଯୋଜନାରେ ପ୍ରଚୁର ଅର୍ଥ ବ୍ୟୟ ହେଉଛି। ଏକାଧିକ ପାଣି ଟାଙ୍କି ଗ୍ରାମାଞ୍ଚଳ ଆକାଶ ଛୁଉଁଛି। ଘର ଟ୍ୟାପ୍ ଖୋଲିଲେ ଲୋକଙ୍କୁ ବିଶୁଦ୍ଧ ପାଇପ୍...
ସଂକ୍ରମଣ କମ୍ ଦେଖାଇବାକୁ ଷଡ଼ଯନ୍ତ୍ର
ବଇଣ୍ଡା,୧ା୬ କରୋନାକୁ କାବୁ କରିବାକୁ ହେଲେ ଅଧିକରୁ ଅଧିକ ଟେଷ୍ଟିଂ ଓ କଣ୍ଟାକ୍ଟ ଟ୍ରେସିଂ ନିମନ୍ତେ ବିଶେଷଜ୍ଞମାନେ ପରାମର୍ଶ ଦେଉଛନ୍ତି। ସରକାରଙ୍କ କୋଭିଡ୍ ଗାଇଡ୍ଲାଇନ୍ରେ ମଧ୍ୟ...
ପୂର୍ବତନ ଜିଲାପାଳଙ୍କ ଘରୁ ନାବାଳିକା ଉଦ୍ଧାର
ଭୁବନେଶ୍ୱର,୧୪।୬ : ନୟାପଲ୍ଲୀ ଆଇଆର୍ସି ଭିଲେଜସ୍ଥିତ ଜଣେ ଅବରସରପ୍ରାପ୍ତ ଜିଲାପାଳଙ୍କ ଘରୁ ସୋମବାର ଜଣେ ୧୨ ବର୍ଷୀୟା ନାବାଳିକାଙ୍କୁ ଉଦ୍ଧାର କରାଯାଇଛି। ଉକ୍ତ ନାବାଳିକାଙ୍କୁ ପ୍ରାୟ...
ପୋଖରୀରେ ବୁଡ଼ି ୨ ଭଉଣୀଙ୍କ ଜୀବନ ଗଲା
ବାସୁଦେବପୁର,୯।୬: ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ବ୍ରଜାନନ୍ଦପୁର ଗ୍ରାମରେ ବୁଧବାର ପୋଖରୀରେ ବୁଡ଼ି ୨ ନାବାଳିକାଙ୍କ ମୃତ୍ୟୁ ଘଟିଛି। ମୃତ ନାବାଳିକା ହେଲେ ବ୍ରଜାନନ୍ଦପୁର ଗ୍ରାମର...
କାଳ ହେଲା ମର୍ନିଂ ଓ୍ବାକ୍
ଭଞ୍ଜନଗର/ବୁଗୁଡ଼ା,୧୦।୬: ଗଞ୍ଜାମ ଜିଲା ଦକ୍ଷିଣ ଘୁମୁସର ବନଖଣ୍ଡ ବୁଗୁଡ଼ା ରେଞ୍ଜ ଅଞ୍ଚଳରେ ଗୁରୁବାର ଏକ ଅଭାବନୀୟ ଘଟଣା ଘଟିଛି। ହାତୀ ଆକ୍ରମଣରେ ପ୍ରାତଃ ଭ୍ରମଣରେ ଯାଉଥିବା...
ଗଛରେ ପିଟିହେଲା ପୋଲିସ ଭ୍ୟାନ୍
ସୁନ୍ଦରଗଡ଼,୧୬।୬: ସୁନ୍ଦରଗଡ଼ ଜିଲା ହେମଗିର ଥାନା ଅନ୍ତର୍ଗତ କାଲୋବାହାଲ ନିକଟରେ ବୁଧବାର ଏକ ପୋଲିସ ଭ୍ୟାନ୍ ଭାରସାମ୍ୟ ହରାଇ ରାସ୍ତା ପାର୍ଶ୍ୱରେ ଥିବା ଏକ ଗଛରେ...


