E-Paper
  • logo
  • Tuesday 27th January 2026 | Today's Paper | Archives
  • Dharitri Logo
  • Thursday, March 28, 2019 | Archives
  • .
  • ରାଜ୍ୟ
  • ଜାତୀୟ
  • ମେଟ୍ରୋ
  • ଅନ୍ତର୍ଜାତୀୟ
  • ଖେଳ
  • ଫୁରସତ
  • ବାଣିଜ୍ୟ
  • ସମ୍ପାଦକୀୟ
  • ଜୀବନଚର୍ଯ୍ୟା
  • ଅପରାଧ
  • ମନୋରଞ୍ଜନ
  • ଆମ ଜିଲା ଖବର
    • ମୟୂରଭଞ୍ଜ
    • ବାଲେଶ୍ୱର
    • ଭଦ୍ରକ
    • କେନ୍ଦୁଝର
    • ଢେଙ୍କାନାଳ
    • ଅନୁଗୋଳ
    • ଯାଜପୁର
    • କେନ୍ଦ୍ରାପଡ଼ା
    • ଜଗତ୍‌ସିଂହପୁର
    • କଟକ
    • ପୁରୀ
    • ଖୋର୍ଦ୍ଧା
    • ନୟାଗଡ଼
    • ଗଞ୍ଜାମ
    • ଗଜପତି
    • କନ୍ଧମାଳ
    • କୋରାପୁଟ
    • ମାଲକାନଗିରି
    • ରାୟଗଡା
    • ନବରଙ୍ଗପୁର
    • କଳାହାଣ୍ଡି
    • ନୂଆପଡ଼ା
    • ବୌଦ୍ଧ
    • ସୁବର୍ଣ୍ଣପୁର
    • ବଲାଙ୍ଗୀର
    • ସମ୍ବଲପୁର
    • ବରଗଡ଼
    • ଝାରସୁଗୁଡ଼ା
    • ଦେବଗଡ଼
    • ସୁନ୍ଦରଗଡ଼
  • ଅନ୍ୟାନ୍ୟ
    • କରୋନା ଭାଇରସ୍‌
    • ଶ୍ରେଷ୍ଠ ପାଞ୍ଚ
    • ଆଜିର ଫଟୋ
  • ଖେଳନ୍ତୁ ଗେମ୍ସ
Posted inଜୀବନଚର୍ଯ୍ୟା

ଚେହେରା ଅନୁସାରେ ଏଭଳି ବାଛନ୍ତୁ ଇୟର୍‌ ରିଂ
4:14 pmJune 13, 2021

ମହିଳାମାନଙ୍କୁ ଆକର୍ଷଣୀୟ ଲୁକ୍‌ ଦେବାରେ ଇୟର୍‌ ରିଂର ମଧ୍ୟ ବିଶେଷ ଭୂମିକା ରହିଥାଏ। ତେବେ ସବୁ ମହିଳାଙ୍କୁ ଯେ ସବୁ ପ୍ରକାରର ଇୟର୍‌ ରିଂ ମାନିବ ତାହା ବି ଭାବିବା ଠିକ୍‌ ନୁହେଁ। କାରଣ ପ୍ରତ୍ୟେକ ମହିଳାଙ୍କର ମୁହଁର ଗଢ଼ଣ ଭିନ୍ନ ଭିନ୍ନ ହୋଇଥାଏ। ତେବେ କେଉଁ ଗଢ଼ଣର ଚେହେରାକୁ କେଉଁ ଇୟର୍‌ ରିଂ ପିନ୍ଧିଲେ ଭଲ ମାନିଥାଏ ଆସନ୍ତୁ ଜାଣିବା ସେ ସମ୍ପର୍କରେ…

ରାଉଣ୍ଡ ବା ଗୋଲ ଚେହେରା: ଯେଉଁ ମହିଳାମାନଙ୍କର ମୁହଁ ଗୋଲ୍‌ ବା ରାଉଣ୍ଡ ଶେପ୍‌ର ହୋଇଥାଏ, ସେମାନଙ୍କୁ ଲମ୍ବା ଡିଜାଇନ୍‌ ବାଲା ଇୟର ରିଂ ବେଶ୍‌ ଭଲ ମାନିଥାଏ। ବିଶେଷକରି ହ୍ୟାଙ୍ଗିଂ ଇୟର୍‌ ରିଂ ତଥା ମୋତି, କ୍ରିଷ୍ଟାଲ୍‌ ଅବା ଜେମ୍ସ ଷ୍ଟୋନ୍‌ର କାମ ହୋଇଥିବା ଡାଙ୍ଗଲର୍‌ ଇୟର ରିଂ ବି ଗୋଲ ଚେହେରାକୁ ସୁନ୍ଦର ଦେଖାଯାଇଥାଏ। କିନ୍ତୁ ରାଉଣ୍ଡ ଶେପ୍‌ର ଇୟର ରିଂ ଏହି ଚେହେରା ପାଇଁ ଆଦୌ ପରଫେକ୍ଟ ନୁହେଁ, କାରଣ ଏହା ଚେହେରାକୁ ଆହୁରି ଗୋଲାକାର ଲୁକ୍‌ ଦେଇଥାଏ।

ସ୍କୋୟାର୍‌ ବା ବର୍ଗାକାର ଚେହେରା: ବର୍ଗାକାର ଆକୃତି ଚେହେରା ଯେଉଁମାନଙ୍କର ସେମାନଙ୍କର ଥୋମଣି ପାଖ ଅଂଶ ସାମାନ୍ୟ ଚଉଡ଼ା ଦେଖାଯାଇଥାଏ। ତେଣୁ ଏପରି ଚେହେରା ଥିବା ମହିଳାମାନଙ୍କୁ ଟିୟର୍‌ ଡ୍ରପ୍‌ ତଥା ମିଡିୟମ୍‌ ସାଇଜ୍‌ର ଜେମ୍ସ ଷ୍ଟୋନ ଦ୍ୱାରା ସଜ୍ଜିତ ରୁପା ଅଥବା ସୁନାର ଇୟର ରିଂ ବି ବେଶ୍‌ ଭଲ ମାନିଥାଏ। ଏପରିକି ସେମାନେ ଚାହିଁଲେ ଡାଙ୍ଗଲର୍‌ ଇୟର୍‌ ରିଂ ବି ଟ୍ରାଏ କରିପାରିବେ। ହେଲେ ଏହାକୁ କିଣିବା ପୂର୍ବରୁ ଇୟର୍‌ ରିଂର ଶେପ୍‌ ଉପରେ ବିଶେଷ ଧ୍ୟାନ ଦେବେ। ମୁଖ୍ୟତଃ ଫ୍ଲାଓ୍ବାର୍‌, ସରକ୍ୟୁଲାର୍‌ ଏବଂ ହାର୍ଟ ଶେପ୍‌ର ଇୟର୍‌ ରିଂ ବର୍ଗାକାର ଚେହେରାକୁ ସୁନ୍ଦର ଦେଖାଯାଇଥାଏ। ଅନ୍ୟପକ୍ଷେ ଗୋଲ ତଥା ଚୋକର ଆକୃତିର ବଡ଼ ଇୟର ରିଂ ବର୍ଗାକାର ଚେହେରାକୁ ଆହୁରି ଚଉଡ଼ା ଲୁକ୍‌ ଦେଇଥାଏ। ତେଣୁ ଏହାକୁ ଟ୍ରାଏ ନ କରିବା ଭଲ।

ଓଭାଲ୍‌ ବା ଅଣ୍ଡାକୃତି ଚେହେରା: ଏହି ଚେହେରା ଥିବା ମହିଳାମାନଙ୍କୁ ସବୁ ପ୍ରକାରର ଇୟର୍‌ ରିଂ ବେଶ୍‌ ଭଲ ମାନିଥାଏ। ଅନ୍ୟ ଫେସ୍‌କଟ୍‌ର ମହିଳାମାନଙ୍କୁ ଯେଉଁଠି ସେମାନଙ୍କ ଫେସ୍‌ ଆକାରର ଇୟର୍‌ ରିଂ ପିନ୍ଧିବାକୁ ମନା କରାଯାଇଥାଏ, ସେଠି ଅଣ୍ଡାକୃତି ଚେହେରା ଥିବା ମହିଳାଙ୍କୁ କିନ୍ତୁ ଓଭାଲ୍‌ ଶେପ୍‌ର ଇୟର୍‌ ରିଂ ପିନ୍ଧିବାକୁ କୁହାଯାଇଥାଏ। କାରଣ ଏହି ଶେପ୍‌ର ଇୟର୍‌ ରିଂ ମହିଳାଙ୍କୁ ଏଲିଗାଣ୍ଟ ଲୁକ୍‌ ଦେଇଥାଏ। ଟିୟର୍‌ ଡ୍ରପ୍‌ ଇୟର୍‌ ରିଂ ବି ଅଣ୍ଡାକୃତି ଚେହେରା ଥିବା ମହିଳାଙ୍କ ପାଇଁ ଅନ୍ୟ ଏକ ଭଲ ବିକଳ୍ପ ହୋଇଥାଏ।

ଡାଇମଣ୍ଡ ଓ ହାର୍ଟ ଶେପ୍‌ର ଚେହେରା: ଏହି ଧରଣର ଫେସ୍‌କଟ୍‌ ଥିବା ମହିଳାମାନଙ୍କର ଥୋମଣି ଅଂଶଟି ପତଳା ଓ ଗାଲ ଶାର୍ପ ଦେଖାଯାଇଥାଏ। ତେଣୁ ଏଭଳି ଚେହେରା ଥିବା ମହିଳାମାନେ ତଳ ଆଡକୁ ଚଉଡ଼ା ଡିଜାଇନ୍‌ ହୋଇଥିବା ଇୟର୍‌ ରିଂକୁ ଚୁଜ୍‌ କରିବା ଦରକାର। ଖାସ୍‌କରି ଡାଙ୍ଗଲର୍‌, ଟିୟର୍‌ ଡ୍ରପ୍‌ ଅଥବା ଝୁମ୍‌କା ଡିଜାଇନ୍‌ର ଇୟର୍‌ ରିଂ ଏଥିପାଇଁ ବେଷ୍ଟ ଅପ୍ସନ ହୋଇଥାଏ। କାରଣ ଏଗୁଡ଼ିକ ଫେସ୍‌କୁ ବାଲାନ୍ସ ଲୁକ୍‌ ଦେଇଥାଏ। ଅନ୍ୟପକ୍ଷେ ରାଉଣ୍ଡ ଡିଜାଇନ୍‌ ଅଥବା ଚୋକର୍‌ କିମ୍ବା ଷ୍ଟଡ୍‌ ଷ୍ଟାଇଲ୍‌ର ଇୟର୍‌ ରିଂ ହାର୍ଟ ଶେପ୍‌ର ଚେହେରାକୁ ସେତେ ଭଲ ମାନି ନଥାଏ।

ଟ୍ରାଏଙ୍ଗେଲ୍‌ ବା ତ୍ରିକୋଣ ଆକୃତିର ଚେହେରା: ଏଭଳି ଚେହେରା ଥିବା ମହିଳାମାନେ ଚେନ୍‌ ହ୍ୟାଙ୍ଗିଙ୍ଗ୍‌ ବାଲା ଅଥବା ତଳ ଆଡକୁ ଚଉଡ଼ା ଡିଜାଇନ୍‌ ହୋଇଥିବା ବାଲା ଇୟର୍‌ ରିଂ ପିନ୍ଧିଲେ ଲୁକ୍‌ ଆକର୍ଷଣୀୟ ଲାଗିଥାଏ। ଏପରିକି ଝୁମ୍‌କା ଷ୍ଟାଇଲ୍‌ ବା ଟିୟର୍‌ ଡ୍ରପ୍‌ ଷ୍ଟାଇଲ୍‌ର ଇୟର ରିଂ ବି ଏହି ଚେହେରାକୁ ବେଶ୍‌ ଭଲ ମାନିଥାଏ। ବିଶେଷକରି ଡାଇମଣ୍ଡ ଶେପ୍‌ର ଝୁମ୍‌କା ଟ୍ରାଏଙ୍ଗେଲ୍‌ ଫେସ୍‌କୁ କଣ୍ଟ୍ରାଷ୍ଟ ଲୁକ୍‌ ଦେଇଥାଏ। ଅନ୍ୟପକ୍ଷେ ଜ୍ୟୋମେଟ୍ରିକାଲ୍‌ ଶେପ୍‌ ଅଥବା ଷ୍ଟଡ୍‌ ଡିଜାଇନ୍‌ର ଇୟର୍‌ ରିଂ ଏହି ଚେହେରା ଥିବା ମହିଳାମାନଙ୍କୁ ସେତେ ଭଲ ମାନେନାହିଁ।

ଲମ୍ବା ତଥା ପତଳା ଚେହେରା: ଯେଉଁମାନଙ୍କର ଚେହେରା ଟିକେ ଲମ୍ବା ଆଉ ପତଳା ଦେଖାଯାଇଥାଏ, ସେମାନେ ଚାହିଁଲେ ମିଡିୟମ୍‌ ସାଇଜ୍‌ର ହ୍ୟାଙ୍ଗିଙ୍ଗ୍‌ ଇୟର୍‌ ରିଂ ଟ୍ରାଏ କରିପାରିବେ। ଏହା ଚେହେରାକୁ ଓ୍ବାଇଡ୍‌ ଲୁକ୍‌ ଦେଇଥାଏ। ସେହିପରି ଗ୍ଲାମର୍‌ ଲୁକ୍‌ ପାଇଁ ଏହି ଚେହେରା ଥିବା ମହିଳାମାନେ କ୍ୟୁବିକ୍‌ ଶେପ୍‌ର କ୍ରିଷ୍ଟାଲ୍‌ ଷ୍ଟଡ୍‌ ବି ଚୁଜ୍‌ କରିପାରିବେ।


[mc4wp_form id="252536"] All Right Reserved By Dharitri.Com

Posted inଜୀବନଚର୍ଯ୍ୟା View All

ସାଉଣ୍ଡ ଫିଗର ଚାହୁଁଥିଲେ

ବର୍ତ୍ତମାନ ସ୍ଲିମ୍‌ ଟ୍ରେଣ୍ଡ ଚାଲିଛି। ହେଲେ ମହିଳାମାନେ ଆବଶ୍ୟକରୁ ଅଧିକ ପତଳା ହେବା ଦ୍ୱାରା ଫିଗରର ଆକର୍ଷଣ କମିଯାଏ। ଏମିତିରେ ଅନେକେ ମୋଟା ହେବା ଲାଗି...

ସ୍ବପ୍ନରେ ଏସବୁ ଦେଖିଲେ…

ବ୍ୟକ୍ତିର ଭବିଷ୍ୟ ସହ ଜଡ଼ିତ ଥାଏ ସ୍ବପ୍ନ। ସବୁ ସ୍ବପ୍ନର କିଛି ନା କିଛି ମାନେ ଥାଏ। ସ୍ବପ୍ନ ଶାସ୍ତ୍ର ଅନୁଯାୟୀ ଏଭଳି କିଛି ସ୍ପପ୍ନ...

ଏହି ଅଭ୍ୟାସ ଦେଖାଏ ସଫଳତାର ରାସ୍ତା

ଆଚାର୍ଯ୍ୟ ଚାଣକ୍ୟ ତାଙ୍କ ନୀତିଶାସ୍ତ୍ରରେ ପଦୋନ୍ନତି, ବୈବାହିକ ଜୀବନ, ବନ୍ଧୁତା, ଶତ୍ରୁତା ଏବଂ ସମ୍ମାନ ସହିତ ଜଡିତ ସମସ୍ତ ବିଷୟ ଉପରେ ପରାମର୍ଶ ଦେଇଛନ୍ତି। ଚାଣକ୍ୟଙ୍କ...

ହାକୁଟିକୁ ଅଣଦେଖା କରୁଛନ୍ତି କି….

  ସାଧାରଣତଃ ଖାଇବା ପରେ ପ୍ରାୟ ଲୋକଙ୍କୁ ହାକୁଟି ଦେଇଥାଏ। ଆଉ ଏହା ଏକ ସାଧାରଣ ସମସ୍ୟା ହୋଇଥାଏ। ମାତ୍ର ଦିନ ସାରା ଯଦି ଏହି...

ସ୍କର୍ଟ କିଣିବା ବେଳେ…

ସ୍କର୍ଟ ପିନ୍ଧିବା ଯେମିତି ଆରାମଦାୟକ ସେମିତି ମଧ୍ୟ ଫ୍ୟାଶନେବୁଲ। କିନ୍ତୁ ପରଫେକ୍ଟ ଲୁକ୍‌ ପାଇବା ପାଇଁ ସ୍କର୍ଟ କିଣିବା ସମୟରେ କେଉଁ ସବୁ ଦିଗ ପ୍ରତି...

ଖରାଦିନିଆ ଫଳରୁ ସୌନ୍ଦର୍ଯ୍ୟ

ଘନକଳା ତଥା ମୁଲାୟମ କେଶ ପାଇବାକୁ ଚାହୁଁଥିଲେ ଖରାଦିନେ ମିଳୁଥିବା ଫଳ ସବୁ ନିଶ୍ଚୟ ଖାଆନ୍ତୁ…   ଖରାଦିନିଆ ଫଳରୁ ସୌନ୍ଦର୍ଯ୍ୟ ଖରାଦିନେ ମିଳୁଥିବା ବିଭିନ୍ନ...

ସଂକ୍ରମଣ ମାତ୍ରା କମାଏ ଭିଟାମିନ୍‌ ଡି

ହାଇଦ୍ରାବାଦ, ୨ା୬: ଶରୀରରେ ଯଥେଷ୍ଟ ମାତ୍ରାରେ ଭିଟାମିନ୍‌ ଡି କରୋନା ସଂକ୍ରମଣ ହ୍ରାସ କରିବାରେ ପ୍ରମୁଖ ଭୂମିକା ନେଇଥାଏ। ଏ ସଂକ୍ରାନ୍ତରେ ହାଇଦ୍ରାବାଦସ୍ଥିତ ନିଜାମ୍‌ ଇନ୍‌ଷ୍ଟିଚ୍ୟୁଟ୍‌...

ଘରୁ ଦୂରାନ୍ତୁ ମଶା

ଘରେ ମଶା ହେଲେ ଅଧିକାଂଶ ମଶା ମରା କଏଲ୍‌, ଲିକ୍ୱିଡ୍‌, ହିଟ୍‌ ଆଦିର ସାହାଯ୍ୟ ନିଅନ୍ତି । କିନ୍ତୁ ଏସବୁରୁ ନିର୍ଗତ ବିଷାକ୍ତ ଧୂଆଁ ସ୍ବାସ୍ଥ୍ୟୋପକାରୀ...

Archives

Model This Week

Pilanka Dharitri
Metro Mijaj
Why Dharitri

ଛତ୍ରପୁର,୨୮।୬(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଛତ୍ରପୁର ଉପକଣ୍ଠ ଗଞ୍ଜାମ ଥାନା ଅଧୀନ କରପଡା ଗ୍ରାମର ବୃନ୍ଦାବନ ଚର୍ତିଙ୍କ ଘରୁ ବିଳମ୍ବିତ...

 
[mc4wp_form id="252536"]

Post navigation

Previous Post Previous post:
ଫାଇନାଲରେ ବୋଲିଂ କରିବେ କି କୋହଲି
Next Post Next post:
୨୧ ଜିଲାକୁ ୟେଲୋ ଓ୍ବାର୍ନିଂ, ୮ ଜିଲାକୁ ସତର୍କ ରହିବା ପାଇଁ ପରାମର୍ଶ

 

Logo
  • ରାଜ୍ୟ
  • ଜାତୀୟ
  • ମେଟ୍ରୋ
  • ଅନ୍ତର୍ଜାତୀୟ
  • ଖେଳ
  • ଫୁରସତ
  • ବାଣିଜ୍ୟ
  • ସମ୍ପାଦକୀୟ
  • ଜୀବନଚର୍ଯ୍ୟା
  • ଅପରାଧ
  • ମନୋରଞ୍ଜନ
  • About us
  • Contacts
  • Advertise with us

Copyright © Dharitri.com 2016-2026 - All rights reserved

Developed By Ratna Technology

  • Home
  • ରାଜ୍ୟ
  • ଜାତୀୟ
  • ଅନ୍ତର୍ଜାତୀୟ
  • ମେଟ୍ରୋ
  • ଖେଳ
  • ଫୁରସତ
  • ବାଣିଜ୍ୟ
  • ସମ୍ପାଦକୀୟ
  • ଜୀବନଚର୍ଯ୍ୟା
  • ଅପରାଧ
  • ମନୋରଞ୍ଜନ
  • ଆମ ଜିଲା ଖବର
    ▼
    • କଟକ
    • ଅନୁଗୋଳ
    • କେନ୍ଦୁଝର
    • କେନ୍ଦ୍ରାପଡ଼ା
    • ଗଞ୍ଜାମ
    • ସୁନ୍ଦରଗଡ଼
    • କୋରାପୁଟ
    • ଢେଙ୍କାନାଳ
    • କଳାହାଣ୍ଡି
    • ବାଲେଶ୍ୱର
    • କନ୍ଧମାଳ
    • ସୁବର୍ଣ୍ଣପୁର
    • ଜଗତ୍‌ସିଂହପୁର
    • ନୟାଗଡ଼
    • ପୁରୀ
    • ଖୋର୍ଦ୍ଧା
    • ଗଜପତି
    • ଭଦ୍ରକ
    • ଝାରସୁଗୁଡ଼ା
    • ମୟୂରଭଞ୍ଜ
    • ଯାଜପୁର
    • ଦେବଗଡ଼
    • ନବରଙ୍ଗପୁର
    • ନୂଆପଡ଼ା
    • ବରଗଡ଼
    • ବଲାଙ୍ଗୀର
    • ବୌଦ୍ଧ
    • ରାୟଗଡା
    • ମାଲକାନଗିରି
  • କରୋନା ଭାଇରସ୍‌
  • କାର୍ଟୁନ
  • ରାଶିଫଳ
  • ଶ୍ରେଷ୍ଠ ପାଞ୍ଚ
  • ଆଜିର ଫଟୋ
  • ଖେଳନ୍ତୁ ଗେମ୍ସ
  • Model This Week
  • About us
  • Contacts