ପୁରୀ ଅଫିସ,୧୪ା୬: ରାଜ୍ୟ ସରକାର ସାଧାରଣ ଆମ୍ବୁଲାନ୍ସ ସେବା ପାଇଁ ପ୍ରତି ୧୦ କିଲୋମିଟରକୁ ୭୫୦ ଟଙ୍କା ଭଡ଼ା ଧାର୍ଯ୍ୟ କରିଛନ୍ତି। ଏହାପରେ କି.ମି. ପିଛା ୩୦ ଟଙ୍କା ନିର୍ଦ୍ଧାରିତ ହୋଇଥାଏ। ଯେଉଁ ଆମ୍ବୁଲାନ୍ସରେ ଲାଇଫ୍ ସପୋର୍ଟ ସିଷ୍ଟମ ଥାଏ, ତା’ର ୧୦ କି.ମି. ମଧ୍ୟରେ ଦର ୩ହଜାର ଓ ୧୦କି.ମି.ରୁ ଅଧିକ ହେଲେ କି.ମି. ପିଛା ୫୦ ଟଙ୍କା ଧାର୍ଯ୍ୟ କରାଯାଇଛି। ଏହା ସରକାରୀ ଗାଇଡଲାଇନ୍। ମାତ୍ର ଘରୋଇ ସଂସ୍ଥାର ଆମ୍ବୁଲାନ୍ସଗୁଡ଼ିକ କରୋନା ମହାମାରୀ ସ୍ଥିତିରେ ଏହି ଗାଇଡ୍ଲାଇନ୍ର ଉଲ୍ଲଂଘନ କରି ରୋଗୀଙ୍କ ସମ୍ପର୍କୀୟଙ୍କୁ ଲୁଟିବାରେ ଲାଗିଛନ୍ତି। ପୂର୍ବଭଳି ବର୍ତ୍ତମାନ ସମୟରେ ଆବଶ୍ୟକ ସଂଖ୍ୟକ ସରକାରୀ ଆମ୍ବୁଲାନ୍ସ ଉପଲବ୍ଧ ହେଉ ନାହିଁ। ଫଳରେ ବେସରକାରୀ ଆମ୍ବୁଲାନ୍ସର ମାଲିକମାନେ ଏହାର ଫାଇଦା ଉଠାଉଛନ୍ତି। ପୁରୀରୁ କଟକ ବଡ଼ ମେଡ଼ିକାଲକୁ ରୋଗୀଙ୍କୁ ବେସରକାରୀ ଆମ୍ବୁଲାନ୍ସରେ ନେବାକୁ ହେଲେ ୬ରୁ ୭ହଜାର ଟଙ୍କା ଦେବାକୁ ପଡ଼ୁଛି। ଜରୁରିକାଳୀନସ୍ଥିତିରେ ଏହି ଦର ଆହୁରି ବଢ଼ିଯାଉଛି। ସାଧାରଣ ଲୋକେ ବ୍ୟସ୍ତବିବ୍ରତ ହୋଇ ଅଧିକ ଭଡ଼ା ଦେବାକୁ ବାଧ୍ୟ ହେଉଛନ୍ତି। ପୁରୀ ମୁଖ୍ୟ ଚିକିତ୍ସାଳୟରୁ କଟକ ବଡ଼ ମେଡିକାଲର ଦୂରତା ପ୍ରାୟ ୮୦କି.ମି. ହୋଇଥିବାବେଳେ ସରକାରୀ ମୂଲ୍ୟ ଅନୁଯାୟୀ ଦର ୩ହଜାର ଟଙ୍କା ହେବା କଥା। ମାତ୍ର ଘରୋଇ ଆମ୍ବୁଲାନ୍ସଗୁଡ଼ିକ ୫ରୁ ୬ହଜାର ଟଙ୍କା ପର୍ଯ୍ୟନ୍ତ ଦାବି କରୁଛନ୍ତି। ପୁରୀ ତାଳବଣିଆ ବାସିନ୍ଦା ନୟନ ବରାଳ କହିଛନ୍ତି, କିଛିଦିନ ତଳେ ତାଙ୍କ ବଡ଼ ପୁଅଙ୍କର ଦୁର୍ଘଟଣା ଘଟିବାରୁ ଜରୁରିକାଳୀନ ସ୍ଥିତିରେ ପୁରୀ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଗଲା। ସ୍ବାସ୍ଥ୍ୟବସ୍ଥା ଗୁରୁତର ହେବାରୁ ବାଧ୍ୟହୋଇ ତାଙ୍କୁ ଭୁବନେଶ୍ୱରସ୍ଥିତ ଏକ ଘରୋଇ ହସ୍ପିଟାଲ୍କୁ ସ୍ଥାନାନ୍ତର କରାଯାଇଥିଲା। ପୁରୀରୁ ସମ୍ପୃକ୍ତ ହସ୍ପିଟାଲ୍ର ଦୂରତା ୬୦ କି.ମି.ରୁ ମଧ୍ୟ କମ୍ ହେବ। ମାତ୍ର ଏକ ବେସରକାରୀ ଆମ୍ବୁଲାନ୍ସ ସଂସ୍ଥା ଭଡ଼ା ବାବଦକୁ ତାଙ୍କଠାରୁ ୩ ହଜାର ୫ଶହ ଟଙ୍କା ନେଇଛି। ପୁଅ ସ୍ବାସ୍ଥ୍ୟବସ୍ଥା ଅତି ଗୁରୁତର ଥିବାରୁ ସେ ଯୁକ୍ତି ନ କରି ଭଡ଼ା ପଇଠ କରିଥିଲେ। ସେ ଆହୁରି କହିଛନ୍ତି, ପ୍ରଚାର ଅଭାବରୁ ସାଧାରଣ ଲୋକେ ସରକାରଙ୍କ ଦ୍ୱାରା ପ୍ରଦତ୍ତ ଭଡ଼ା ବିଷୟରେ ଜାଣିପାରୁନାହାନ୍ତି। ସେହିଭଳି ଆଉ ଏକ ବଡ଼ ସମସ୍ୟା ହେଉଛି ଘରୋଇ ଆମ୍ବୁଲାନ୍ସ ଅଧିକ ଦର ନେଲେ କାହା ପାଖରେ ଅଭିଯୋଗ କରାଯିବ ସେନେଇ ଲୋକେ ଜାଣିପାରୁନାହାନ୍ତି। ଏ ସଂକ୍ରାନ୍ତରେ ଅତିରିକ୍ତ ଜିଲା ମୁଖ୍ୟ ଚିକିତ୍ସାଧିକାରୀ ବିରଜା ଶଙ୍କର ରଥ କହିଛନ୍ତି, ସରକାରୀ ଆମ୍ବୁଲାନ୍ସ ଏକ ନିର୍ଦ୍ଦିଷ୍ଟ ଦରରେ କାର୍ଯ୍ୟ କରେ। କିଲୋମିଟର ପିଛା ୭ଟଙ୍କା ନିଆଯାଏ। ତେବେ ବେସରକାରୀ ଆମ୍ବୁଲାନ୍ସ ଅଧିକ ଦର ନେଲେ ସେସବୁ ଅଭିଯୋଗର ତର୍ଜମା କିମ୍ବା କାର୍ଯ୍ୟାନୁଷ୍ଠାନ ଦାୟିତ୍ୱ ଆମର ନୁହେଁ। ଅନ୍ୟପକ୍ଷରେ ସାମାଜିକ କର୍ମୀ ବିଶ୍ୱଜିତ୍ ମହାନ୍ତି ମତ ରଖି କହିଛନ୍ତି, ବେସରକାରୀ ଆମ୍ବୁଲାନ୍ସ ମାଲିକଙ୍କ ଦୌରାତ୍ମ୍ୟ ରୋକିବା ପାଇଁ ପୋଲିସ ଏକ ଟୋଲ୍ ଫ୍ରି ନମ୍ବର ଜାରି କରିପାରିବ। ଉକ୍ତ ନମ୍ବରରେ କଲ୍ କରି ଲୋକେ ଅଧିକ ଦର ମାଗୁଥିବା ବେସରକାରୀ ଆମ୍ବୁଲାନ୍ସ ବିରୋଧରେ ଅଭିଯୋଗ ଦାଖଲ କରିପାରିବେ। ନୋଏଡ଼ା ପୋଲିସ ଗତ ଏପ୍ରିଲଠାରୁ ଏଭଳି କରି ସହରବାସୀଙ୍କ ପାଇଁ ଉଦାହରଣ ସୃଷ୍ଟି କରିପାରିଛି।
Posted inଆମ ଜିଲା ଖବର, ପୁରୀ View All
ଦ୍ୱିତୀୟ ବିବାହ କରିବେ ବିଧାୟକ ବ୍ୟୋମକେଶ
ଭଦ୍ରକ ଅଫିସ, ୨୩ା୬: ଭଦ୍ରକ ଜିଲାର ଚାନ୍ଦବାଲି ବିଧାୟକ ତଥା ଯୁବ ବିଜେଡି ସଭାପତି ବ୍ୟୋମକେଶ ରାୟ ଦ୍ୱିତୀୟ ଥର ପାଇଁ ବିବାହ କରିବେ। ଜୁଲାଇ...
ତ୍ରିକୋଣୀୟ ପ୍ରେମ: ଭଡାଘରୁ ମିଳିଲା ଯୁବତୀଙ୍କ ମୃତଦେହ
ଲୋଇସିଂହା,୨।୬: ବଲାଙ୍ଗୀର ଜିଲା ଲୋଇସିଂହା ଥାନାଠାରୁ ୨ଶହ ମିଟର ଦୂର ମଣ୍ଟୁ କଲୋନୀର ଏକ ଭଡା ଘରୁ ବୁଧବାର ଜଣେ ୧୯ ବର୍ଷୀୟା ଯୁବତୀଙ୍କ ମୃତଦେହ...
ମାଳ ବିହାରିପୁର କଣ୍ଟେନମେଣ୍ଟ ଜୋନ୍ ଘୋଷଣା
ବାଙ୍କୀ,୨୦୬(ସ୍ବ.ପ୍ର.): ବାଙ୍କୀ ବ୍ଲକ କଦଳିବାଡି ପଞ୍ଚାୟତର ଅନ୍ତର୍ଗତ ମାଳବିହାରିପୁରରୁ ୨୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ସରପଞ୍ଚ ପ୍ରକାଶ କୁମାର ବେହେରା ଶନିବାରଠାରୁ...
ଲକ୍ଡାଉନ୍ରେ ବଢ଼ିଛି ମାଦକଦ୍ରବ୍ୟ କାରବାର
ଜଗତ୍ସିଂହପୁର ଅଫିସ,୧୪ା୬: କରୋନା ଭୂତାଣୁ (କୋଭିଡ୍-୧୯)ର ବ୍ୟାପକ ସଂକ୍ରମଣ ଯୋଗୁ ସାରା ରାଜ୍ୟ ସମେତ ଜଗତ୍ସିଂହପୁର ଜିଲାରେ ଲକ୍ଡାଉନ ନିୟମ କାର୍ଯ୍ୟକାରୀ ହୋଇଛି। ଏଥିଯୋଗୁ ଅତ୍ୟାବଶ୍ୟକ...
ବ୍ୟାଙ୍କରେ ରହୁନି ସାମାଜିକ ଦୂରତା:ଗୋଷ୍ଠୀ ସଂକ୍ରମଣ ଆଶଙ୍କା
ଗଞ୍ଜାମ,୧।୬(ଡି.ଏନ୍.ଏ.): ଗଞ୍ଜାମ ସହରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବଢୁଛି। ଦ୍ୱିତୀୟ ଲହରରେ ଏହି ସହରରୁ ପ୍ରାୟ ୧୦ରୁ ଊର୍ଦ୍ଧ୍ୱ ବ୍ୟକ୍ତିଙ୍କ କରୋନାରେ ମୃତ୍ୟୁ...
ଟିକାକରଣ କେନ୍ଦ୍ରରେ ମୁଖ୍ୟମନ୍ତ୍ରୀଙ୍କ ଫଟୋକୁ ନେଇ ଭାଜପାର ବିରୋଧ
ଛତ୍ରପୁର,୨୫।୬(ଡି.ଏନ୍.ଏ.): କେନ୍ଦ୍ର ସରକାର ଦେଶବାସୀଙ୍କୁ ମାଗଣା ଟିକା ଯୋଗାଉଥିବା ବେଳେ ରାଜ୍ୟରେ ବିଜେଡି ନେତୃତ୍ୱଧିନ ସରକାର ହୀନ ରାଜନୀତି କରୁଥିବା ନେଇ ଛତ୍ରପୁର ଭାଜପା ଅଭିଯୋଗ...
ସ୍ବାମୀଙ୍କ ଅନୁପସ୍ଥିତିରେ ଅସଂଯତ ଅବସ୍ଥାରେ ପ୍ରେମିକଙ୍କ ସହ ଧରାପଡ଼ିଲେ ମହିଳା, ବିବାହ କରାଇଦେଲେ ଗ୍ରାମବାସୀ
ହିନ୍ଦୋଳ,୧୧ା୬(ଡି.ଏନ୍.ଏ.): ଢେଙ୍କାନାଳ ଜିଲା ହିନ୍ଦୋଳ ବ୍ଲକ ବାଲିମୀ ଥାନା କୁକୁଟା ଗ୍ରାମରେ ଶୁକ୍ରବାର ପୂର୍ବାହ୍ନରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଏହାକୁ ନେଇ ଅଞ୍ଚଳରେ...
ଜୀବନ ସହ ସଂଘର୍ଷ କରୁଛନ୍ତି ଯଦୁମଣି
ବାଣପୁର,୧୩ା୬(ଡି.ଏନ୍.ଏ.): ଖୋର୍ଦ୍ଧା ଜିଲା ବାଣପୁର ବ୍ଲକ ଆୟତପୁର ପଞ୍ଚାୟତର ପାତ୍ରପୁର ଗ୍ରାମର ଯଦୁମଣି ନାୟକ(୪୫)। ସ୍ତ୍ରୀ ସୁକୁମାରୀ, ଗୋଟିଏ ଝିଅ ଓ ପୁଅ ଏବଂ ବିଧବା...


