ପୁରୀ ଅଫିସ,୧୪ା୬: ରାଜ୍ୟ ସରକାର ସାଧାରଣ ଆମ୍ବୁଲାନ୍ସ ସେବା ପାଇଁ ପ୍ରତି ୧୦ କିଲୋମିଟରକୁ ୭୫୦ ଟଙ୍କା ଭଡ଼ା ଧାର୍ଯ୍ୟ କରିଛନ୍ତି। ଏହାପରେ କି.ମି. ପିଛା ୩୦ ଟଙ୍କା ନିର୍ଦ୍ଧାରିତ ହୋଇଥାଏ। ଯେଉଁ ଆମ୍ବୁଲାନ୍ସରେ ଲାଇଫ୍ ସପୋର୍ଟ ସିଷ୍ଟମ ଥାଏ, ତା’ର ୧୦ କି.ମି. ମଧ୍ୟରେ ଦର ୩ହଜାର ଓ ୧୦କି.ମି.ରୁ ଅଧିକ ହେଲେ କି.ମି. ପିଛା ୫୦ ଟଙ୍କା ଧାର୍ଯ୍ୟ କରାଯାଇଛି। ଏହା ସରକାରୀ ଗାଇଡଲାଇନ୍। ମାତ୍ର ଘରୋଇ ସଂସ୍ଥାର ଆମ୍ବୁଲାନ୍ସଗୁଡ଼ିକ କରୋନା ମହାମାରୀ ସ୍ଥିତିରେ ଏହି ଗାଇଡ୍ଲାଇନ୍ର ଉଲ୍ଲଂଘନ କରି ରୋଗୀଙ୍କ ସମ୍ପର୍କୀୟଙ୍କୁ ଲୁଟିବାରେ ଲାଗିଛନ୍ତି। ପୂର୍ବଭଳି ବର୍ତ୍ତମାନ ସମୟରେ ଆବଶ୍ୟକ ସଂଖ୍ୟକ ସରକାରୀ ଆମ୍ବୁଲାନ୍ସ ଉପଲବ୍ଧ ହେଉ ନାହିଁ। ଫଳରେ ବେସରକାରୀ ଆମ୍ବୁଲାନ୍ସର ମାଲିକମାନେ ଏହାର ଫାଇଦା ଉଠାଉଛନ୍ତି। ପୁରୀରୁ କଟକ ବଡ଼ ମେଡ଼ିକାଲକୁ ରୋଗୀଙ୍କୁ ବେସରକାରୀ ଆମ୍ବୁଲାନ୍ସରେ ନେବାକୁ ହେଲେ ୬ରୁ ୭ହଜାର ଟଙ୍କା ଦେବାକୁ ପଡ଼ୁଛି। ଜରୁରିକାଳୀନସ୍ଥିତିରେ ଏହି ଦର ଆହୁରି ବଢ଼ିଯାଉଛି। ସାଧାରଣ ଲୋକେ ବ୍ୟସ୍ତବିବ୍ରତ ହୋଇ ଅଧିକ ଭଡ଼ା ଦେବାକୁ ବାଧ୍ୟ ହେଉଛନ୍ତି। ପୁରୀ ମୁଖ୍ୟ ଚିକିତ୍ସାଳୟରୁ କଟକ ବଡ଼ ମେଡିକାଲର ଦୂରତା ପ୍ରାୟ ୮୦କି.ମି. ହୋଇଥିବାବେଳେ ସରକାରୀ ମୂଲ୍ୟ ଅନୁଯାୟୀ ଦର ୩ହଜାର ଟଙ୍କା ହେବା କଥା। ମାତ୍ର ଘରୋଇ ଆମ୍ବୁଲାନ୍ସଗୁଡ଼ିକ ୫ରୁ ୬ହଜାର ଟଙ୍କା ପର୍ଯ୍ୟନ୍ତ ଦାବି କରୁଛନ୍ତି। ପୁରୀ ତାଳବଣିଆ ବାସିନ୍ଦା ନୟନ ବରାଳ କହିଛନ୍ତି, କିଛିଦିନ ତଳେ ତାଙ୍କ ବଡ଼ ପୁଅଙ୍କର ଦୁର୍ଘଟଣା ଘଟିବାରୁ ଜରୁରିକାଳୀନ ସ୍ଥିତିରେ ପୁରୀ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଗଲା। ସ୍ବାସ୍ଥ୍ୟବସ୍ଥା ଗୁରୁତର ହେବାରୁ ବାଧ୍ୟହୋଇ ତାଙ୍କୁ ଭୁବନେଶ୍ୱରସ୍ଥିତ ଏକ ଘରୋଇ ହସ୍ପିଟାଲ୍କୁ ସ୍ଥାନାନ୍ତର କରାଯାଇଥିଲା। ପୁରୀରୁ ସମ୍ପୃକ୍ତ ହସ୍ପିଟାଲ୍ର ଦୂରତା ୬୦ କି.ମି.ରୁ ମଧ୍ୟ କମ୍ ହେବ। ମାତ୍ର ଏକ ବେସରକାରୀ ଆମ୍ବୁଲାନ୍ସ ସଂସ୍ଥା ଭଡ଼ା ବାବଦକୁ ତାଙ୍କଠାରୁ ୩ ହଜାର ୫ଶହ ଟଙ୍କା ନେଇଛି। ପୁଅ ସ୍ବାସ୍ଥ୍ୟବସ୍ଥା ଅତି ଗୁରୁତର ଥିବାରୁ ସେ ଯୁକ୍ତି ନ କରି ଭଡ଼ା ପଇଠ କରିଥିଲେ। ସେ ଆହୁରି କହିଛନ୍ତି, ପ୍ରଚାର ଅଭାବରୁ ସାଧାରଣ ଲୋକେ ସରକାରଙ୍କ ଦ୍ୱାରା ପ୍ରଦତ୍ତ ଭଡ଼ା ବିଷୟରେ ଜାଣିପାରୁନାହାନ୍ତି। ସେହିଭଳି ଆଉ ଏକ ବଡ଼ ସମସ୍ୟା ହେଉଛି ଘରୋଇ ଆମ୍ବୁଲାନ୍ସ ଅଧିକ ଦର ନେଲେ କାହା ପାଖରେ ଅଭିଯୋଗ କରାଯିବ ସେନେଇ ଲୋକେ ଜାଣିପାରୁନାହାନ୍ତି। ଏ ସଂକ୍ରାନ୍ତରେ ଅତିରିକ୍ତ ଜିଲା ମୁଖ୍ୟ ଚିକିତ୍ସାଧିକାରୀ ବିରଜା ଶଙ୍କର ରଥ କହିଛନ୍ତି, ସରକାରୀ ଆମ୍ବୁଲାନ୍ସ ଏକ ନିର୍ଦ୍ଦିଷ୍ଟ ଦରରେ କାର୍ଯ୍ୟ କରେ। କିଲୋମିଟର ପିଛା ୭ଟଙ୍କା ନିଆଯାଏ। ତେବେ ବେସରକାରୀ ଆମ୍ବୁଲାନ୍ସ ଅଧିକ ଦର ନେଲେ ସେସବୁ ଅଭିଯୋଗର ତର୍ଜମା କିମ୍ବା କାର୍ଯ୍ୟାନୁଷ୍ଠାନ ଦାୟିତ୍ୱ ଆମର ନୁହେଁ। ଅନ୍ୟପକ୍ଷରେ ସାମାଜିକ କର୍ମୀ ବିଶ୍ୱଜିତ୍ ମହାନ୍ତି ମତ ରଖି କହିଛନ୍ତି, ବେସରକାରୀ ଆମ୍ବୁଲାନ୍ସ ମାଲିକଙ୍କ ଦୌରାତ୍ମ୍ୟ ରୋକିବା ପାଇଁ ପୋଲିସ ଏକ ଟୋଲ୍ ଫ୍ରି ନମ୍ବର ଜାରି କରିପାରିବ। ଉକ୍ତ ନମ୍ବରରେ କଲ୍ କରି ଲୋକେ ଅଧିକ ଦର ମାଗୁଥିବା ବେସରକାରୀ ଆମ୍ବୁଲାନ୍ସ ବିରୋଧରେ ଅଭିଯୋଗ ଦାଖଲ କରିପାରିବେ। ନୋଏଡ଼ା ପୋଲିସ ଗତ ଏପ୍ରିଲଠାରୁ ଏଭଳି କରି ସହରବାସୀଙ୍କ ପାଇଁ ଉଦାହରଣ ସୃଷ୍ଟି କରିପାରିଛି।
Posted inଆମ ଜିଲା ଖବର, ପୁରୀ View All
ସମ୍ଭାବ୍ୟ ତୃତୀୟ ଲହର ମୁକାବିଲା: ଗଞ୍ଜାମରେ ଚାଲିଛି ଶିଶୁଙ୍କ କୋଭିଡ୍ ଲକ୍ଷଣ ଯାଞ୍ଚ
ଛତ୍ରପୁର,୧୩।୬(ଡି.ଏନ୍.ଏ.): ଆଗାମୀ ଦିନରେ କରୋନାର ତୃତୀୟ ଲହରରେ ଶିଶୁମାନେ ବେଶି ସଂକ୍ରମିତ ହେବା ନେଇ ବିଶେଷଜ୍ଞମାନେ ମତ ରଖିଛନ୍ତି। ଏହି ପରିପ୍ରେକ୍ଷୀରେ କରୋନା ସଂକ୍ରମଣଠାରୁ...
ଜଗତ୍ସିଂହପୁର ଉପକାରାଗାର ଅସୁରକ୍ଷିତ
ଜଗତ୍ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍ (ପାଚେରି) ରହିଛି। ଏହା ନିକଟରେ ସର୍ବସାଧାରଣଙ୍କ...
ମାଓବାଦୀ ଦମ୍ପତିଙ୍କ ଆତ୍ମସମର୍ପଣ
ଏମ୍ଭି ୭୯,୧୩ା୬: ମାଲକାନଗିରି ସୀମାନ୍ତ ଛତିଶଗଡ଼ର କାଣ୍ଡକାପାରା ପୋଲିସ ନିକଟରେ ଶନିବାର ଅପରାହ୍ନରେ ଏକ ମାଓବାଦୀ ଦମ୍ପତି ଆତ୍ମସମର୍ପଣ କରିଛନ୍ତି। ସେମାନେ ହେଲେ କୋରସା ଲାଚୁ(୩୨)...
ମାସ୍କ କାହିଁ ପଚାରିବାରୁ ପୋଲିସକୁ ଆକ୍ରମଣ
ଉଦଳା,୧୬ା୬: ମାସ୍କ ପିନ୍ଧିବାକୁ ତାଗିଦ୍ କରିବାରୁ ମୟୂରଭଞ୍ଜ ଜିଲା ଉଦଳା ଥାନା ଏସ୍ଆଇଙ୍କୁ ଜଣେ ଜେଲ୍ ଓ୍ବାର୍ଡର ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଏନେଇ ପୋଲିସ...
ଅତ୍ୟଧିକ କାର୍ଯ୍ୟ ଚାପରେ ଜୀବନ ହାରିଲେ ମହିଳା ଯନ୍ତ୍ରୀ
ଭଞ୍ଜନଗର,୨୪ା୬: ଗଞ୍ଜାମ ଜିଲା ଭଞ୍ଜନଗର ଗ୍ରାମ୍ୟ ଉନ୍ନୟନ ବିଭାଗରେ କାର୍ଯ୍ୟରତ ମହିଳା ଯନ୍ତ୍ରୀ ଜେ. ଅନିତା(୩୩) ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ସେ ନିର୍ବାହୀ ଯନ୍ତ୍ରୀଙ୍କ...
ପୁରୀ ବ୍ୟତୀତ ଆଉ କୌଣସି ସ୍ଥାନରେ ହେବ ନାହିଁ ରଥଯାତ୍ରା: ହାଇକୋର୍ଟ
କଟକ ଅଫିସ,୨୩ା୬: ରାଜ୍ୟରେ କେବଳ ପୁରୀରେ ମହାପ୍ରଭୁଙ୍କ ରଥଯାତ୍ରା ହେବ। ଅନ୍ୟ କୌଣସି ସ୍ଥାନରେ ରଥଯାତ୍ରା ହୋଇ ପାରିବ ନାହିଁ ବୋଲି ପିଟିଶନକୁ ଖାରଜ କରିଛନ୍ତି...
ସ୍ତ୍ରୀଙ୍କୁ ପଥରରେ ଛେଚି ହତ୍ୟା କରିବା ପରେ ଆତ୍ମହତ୍ୟା କଲେ ସ୍ବାମୀ
ପୁରୁଷୋତ୍ତମପୁର,୩ା୬(ଡି.ଏନ୍.ଏ.): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ବେଢ଼ଛେଲୁ ଗ୍ରାମରେ ଜଣେ ମଦ୍ୟପ ସ୍ବାମୀ ଉନ୍ମତ୍ତ କାଣ୍ଡ ଘଟାଇଛନ୍ତି। ସେ ସ୍ତ୍ରୀଙ୍କ ମୁଣ୍ଡକୁ ପଥର ଛେଚି...
ଏନ୍କାଉଣ୍ଟରରେ ମହିଳା ମାଓବାଦୀ ନିହତ
ମାଲକାନଗିରି/ଏମ୍ଭି୭୯,୧୮ା୬: ପୋଲିସ ଏନ୍କାଉଣ୍ଟରରେ ଶୁକ୍ରବାର ଜଣେ ମହିଳା ମାଓବାଦୀଙ୍କ ମୃତ୍ୟୁ ଘଟିଛି। ଘଟଣାସ୍ଥଳରୁ ବନ୍ଧୁକ ସମେତ ବହୁ ମାଓବାଦୀ ସାମଗ୍ରୀ ପୋଲିସ ଜବତ କରିଛି। ମିଳିଥିବା...


