ଭୁବନେଶ୍ୱର, ୧୩।୬(ବ୍ୟୁରୋ): ଆସନ୍ତା ୧୬ କିମ୍ବା ୧୭ ତାରିଖରୁ ଆରମ୍ଭ ହେବ ନ୍ୟାଶନାଲ ସେରୋ ସର୍ଭେ। ଦେଶର ଯେଉଁ ୭୦ ଜିଲାରେ ପୂର୍ବରୁ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ରାଉଣ୍ଡ ସେରୋ ସର୍ଭେ ହେଇଥିଲା, ଚତୁର୍ଥ ରାଉଣ୍ଡରେ ମଧ୍ୟ ସେହିସବୁ ଜିଲାରେ ସର୍ଭେ ହେବ। ଏଥିରେ ଓଡ଼ିଶାର ୩ଟି ଜିଲା ସାମିଲ ହୋଇଛି। ସେଗୁଡ଼ିକ ହେଲା ଗଞ୍ଜାମ, ରାୟଗଡ଼ା ଓ କୋରାପୁଟ। ପୂର୍ବରୁ ହୋଇଥିବା ସେରୋ ସର୍ଭେରେ ଏହି ୩ଟି ଜିଲା ସାମିଲ ଥିଲା। ଚତୁର୍ଥ ସେରୋ ସର୍ଭେରେ ୬ବର୍ଷରୁ ଅଧିକ ବୟସ୍କ ପିଲା ସାମିଲ ହେବେ। ଏଥିପାଇଁ ଡିଜି ଆଇସିଏମ୍ଆର ସ୍ବୀକୃତି ଦେଇସାରିଛନ୍ତି। ରିଜିଓନାଲ ମେଡିକାଲ ରିସର୍ଚ୍ଚ ସେଣ୍ଟର(ଆର୍ଏମ୍ଆର୍ସି) ଭୁବନେଶ୍ୱର ପକ୍ଷରୁ ସର୍ଭେ ପାଇଁ ପ୍ରସ୍ତୁତି ସରିଥିବା ନିର୍ଦ୍ଦେଶିକା ଡା. ସଂଘମିତ୍ରା ପତି ସୂଚନା ଦେଇଛନ୍ତି। ସେ କହିଛନ୍ତି, ପ୍ରତି ଜିଲାକୁ ୧୦ଟି ଲେଖାଏ କ୍ଲଷ୍ଟର କରାଯାଇ ସେରୋ ସର୍ଭେ କରାଯିବ। ଆସନ୍ତା ୨୨ ତାରିଖରୁ ୨୪ ତାରିଖ ଭିତରେ ସର୍ଭେ ସାରିବାକୁ ଆର୍ଏମ୍ଆର୍ସି ଲକ୍ଷ୍ୟ ରଖିଛି। ରାଜ୍ୟ ସରକାରଙ୍କ ସହଯୋଗରେ ଏହି ନ୍ୟାଶନାଲ ସେରୋ ସର୍ଭେ କରାଯିବ ବୋଲି ସଂଘମିତ୍ରା କହିଛନ୍ତି।
ନିଜକୁ ଇଞ୍ଜିନିୟର କହୁଥିଲେ: ମିଛ ଧରାପଡିବା ପରେ ଦେଲେ ଏସିଡ୍ ମାଡ଼ ଧମକ
ଭଦ୍ରକ ଅଫିସ,୬।୬: ଭଦ୍ରକ ଗ୍ରାମାଞ୍ଚଳ ଥାନା ବରପଦା ପଖିଆଗୁଡ଼ି ଅଞ୍ଚଳର ଜଣେ ଯୁବତୀଙ୍କୁ ଚାରିଡିହା ଗ୍ରାମର ଜଣେ ଯୁବକ ବିବାହ କରିବାକୁ ବାଧ୍ୟ କରୁଛନ୍ତି। ତାଙ୍କୁ...
ପ୍ଲଟ୍ ଦେବା ନାଁରେ ୧୫ ଲକ୍ଷ ଠକେଇ
ଭୁବନେଶ୍ୱର,୨୬।୬(ବ୍ୟୁରୋ): ଜଣେ ବ୍ୟକ୍ତିଙ୍କୁ ଏକ ବିଲ୍ଡର ସଂସ୍ଥା ପ୍ଲଟ ଦେବାକୁ କହି ୧୫ ଲକ୍ଷରୁ ଊଦ୍ଧର୍ବ ଟଙ୍କା ଠକେଇ କରିଛି। ଠକେଇ ଅଭିଯୋଗର ଦୀର୍ଘ ୪...
ଡଙ୍ଗରିଆ କନ୍ଧ ଜନଜାତିଙ୍କ ‘ଶ୍ରମ ସମବାୟ’ ସମ୍ପର୍କରେ ଜାଣିବେ ଦର୍ଶକ
ଭୁବନେଶ୍ୱର, ୧୩।୬ (ବ୍ୟୁରୋ): ଡଙ୍ଗରିଆ କନ୍ଧମାନେ ସାଧାରଣତଃ ରାୟଗଡ଼ା ଜିଲାର ବିଷମକଟକ, କଲ୍ୟାଣସିଂପୁର ଓ ମୁନିଗୁଡ଼ା ବ୍ଲକ୍ରେ ବସବାସ କରିଥାନ୍ତି । ସେମାନଙ୍କର ମୁଖ୍ୟ ପେସା...
ନିଜ ଦରମାରୁ ରନ୍ଧାଖାଦ୍ୟ ଦେଉଛନ୍ତି କୃଷ୍ଣଚନ୍ଦ୍ର
ଭୁବନେଶ୍ୱର,୭ା୬(ବ୍ୟୁରୋ): କରୋନା ସଙ୍କଟ ଭିତରେ ଓଡ଼ିଶା, ଭାରତ ସମେତ ସମଗ୍ର ବିଶ୍ୱ ଫସି ରହିଛି। ଲକ୍ଷ ଲକ୍ଷ ଲୋକ ରୋଜଗାର ହରାଇ ଭୋକରେ ରହୁଥିବାବେଳେ ଏଭଳି...
ୟୁଜି,ପିଜି ପରୀକ୍ଷାକୁ ନେଇ ଏଭଳି ନିଷ୍ପତ୍ତି
ଭୁବନେଶ୍ୱର,୧୨।୬(ବ୍ୟୁରୋ): ଚଳିତ ବର୍ଷ ୟୁଜି/ପିଜି ପରୀକ୍ଷା ପ୍ରାୟତଃ ଅନୁଷ୍ଠିତ ହେବ। ଶନିବାର ବସିଥିବା କୁଳପତିମାନଙ୍କ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଥିବା ନେଇ ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ...
ସଂକ୍ରମଣ ସାମାନ୍ୟ କମିଲା: ରାଜଧାନୀରୁ ୬୬୧ ପଜିଟିଭ୍ ଚିହ୍ନଟ
ଭୁବନେଶ୍ୱର,୮।୬(ବ୍ୟୁରୋ): ରାଜଧାନୀ ଭୁବନେଶ୍ୱରରେ ମଙ୍ଗଳବାର ୬୬୧ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେଥିରୁ ୧୫୬ କ୍ୱାରାଣ୍ଟାଇନ୍ରୁ ଥିବା ବେଳେ ୫୦୫ ଲୋକାଲ କେସ୍ ରହିଛି।...
ପୂର୍ବତନ ଜିଲାପାଳଙ୍କ ଘରୁ ନାବାଳିକା ଉଦ୍ଧାର
ଭୁବନେଶ୍ୱର,୧୪।୬ : ନୟାପଲ୍ଲୀ ଆଇଆର୍ସି ଭିଲେଜସ୍ଥିତ ଜଣେ ଅବରସରପ୍ରାପ୍ତ ଜିଲାପାଳଙ୍କ ଘରୁ ସୋମବାର ଜଣେ ୧୨ ବର୍ଷୀୟା ନାବାଳିକାଙ୍କୁ ଉଦ୍ଧାର କରାଯାଇଛି। ଉକ୍ତ ନାବାଳିକାଙ୍କୁ ପ୍ରାୟ...
ତପୁ ମିଶ୍ର ଗୁରୁତର: ଭଗବାନଙ୍କୁ ପ୍ରାର୍ଥନା କରିବାକୁ ନିବେଦନ କଲେ ବୁଦ୍ଧାଦିତ୍ୟ
ଭୁବନେଶ୍ୱର,୧୭।୬(ବ୍ୟୁରୋ): ଓଲିଉଡର ଲୋକପ୍ରିୟ ଗାୟିକା ତପୁ ମିଶ୍ରଙ୍କ ସ୍ବାସ୍ଥ୍ୟାବସ୍ଥା ଅଧିକ ଗୁରୁତର ହେବାରେ ଲାଗିଛି। ସେ ଏବେ ଭୁବନେଶ୍ୱରରେ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି।...


