ନୂଆଦିଲ୍ଲୀ,୧୩।୬: କରୋନା ମହାମାରୀ ସଂକ୍ରମଣ ଯୋଗୁ ଭାରତରେ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଉଛି। ଏହା ସରକାରୀ ରିପୋର୍ଟଠାରୁ ୭ ଗୁଣା ଅଧିକ ବୋଲି ବିଦେଶୀ ମିଡ଼ିଆ ଦ ଇକୋନମିଷ୍ଟ୍ରେ ଏକ ଆର୍ଟିକିଲ୍ ପ୍ରକାଶ ପାଇଥିଲା। ତେବେ ଏହାକୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଖଣ୍ଡନ କରାଯାଇଛି। କେନ୍ଦ୍ରୀୟ ସ୍ବାସ୍ଥ୍ୟମନ୍ତ୍ରୀ ଡ. ହର୍ଷ ବର୍ଦ୍ଧନ କୌଣସି ମିଡ଼ିଆର ନାମ ନ ନେଇ କହିଛନ୍ତି ଯେ, ଏଭଳି ତଥ୍ୟ ସମ୍ପୂର୍ଣ୍ଣ କପୋଳକଳ୍ପିତ। ଏଥିରେ ସତ୍ୟତା ହିଁ ନାହିଁ। ମହାମାରୀର ବୈଜ୍ଞାନିକ ଆଧାରରେ ରିପୋର୍ଟରେ ତଥ୍ୟ ପ୍ରଦାନ କରାଯାଇ ନ ଥିବା ସେ କହିଛନ୍ତି। ପ୍ରକାଶିତ ରିପୋର୍ଟ କେଉଁ ପଦ୍ଧତି ଆଧାରରେ ପ୍ରକାଶିତ ହୋଇଛି ତାହା ଉଲ୍ଲେଖ କରାଯାଇ ନ ଥିବା ହର୍ଷ ବର୍ଦ୍ଧନ କହିଛନ୍ତି। ସେହିପରି ଏଥିରେ ତେଲଙ୍ଗାନା ବୀମା କ୍ଲେମ୍କୁ ଆଧାର ଭାବେ ଗ୍ରହଣ କରାଯାଇଛି। ଯାହାକି କୌଣସି ବୈଜ୍ଞାନିକ ଆଧାର ନୁହେଁ ବୋଲି ସେ କହିଛନ୍ତି। ନିର୍ବାଚନ ସର୍ଭେ କରୁଥିବା ସି-ଭୋଟର ସଂସ୍ଥାର ତଥ୍ୟକୁ ଗ୍ରହଣ କରାଯାଇଛି। ଏଭଳି ସଂସ୍ଥାର ସ୍ବାସ୍ଥ୍ୟ କ୍ଷେତ୍ରରେ କୌଣସି ଅଭିଜ୍ଞତା ନାହିଁ। ସେହିପରି ରିପୋର୍ଟରେ ମୃତ୍ୟୁ ସଂଖ୍ୟା ୭ଗୁଣା ହୋଇଥିବା ନେଇ ଅନୁମାନ କରାଯାଇଥିବା ଉଲ୍ଲେଖ କରାଯାଇଛି। ତେଣୁ ଏହି ରିପୋର୍ଟ ବିଶ୍ୱାସଯୋଗ୍ୟ ନୁହେଁ ବୋଲି ହର୍ଷବର୍ଦ୍ଧନ କହିଛନ୍ତି। ଏହା ଲୋକଙ୍କୁ ଭ୍ରମିତ କରିବା ଲକ୍ଷ୍ୟ ନେଇ କରାଯାଇଥିବା l ଭାରତ ସରକାର ଆଇସିଏମ୍ଆର୍ ଏବଂ ବିଶ୍ୱସ୍ବାସ୍ଥ୍ୟ ସଂଗଠନ ଦ୍ୱାରା ନିର୍ଦ୍ଧାରିତ ମାର୍ଗଦର୍ଶିକା ପାଳନ କରୁଥିବା ସେ କହିଛନ୍ତି।
ବିଦେଶୀ ମିଡ଼ିଆକୁ ଜବାବ୍: ୭ ଗୁଣା ନୁହେଁ କରୋନା ମୃତ୍ୟୁ ସଂଖ୍ୟା, କହିଲେ କେନ୍ଦ୍ର ସରକାର…
Posted inକରୋନା ଭାଇରସ୍, ଜାତୀୟ View All
ଉପ ରାଷ୍ଟ୍ରପତିଙ୍କ ଆକାଉଣ୍ଟ୍ରୁ ବ୍ଲୁ ଟିକ୍ ହଟାଇଲା ଟୁଇଟର୍…
ନୂଆଦିଲ୍ଲୀ,୫।୬: ଟୁଇଟର୍ ଏବେ ବିବାଦରେ ଘେରରେ ପଡ଼ିଛି। ପୂର୍ବରୁ ଭାରତ ସରକାରଙ୍କ ଦ୍ୱାରା ପ୍ରଣୟନ କରାଯାଇଥିବା ନିୟମ ପାଳନ କରିବା ନେଇ ଟୁଇଟୁର ବିବାଦରେ ରହିଥିବାବେଳେ...
ସ୍କୁଲ ପାଠ୍ୟକ୍ରମରେ ‘ବନ୍ଦେ ଉତ୍କଳ ଜନନୀ’
ଭୁବନେଶ୍ୱର, ୨୪।୬(ବ୍ୟୁରୋ): ବିଦ୍ୟାଳୟ ପାଠ୍ୟକ୍ରମରେ ରାଜ୍ୟ ସଙ୍ଗୀତ ‘ବନ୍ଦେ ଉତ୍କଳ ଜନନୀ’ ସ୍ଥାନ ପାଇଛି। ପ୍ରଥମ ଭାଷା ଓଡ଼ିଆ ବିଷୟରେ ‘ବନ୍ଦେ ଉତ୍କଳ ଜନନୀ’କୁ ସ୍ଥାନ...
ଆଇଶାଙ୍କ ବିରୋଧରେ ଦେଶଦ୍ରୋହ
କୋଚି, ୧୨।୬: ଅଭିନେତ୍ରୀ ତଥା ମଡେଲ୍ ଆଇଶା ସୁଲତାନା ଏକ ଟିଭି ବିତର୍କରେ ଭାଗନେଇ ଲାକ୍ଷାଦ୍ୱୀପରେ କୋଭିଡ୍-୧୯ ସଂକ୍ରମଣ ନେଇ ମିଛ ଖବର ପ୍ରସାର କରିଥିବା...
କମୁନିିି କରୋନା ମୃତ୍ୟୁସଂଖ୍ୟା: ଗତ ୨୪ ଘଣ୍ଟାରେ ଗଲା ୪୨ ଜୀବନ
ଭୁବନେଶ୍ୱର,୧୯।୬(ବ୍ୟୁରୋ): ରାଜ୍ୟରେ ଦୈନିକ ସଂକ୍ରମଣ ସାମାନ୍ୟ ହ୍ରାସ ପାଇଥିବା ବେଳେ ମୃତ୍ୟୁ ସଂଖ୍ୟା କିନ୍ତୁ ଦିନକୁ ଦିନ ବଢ଼ିବାରେ ଲାଗିଛି। ଗୁରୁବାର ରାଜ୍ୟରେ ଜତ ୨୪ଘଣ୍ଟାରେ...
ଏପ୍ରିଲ୍ରୁ ଆରମ୍ଭ ହେଲାଣି ଡେଲ୍ଟା ପ୍ଲସ୍ ଭାରିଆଣ୍ଟ୍…
ମୁମ୍ବାଇ,୨୩।୬: ଦେଶରେ କରୋନା ମହାମାରୀ ଭୂତାଣୁର ନୂଆ ଭାରିଆଣ୍ଟ୍ ଡେଲ୍ଟା ପ୍ଲସ୍ ମହାରାଷ୍ଟ୍ରରେ ଅଢ଼େଇ ମାସ ତଳୁ ଆରମ୍ଭ ହୋଇ ସାରିଛି। ଏପ୍ରିଲ୍ ୫ରେ ଜଣେ...
ଅନର କିଲିଂ: ସ୍ବାମୀଙ୍କୁ ହତ୍ୟା, ସ୍ତ୍ରୀଙ୍କୁ ଗୁଳି
ନୂଆଦିଲ୍ଲୀ,୨୫।୬: ଦ୍ୱାରକାର ଅମ୍ବରହାଇ ଗାଁରେ ଗୁରୁବାର ୨୩ ବର୍ଷୀୟ ବ୍ୟକ୍ତିଙ୍କୁ ଗୁଳି କରି ହତ୍ୟା କରାଯାଇଥିବା ବେଳେ ତାଙ୍କର ସ୍ତ୍ରୀ ଗୁରୁତର ହୋଇ ହସ୍ପିଟାଲରେ ଜୀବନ...
ବାପା, ମା’, ଭଉଣୀଙ୍କୁ ହତ୍ୟା କରି ପୋତି ଦେଇଥିଲେ ଘରେ
କୋଲକାତା,୧୯।୬: ବାପା, ମା’, ଭଉଣୀ ଓ ଜେଜେମା’ଙ୍କ ହତ୍ୟା ମାମଲାରେ ପୋଲିସ ଜଣେ ୧୯ ବର୍ଷୀୟ ଯୁବକଙ୍କୁ ଗିରଫ କରିଛି। ଅଭିଯୁକ୍ତ(ଅସିଫ)ର ସାନ ଭାଇ ଅରିଫ...
ପୁଣି ଥରେ ସିଦ୍ଧାର୍ଥ ହେଲେ ‘ମୋଷ୍ଟ ଡିଜାରେବଲ ମ୍ୟାନ-୨୦୨୦’
ମୁମ୍ବାଇ,୧୧।୬: ଟେଲି ପପୁଲାର ଶୋ’ ବିଗ୍ ବସ୍-୧୩ର ବିଜେତା ତଥା ଅଭିନେତା ସିଦ୍ଧାର୍ଥ ଶୁକ୍ଲା ପୁଣି ଥରେ ଲୋକପ୍ରିୟତା ହାସଲ କରିପାରିଛନ୍ତି। ପ୍ରଶଂସକଙ୍କ ମନକୁ ଜିଣିପାରି...


