ଜବଲପୁର,୧୩।୬: ମଧ୍ୟପ୍ରଦେଶର ଜବଲପୁରରେ ଏକ ଅଭାବାନୀୟ ଘଟଣା ଘଟିଛି। ପ୍ରେମିକ ଅନ୍ୟ ଜଣେ ଯୁବତୀଙ୍କୁ ବିବାହ କରିବାରୁ ପ୍ରେମିକା ଏକ ହୃଦୟଥରା କାଣ୍ଡ କରିଛନ୍ତି। ନିଜ ଭଉଣୀଙ୍କ ସହ ମିଶି ପ୍ରେମିକଙ୍କୁ ହତ୍ୟା କରିଛନ୍ତି। ପ୍ରେମିକଙ୍କ ବିବାହର ଚାରି ଦିନ ପରେ ତାଙ୍କୁ ଶେଷଥର ସାକ୍ଷାତ କରିବାକୁ ଡାକି ପ୍ରେମିକା ତାଙ୍କୁ ହତ୍ୟା କରିଥିବା ପୋଲିସ ଆଗରେ ସ୍ବୀକାର କରିଛନ୍ତି।
ପୋଲିସ କହିଛି ଯେ, ମୃତ ବ୍ୟକ୍ତି ଅଭିଯୁକ୍ତ ଯୁବତୀଙ୍କୁ ବିବାହ କରିବାକୁ ପ୍ରତିଶ୍ରୁତି ଦେଇଥିଲେ, କିନ୍ତୁ ତାଙ୍କୁ ବିବାହ ନ କରି ଅନ୍ୟ ଏକ ସ୍ଥାନରେ ବିବାହ କରିଥିଲେ। ଏଥିରେ ପ୍ରେମିକା ରାଗି ଯାଇଥିଲେ। ଏହା ପରେ ସେ ପ୍ରତିଶୋଧ ପାଇଁ ତାଙ୍କୁ ହତ୍ୟା କରିବାକୁ ନିଷ୍ପତ୍ତି ନେଇଥିଲେ। ମୃତ ସୋନୁ ପଟେଲଙ୍କୁ ଶେଷ ଥର ପାଇଁ ସାକ୍ଷାତ କରିବାକୁ ଏକ ଜଙ୍ଗଲକୁ ଡାକିଥିଲେ। ସେଠାରେ ସୋନୁଙ୍କ ହାତ, ପାଦ ଏବଂ ପାଟିରେ ବାନ୍ଧିଥିଲେ। ତା’ପରେ ତାଙ୍କୁ ପଥର ସାହାଯ୍ୟରେ ଛେଚି ହତ୍ୟା କରିଥିଲେ। ସୋନୁ ମେ ୧୨ରେ ବିବାହ କରିଥିଲେ। ବିବାହର ଚାରି ଦିନ ପରେ ଅର୍ଥାତ୍ ମେ ୧୬ରେ ସେ ଘରୁ ବାହାରି ମୋବାଇଲ ମରାମତି ପାଇଁ ସିହୋରା ଯିବେ ବୋଲି କହିଥିଲେ। ସେବେଠାରୁ ସେବେଠାରୁ ସେ ନିଖୋଜ ଥିଲେ ଏବଂ ପରେ ପରିବାର ଲୋକେ ଥାନାରେ ମାମଲା ରୁଜୁ କରିଥିଲେ। ମେ ୨୪ରେ ହରଗଡ ଜଙ୍ଗଲରୁ ମିଳିଥିବା ମୃତ ଦେହର ପୋଷ୍ଟମର୍ଟମ ରିପୋର୍ଟରୁ ସୋନୁ ହତ୍ୟାକାଣ୍ଡର ଗୁମର ଫିଟିଥିଲା।
ଏଲ୍ଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ପଦରୁ ହଟିଲେ ଚିରାଗ
ନୂଆଦିଲ୍ଲୀ,୧୫।୬: ଲୋକ ଜନଶକ୍ତି ପାର୍ଟି(ଏଲ୍ଜେପି)ରେ ଦଳ କନ୍ଦଳ ବଢ଼ିବାରେ ଲାଗିଛି। ମଙ୍ଗଳବାର ଚିରାଗ ପାସଓ୍ବାନଙ୍କୁ ରାଷ୍ଟ୍ରୀୟ ଅଧ୍ୟକ୍ଷ ପଦରୁ ହଟାଇ ଦିଆଯାଇଛି। ତାଙ୍କ ସ୍ଥାନରେ ସୁରଜଭାନଙ୍କୁ...
୨୦୨୨ ବିଧାନସଭା ନିର୍ବାଚନ ପାଇଁ ଭାଜପାର ଅଣ୍ଟାଭିଡ଼ା: ପରାଜୟରୁ ଶିକ୍ଷା ଲାଭ କରିବାକୁ କହିଲେ ମୋଦି…
ନୂଆଦିଲ୍ଲୀ,୭।୬: ଦେଶରେ କରୋନା ମହାମାରୀ ସଂକ୍ରମଣ ଯୋଗୁ ସ୍ଥିତି ସଙ୍କଟ ଜନକ ରହିଛି। ଏପରିସ୍ଥଳେ ଭାଜପା ପକ୍ଷରୁ ୨୦୨୨ରେ ଦେଶର ୫ ରାଜ୍ୟରେ ହେବାକୁଥିବା ବିଧାନସଭା...
୨ ପ୍ରକାର ଭାକ୍ସିନ୍ ନେଲେ ବଢ଼ିବ ପ୍ରତିରୋଧକ ଶକ୍ତି, ଅଧିକ ପରୀକ୍ଷା ନିରୀକ୍ଷା ଆବଶ୍ୟକ…
ନୂଆଦିଲ୍ଲୀ,୨୬।୬: କରୋନା ମହାମାରୀ ଭୂତାଣୁ ବିରୋଧରେ ଲଢ଼େଇ ଜାରି ରହିଛି। ସଂକ୍ରମଣରୁ ଦୂରେଇ ରହିବା ଲାଗି ସାର୍ବଜନୀକ ଟିକାକରଣ ଅଭିଯାନ କରାଯାଉଛି। ଏପରିସ୍ଥଳେ ଏମ୍ସ୍ ପକ୍ଷରୁ...
ଅଧିକ ଆଣ୍ଟିବଡି ସୃଷ୍ଟି କରୁଛି କୋଭିଶିଲ୍ଡ
ନୂଆଦିଲ୍ଲୀ,୭।୬: କୋଭାକ୍ସିନ ଅପେକ୍ଷା କୋଭିଶିଲ୍ଡ ଟିକା ଅଧିକ ଆଣ୍ଟିବଡି ସୃଷ୍ଟି କରୁଥିବା ଏକ ଅଧ୍ୟୟନରୁ ଜଣାପଡ଼ିଛି। ଉପରୋକ୍ତ ଟିକାର ଦୁଇଟି ଡୋଜ୍ ନେଇଥିବା ସ୍ବାସ୍ଥ୍ୟ କର୍ମଚାରୀଙ୍କ...
୭୬ ଦିନ ପରେ ଦେଶରେ ଆଜି ସବୁଠୁ କମ୍ କରୋନା ସଂକ୍ରମଣ ଚିହ୍ନଟ: ମୃତ୍ୟୁ ସଂଖ୍ୟାରେ ଲାଗୁନି ବ୍ରେକ୍
ନୂଆଦିଲ୍ଲୀ,୧୫।୬: ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟ କିଛିଟା ଥମିଥିଲେ ମଧ୍ୟ ମୃତ୍ୟୁ ସଂଖ୍ୟା ବଢିବାରେ ଲାଗିଛି। ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ, ଗତ ୨୪ ଘଣ୍ଟା...
୨ ମାସରେ ୧୬ ଜଣଙ୍କୁ ମାରିଲାଣି ଦନ୍ତା
ନୂଆଦିଲ୍ଲୀ,୨୪।୬: ହାତୀ ପଲରୁ ବିତାଡ଼ିତ ହେବା ପରେ ଏକ ଦନ୍ତା ଝାଡ଼ଖଣ୍ଡର ସନ୍ଥାଳ ପରଗାନା ଅଞ୍ଚଳରେ ଆତଙ୍କ ଖେଳାଇ ଦେଇଛି। ଗତ ଦୁଇ ମାସ ମଧ୍ୟରେ...
କରୋନା ମାତା ମନ୍ଦିର ଉପରେ ପୋଲିସ ଚଳାଇଲା ବୁଲ୍ଡୋଜର…
ପ୍ରତାପଗଡ଼,୧୩।୬: ଦେଶରେ କରୋନା ମହାମାରୀ ସଂକ୍ରମଣ ଯୋଗୁ ଲୋକଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି ହୋଇଛି। କରୋନାରୁ ଦୂରେଇ ରହିବା ପାଇଁ ଉତ୍ତରପ୍ରଦେଶ ପ୍ରତାପଗଡ଼ରେ ଲୋକେ କରୋନା...
ସିବିଏସ୍ଇ ଏବଂ ସିଆଇସିଏସ୍ଇକୁ ନିର୍ଦ୍ଦେଶ: ୧୫ ଦିନରେ ମୂଲ୍ୟାୟନ ପଦ୍ଧତି ଦର୍ଶାଅ
ନୂଆଦିଲ୍ଲୀ,୪।୬(ପି.ଟି.):କରୋନା ମହାମାରୀ ପାଇଁ ଚଳିତ ବର୍ଷ ଦ୍ୱାଦଶ ବୋର୍ଡ ପରୀକ୍ଷାକୁ ବାତିଲ କରାଯାଇଥିବାରୁ ସୁପ୍ରିମକୋର୍ଟ ଗୁରୁବାର ଖୁସିବ୍ୟକ୍ତ କରିଛନ୍ତି। ତେବେ ଛାତ୍ରୀଛାତ୍ରଙ୍କ ମୂଲ୍ୟାୟନ ପଦ୍ଧତି ସମ୍ପର୍କରେ...


