ଏମ୍ଭି ୭୯,୧୩ା୬: ମାଲକାନଗିରି ସୀମାନ୍ତ ଛତିଶଗଡ଼ର କାଣ୍ଡକାପାରା ପୋଲିସ ନିକଟରେ ଶନିବାର ଅପରାହ୍ନରେ ଏକ ମାଓବାଦୀ ଦମ୍ପତି ଆତ୍ମସମର୍ପଣ କରିଛନ୍ତି। ସେମାନେ ହେଲେ କୋରସା ଲାଚୁ(୩୨) ଓ ତାଙ୍କ ସ୍ତ୍ରୀ କୋରସା ଅନିତା(୨୯)। ଉଭୟେ ମାଓବାଦୀଙ୍କ ବିଜାପୁର ଜିଲା ଗଙ୍ଗାଲୁର କ୍ଷେତ୍ର କମିଟିରେ କାର୍ଯ୍ୟ କରୁଥିଲେ। ମାଓବାଦୀଙ୍କ ଥଇଥାନ ପାଇଁ ଛତିଶଗଡ଼ ସରକାରଙ୍କ ପକ୍ଷରୁ ହୋଇଥିବା ଯୋଜନାରେ ଆକୃଷ୍ଟ ହୋଇ ଆତ୍ମସମର୍ପଣ କରିଥିବା କହିଛନ୍ତି ଏହି ମାଓବାଦୀ ଦମ୍ପତି। କୋରସା ଲାଚୁ ମାଓବାଦୀ ସଙ୍ଗଠନରେ ୨୦୦୨ରେ ଯୋଗ ଦେଇଥିଲେ। ସଡ଼କ ନିର୍ମାଣ କାର୍ଯ୍ୟରେ ନିୟୋଜିତ ଟ୍ରାକ୍ଟର ପୋଡି, ନାଇମେଣ୍ଡ ବଜାରରେ ଆସିଷ୍ଟାଣ୍ଟ କନଷ୍ଟେବଳ ତେଲାମ ମାରୁମଙ୍କ ହତ୍ୟାରେ ସେ ସମ୍ପୃକ୍ତ ଥିଲେ। ଅନିତା ୨୦୦୩ରେ ମାଓବାଦୀ ସଙ୍ଗଠନରେ ଯୋଗଦେଇଥିଲେ। ତାଙ୍କୁ ଘୁମରାର ବାଲସାଙ୍ଗମ ପଦରେ ରଖାଯାଇଥିଲା। ଗ୍ରାମାଞ୍ଚଳରେ ମହିଳା ସଙ୍ଗଠନ କରିବା, ଯୁବତୀମାନଙ୍କୁ ମାଓବାଦୀ ସଙ୍ଗଠନକୁ ଆଣିବା ତାଙ୍କ ଦାୟିତ୍ୱ ଥିଲା। ସେ ବିଭିନ୍ନ ହିଂସାତ୍ମକ କାର୍ଯ୍ୟକଳାପରେ ଜଡିତ ଥିଲେ। ଆତ୍ମସମର୍ପଣ ପରେ ସେମାନଙ୍କୁ ୧୦ ହଜାର ଟଙ୍କା ସହାୟତା ରାଶି ପ୍ରୋତ୍ସାହନ ସ୍ବରୂପ ପ୍ରଦାନ କରାଯାଇଥିବା ଏସ୍ପି କମଲ ଲୋଚନ କଶ୍ୟପ କହିଛନ୍ତି।
Posted inଆମ ଜିଲା ଖବର, ମାଲକାନଗିରି, ରାଜ୍ୟ View All
ଆଜି ଆଉ ୩୭ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୩୫୦୮କୁ ବୃଦ୍ଧି
ଭୁବନେଶ୍ୱର,୧୮ା୬(ବ୍ୟୁରୋ): ଶୁକ୍ରବାର କରୋନା ମହାମାରୀ ରାଜ୍ୟରୁ ଆଉ ୩୭ ଜଣଙ୍କ ଜୀବନ ନେଇଥିବା ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।...
କରୋନା ତୃତୀୟ ଲହର ଚିନ୍ତା: ପ୍ରଭାବିତ ହୋଇପାରନ୍ତି ଶିଶୁ; ପୂର୍ବରୁ ପ୍ରସ୍ତୁତ ରହିବା ଉପରେ ମୁଖ୍ୟମନ୍ତ୍ରୀ ଦେଲେ ଗୁରୁତ୍ୱ
ଭୁବନେଶ୍ୱର,୮।୬(ବ୍ୟୁରୋ): ଦ୍ୱିତୀୟ ଲହର ପରେ ଏବେ କରୋନାର ତୃତୀୟ ଲହର ଚିନ୍ତା। ଏସବୁ ମଧ୍ୟରେ ମଙ୍ଗଳବାର ରାଜ୍ୟରେ କୋଭିଡ ପରିସ୍ଥିତି ସମ୍ପର୍କରେ ଭିଡିଓ କନ୍ଫେରେନ୍ସି ଜରିଆରେ...
ଯୁବକଙ୍କୁ ହତ୍ୟା ପରେ ଇବ୍ନଦୀରେ ଭସାଇ ଦେଲେ
ଝାରସୁଗୁଡ଼ା ଅଫିସ,୨୬ା୬: ଝାରସୁଗୁଡ଼ା ସଦର ଥାନା ଲହଣ୍ଡାବୁଡ ନିକଟ ଇବ୍ନଦୀରେ ଭାସୁଥିବା ଜଣେ ଅଜଣା ଯୁବକଙ୍କ ମୃତଦେହକୁ ଅଗ୍ନିଶମ ବିଭାଗ ଶନିବାର ଉଦ୍ଧାର କରିଛି ା...
ପାଲଲହଡ଼ାକୁ ଅଣଦେଖା
ପାଲଲହଡ଼ା,୧୩।୬(ଡି.ଏନ୍.ଏ.) ଅନୁଗୋଳ ଜିଲାର ସମସ୍ତ ପେଟ୍ରୋଲ ପମ୍ପରେ କରୋନା ସଂକ୍ରମିତଙ୍କ ଲାଗି ନିଃଶୁଳ୍କ ଅକ୍ସିଜେନ ବ୍ୟବସ୍ଥା କରାଯାଇଥିବା ପ୍ରଶାସନ ପକ୍ଷରୁ ସ୍ପଷ୍ଟ କରାଯାଇଛି। ହେଲେ ଏଥିରେ ପାଲଲହଡ଼ା...
ଜୁଏଲାରି ମାଲିକଙ୍କ ଘରେ ପଶିଲେ ଦୁର୍ବୃତ୍ତ: ୧୦ ରାଉଣ୍ଡ ଗୁଳି ଚାଳନା, ୩ ଗୁରୁତର ୩ ଆହତ
ବାହାନଗା, ୨।୬(ଡି.ଏନ.ଏ.): ବାଲେଶ୍ୱର ଜିଲା ବାହାନଗା ବ୍ଲକ ସାଉଡୁ ଗ୍ରାମର ଜଣେ ଜୁଏଲାରି ମାଲିକଙ୍କ ଘରୁ ଚୋରି ହୋଇଛି। ୬ ଜଣ ଦୁର୍ବୃତ୍ତ ଘର ଭିତରେ...
ରାତିରେ ଶୋଇଥିଲେ, ଦଂଶିଲା ସାପ
ପାଟଣା,୨୧।୬(ସ୍ବ. ପ୍ର.): କେନ୍ଦୁଝର ଜିଲା ପାଟଣା ବ୍ଲକ ଏରେଣ୍ଡେଇ ପଞ୍ଚାୟତ ଡିଆନାଳି ଗ୍ରାମର ଜଣେ ୪୫ ବର୍ଷୀୟା ମହିଳାଙ୍କର ସାପ କାମୁଡ଼ାରେ ମୃତ୍ୟୁ ଘଟିଛି। ମୃତ...
ବାହାରେ ପଡ଼ିଥିଲା ତାଲା: ଭିତରେ ଚାଲିଥିଲା ବେପାର; ଆଉ ତା’ ପରେ
ଭୁବନେଶ୍ୱର,୧୧।୬(ବ୍ୟୁରୋ): ଦୋକାନ ବାହାରେ ପଡ଼ିଥିଲା ତାଲା, ହେଲେ ଭିତରେ ଚାଲିଥିଲା ବେପାର। ଖବର ପାଇ ପହଞ୍ଚିଲା ପୋଲିସ। ପରେ ଦୋକାନ ହେଲା ସିଲ୍। ଏଭଳି ଏକ...
ସ୍ବମନ୍ଦିର ଫେରିଲେ ଦେବଦମ୍ପତି
ପୁରୁଣା ଭୁବନେଶ୍ୱର, ୧୭ା୬ (ଡି.ଏନ୍.ଏ.): ଶ୍ରୀଲିଙ୍ଗରାଜ ମହାଦେବଙ୍କ ବିବାହ ଉତ୍ସବ ଶେଷ ହେବା ପରେ ଶ୍ରୀଜୀଉ ବୁଧବାର ସ୍ବମନ୍ଦିର ପ୍ରତ୍ୟାବର୍ତ୍ତନ କରିଛନ୍ତି। ଏ ନେଇ ପ୍ରାତଃରୁ...


