ନୂଆଦିଲ୍ଲୀ,୧୪।୬: ସାରା ଦେଶରେ କରୋନା ଭାଇରସ୍ ଆତଙ୍କ ଜାରି ରହିଛି। ବର୍ତ୍ତମାନ ଦେଶରେ ଦୈନିକ ସଂକ୍ରମଣ ପୂର୍ବାପେକ୍ଷା ହ୍ରାସ ପାଇଥିଲେ ମଧ୍ୟ ମୃତ୍ୟୁ ସଂଖ୍ୟା ଥମିବାର ନା ନେଉନି। ଦ୍ୱିତୀୟ ଲହର ସମୟରେ ସାରାଦେଶରେ ସ୍ବାସ୍ଥ୍ୟ ସୁବିଧାର ଘୋର ଅଭାବ ଦେଖାଯାଇଥିବା ବେଳେ ଅନେକ ହସ୍ପିଟାଲରେ ଶଯ୍ୟା, ଔଷଧ ଓ ଅକ୍ସିଜେନର ସମସ୍ୟା ଦେଖାଦେଇଥିଲା। ଯାହାଫଳରେ କରୋନାରେ ଆକ୍ରାନ୍ତ ହୋଇଥିବା ବ୍ୟକ୍ତିଙ୍କୁ ବହୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଥିଲା। ଦ୍ୱିତୀୟ ଲହରରେ ଦୈନିକ ସଂକ୍ରମଣ ହ୍ରାସ ପାଇଥିବା ବେଳେ ମହାମାରୀର ତୃତୀୟ ଲହର ମଧ୍ୟ ଆସିବା ନେଇ ଆଶଙ୍କା କରାଯାଉଛି। ଏଥିପାଇଁ କେନ୍ଦ୍ର ସରକାର ଏହାର ମୁକାବିଲା ପାଇଁ ଏବେଠାରୁ ପ୍ରସ୍ତୁତି ଆରମ୍ଭ କରିସାରିଲେଣି। ଆଗାମୀ ୨ରୁ ୩ ମାସ ମଧ୍ୟରେ ସାରାଦେଶରେ କେନ୍ଦ୍ର ସରକାର ୫୦ ଇନୋଭେଟିଭ୍ ମଡ୍ୟୁଲାର ହସ୍ପିଟାଲ ନିର୍ମାଣ କରିବାକୁ ଯୋଜନା କରିଛନ୍ତି। ୫୦ ମଡ୍ୟୁଲାର ହସ୍ପିଟାଲଗୁଡ଼ିକରେ ଆଇସିୟୁ ସହିତ ୧୦୦ଶଯ୍ୟା ବିଶିଷ୍ଟ ହସ୍ପିଟାଲ ନିର୍ମାଣ କରାଯିବ। ୩ସପ୍ତାହରେ ତିଆରି ହେବାକୁ ଥିବା ଏହି ହସ୍ପିଟାଲରେ ପ୍ରାୟ ୩କୋଟି ଟଙ୍କା ବ୍ୟୟ ହେବ। ସାରା ଦେଶରେ ଏହା ୬ରୁ ୭ ସପ୍ତାହ ମଧ୍ୟରେ ଏହା ସମ୍ପୂର୍ଣ୍ଣ ରୂପେ କାର୍ଯ୍ୟକ୍ଷମ ହେବ ବୋଲି ଜଣାପଡ଼ିଛି।
Posted inକରୋନା ଭାଇରସ୍, ଜାତୀୟ View All
ମୁଣ୍ଡ ପିଟି ବାହୁନି କାନ୍ଦିଲେ ମା’: ଜୀବନ ଫେରି ପାଇଲେ ୭ ବର୍ଷର ବାଳକ…
ବାହାଦୂରଗଡ଼,୧୭।୬: କୁହାଯାଏ ମା’ ଡାକରେ ଅମୃତ ରହିଛି। ମା’ ଡାକରେ ପିଲା ଆପଣା ଛାଏଁ ଟାଣି ହୋଇ ଚାଲି ଆସିଥାଏ। ଏହାର ସଦ୍ୟତମ ଉଦାହରଣ ହରିୟାଣାର...
ସ୍କୁଲ ପାଠ୍ୟକ୍ରମରେ ‘ବନ୍ଦେ ଉତ୍କଳ ଜନନୀ’
ଭୁବନେଶ୍ୱର, ୨୪।୬(ବ୍ୟୁରୋ): ବିଦ୍ୟାଳୟ ପାଠ୍ୟକ୍ରମରେ ରାଜ୍ୟ ସଙ୍ଗୀତ ‘ବନ୍ଦେ ଉତ୍କଳ ଜନନୀ’ ସ୍ଥାନ ପାଇଛି। ପ୍ରଥମ ଭାଷା ଓଡ଼ିଆ ବିଷୟରେ ‘ବନ୍ଦେ ଉତ୍କଳ ଜନନୀ’କୁ ସ୍ଥାନ...
୮୯୯ ଜଣଙ୍କୁ ଏକ୍ସପାୟର ଭାକ୍ସିନ୍: ପୁଣି ଦିଆଯିବ ଡୋଜ୍…
ଓ୍ବାଶିଂଟନ,୧୬।୬: ଆମେରିକାରେ ଜାରି ରହିଥିବା ସାବର୍ଜନୀକ ଟିକାକରଣ ଅଭିଯାନରେ ଏକ ଅଭାବନୀୟ ଘଟଣା ଘଟିଛି। ସ୍ଥାନୀୟ ଟାଇମ୍ସ୍ ସ୍କୋୟାରଠାରେ ଥିବା ଟିକାଦାନ କେନ୍ଦ୍ରରେ ୮୯୯ ଜଣଙ୍କ...
ଶୁଭେନ୍ଦୁଙ୍କଠାରୁ ହାର୍ ମାନିବାକୁ ପ୍ରସ୍ତୁତ ନାହାନ୍ତି ଦିଦି: ଜୁନ୍ ୨୪ ଶୁଣାଣି
କୋଲକତା,୧୮।୬: ପଶ୍ଚିମବଙ୍ଗର ବିଧାନସଭା ନିର୍ବାଚନରେ ନନ୍ଦିଗ୍ରାମ ଆସନରୁ ଭାଜପା ପ୍ରାର୍ଥୀ ଶୁଭେନ୍ଦୁ ଅଧିକାରୀଙ୍କଠାରୁ ହାରିଯାଇଥିଲେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ପରେ ସେ ଶୁଭେନ୍ଦୁ ଅଧିକାରୀଙ୍କ ବିଜୟ...
ବିପଜ୍ଜନକ ହୋଇପାରେ ମୌସୁମୀ
ନୂଆଦିଲ୍ଲୀ, ୮ା୬: ଜୁନ୍ରୁ ସେପ୍ଟେମ୍ବର ମଧ୍ୟରେ ଦକ୍ଷିଣ ଏସିଆ ଅଞ୍ଚଳକୁ ଆସେ ମୌସୁମୀ। ଏଥିଜନିତ ୪ ମାସର ବର୍ଷା ଉପରେ ଏହି ଅଞ୍ଚଳର କୃଷି ଅର୍ଥନୀତି...
ନୂଆ ଆକ୍ରାନ୍ତ ସଂଖ୍ୟା ୫୦ ହଜାରରୁ କମ୍…
ନୂଆଦିଲ୍ଲୀ,୨୨।୬: ଦେଶରେ କରୋନା ସଂକ୍ରମଣ ଯୋଗୁ ସ୍ଥିତିରେ ଧୀରେଧୀରେ ସୁଧାର ଆସୁଛି। ଲକ୍ଡାଉନ୍ ପ୍ରଭାବରୁ ସଂକ୍ରମଣ କମିବାରେ ଲାଗିଛି। ଦେଶରେ ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା ୫୦...
ଟିକା ଭୟରେ ଡ୍ରମ ପଛରେ ଲୁଚିଲେ ବୃଦ୍ଧା
ଲକ୍ଷ୍ନୌ, ୩।୬: ଲୋକସଂଖ୍ୟା ଓ ଆକାର ଦୃଷ୍ଟିରୁ ଦେଶର ସବୁଠୁ ବଡ଼ ରାଜ୍ୟରେ ଟିକାକରଣ ପାଲଟିଛି ଏକ ବଡ଼ ଚ୍ୟାଲେଞ୍ଜ। ରାଜ୍ୟର ଗ୍ରାମାଞ୍ଚଳରେ ଲୋକଙ୍କୁ ଟିକାକରଣ...
ତେଲେଙ୍ଗାନାରେ ଭାଜପାର ମିଶନ ଜାରି! ଇସ୍ତଫା ଦେଲେ ଟିଆର୍ଏସ୍ ବିଧାୟକ
ହାଇଦ୍ରାବାଦ,୧୨।୬: ତେଲେଙ୍ଗାନା ରାଷ୍ଟ୍ର ସମିତିର ବରିଷ୍ଠ ନେତା ତଥା ତେଲେଙ୍ଗାନାର ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ଇ. ରାଜେନ୍ଦ୍ର ବିଧାୟକ ପଦରୁ ଇସ୍ତଫା ଦେଇଛନ୍ତି। କିଛି ଦିନ ପୂର୍ବରୁ...


