ମହାକାଳପଡ଼ା,୧୧।୬(ଡି.ଏନ୍.ଏ.): ବାତ୍ୟା ୟାସ୍ ଚାଷୀଙ୍କ ମେରୁଦଣ୍ଡ ଭାଙ୍ଗିଦେଇଛି। ବିଶେଷକରି ଚାଷୀଙ୍କ ପନିପରିବା ଓ ଖରାଦିନିଆ ଡାଳୁଅ ଧାନ ଉଜୁଡ଼ିଯାଇଛି। ଭାଗଚାଷୀମାନେ ଜମି ମାଲିକଙ୍କୁ ଫସଲ ଦେବାକୁ ଅସମର୍ଥ। ଅନ୍ୟପକ୍ଷରେ ଭାଗ ଚାଷୀମାନେ ସ୍ବୟଂ ସହାୟିକା ମହିଳା ଗୋଷ୍ଠୀରୁ ଋଣ ନେଇ ଚାଷରେ ଖର୍ଚ୍ଚ କରିଥିଲେ। ଏହି ଅର୍ଥ କେଉଁଠୁ ପୂରଣ କରିବେ ସେ ନେଇ ଭାଳେଣି ପଡିଛି। ଏଭଳି ଘଟିଛି, ମହାକାଳପଡ଼ା ବ୍ଲକ ବଳିପାଳ ପଞ୍ଚାୟତର ଅନ୍ଦୁଳି ଗ୍ରାମର ଭାଗଚାଷୀଙ୍କ କ୍ଷେତ୍ରରେ। ଭାଗଚାଷୀମାନଙ୍କ କହିବା କଥା, ଗଁା ମଠ ସମ୍ପତ୍ତିର ୧୨ ଏକର ଜମିରେ କେତେଜଣ ଭାଗଚାଷୀ ଚାଷ କରିଥିଲୁ। ରାସାୟନିକ ସାର, ଔଷଧ, ବିହନ, ହଳ ସମେତ ଅନ୍ୟ ବାବଦରେ ଖର୍ଚ୍ଚ କରିଥିଲୁ। ତେବେ ୟାସ୍ ପ୍ରଭାବରେ ପ୍ରବଳ ବର୍ଷା ସାଙ୍ଗକୁ ପବନ ବହିବା ଯୋଗୁ ଧାନଜମିିରେ ପାଣି ଜମି ଗଜା ହେବା ସହ ନଷ୍ଟ ହେଲା। ଯାହା କିଛି ଧାନ ଅଛି କାଟି ବାନ୍ଧିଲା ବେଳକୁ ଝଡି ପଡୁଛି। ଏହି ଗଜାଧାନକୁ ନିକଟ ରାସ୍ତାରେ ଖରାରେ ଶୁଖାଇ ଅମଳ କରିବୁ। କିନ୍ତୁ ଧାନ ରଙ୍ଗ ବେରଙ୍ଗ ହେବା ଦେଖାଯାଇଛି। ଘରୋଇ ଋଣ ନେଇ ଚାଷ କରିଥିଲେ ମଧ୍ୟ ଏଥିରେ ବହୁ କ୍ଷତି ହୋଇଛି। ସ୍ଥାନୀୟ ଗଁାର ତ୍ରିଲୋଚନ ମଳିକ, ସୁନାକର ମଳିକ, କେଶବ ମହାରଣା, ଅର୍ଜୁନ ରାଉତ, ଶଙ୍କର ଦାସ, ମଙ୍ଗୁଳି ରାଉତ, ସନାତନ ରାଉତ, ନାରାୟଣ ରାଉତ ଭାଗଚାଷୀମାନେ ସରକାରୀ ଭାବେ ତଦନ୍ତ କରି ସହାୟତା ଦେବା ପାଇଁ କହିଛନ୍ତି। ଏହି ଭାଗଚାଷୀଙ୍କୁ ବ୍ଲକ କୃଷି ବିଭାଗ ପକ୍ଷରୁ କୌଣସି କୃଷି ସଚେତନତା କି ସହାୟତା ମିଳିଲା ନାହିଁ। ଦୌଡି ଦୌଡି ବିଭାଗ ବିହନ ଦେଲା ନାହିଁ। ବାଧ୍ୟ ହୋଇ ଖୋଲା ବଜାରରୁ ଚଢା ଦରରେ ସଙ୍କରଜାତୀୟ ମମତା ପ୍ଲସ, ସିଲିକ୍ ଧାନ ବିହନ କିଣି ଚାଷ କରିଛୁ। ଘରୋଇ ଋଣ ଓ ଜମି ମାଲିକଙ୍କ ଭାଗ ଧାନ କେଉଁଠୁ ଆଣିବୁ ବୋଲି ଦୁଃଖର ସହ ସେମାନେ କହିଛନ୍ତି। ୩ ମାସ ଜମିରେ ପରିଶ୍ରମ କରି ଫଳାଇଥିବା ଫସଲକୁ ୟାସ୍ ନେଇଗଲା ବୋଲି ସେମାନେ କହିଛନ୍ତି।
Posted inଆମ ଜିଲା ଖବର, କେନ୍ଦ୍ରାପଡ଼ା View All
ଶ୍ରୀମନ୍ଦିର ହେବ ଆଲୋକୀକରଣ
ପୁରୀ ଅଫିସ,୧୬।୬: ଶ୍ରୀମନ୍ଦିରକୁ ଆଲୋକୀକରଣ କରାଯିବ। ରଙ୍ଗବେରଙ୍ଗ ଆଲୋକରେ ଶ୍ରୀମନ୍ଦିର ଚୂଡ଼ାରୁ ତଳ ଭାଗ ପର୍ଯ୍ୟନ୍ତ ଝଲସିବ। ଏନେଇ ଭାରତୀୟ ପ୍ରତ୍ନତତ୍ତ୍ବ ବିଭାଗ (ଏଏସ୍ଆଇ)ର ପାଞ୍ଚଜଣିଆ...
ପରିତ୍ୟକ୍ତ କୂଅରୁ ଆସୁଥିଲା ଦୁର୍ଗନ୍ଧ, ପୋଲିସ ଖୋଜିବା ପରେ ଯାହା ମିଳିଲା…
ସୁନ୍ଦରଗଡ଼,୧୩।୬(ଡି.ଏନ୍.ଏ.): ସୁନ୍ଦରଗଡ ସଦର ଥାନା ଅନ୍ତର୍ଗତ କରମଡିହି ଗ୍ରାମ ନିକଟ ବିଜୁ ଏକ୍ସପ୍ରେସ ଓ୍ବେ ରାଜ୍ୟ ରାଜପଥର ଅନତି ଦୂରରେ ଥିବା ଏକ ପରିତ୍ୟକ୍ତ କୂଅ...
ବିବାହ ପ୍ରତିଶ୍ରୁତି ଦେଇ ବଳାତ୍କାର
କାଶୀନଗର,୧୮ା୬: ଗଜପତି ଜିଲା କାଶୀନଗର ବ୍ଲକ ଅଞ୍ଚଳରେ ଜଣେ ଯୁବତୀଙ୍କୁ ବିବାହାର ପ୍ରତିଶ୍ରୁତି ଦେଇ ବଳାତ୍କାର କରିଥିବା ଅଭିଯୋଗରେ ପୋଲିସ ଜଣେ ଯୁବକଙ୍କୁ ଗିରଫ କରି...
ଜେଆଇପିଟିଏଲ୍ ଫାଟକ ସମ୍ମୁଖରେ ମୃତଦେହ ରଖି ଆନ୍ଦୋଳନ
କଣିହାଁ,୭ା୬(ଡି.ଏନ୍.ଏ.): ଅନୁଗୋଳ ଜିଲା କଣିହାଁ ବ୍ଲକ ଡେରେଙ୍ଗସ୍ଥିତ ଜିନ୍ଦଲ ଇଣ୍ଡିଆ ଥର୍ମାଲ ପାଓ୍ବାର ଲିମିଟେଡ୍ (ଜେଆଇଟିପିଏଲ୍) ଫାଟକ ସମ୍ମୁଖରେ ସୋମବାର ଜନୈକ ବ୍ୟକ୍ତିଙ୍କ ମୃତଦେହ ରଖି...
କାଳବୈଶାଖୀର ତାଣ୍ଡବ: ବଜ୍ରପାତରେ ଚାଲିଗଲା ୬ ଗୋରୁଙ୍କ ଜୀବନ
ବାଲିଗୁଡା,୧୦।୬(ଡି.ଏନ.ଏ.): କନ୍ଧମାଳ ଜିଲା ବାଲିଗୁଡ଼ା ତଥା ଏହାର ଆଖପାଖ ଅଞ୍ଚଳରେ କାଳବୈଶାଖୀର ତାଣ୍ଡବ ଦେଖିବାକୁ ମିଳିଛି । ବାଲିଗୁଡ଼ା ଥାନା ବାରଖମା ପଞ୍ଚାୟତରେ ବଜ୍ରପାତରେ ୬...
୩୦ ଗାଁର ପିଲାଙ୍କ ପାଠପଢାରେ ବାଧକ ସାଜିଛି ନେଟଓ୍ବର୍କ
ଲାଠୋର,୨୪।୬: ବଲାଙ୍ଗୀର ଜିଲା କରୋନା ମହାମାରୀ ଯୋଗୁଁ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରହିଛି। ସରକାର ଜୁନ ୨୧ତାରିଖରୁ ପ୍ରଥମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ପିଲାଙ୍କୁ ଅନଲାଇନରେ...
ଚାଷୀ ନ ଥାଇ ଧାନ କିଣା
ଯାଜପୁର ଅଫିସ,୨୩ା୬:୨୦୨୦-୨୧ରେ ଧାନ ସଂଗ୍ରହରେ ଘୋର ଅନିୟମିତତା ହୋଇଛି। ଏଥିରେ ଯାଜପୁର, ବରଗଡ଼, ଭଦ୍ରକ, ଗଞ୍ଜାମ, ନୂଆପଡ଼ା, ସମ୍ବଲପୁର ଓ ସୁବର୍ଣ୍ଣପୁର ଜିଲାର ୩୩ ମହିଳା...
ରେକର୍ଡ ନିଶାରେ ଦିବ୍ୟଜ୍ୟୋତି
କଟକ ଅଫିସ, ୧୦ା୬: କଟକ ଜିଲା ବିରିବାଟୀସ୍ଥିତ ଡିହସାହି ଗ୍ରାମର ଦିବ୍ୟଜ୍ୟୋତି ଜେନା(୨୦)। ରେକର୍ଡ ସୃଷ୍ଟି କରିବା ତାଙ୍କର ନିଶା। ପୂର୍ବରୁ ୬୦ ଦେଶର ୪୫୦ଟି...


