ଢାକା, ୧୩ା୬ (ପି.ଟି.)- ମହମ୍ମଡ଼ାନ ସ୍ପୋର୍ଟିଂ ବନାମ ଆବାହନୀ ଲିମିଟେଡ୍ ମ୍ୟାଚ୍ ବେଳେ ପଡ଼ିଆରେ ଅଶୋଭନୀୟ ଆଚରଣ ପାଇଁ ବାଂଲାଦେଶର ଷ୍ଟାର କ୍ରିକେଟର ଶକିବ ଅଲ୍ ହସନ ଢାକା ଟି୨୦ ପ୍ରିମିୟର ଲିଗ୍ (ଡିପିଏଲ୍)ର ୩ଟି ମ୍ୟାଚ୍ରୁ ସସ୍ପେଣ୍ଡ ହୋଇଛନ୍ତି। ସେ ଡିପିଏଲ୍ର ୮ମ, ୯ମ ଓ୧୦ମ ରାଉଣ୍ଡ ଗେମ୍ ଖେଳିପାରିବେ ନାହିଁ। ଏଥିସହିତ ତାଙ୍କୁ ୫ଲକ୍ଷ ଟାକା (୫୮୦୦ ଆମେରିକୀୟ ଡଲାର) ଜରିମାନା କରାଯାଇଛି। ମ୍ୟାଚଟିରେ ଶକିବଙ୍କ ନେତୃତ୍ୱାଧୀନ ମହମ୍ମଡ଼ାନ ଡିଏଲ୍ଏସ୍ ପଦ୍ଧତିରେ ବିଜୟ ଲାଭ କରିଥିଲା। ମ୍ୟାଚବେଳେ ଶକିବ ଦୁଇଥର କ୍ରୋଧାନ୍ବିତ ହୋଇପଡ଼ିଥିଲେ। ଥରେ ସେ ତାଙ୍କ ବାଂଲାଦେଶ ଟିମ୍ମେଟ୍ ମୁସ୍ଫିକର ରହିମଙ୍କ ବିପକ୍ଷରେ ଲେଗ୍ ବିଫୋର ଦୃଢ଼ ଅପିଲ କରି ବିଫଳ ହେବା ପରେ ଷ୍ଟମ୍ପ୍ସକୁ ଗୋଇଠା ମାରିଥିଲେ। ଦ୍ୱିତୀୟତଃ ଫଳାଫଳ ନିରୂପଣ ପାଇଁ ଆବାହନୀ ଦଳ ଅତିକମ୍ରେ ୬ ଓଭର ଖେଳିବା ଦରକାର କରୁଥିବାବେଳେ ବର୍ଷା କାରଣରୁ ଆଉ ମାତ୍ର ଗୋଟିଏ ବଲ ବାକିଥିବା ଅବସ୍ଥାରେ ଅମ୍ପାୟର ପଡ଼ିଆକୁ ଘୋଡ଼ାଇଦେବାକୁ ନିର୍ଦ୍ଦେଶ ଦେଇଥିଲେ। ଶକିବ ଏଥିରେ ଉତ୍ତେଜିତ ହୋଇ ମିଡ୍-ଅଫ୍ରୁ ଯାଇ ଷ୍ଟମ୍ପକୁ ଓପାଡ଼ି ଦେଇଥିଲେ। ବର୍ଷାଛାଡ଼ିବା ପରେ ଅବଶ୍ୟ ମ୍ୟାଚ ଖେଳାଯାଇଥିଲା। ଶକିବଙ୍କ ଟିମ୍ ସହଜରେ ବିଜୟ ଲାଭ କରିଥିଲା। କିନ୍ତୁ ସେ ପ୍ରତିପକ୍ଷ ଦଳର ଅଫିସିଆଲ ଓ ପୂର୍ବତନ ବାଂଲାଦେଶ ଅଧିନାୟକ ଖାଲେଦ ମେହମୁଦ ସୁଜନଙ୍କ ପ୍ରତି ଦୁର୍ବ୍ୟବହାର କରିଥିଲେ। ପରେ ଅବଶ୍ୟ ଶକିବ ତାଙ୍କ ଅଫିସିଆଲ ଫେସ୍ବୁକ୍ ପେଜ୍ରେ ନିଃସର୍ତ୍ତମୂଳକ କ୍ଷମାପ୍ରାର୍ଥନା କରିଥିଲେ। କିନ୍ତୁ ମ୍ୟାଚ ସମ୍ପତ୍ତି ନଷ୍ଟ କରିବାକୁ ଚେଷ୍ଟା କରିଥିବାରୁ ସେ ଲେଭଲ-୩ ନିୟମ ଉଲ୍ଲଂଘନ କରିଛନ୍ତି।
ଫ୍ରେଞ୍ଚ୍ ଓପନ ଟେନିସ: ଜିଡାନସେକ-ବଦୋସା କ୍ୱାର୍ଟର ଫାଇନାଲ
ପ୍ୟାରିସ, ୭।୬-ଚଳିତ ଫ୍ରେଞ୍ଚ୍ ଓପନ ଗ୍ରାଣ୍ଡସ୍ଲାମ ଟେନିସ ମହିଳା ସିଙ୍ଗଲ୍ସରେ ତାମାରା ଜିଡାନସେକ ଓ ପାଉଲା ବଦୋସାଙ୍କ ମଧ୍ୟରେ କ୍ୱାର୍ଟର ଫାଇନାଲ ମୁକାବିଲା ହେବ। ସ୍ଲୋଭାନିଆର...
କ୍ରେଜିକୋଭାଙ୍କୁ ଡବଲ ଟାଇଟଲ
ପ୍ୟାରିସ, ୧୪।୬-ଚେକ୍ ରିପବ୍ଲିକ୍ର ବାର୍ବୋରା କ୍ରେଜିକୋଭା ରବିବାର ଶେଷ ହୋଇଥିବା ଫ୍ରେଞ୍ଚ୍ ଓପନ ଗ୍ରାଣ୍ଡସ୍ଲାମ ଟେନିସରେ ଡବଲ ଟାଇଟଲ ବିଜୟୀ ହୋଇଛନ୍ତି। ପୂର୍ବରୁ ମହିଳା ସିଙ୍ଗଲ୍ସ...
ଏକଦା ରାଇନାଙ୍କ ଉପରେ ରାଗିଯାଇଥିଲେ ଦ୍ରାବିଡ; କହିଥିଲେ, ‘ଭାରତୀୟ କ୍ରିକେଟର ହୋଇ ତୁମେ କ’ଣ ପିନ୍ଧିଛ ଜାଣିଛ ତ…’
ନୂଆଦିଲ୍ଲୀ,୧୫।୬: ଭାରତର ପୂର୍ବତନ ବ୍ୟାଟ୍ସମ୍ୟାନ୍ ସୁରେଶ ରାଇନା ତାଙ୍କ ପୁସ୍ତକ ‘ବିଲିଭ୍-ହ୍ବାଟ୍ ଲାଇଫ୍ ଆଣ୍ଡ କ୍ରିକେଟ ଟଟ୍ ମି’ରେ ଅନେକ ରହସ୍ୟ ଉପରୁ ପରଦା ହଟାଇଥିଲେ।...
ସେମାନେ କି ଭୁଲ କଲେ? ଏହି ୨ ଖେଳାଳିଙ୍କୁ ଅଣଦେଖା କରାଯିବାକୁ ନେଇ ରାଗିଗଲେ ପୂର୍ବ କ୍ରିକେଟର
ନୂଆଦିଲ୍ଲୀ,୧୧।୬: ଶ୍ରୀଲଙ୍କା ବିପକ୍ଷ ସୀମିତ ଓଭର କ୍ରିକେଟ ସିରିଜ ପାଇଁ ବିସିସିଆଇ ପକ୍ଷରୁ ଗୁରୁବାର ୨୦ ଜଣିଆ ଭାରତୀୟ ଦଳ ଘୋଷିତ ହୋଇଛି। ଏଥିରେ ଚୟନକର୍ତ୍ତା...
୭ ବଲ୍ରେ ବିସ୍ଫୋରକ ୪୨ ରନ୍ କଲେ ଏହି ବ୍ୟାଟ୍ସମ୍ୟାନ୍: ରଚିଲେ ଇତିହାସ
ୟୁଏଇ,୨୦।୬: ପାକିସ୍ତାନ ସୁପର ଲିଗ (ପିଏସଏଲ)ରେ କରାଚି କିଙ୍ଗସ ଏବଂ କ୍ୱେଟା ଗ୍ଲେଡିଏଟର୍ସ ମଧ୍ୟରେ ମ୍ୟାଚ ଅନୁଷ୍ଠିତ ହୋଇଥିଲା। ପ୍ରଥମେ ବ୍ୟାଟିଂ କରି କରାଚି ନିର୍ଦ୍ଧାରିତ...
ଭାରତର ଅଲିମ୍ପିକ ଥିମ୍ ଗୀତ ଉନ୍ମୋଚିତ
ନୂଆଦିଲ୍ଲୀ, ୨୪ା୬ (ପି.ଟି.)- ଭାରତର ଅଫିସିଆଲ ଅଲିମ୍ପିକ ଥିମ୍ ଗୀତ ବୁଧବାର ଉନ୍ମୋଚିତ ହୋଇଯାଇଛି। କ୍ରୀଡ଼ାମନ୍ତ୍ରୀ କିରେନ ରିଜିଜୁ ଇଭେଣ୍ଟର ମୁଖ୍ୟ ଅତିଥି ଥିଲେ। ‘ଲକ୍ଷ୍ୟ...
‘ପରାରୁଛ ନା ଗାଳି କରୁଛ’; କାହିଁକି ଇଶାନ୍ତ ଶର୍ମାଙ୍କୁ ଏମିତି କହିଲେ କୋହଲି
ସାଉଥମ୍ପଟନ,୨୧।୬: ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍ର ଫାଇନାଲରେ ନ୍ୟୁଜିଲାଣ୍ଡ ଟିମ ଇଣ୍ଡିଆ ଉପରେ ଭାରୀ ପଡିଛି। ମ୍ୟାଚର ତୃତୀୟ ଦିନରେ ପ୍ରଥମ ଇନିଂସରେ ୨୧୭ରନ ସ୍କୋର କରିବା...
ପାକିସ୍ତାନର ଏହି ପୂର୍ବ ଅଲରାଉଣ୍ଡର କହିଲେ,‘ବ୍ୟସ୍ତ ଥିବା ସତ୍ତ୍ୱେ ମୋ ବିବାହରେ ଯୋଗ ଦେଇଥିଲେ ଗାଙ୍ଗୁଲି…
ନୂଆଦିଲ୍ଲୀ,୧୨।୬: ସୌରଭ ଗାଙ୍ଗୁଲି ଜଣେ ନମ୍ର ବ୍ୟକ୍ତି। ବ୍ୟସ୍ତବହୁଳ ଜୀବନଶୈଳୀ ସତ୍ତ୍ୱେ ବିବାହରେ ଯୋଗ ଦେଇଥିଲେ । ହେଲେ ଅନେକ ପ୍ରଶଂସକ ଏ ବିଷୟରେ ଜାଣିଥିବେ...


